ଶ୍ରୀମନ୍ଦିରରେ ନୃସିଂହ ଜନ୍ମ ନୀତି

ପୁରୀ ଅଫିସ,୧୮ା୫: ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଅବତାରୀ। ତାଙ୍କଠାରୁ ସବୁ ଅବତାର ଆବିର୍ଭୂତ ହୋଇ ଯୁଗେ ଯୁଗେ ବିବିଧ ଲୀଳାମାନ ବିସ୍ତାର କରି ପୁନଶ୍ଚ ତାଙ୍କରିଠାରେ ଲୀନ ହୋଇଥାନ୍ତି ବୋଲି ସ୍କନ୍ଦ ପୁରାଣରେ ଉଲ୍ଲେଖ ରହିଛି। ସେହି ସ୍ମୃତିରେ ପ୍ରତିବର୍ଷ ଶୁକ୍ଳ ଚତୁର୍ଦ୍ଦଶୀରେ ବଡ଼ଦେଉଳରେ ଶ୍ରୀନୃସିଂହଙ୍କ ଜନ୍ମ ପାଳିତ ହେଉଛି। ଶୁକ୍ରବାର ବୈଶାଖ ମାସ ଶୁକ୍ଳ ଚତୁର୍ଦ୍ଦଶୀ ତଥା ନୃସିଂହ ଚତୁର୍ଦ୍ଦଶୀରେ ଶ୍ରୀମନ୍ଦିରରେ ନୃସିଂହ ଜନ୍ମ ନୀତି ସମ୍ପନ୍ନ ହୋଇଛି। ଯାତ ଭୋଗ ସରିବା ପରେ ଠାକୁର ଚନ୍ଦନକୁ ଯାଇଥିଲେ। ଏହାପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ବଢିଥିଲା। ଚନ୍ଦନରୁ ଠାକୁର ଫେରିବା ପରେ ହୋମ ପାଳିଆପଣ୍ଡା ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ଘଣ୍ଟ, ଛତା, କାହାଳୀ ସହ ସିଂହଦ୍ୱାର ଓ ଦୋଳମଣ୍ଡପ ସାହି ଦେଇ ଚକ୍ରନାରାୟରଣ ମନ୍ଦିରକୁ ଯାଇଥିଲେ। ସେଠାରେ ମହାପ୍ରଭୁଙ୍କ ଆଜ୍ଞାମାଳ ଚକ୍ରନାରାୟଣଙ୍କୁ ଲାଗିକରି ଫେରିଥିଲେ। ମହାପ୍ରଭୁଙ୍କ ମଇଲମ ହୋଇ ଆଳତି ବଢିଥିଲା। ପରେ ତିନିବାଡ଼ରେ ଠାକୁରଙ୍କ ପଞ୍ଚାମୃତ ମହାସ୍ନାନ ହୋଇଥିଲା। ସର୍ବାଙ୍ଗ ବଢିବା ପରେ ଠାକୁର ନୂଆ ଲୁଗା ଲାଗିହୋଇ ୬ମୂର୍ତ୍ତି ଅଳଙ୍କାର ଲାଗିହୋଇଥିଲେ। ପାଣି ପଡ଼ି ସନ୍ଧ୍ୟା ଧୂପ ନୀତି ବଢିବା ପରେ ମହାଜନ ସେବକ ମୁକ୍ତିମଣ୍ଡପ ଉପରକୁ ନୃସିଂହଙ୍କୁ ଖଟୁଲିରେ ବିଜେ କରାଇଥିଲେ। ନୃସିଂହ ମନ୍ଦିର ଭିତରେ ପତି ମହାପାତ୍ର ଏବଂ ମଣ୍ଡପ ଉପରେ ବିଜେ ନୃସିଂହଙ୍କ ପାଖରେ ପଣ୍ଡା ମହାସ୍ନାନ ପୂଜା କରିଥିଲେ। ଏହାପରେ ଉଭୟଙ୍କ ପାଖରେ ଶୀତଳ ଭୋଗ ପଞ୍ଚ ଉପଚାରରେ ପୂଜା ବଢି ବନ୍ଦାପନା ହୋଇଥିଲା। ମହାଜନେ ନୃସିଂହଙ୍କୁ ହାତରେ ବିଜେ କରାଇ ଆଣି ଝୁଲଣ ମଣ୍ଡପ ତଳେ ଥିବା ବିମାନରେ ବିଜେ କରାଇଥିଲେ। ବିମାନବଡ଼ୁମାନେ ନୃସିଂହଙ୍କୁ ଶ୍ରୀଜଗନ୍ନାଥ ବଲ୍ଲଭକୁ ବିଜେ କରାଇଥିଲେ। ସେଠାରେ ଭୋଗ ବନ୍ଦାପନା ସରିବା ପରେ ଠାକୁର ବାହୁଡ଼ା ବିଜେ କରିଥିଲେ। ନୃସିଂହ ବିଜେ କରିବା ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆଲଟ ଲାଗିହୋଇ ଅନ୍ୟାନ୍ୟ ନୀତି ବଢିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଧ୍ରପ୍ରଦେଶରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ମୃତ୍ୟୁ ସଂଖ୍ୟା ୪, ହାଇ ଆଲର୍ଟରେ…

ଅମରାବତୀ,୧୭।୭: ଆନ୍ଧ୍ରରେ ମାଡୁଛି କରୋନା ଭାଇରସ୍ । ରାଜ୍ୟ ସ୍ୱାସ୍ଥ୍ୟ କମିଶନର ଜି. ବୀରାପାଣ୍ଡିଆନ୍ କହିଛନ୍ତି ଯେ ଜୁନ୍ ୨୬ ରୁ ଜୁଲାଇ ୧୬ ମଧ୍ୟରେ ରାଜ୍ୟରେ…

ବଙ୍ଗୋପସାଗରରେ ବୁଡ଼ିଗଲା ଦୁଇ ଡଙ୍ଗା; ୫୦୦ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ମୃତ୍ୟୁ ଆଶଙ୍କା

ନୂଆଦିଲ୍ଲୀ,୧୭।୭: ମ୍ୟାନମାରରୁ ଯାଇଥିବା ୫୦୦ ରୁ ଅଧିକ ଲୋକ ସମୁଦ୍ରରେ ନିଖୋଜ ହେବାର ଆଶଙ୍କା କରାଯାଉଛି। ଖରାପ ପାଗ ଯୋଗୁ ମ୍ୟାନମାର ଉପକୂଳ ନିକଟରେ ଦୁଇଟି ଡଙ୍ଗା…

‘ମହାପ୍ରଭୁ ଜଗନ୍ନାଥ’ ଆନିମେସନ ଫିଲ୍ମ ରିଲିଜ ରୋକ ଲଗାଇଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର,୧୭।୭: ‘ମହାପ୍ରଭୁ ଜଗନ୍ନାଥ’ ଆନିମେସନ ଫିଲ୍ମ ରିଲିଜ ଉପରେ ଅଙ୍କୁଶ ଲାଗିଛି। ହାଇକୋର୍ଟଙ୍କ ଅନ୍ତରୀଣ ରାୟକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ରଥଯାତ୍ରା ନ ସରିବା ଯାଏ ଫିଲ୍ମ…

ବାର୍‌ହା ଆତଙ୍କ: ଘରେ ପଶି ଗୋଡ଼ାଇ ଗୋଡ଼ାଇ କଲା ଆକ୍ରମଣ, ୫ ଲହୁଲୁହାଣ

ମହାକାଳପଡ଼ା,୧୭ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବରକନ୍ଧା ପଞ୍ଚାୟତର ସାଠିଏବାଟି ଗ୍ରାମରେ ଶୁକ୍ରବାର ସକାଳୁ ଜଙ୍ଗଲୀ ବାର୍‌ହା ଆତଙ୍କ ସୃଷ୍ଟି କରିଛି। ବାର୍‌ହା ଆକ୍ରମଣରେ…

ପରସ୍ପର କଥା ହେଉନାହାନ୍ତି କି କୋହଲି-ଗମ୍ଭୀର: କୋଚ କଲେ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୧୭।୭: ବିରାଟ କୋହଲି ଏବଂ ଟିମ ଇଣ୍ଡିଆର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ମଧ୍ୟରେ ସମ୍ପର୍କକୁ ନେଇ ବହୁତ ସମୟ ଧରି କଳ୍ପନାଜଳ୍ପନା ଚାଲିଛି। ଗତ ବର୍ଷ…

ଜୈଶ-ଇ-ମହମ୍ମଦର ୫ ଆତଙ୍କବାଦୀ ଗିରଫ; ଦେଶବ୍ୟାପୀ ବିସ୍ଫୋରଣ ଯୋଜନା ପଣ୍ଡ

ଅହମଦାବାଦ,୧୭।୭: ଗୁଜୁରାଟ ATS ଜୈଶ-ଇ-ମହମ୍ମଦ ସହିତ ଜଡିତ ୫ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ଜୈଶ ଆତଙ୍କବାଦୀଙ୍କ ସମ୍ପର୍କରେ ଗୁପ୍ତ ସୂଚନା ପାଇ ଗୁଜୁରାଟ ଆତଙ୍କବାଦ ନିରୋଧୀ…

ଶୋଇଥିବାବେଳେ ଘର ମାଲିକାଣୀଙ୍କୁ ବାହାର ପଟୁ ଶିକୁଳି ମାରି ୪ ଛେଳି ଧରି ଛୁ, ସକାଳୁ ଉଠି ଦେଖିଲା ବେଳକୁ…

ପାଟଣା ,୧୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ବଡ଼ ପାଟଣା ପଞ୍ଚାୟତ ଗୁଳୁଦିପଶି ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଜଗନ୍ନାଥ ବାରିକଙ୍କ ଘର ଭିତରୁ…

ବୃଦ୍ଧ, ଗୁରୁତର ଅସୁସ୍ଥ କଏଦୀଙ୍କ ପାଇଁ ଖୁସି ଖବର: ସୁପ୍ରିମକୋର୍ଟ ଜାରି କଲେ ନୂଆ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୭।୭: ଦେଶର ବିଭିନ୍ନ ଜେଲ୍‌ରେ ବନ୍ଦୀ ଥିବା ବୃଦ୍ଧ, ଗୁରୁତର ଅସୁସ୍ଥ ଏବଂ ଅକ୍ଷମ କଏଦୀମାନଙ୍କ ପାଇଁ ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ସମସ୍ତ ରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri