ପାକିସ୍ତାନରେ ୫୦୦ ଏଚ୍ଆଇଭି ସଂକ୍ରମିତ
ରାତୋଦରୋ,୧୮।୫: ଦକ୍ଷିଣ ପାକିସ୍ତାନର ଅବହେଳିତ ଜିଲା ଲାର୍କାନାର ବିଭିନ୍ନ ଗଁାରେ ପାଖାପାଖି ୫ଶହ ଜଣ ଏଚ୍ଆଇଭିର ଶିକାର ହୋଇଛନ୍ତି। ତନ୍ମଧ୍ୟରେ ୪ଶହ ପିଲା ସଂକ୍ରମିତ। ଜନୈକ ଡାକ୍ତରଙ୍କ ଅବହେଳା ଯୋଗୁ ଏଭଳି ପରିସ୍ଥିତି ଉପୁଜିଥିବା କୁହାଯାଉଛି। ତେବେ ଡାକ୍ତର ଜଣକ ଏକ…
ଫନୀ କ୍ଷତିଗ୍ରସ୍ତଙ୍କ ପାଇଁ ୯ଦଫା ଦାବି: ସିପିଆଇଏମ୍ ପକ୍ଷରୁ ଧାରଣା
ନିରାକାରପୁର,୧୮ା୫(ଡି.ଏନ.ଏ.)-ଖୋର୍ଦ୍ଧା ଜିଲା ନିରାକାରପୁର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଫନୀ କ୍ଷତିଗ୍ରସ୍ତଙ୍କ ୯ ଦଫା ଦାବି ପୂରଣ ନେଇ ଶୁକ୍ରବାର ସିପିଆଇଏମ୍ ତରଫରୁ ଧାରଣା ଦିଆଯାଇଥିଲା। ଫନୀ ଯୋଗୁ ଲୋକଙ୍କ ଘରଦ୍ୱାର, ସ୍କୁଲ୍, ରାସ୍ତାଘାଟ ଓ ଫସଲର ଅନେକ କ୍ଷୟକ୍ଷତି ଘଟିଥିବା…
ଫନୀ ପ୍ରଭାବ: କ୍ଷେତ୍ରବାସୀ ଡିଏଭି କଲେଜ ଧ୍ୱସ୍ତବିଧ୍ୱସ୍ତ; ୧୪ ଦିନ ପରେ ମଧ୍ୟ ପରିସ୍ଥିତିରେ ଆସିନି ସୁଧାର
ନିରାକାରପୁର,୧୮ା୫(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତସ୍ଥ ପୁରାତନ କ୍ଷେତ୍ରବାସୀ ବିଜ୍ଞାନ ଡିଏଭି ମହାବିଦ୍ୟାଳୟ ଫନୀ ପ୍ରଭାବରେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି ା ଏହି ଅଞ୍ଚଳରେ ଶିକ୍ଷାର ଅନ୍ତୁଡ଼ିଶାଳ ପରିଚିତ ମହାବିଦ୍ୟାଳୟଟିର ସମସ୍ତ ଆଜବେଷ୍ଟସ୍ ବାତ୍ୟାରେ ଉଡ଼ିଯିବା ସହ ଶ୍ରେଣୀଗୃହଗୁଡ଼ିକ ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି।…
ପ୍ରଜା ଦଖଲରେ ରାଜାରାଜୁଡ଼ା ଅମଳର ବନ୍ଧ: ପାଣି ପାଇଁ ଲୋକେ ଡହଳବିକଳ
ଖଣ୍ଡପଡ଼ା,୧୮ା୫(ସ୍ବ.ପ୍ର.): ଖଣ୍ଡପଡ଼ା ବ୍ଲକ ଅଞ୍ଚଳରେ ରାଜାରାଜୁଡା ଅମଳରୁ ନିର୍ମାଣ ହୋଇଥିବା ବନ୍ଧ (ପୋଖରୀ) ପ୍ରଜା ଦଖଲରେ ଥିବାରୁ ସେସବୁର ଉନ୍ନତୀକରଣ ହୋଇପାରୁ ନାହିଁ। ଫଳସ୍ବରୂପ ଉକ୍ତ ଜଳାଶୟଗୁଡିକ ଶୁଷ୍କ ହେବାକୁ ବସିଲାଣି। ଏଥିଯୋଗୁ ଗ୍ରାମାଞ୍ଚଳ ଲୋକେ ପାଣି ପାଇଁ ଡହଳବିକଳ ହେଉଥିବା…
୨୩ରେ କାନ୍ସରେ ପ୍ରଦର୍ଶନ ହେବ ଓଡ଼ିଆ ଫିଲ୍ମ ‘ସ୍ବାହା’
ଭୁବନେଶ୍ୱର,୧୮।୫(ବ୍ୟୁରୋ): କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶନ ହେବ ଓଡ଼ିଆ ଫିଲ୍ମ। ଫେଷ୍ଟିଭାଲ ଦି କାନ୍ସ ୨୦୧୯ର ଶର୍ଟ ଫିଲ୍ମ କର୍ନରରେ ଆସନ୍ତା ୨୩ତାରିଖରେ ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର ‘ସ୍ବାହା’ ପ୍ରଦର୍ଶନ ହେବାକୁ ମନୋନୀତ ହୋଇଛି। ଟେମ୍ପୁଲ୍ ସିଟି ଏଣ୍ଟରଟେନ୍ମେଣ୍ଟ ଏବଂ ପି.ଏସ୍.…
ଆଜି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା
ଭୁବନେଶ୍ୱର,୧୮।୫(ବ୍ୟୁରୋ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ରାଜ୍ୟର ୨୦ ସହରରେ ଶନିବାର ଅନୁଷ୍ଠିତ ହେବ। ୫୩ କେନ୍ଦ୍ରରେ ଦୁଇଟି ସିଟିଂରେ ଅଫ୍ଲାଇନ୍ ପରୀକ୍ଷା ହେବ। ଏଥିଲାଗି ୨୯ହଜାର ୯ଶହ ଛାତ୍ରୀଛାତ୍ର ପଞ୍ଜୀକରଣ କରିଛନ୍ତି। ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଯାଏ ବି.ଫାର୍ମ…
ସ୍ବାସ୍ଥ୍ୟ ବିଭାଗର ସୂଚନା: ପୁରୀ ଜିଲାରେ ହଇଜା ହୋଇନି
ଭୁବନେଶ୍ୱର,୧୮।୫(ବ୍ୟୁରୋ): ବାତ୍ୟା କ୍ଷତିଗ୍ରସ୍ତ ପୁରୀ ଜିଲାର କୌଣସି ଅଞ୍ଚଳରେ ହଇଜା ଦେଖାଦେଇ ନାହିଁ। ଯେଉଁ କେତେଜଣ ଝାଡ଼ାବାନ୍ତି ରୋଗୀ ଚିକିତ୍ସାଳୟ ଆସୁଛନ୍ତି, ସେମାନଙ୍କ ମଧ୍ୟରୁ ସଂଖ୍ୟାଧିକ ବାସିଖାଦ୍ୟ ଓ ଭୋଜି ଖାଇ ଏଭଳି ଅସୁସ୍ଥ ହୋଇପଡ଼ୁଛନ୍ତି। କିନ୍ତୁ ଗୋଟିଏ ହେଲେ ନମୁନା…
ଚାଷୀଙ୍କ ପାଇଁ ସମର୍ପିତ ବସନ୍ତ ସାହୁ : ବିନା ପାରିଶ୍ରମିକରେ କରୁଛନ୍ତି ସେବା
ବନ୍ତଳା,୧୮ା୫(ଦୀନେଶ ଦେହୁରୀ)- ଇଚ୍ଛା ଥିଲା ସେନାବାହିନୀରେ ଚାକିରି କରିବେ। ଦେଶର ସୀମାକୁ ସୁରକ୍ଷିତ କରିବେ। ସେଥିପାଇଁ ଭଲ ପାଠ ପଢ଼ୁଥିଲେ। ହେଲେ ଭାଗ୍ୟ ତାଙ୍କୁ ଟାଣିଆଣିଲା କୃଷି କ୍ଷେତ୍ରକୁ। ଉଚ୍ଚଶିକ୍ଷିତ ହୋଇଥିବାରୁ ଦେଶର ସୁରକ୍ଷା ଓ ସେବାର ପ୍ରକୃତ ଅର୍ଥ ଶୀଘ୍ର…
ଆଜି ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ: ଧ୍ୱସ୍ତବିଧ୍ୱସ୍ତ ସଂଗ୍ରହାଳୟ ସୌନ୍ଦର୍ଯ୍ୟ
ଭୁବନେଶ୍ୱର,୧୮।୫(ସସ୍ମିତା ପାଇକରାୟ): କିଛି ଘଣ୍ଟାର ତାଣ୍ଡବ ମଧ୍ୟରେ ସବୁକିଛି ଉଜାଡ଼ିଦେଇ ଚାଲିଗଲା ଫନୀ। ଏହାର ପ୍ରକୋପରୁ ବାଦ୍ ପଡ଼ିଲାନି ଇତିହାସକୁ ସାଇତି ରଖୁଥିବା ସଂଗ୍ରହାଳୟ। ପୁରାତନ ସଭ୍ୟତାର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ନୂତନ ସଭ୍ୟତା ପାଖରେ ପହଞ୍ଚାଇବାରେ ପ୍ରମୁଖ…
ବିଏମ୍ସି ମୁଖ୍ୟାଳୟରେ ସମୀକ୍ଷା ବୈଠକ: ସୋମବାର ସୁଦ୍ଧା ଜଳିବ ସବୁ ଷ୍ଟ୍ରିଟଲାଇଟ୍
ଭୁବନେଶ୍ୱର,୧୮।୫(ବ୍ୟୁରୋ): ବାତ୍ୟା ‘ଫନୀ’ର ପ୍ରଳୟରେ ଭୁବନେଶ୍ୱରରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଯାବତ୍ ସମସ୍ତ ଅଞ୍ଚଳରେ ବିଦ୍ୟୁତ୍ ସେବା ସ୍ବାଭାବିକ ହୋଇପାରି ନ ଥିବା ବେଳେ ମୁଖ୍ୟ ରାସ୍ତାଗୁଡ଼ିକୁ ଛାଡ଼ିଦେଲେ ଅନ୍ୟ ରାସ୍ତାରେ ଲଗାଯାଇଥିବା ଷ୍ଟ୍ରିଟଲାଇଟ୍ଗୁଡ଼ିକ ଜଳୁନାହିଁ। ଏ ନେଇ ଶୁକ୍ରବାର ଭୁବନେଶ୍ୱର…
କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମଙ୍ଗଳବାର ଭଞ୍ଜନଗର ବନ୍ଦ ଡାକରା
ଭଞ୍ଜନଗର,୧୮।୫(ଡି.ଏନ.ଏ)-ଭଞ୍ଜନଗର ଓଏସ୍ଆରଟିସି ଜୋନରୁ ସମସ୍ତ ବସ୍ ଅନ୍ୟ ଜୋନକୁ ସ୍ଥାନାନ୍ତର ପାଇଁ ପ୍ରଶାସନ କଡା ଆଭିମୁଖ୍ୟ ଆପଣାଇଛି। ବସ୍ ସ୍ଥାନାନ୍ତର ସମୟରେ ବିବାଦ ଉପୁଜିବା ଆଶଙ୍କାରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଶୁକ୍ରବାର ଭଞ୍ଜନଗର ପୋଲିସର ସହାୟତା ନେଇଛନ୍ତି। ଅପରପକ୍ଷେ ବସ୍ ନଛାଡିବା…
ସିପିଏସ୍ ମହୁଡ଼ା ଦୁର୍ନୀତିର ତଦନ୍ତ ଦାବି
ବ୍ରହ୍ମପୁର ଅଫିସ୍,୧୮ା୫-କଲେଜ ଅଫ୍ ଫାର୍ମାସିୟୁଟିକାଲ୍ ସାଇନ୍ସ(ସିପିଏସ୍) ମହୁଡ଼ାରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ଶୁକ୍ରବାର ବିଭିନ୍ନ ସଂଗଠନ ତରଫରୁ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର୍ଙ୍କ ନିକଟରେ ଅଭିଯୋଗ କରାଯାଇଛି । ଦୁର୍ନୀତିର ତଦନ୍ତ କରିବା ପାଇଁ ମାନବ ଅଧିକାର ସୁରକ୍ଷା ମଞ୍ଚ, ଗଞ୍ଜାମ…

