ପର୍ଯ୍ୟଟନ ମନ୍ତ୍ରୀ, ସଂସ୍କୃତି ବିଭାଗ କମିଶନରଙ୍କ ରଘୁରାଜପୁର ଗାଁ ପରିଦର୍ଶନ: କ୍ଷୟକ୍ଷତି ଅନୁଧ୍ୟାନ କଲେ, ସମସ୍ୟା ବୁଝିଲେ

ପୁରୀ ଅଫିସ,୧୮ା୫: ବାତ୍ୟାରେ ଛାରଖାର ହୋଇଯାଇଛି ଐତିହ୍ୟ ଗାଁ ରଘୁରାଜପୁର। ବହୁ ଶିଳ୍ପୀଙ୍କ ପଟ୍ଟଚିତ୍ର ବର୍ଷା ପବନରେ ନଷ୍ଟ ହୋଇଯାଇଥିବାବେଳେ ଅନ୍ୟାନ୍ୟ ହସ୍ତକଳା ବି କ୍ଷତିଗ୍ରସ୍ତ ହୋଇଛି। ଅନେକ ଘର ଭାଙ୍ଗିଯିବା ସହ ବିଭିନ୍ନ ଗୋଟିପୁଅ ଅନୁଷ୍ଠାନ ପ୍ରଭାବିତ ହୋଇଛି। ଖଁ। ଖଁ। ଲାଗୁଛି ଏହି ଗାଁ। ଶୁକ୍ରବାର ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ରଘୁରାଜପୁର ଗ୍ରାମ ପରିଦର୍ଶନ କରିଛନ୍ତି। ବାତ୍ୟାରେ ହୋଇଥିବା କ୍ଷୟକ୍ଷତି ଅନୁଧ୍ୟାନ କରିବା ସହିତ ଗାଁ ଲୋକଙ୍କ ସହ କଥା ହୋଇଛନ୍ତି। କିପରି ରଘୁରାଜପୁର ପୂର୍ବାବସ୍ଥାକୁ ଫେରିବ ସେ ଦିଗରେ ସରକାର ପଦକ୍ଷେପ ନେବା ଲାଗି ମନ୍ତ୍ରୀ ଏବଂ ପ୍ରମୁଖ ଶାସନ ସଚିବଙ୍କୁ ଗ୍ରାମବାସୀ ଗୁହାରି କରିଛନ୍ତି। କ୍ଷୟକ୍ଷତି ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିବା ପାଇଁ ମନ୍ତ୍ରୀ ପରାମର୍ଶ ଦେବା ସହ ଆବଶ୍ୟକ ସହଯୋଗ କରାଯିବ ବୋଲି କହିଛନ୍ତି।
ମଧ୍ୟାହ୍ନରେ ମନ୍ତ୍ରୀ ପଣ୍ଡା ଏବଂ ପ୍ରମୁଖ ଶାସନ ସଚିବ ପାଣିଗ୍ରାହୀ ଗାଁ ରେ ପହଞ୍ଚତ୍ବା ପରେ ରଘୁରାଜପୁର ଗ୍ରାମବାସୀ ସେମାନଙ୍କୁ ସ୍ବାଗତ କରିଥିଲେ। ଏହାପରେ ଉଭୟେ ମୁକ୍ତାକାଶ ରଙ୍ଗମଞ୍ଚ ପରିସରରେ ଗାଁ ଲୋକଙ୍କ ସହ କଥା ହୋଇଥିଲେ। ଗାଁ ସଭାପତି ବିଶ୍ୱନାଥ ସ୍ବାଇଁ କହିଥିଲେ, ବାତ୍ୟାରେ ବହୁ ଘର ଭାଙ୍ଗିଯାଇଛି। ଅନେକ ଶିଳ୍ପୀଙ୍କ ପଟ୍ଟଚିତ୍ର ସମେତ ଅନ୍ୟାନ୍ୟ ହସ୍ତକଳା ସାମଗ୍ରୀ ନଷ୍ଟ ହୋଇଯାଇଛି। ଠିକ୍‌ ଭାବେ କ୍ଷୟକ୍ଷତିର ଆକଳନ କରି ଗାଁ କୁ ପୁନର୍ଗଠନ ଦିଗରେ ସହଯୋଗ କରିବାକୁ ସେ ନିବେଦନ କରିଥିଲେ । ଗାଁ ର ଅନେକ ଶିଳ୍ପୀ କଳାକାର ଭତ୍ତା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ମୋଟ ୪୯ ଜଣ ଶିଳ୍ପୀଙ୍କୁ କଳାକାର ଭତ୍ତା ଦିଆଯାଉଥିବାବେଳେ ଆହୁରି ଅନେକ ଶିଳ୍ପୀ ଏଥିରୁ ବାଦ୍‌ ପଡ଼ିଛନ୍ତି। ତେଣୁ ଏ ଦିଗରେ ସହୃଦୟତାର ସହ ବିଚାର କରିବା ଲାଗି ଗ୍ରାମବାସୀ ଅନୁରୋଧ କରିଥିଲେ। ମନ୍ତ୍ରୀ ଏବଂ ପ୍ରମୁଖ ଶାସନ ସଚିବ ପ୍ରାୟ ଅଧଘଣ୍ଟା ଧରି ଗାଁ ଲୋକଙ୍କୁ ବିଭିନ୍ନ ବିଷୟରେ ପଚାରି ବୁଝିଥିଲେ। ଏହାପରେ ମୁକ୍ତାକାଶ ରଙ୍ଗମଞ୍ଚ ଏବଂ କ୍ରାଫ୍ଟ ସେଣ୍ଟର ବୁଲି କ୍ଷୟକ୍ଷତି ଦେଖିଥିଲେ। ରଘୁରାଜପୁର ଗ୍ରାମରେ ଯାହାସବୁ କ୍ଷୟକ୍ଷତି ହୋଇଛି ସେ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିବା ଲାଗି ମନ୍ତ୍ରୀ ପଣ୍ଡା ଗ୍ରାମବାସୀଙ୍କୁ କହିଥିଲେ। ଗଁାର ପୁନରୁଦ୍ଧାର ନିମନ୍ତେ ତାଙ୍କ ଦ୍ୱାରା ଯାହା ସମ୍ଭବ ହୋଇପାରିବ ସେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ମନ୍ତ୍ରୀ ପଣ୍ଡା କହିଥିଲେ, ଐତିହ୍ୟ ଗଁା ଭାବେ ରଘୁରାଜପୁରର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ଏହି ଗାମର ଶିଳ୍ପକଳା ବେଶ୍‌ ପ୍ରସିଦ୍ଧ। ଏଠାକୁ ପ୍ରତ୍ୟହ ପର୍ଯ୍ୟଟକମାନେ ଆସିଥାନ୍ତି। ପୁରୀ ପର୍ଯ୍ୟଟନରେ ରଘୁରାଜପୁରର ସ୍ବତନ୍ତ୍ରତା ରହିଛି। ଯେତେ ପର୍ଯ୍ୟଟକ ଆସିବେ ପର୍ଯ୍ୟଟନ ଶିଳ୍ପ ସେତେ ସୁଦୃଢ ହୋଇପାରିବ ଏବଂ ଶିଳ୍ପୀମାନଙ୍କ ସମ୍ମାନ ମଧ୍ୟ ବୃଦ୍ଧି ପାଇବ। କଳାକାର ଭତ୍ତା ପାଇବାରୁ ବଞ୍ଚତ୍ତ ହୋଇଥିବାରୁ ରଘୁରାଜପୁର ଗଁାର ଶିଳ୍ପୀଙ୍କ କଥା ବିଚାରକୁ ନିଆଯିବ। ବାତ୍ୟାରେ ଶିଳ୍ପୀମାନଙ୍କ ଯାହା କ୍ଷୟକ୍ଷତି ହୋଇଛି ସେ ନେଇ ପର୍ଯ୍ୟଟନ ବିଭାଗ ସହଯୋଗ କରିବ। ସେହିପରି ପ୍ରମୁଖ ଶାସନ ସଚିବ ପାଣିଗ୍ରାହୀ କହିଥିଲେ, ରଘୁରାଜପୁର ହେଉଛି ପର୍ଯ୍ୟଟନ, ଐତିହ୍ୟ ଏବଂ ସଂସ୍କୃତିର ଗ୍ରାମ। ଏଠାକୁ ଦେଶ ବିଦେଶର ପର୍ଯ୍ୟଟକ ଆସିଥାନ୍ତି, ଯାହା ଆମ ପାଇଁ ଗୌରବର କଥା। ବାତ୍ୟାରେ ଏଠାରେ ଅନେକ କ୍ଷୟକ୍ଷତି ହୋଇଛି। ଏହାର ପୁନରୁଦ୍ଧାର ଦିଗରେ ସରକାର ନିଶ୍ଚିତ ବିଚାର କରିବେ ବୋଲି ସେ ପ୍ରକାଶ କରିଥିଲେ। ମନ୍ତ୍ରୀ ଏବଂ ପ୍ରମୁଖ ଶାସନ ସଚିବଙ୍କ ଏହି ପରିଦର୍ଶନ ସମୟରେ ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ବିଜୟ କୁମାର ଜେନା, ଜିଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନରେ ୩ ରାଶି ହେବେ ଭାଗ୍ୟଶାଳୀ; କ୍ୟାରିୟରରେ ବଡ଼ ଅଫର୍‌, ଘରକୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷରେ ବୁଧ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗ୍ରହ, ଯିଏକି ପ୍ରତ୍ୟକ୍ଷ ଭାବରେ ଜୀବନକୁ ଗଭୀର ଭାବେ ପ୍ରଭାବିତ କରନ୍ତି। ଜ୍ୟୋତିଷଙ୍କ ଅନୁଯାୟୀ, ବୁଧ ଗ୍ରହ ମାନସିକ…

କମ୍‌ ବୟସରେ ଧନୀ ହୁଅନ୍ତି ଏହି ୩ ରାଶିର ଲୋକ: ମା’ ଲକ୍ଷ୍ମୀଙ୍କ ରହିଥାଏ ବିଶେଷ କୃପା, କେବେ ରହେନି ଅଭାବ!

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶି ଓ ୨୭ଟି ନକ୍ଷତ୍ରର ବର୍ଣ୍ଣନା ରହିଛି। ପ୍ରତ୍ୟେକ ରାଶି ଉପରେ କୌଣସି ନା କୌଣସି ଗ୍ରହଙ୍କ ଆଧିପତ୍ୟ ରହିଥାଏ। ତେଣୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri