ଟ୍ରଲି ବ୍ୟାଗ୍‌ରେ ଗଞ୍ଜେଇ ଚାଲାଣ

ଭୁବନେଶ୍ୱର,୧୮ା୫(ବ୍ୟୁରୋ): ରାତାରାତି ବିପୁଳ ଟଙ୍କା ରୋଜଗାର କରିବା ନିଶା ଏବେ ଗଞ୍ଜେଇ ମାଫିଆଙ୍କୁ ଘାରିଛି। ଅତି ଚତୁରତାର ସହ ନୂଆ ତରିକାରେ ଚାଲୁଛି ଗଞ୍ଜେଇ ଚାଲାଣ। ପୋଲିସ ଓ ଅବକାରୀ ବିଭାଗ କବଳରୁ ଖସିବାକୁ ମଧ୍ୟ ବଦଳାଉଛନ୍ତି କାରବାରର ଧାରା। ଏହି କାରବାରରେ ଏବେ ମହିଳାଙ୍କୁ ନିୟୋଜିତ କରାଯାଉଥିବା ଦେଖିବାକୁ ମିଳୁଛି। ସେହିଭଳି ଚାଲାଣରେ ନୂଆ ନୂଆ ପନ୍ଥା ଆପଣାଉଛନ୍ତି ଗଞ୍ଜେଇ ମାଫିଆ। ଖଣ୍ଡଗିରି ପୋଲିସ ଜଣେ ମହିଳାଙ୍କୁ ଗିରଫ କରିବା ପରେ ଗଞ୍ଜେଇ ଚାଲାଣର ଆଉ ଏକ ଅଭିନବ କୌଶଳ ପଦାକୁ ଆସିଛି। ଟ୍ରଲି ବ୍ୟାଗ୍‌ରେ ଗଞ୍ଜେଇ ଚାଲାଣ କରୁଥିଲେ ମହିଳା। ତାଙ୍କଠାରୁ ୧୫ଲକ୍ଷ ଟଙ୍କାର ୪୮ କେଜି ଗଞ୍ଜେଇ ଜବତ କରିଛି ପୋଲିସ। ଶୁକ୍ରବାର ପୋଲିସ ଏକ ମାମଲା ରୁଜୁ କରି ସମ୍ପୃକ୍ତ ମହିଳାଙ୍କୁ କୋର୍ଟ ଚାଲାଣ କରିଛି। ସେ ହେଲେ ବ୍ରହ୍ମପୁର ଧର୍ମନଗର ଅଞ୍ଚଳର ନିମିତା ବେହେରା (୪୦)। ଭୁବନେଶ୍ୱରର ଖୁଚୁରା ବେପାରୀଙ୍କୁ ସେ ଗଞ୍ଜେଇ ଦେବାକୁ ଆସିଥିବା ପୋଲିସ ଅନୁମାନ କରୁଛି।
ପଚରାଉଚରାବେଳେ ପୋଲିସକୁ ବହୁ ତଥ୍ୟ ମିଳିଛି। ନିମିତା ଜଣେ ପେସାଦାର ଗଞ୍ଜେଇ ବେପାରୀ। ସେ ଦୀର୍ଘଦିନ ହେବ ଗଞ୍ଜାମ ଜିଲାରେ ଗଞ୍ଜେଇ ବେପାର କରି ଆସୁଛନ୍ତି। ଏପରିକି ସେ ପୂର୍ବରୁ ମଧ୍ୟ ସେଠାରେ ଧରାପଡିଛନ୍ତି। ତେଣୁ ଗଞ୍ଜାମ ପୋଲିସ ନଜରରୁ ବର୍ତ୍ତିବା ପାଇଁ ଜିଲା ବାହାରକୁ ଗଞ୍ଜେଇ ଚାଲାଣ କରନ୍ତି। ଭୁବନେଶ୍ୱରରେ ତାଙ୍କର ବହୁ ଖୁଚୁରା ବେପାରୀ ରହିଛନ୍ତି। ୪ଟି ଟ୍ରଲି ବ୍ୟାଗ୍‌ରେ ୪୮ କେଜି ଗଞ୍ଜେଇ ଭର୍ତ୍ତି କରି ବସ୍‌ରେ ଶୁକ୍ରବାର ସକାଳେ ଭୁବନେଶ୍ୱରରେ ପହଞ୍ଚତ୍ଥିଲେ। ଜଣେ ମହିଳା ଏତେ ଟ୍ରଲି ବ୍ୟାଗ୍‌ ନେଉଥିବା ଦେଖି ବରମୁଣ୍ଡା ବସ୍‌ ଷ୍ଟାଣ୍ଡରେ ଥିବା ପୋଲିସ ସୂଚନାଦାତାଙ୍କ ସନ୍ଦେହ ହୋଇଥିଲା। ସେମାନେ ଖଣ୍ଡଗିରି ପୋଲିସକୁ ଜଣାଇଥିଲେ। ସକାଳ ପ୍ରାୟ ୮ଟାରେ ଖଣ୍ଡଗିରି ପୋଲିସ ବସ୍‌ଷ୍ଟାଣ୍ଡକୁ ଯାଇ ନିମିତାଙ୍କୁ ଅଟକାଇ ପଚରାଉଚରା କରିବା ସହ ଯାଞ୍ଚ ପରେ ଘଟଣାର ପର୍ଦ୍ଦାଫାଶ ହୋଇଥିଲା। ହେଲେ ସେ ଗଞ୍ଜେଇ କେଉଁଠିକୁ ନେଉଥିଲେ ଓ କେଉଁମାନଙ୍କ ସହ ଏହି କାରବାର କରିଛନ୍ତି, ତାହା ଜାଣିବାକୁ ଚାହିଁଥିଲେ ମଧ୍ୟ ସେ କିଛି ବି ଉତ୍ତର ଦେଇ ନ ଥିଲେ। ଏପରିକି ଏହି ର଼୍ୟାକେଟର ମାଷ୍ଟର ମାଇଣ୍ଡ୍‌ ସମ୍ପର୍କରେ ନିମିତା କିଛିବି ପାଟି ଖୋଲି ନାହାନ୍ତି। ସେ ଏକୁଟିଆ ହିଁ ଗଞ୍ଜେଇ ବେପାର କରୁଥିବା କହିଥିଲେ ମଧ୍ୟ ପୋଲିସ ଏହାକୁ ସହଜରେ ଗ୍ରହଣ କରିପାରୁନି। ପୋଲିସ ଜାଣିବାକୁ ପାଇଛି ଯେ, ମହିଳା ଜଣକ ଏହି ର଼୍ୟାକେଟର ମାଷ୍ଟରମାଇଣ୍ଡ୍‌ ଦ୍ୱାରା ପରିଚାଳିତ। ଗଞ୍ଜେଇକୁ ଠିକଣା ସ୍ଥାନରେ ପହଞ୍ଚାଇବା ହେଉଛି ମୁଖ୍ୟ କାର୍ଯ୍ୟ। ଗଞ୍ଜେଇ ପରିମାଣ ଅନୁସାରେ ସେ ପାଉଣା ପାଇଥାନ୍ତି। ୧୦ କେଜି ଗଞ୍ଜେଇ ଚାଲାଣ କଲେ ୭୦ ହଜାର ଟଙ୍କା କମିଶନ ପାଇଥାନ୍ତି। ଏହି ର଼୍ୟାକେଟରେ ଆହୁରି ଅନେକ ମହିଳା ସଂପୃକ୍ତଥିବା ପୋଲିସ ଜାଣିବାକୁ ପାଇଛି। ମାଷ୍ଟରମାଇଣ୍ଡ୍‌ ସହ ଅନ୍ୟମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri