Home Left

ଟ୍ରଲି ବ୍ୟାଗ୍‌ରେ ଗଞ୍ଜେଇ ଚାଲାଣ

ଭୁବନେଶ୍ୱର,୧୮ା୫(ବ୍ୟୁରୋ): ରାତାରାତି ବିପୁଳ ଟଙ୍କା ରୋଜଗାର କରିବା ନିଶା ଏବେ ଗଞ୍ଜେଇ ମାଫିଆଙ୍କୁ ଘାରିଛି। ଅତି ଚତୁରତାର ସହ ନୂଆ ତରିକାରେ ଚାଲୁଛି ଗଞ୍ଜେଇ ଚାଲାଣ। ପୋଲିସ ଓ ଅବକାରୀ ବିଭାଗ କବଳରୁ ଖସିବାକୁ ମଧ୍ୟ ବଦଳାଉଛନ୍ତି କାରବାରର ଧାରା। ଏହି…

ବଦଳି ଆବେଦନପତ୍ର ନିର୍ବାହୀ ଯନ୍ତ୍ରୀଙ୍କୁ ଦେବା ପାଇଁ ଲାଞ୍ଚ: ସାଉଥ୍‌କୋ ସହକାରୀ ଯନ୍ତ୍ରୀ ଗିରଫ

ବ୍ରହ୍ମପୁର ଅଫିସ,୧୮ା୫: ଜଣେ ଲାଇନ ମ୍ୟାନଙ୍କ ବଦଳି ଆବେଦନପତ୍ରକୁ ଛତ୍ରପୁର ସବ୍‌ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କ ନିକଟକୁ ପଠାଇବା ପାଇଁ ଖଲ୍ଲିକୋଟ ସାଉଥକୋର ଜଣେ ସହକାରୀ ଯନ୍ତ୍ରୀ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଶୁକ୍ରବାର ସକାଳେ ଭିଜିଲାନ୍ସ ହାତରେ ଧରାପଡ଼ି…

ହାତୀ ଆକ୍ରମଣରେ ୨ ମୃତ

ହାଟଡିହି,୧୮।୫(ଡି.ଏନ.ଏ): କେନ୍ଦୁଝର ଜିଲା ହାଟଡିହି ବ୍ଲକରେ ହାତୀ ଆକ୍ରମଣରେ ୨୪ ଘଣ୍ଟା ନପୁରୁଣୁ ୨ଜଣଙ୍କ ପ୍ରାଣହାନୀ ଘଟିଛି। ଶନିବାର ସକାଳୁ କାନପୁର-ମରଚାଇପଦା ଗଁ।ର ମରାମଚନ୍ଦ୍ର ରାଉତଙ୍କ ପତ୍ନୀ ସଞ୍ଜୁଲତା (୫୨) ନିଜ ବଗିଚାକୁ ଆମ୍ବ ତୋଳିବାକୁ ଯାଉଥିବା ବେଳେ ହାତୀ ତାଙ୍କୁ…

ଫନୀ ପୁନରୁଦ୍ଧାର ପାଇଁ ସହାୟତା: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଇଡ୍‌କୋ ଦେଲା ୧୦ କୋଟି

ଭୁବନେଶ୍ୱର,୧୮ା୫(ବ୍ୟୁରୋ): ଫନୀ ଦ୍ୱାରା ଓଡ଼ିଶା ଉପକୂଳ ବହୁତ କ୍ଷତିଗ୍ରସ୍ତ ହୋଇଛି। କ୍ଷତିଗ୍ରସ୍ତଙ୍କୁ ରିଲିଫ ବଣ୍ଟନ ଏବଂ ଧ୍ୱଂସପ୍ରାୟ ଭିତ୍ତିଭୂମିର ପୁନରୁତ୍ଥାନ କାର୍ଯ୍ୟ ଜାରି ରହିଛି। ବାତ୍ୟା ପ୍ରଭାବିତ ଦୁର୍ଗତଙ୍କ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତାର ସୁଅ ଛୁଟୁଛି। ସେହି…

ପର୍ଯ୍ୟଟନ ମନ୍ତ୍ରୀ, ସଂସ୍କୃତି ବିଭାଗ କମିଶନରଙ୍କ ରଘୁରାଜପୁର ଗାଁ ପରିଦର୍ଶନ: କ୍ଷୟକ୍ଷତି ଅନୁଧ୍ୟାନ କଲେ, ସମସ୍ୟା ବୁଝିଲେ

ପୁରୀ ଅଫିସ,୧୮ା୫: ବାତ୍ୟାରେ ଛାରଖାର ହୋଇଯାଇଛି ଐତିହ୍ୟ ଗାଁ ରଘୁରାଜପୁର। ବହୁ ଶିଳ୍ପୀଙ୍କ ପଟ୍ଟଚିତ୍ର ବର୍ଷା ପବନରେ ନଷ୍ଟ ହୋଇଯାଇଥିବାବେଳେ ଅନ୍ୟାନ୍ୟ ହସ୍ତକଳା ବି କ୍ଷତିଗ୍ରସ୍ତ ହୋଇଛି। ଅନେକ ଘର ଭାଙ୍ଗିଯିବା ସହ ବିଭିନ୍ନ ଗୋଟିପୁଅ ଅନୁଷ୍ଠାନ ପ୍ରଭାବିତ ହୋଇଛି। ଖଁ।…

ନୌସେନାର କ୍ଷେପଣାସ୍ତ୍ର ପରୀକ୍ଷା ସଫଳ

ନୂଆଦିଲ୍ଲୀ,୧୮ା୫: ଭାରତୀୟ ନୌସେନା ପକ୍ଷରୁ ଶୁକ୍ରବାର ଭୂପୃଷ୍ଠରୁ ଆକାଶ ମାର୍ଗକୁ ନିକ୍ଷେପ କରାଯାଇ ପାରୁଥିବା ମଧ୍ୟମ ଧରଣ କ୍ଷେପଣାସ୍ତ୍ର (ଏମ୍‌ଆର୍‌ଏସ୍‌ଏମ୍‌)ର ସଫଳ ପରୀକ୍ଷଣ କରାଯାଇଛି। ଏ ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହି ପରୀକ୍ଷଣ ପରେ ଶତ୍ରୁ ସହ…

ବ୍ରେକ୍‌ଜିଟ୍‌ ଆଲୋଚନା ବିଫଳ

ଲଣ୍ଡନ,୧୮ା୫(ପି.ଟି.): ୟୁରୋପୀୟ ସଂଘ (ଇୟୁ)ରୁ ବ୍ରିଟେନ ଅଲଗା ହେବା ପ୍ରକ୍ରିୟା ନେଇ ଚାଲିଥିବା ‘ବ୍ରେକ୍‌ଜିଟ୍‌’ ଆଲୋଚନା ଶେଷରେ ବିଫଳ ହୋଇଛି। ବିରୋଧୀ ଦଳ ଲେବର ପାର୍ଟି ସହ ପ୍ରଧାନମନ୍ତ୍ରୀ ଥେରେସା ମେ’ଙ୍କ ମଧ୍ୟରେ କଥାବାର୍ତ୍ତା ବିନା ଡିଲ୍‌ରେ ଶେଷ ହୋଇଛି। ଫଳରେ…

ଭୁଲ୍‌ରେ ୩୫ ପୋଲିସଙ୍କ ଜୀବନ ନେଲା ଆମେରିକା

କାବୁଲ,୧୮ା୫(ଆଇଏଏନ୍‌ଏସ୍‌): ଆମେରିକା ବାୟୁସେନା ଭୁଲ୍‌ରେ ସହଯୋଗୀ ଆଫଗାନିସ୍ତାନକୁ ଟାର୍ଗେଟ କରିଛି। ଏହି ଆକ୍ରମଣରେ ୪ ଆମେରିକୀୟ କମାଣ୍ଡରଙ୍କ ସମେତ ୩୫ ପୋଲିସ କର୍ମଚାରୀ ନିହତ ହୋଇଥିବାବେଳେ ଅନ୍ୟ ୧୪ ଜଣ ଆହତ ହୋଇଛନ୍ତି। ଆଫଗାନିସ୍ତାନର ହେଲମଣ୍ଡ ପ୍ରଦେଶସ୍ଥିତ ନହର-ଇ-ସରାଜ ଜିଲାର ଅତ୍ତାଉଲ୍ଲାହରେ…

‘ଗାନ୍ଧିଜୀ ପାକିସ୍ତାନର ଜନକ’

ଭୋପାଳ,୧୮ା୫: ମହାତ୍ମା ଗାନ୍ଧୀଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଥିବା ମଧ୍ୟପ୍ରଦେଶର ଭାଜପା ମିଡିଆ ସେଲ୍‌ ମୁଖ୍ୟ ଅନିଲ ସୌମିତ୍ରଙ୍କୁ ଶୁକ୍ରବାର ଦଳ ନିଲମ୍ବନ କରିଛି। ଅନିଲ ଫେସ୍‌ବୁକ୍‌ରେ ଏକ ପୋଷ୍ଟ କରିଥିଲେ। ସେଥିରେ ସେ ଉଲ୍ଲେଖ କରିଥିଲେ…

ଶ୍ରୀମନ୍ଦିରରେ ନୃସିଂହ ଜନ୍ମ ନୀତି

ପୁରୀ ଅଫିସ,୧୮ା୫: ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଅବତାରୀ। ତାଙ୍କଠାରୁ ସବୁ ଅବତାର ଆବିର୍ଭୂତ ହୋଇ ଯୁଗେ ଯୁଗେ ବିବିଧ ଲୀଳାମାନ ବିସ୍ତାର କରି ପୁନଶ୍ଚ ତାଙ୍କରିଠାରେ ଲୀନ ହୋଇଥାନ୍ତି ବୋଲି ସ୍କନ୍ଦ ପୁରାଣରେ ଉଲ୍ଲେଖ ରହିଛି। ସେହି ସ୍ମୃତିରେ ପ୍ରତିବର୍ଷ ଶୁକ୍ଳ…

ସାରଦା ଚିଟ୍‌ଫଣ୍ଡ ମାମଲା: ରାଜୀବଙ୍କ ମୁଣ୍ଡରେ ଖଣ୍ଡା

ନୂଆଦିଲ୍ଲୀ,୧୮ା୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ କୁହାଯାଉଥିବା କୋଲକାତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାରଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ସାରଦା ଚିଟ୍‌ଫଣ୍ଡ ମାମଲାରେ ଫସିଥିବା ରାଜୀବଙ୍କୁ ଫେବୃୟାରୀ ୫ରେ ସୁରକ୍ଷା ଦେବା ସହ ଗିରଫ ନ କରିବା ଲାଗି…

କାର୍ଯ୍ୟସ୍ଥଳରେ ବିଦ୍ୟୁତ୍‌ ଠିକା ମିସ୍ତ୍ରି ଜଳିଯିବା ଘଟଣା: ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା

ଭୁବନେଶ୍ୱର,୧୮ା୫(ବ୍ୟୁରୋ): କାର୍ଯ୍ୟସ୍ଥଳରେ ୧୧ କେଭି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ବୁଧବାର ଅପରାହ୍ନରେ ଜଳିଯାଇଥିଲେ ଠିକା ମିସ୍ତ୍ରି ମୟୂରଭଞ୍ଜ ଜିଲା ଭିଜିଡିହି ଗ୍ରାମର ବାଗଇ ମୁର୍ମୁ ଓରଫ ମଟକା (୨୨)। ସେସୁ ଭୁବନେଶ୍ୱର ସିଟି ଡିଭିଜନ-୧ ଅଧୀନ ସତ୍ୟନଗର ବିଦ୍ୟୁତ୍‌ କାର୍ଯ୍ୟାଳୟ ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?