ପର୍ଯ୍ୟଟନ ମନ୍ତ୍ରୀ, ସଂସ୍କୃତି ବିଭାଗ କମିଶନରଙ୍କ ରଘୁରାଜପୁର ଗାଁ ପରିଦର୍ଶନ: କ୍ଷୟକ୍ଷତି ଅନୁଧ୍ୟାନ କଲେ, ସମସ୍ୟା ବୁଝିଲେ

ପୁରୀ ଅଫିସ,୧୮ା୫: ବାତ୍ୟାରେ ଛାରଖାର ହୋଇଯାଇଛି ଐତିହ୍ୟ ଗାଁ ରଘୁରାଜପୁର। ବହୁ ଶିଳ୍ପୀଙ୍କ ପଟ୍ଟଚିତ୍ର ବର୍ଷା ପବନରେ ନଷ୍ଟ ହୋଇଯାଇଥିବାବେଳେ ଅନ୍ୟାନ୍ୟ ହସ୍ତକଳା ବି କ୍ଷତିଗ୍ରସ୍ତ ହୋଇଛି। ଅନେକ ଘର ଭାଙ୍ଗିଯିବା ସହ ବିଭିନ୍ନ ଗୋଟିପୁଅ ଅନୁଷ୍ଠାନ ପ୍ରଭାବିତ ହୋଇଛି। ଖଁ। ଖଁ। ଲାଗୁଛି ଏହି ଗାଁ। ଶୁକ୍ରବାର ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ରଘୁରାଜପୁର ଗ୍ରାମ ପରିଦର୍ଶନ କରିଛନ୍ତି। ବାତ୍ୟାରେ ହୋଇଥିବା କ୍ଷୟକ୍ଷତି ଅନୁଧ୍ୟାନ କରିବା ସହିତ ଗାଁ ଲୋକଙ୍କ ସହ କଥା ହୋଇଛନ୍ତି। କିପରି ରଘୁରାଜପୁର ପୂର୍ବାବସ୍ଥାକୁ ଫେରିବ ସେ ଦିଗରେ ସରକାର ପଦକ୍ଷେପ ନେବା ଲାଗି ମନ୍ତ୍ରୀ ଏବଂ ପ୍ରମୁଖ ଶାସନ ସଚିବଙ୍କୁ ଗ୍ରାମବାସୀ ଗୁହାରି କରିଛନ୍ତି। କ୍ଷୟକ୍ଷତି ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିବା ପାଇଁ ମନ୍ତ୍ରୀ ପରାମର୍ଶ ଦେବା ସହ ଆବଶ୍ୟକ ସହଯୋଗ କରାଯିବ ବୋଲି କହିଛନ୍ତି।
ମଧ୍ୟାହ୍ନରେ ମନ୍ତ୍ରୀ ପଣ୍ଡା ଏବଂ ପ୍ରମୁଖ ଶାସନ ସଚିବ ପାଣିଗ୍ରାହୀ ଗାଁ ରେ ପହଞ୍ଚତ୍ବା ପରେ ରଘୁରାଜପୁର ଗ୍ରାମବାସୀ ସେମାନଙ୍କୁ ସ୍ବାଗତ କରିଥିଲେ। ଏହାପରେ ଉଭୟେ ମୁକ୍ତାକାଶ ରଙ୍ଗମଞ୍ଚ ପରିସରରେ ଗାଁ ଲୋକଙ୍କ ସହ କଥା ହୋଇଥିଲେ। ଗାଁ ସଭାପତି ବିଶ୍ୱନାଥ ସ୍ବାଇଁ କହିଥିଲେ, ବାତ୍ୟାରେ ବହୁ ଘର ଭାଙ୍ଗିଯାଇଛି। ଅନେକ ଶିଳ୍ପୀଙ୍କ ପଟ୍ଟଚିତ୍ର ସମେତ ଅନ୍ୟାନ୍ୟ ହସ୍ତକଳା ସାମଗ୍ରୀ ନଷ୍ଟ ହୋଇଯାଇଛି। ଠିକ୍‌ ଭାବେ କ୍ଷୟକ୍ଷତିର ଆକଳନ କରି ଗାଁ କୁ ପୁନର୍ଗଠନ ଦିଗରେ ସହଯୋଗ କରିବାକୁ ସେ ନିବେଦନ କରିଥିଲେ । ଗାଁ ର ଅନେକ ଶିଳ୍ପୀ କଳାକାର ଭତ୍ତା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ମୋଟ ୪୯ ଜଣ ଶିଳ୍ପୀଙ୍କୁ କଳାକାର ଭତ୍ତା ଦିଆଯାଉଥିବାବେଳେ ଆହୁରି ଅନେକ ଶିଳ୍ପୀ ଏଥିରୁ ବାଦ୍‌ ପଡ଼ିଛନ୍ତି। ତେଣୁ ଏ ଦିଗରେ ସହୃଦୟତାର ସହ ବିଚାର କରିବା ଲାଗି ଗ୍ରାମବାସୀ ଅନୁରୋଧ କରିଥିଲେ। ମନ୍ତ୍ରୀ ଏବଂ ପ୍ରମୁଖ ଶାସନ ସଚିବ ପ୍ରାୟ ଅଧଘଣ୍ଟା ଧରି ଗାଁ ଲୋକଙ୍କୁ ବିଭିନ୍ନ ବିଷୟରେ ପଚାରି ବୁଝିଥିଲେ। ଏହାପରେ ମୁକ୍ତାକାଶ ରଙ୍ଗମଞ୍ଚ ଏବଂ କ୍ରାଫ୍ଟ ସେଣ୍ଟର ବୁଲି କ୍ଷୟକ୍ଷତି ଦେଖିଥିଲେ। ରଘୁରାଜପୁର ଗ୍ରାମରେ ଯାହାସବୁ କ୍ଷୟକ୍ଷତି ହୋଇଛି ସେ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିବା ଲାଗି ମନ୍ତ୍ରୀ ପଣ୍ଡା ଗ୍ରାମବାସୀଙ୍କୁ କହିଥିଲେ। ଗଁାର ପୁନରୁଦ୍ଧାର ନିମନ୍ତେ ତାଙ୍କ ଦ୍ୱାରା ଯାହା ସମ୍ଭବ ହୋଇପାରିବ ସେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ମନ୍ତ୍ରୀ ପଣ୍ଡା କହିଥିଲେ, ଐତିହ୍ୟ ଗଁା ଭାବେ ରଘୁରାଜପୁରର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ଏହି ଗାମର ଶିଳ୍ପକଳା ବେଶ୍‌ ପ୍ରସିଦ୍ଧ। ଏଠାକୁ ପ୍ରତ୍ୟହ ପର୍ଯ୍ୟଟକମାନେ ଆସିଥାନ୍ତି। ପୁରୀ ପର୍ଯ୍ୟଟନରେ ରଘୁରାଜପୁରର ସ୍ବତନ୍ତ୍ରତା ରହିଛି। ଯେତେ ପର୍ଯ୍ୟଟକ ଆସିବେ ପର୍ଯ୍ୟଟନ ଶିଳ୍ପ ସେତେ ସୁଦୃଢ ହୋଇପାରିବ ଏବଂ ଶିଳ୍ପୀମାନଙ୍କ ସମ୍ମାନ ମଧ୍ୟ ବୃଦ୍ଧି ପାଇବ। କଳାକାର ଭତ୍ତା ପାଇବାରୁ ବଞ୍ଚତ୍ତ ହୋଇଥିବାରୁ ରଘୁରାଜପୁର ଗଁାର ଶିଳ୍ପୀଙ୍କ କଥା ବିଚାରକୁ ନିଆଯିବ। ବାତ୍ୟାରେ ଶିଳ୍ପୀମାନଙ୍କ ଯାହା କ୍ଷୟକ୍ଷତି ହୋଇଛି ସେ ନେଇ ପର୍ଯ୍ୟଟନ ବିଭାଗ ସହଯୋଗ କରିବ। ସେହିପରି ପ୍ରମୁଖ ଶାସନ ସଚିବ ପାଣିଗ୍ରାହୀ କହିଥିଲେ, ରଘୁରାଜପୁର ହେଉଛି ପର୍ଯ୍ୟଟନ, ଐତିହ୍ୟ ଏବଂ ସଂସ୍କୃତିର ଗ୍ରାମ। ଏଠାକୁ ଦେଶ ବିଦେଶର ପର୍ଯ୍ୟଟକ ଆସିଥାନ୍ତି, ଯାହା ଆମ ପାଇଁ ଗୌରବର କଥା। ବାତ୍ୟାରେ ଏଠାରେ ଅନେକ କ୍ଷୟକ୍ଷତି ହୋଇଛି। ଏହାର ପୁନରୁଦ୍ଧାର ଦିଗରେ ସରକାର ନିଶ୍ଚିତ ବିଚାର କରିବେ ବୋଲି ସେ ପ୍ରକାଶ କରିଥିଲେ। ମନ୍ତ୍ରୀ ଏବଂ ପ୍ରମୁଖ ଶାସନ ସଚିବଙ୍କ ଏହି ପରିଦର୍ଶନ ସମୟରେ ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ବିଜୟ କୁମାର ଜେନା, ଜିଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?