Posted inଜାତୀୟ

ସାରଦା ଚିଟ୍‌ଫଣ୍ଡ ମାମଲା: ରାଜୀବଙ୍କ ମୁଣ୍ଡରେ ଖଣ୍ଡା

ନୂଆଦିଲ୍ଲୀ,୧୮ା୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ କୁହାଯାଉଥିବା କୋଲକାତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାରଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ସାରଦା ଚିଟ୍‌ଫଣ୍ଡ ମାମଲାରେ ଫସିଥିବା ରାଜୀବଙ୍କୁ ଫେବୃୟାରୀ ୫ରେ ସୁରକ୍ଷା ଦେବା ସହ ଗିରଫ ନ କରିବା ଲାଗି ଦିଆଯାଇଥିବା ନିର୍ଦ୍ଦେଶକୁ ସୁପ୍ରିମକୋର୍ଟ ଶୁକ୍ରବାର ହଟାଇ ଦେଇଛନ୍ତି। ଏଥିସହ ରାଜୀବଙ୍କୁ ଆଇନଗତ ସହାୟତା ଲାଗି ୭ ଦିନ ଦେଇଛନ୍ତି। ଏହି ସମୟ ମଧ୍ୟରେ ସେ ଆଗୁଆ ଜାମିନ୍‌ ଲାଗି ଆବେଦନ କରିପାରିବେ ଓ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ବିଚାରବିମର୍ଶ କରିପାରିବେ ବୋଲି କୁହାଯାଉଛି।
ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସାରଦା ଚିଟ୍‌ଫଣ୍ଡ ମାମଲାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ମାର୍ଚ୍ଚ ୩୦ରେ ଖଣ୍ଡପୀଠ ସିବିଆଇକୁ ତଥ୍ୟ ପ୍ରମାଣ ଦାଖଲ ଲାଗି ନିର୍ଦ୍ଦେଶ ଦେଇଥିଲେ। ସିବିଆଇ ପକ୍ଷରୁ ରାଜୀବଙ୍କ ଗିରଫଦାରି ଉପରେ ଲଗାଯାଇଥିବା କଟକଣା ହଟାଇ ଦେବା ଲାଗି କୋର୍ଟରେ ଆବେଦନ କରାଯାଇଥିଲା। ଶୁକ୍ରବାର ସର୍ବୋଚ୍ଚ ଅଦାଲତ ଉକ୍ତ କଟକଣାକୁ ହଟାଇ ଦେଇଛନ୍ତି। ୭ ଦିନ ପରେ ସିବିଆଇ ସାରଦା ଚିଟ୍‌ଫଣ୍ଡ ମାମଲାରେ ତଥ୍ୟ ପ୍ରମାଣ ନଷ୍ଟକରିବା ଅଭିଯୋଗରେ ରାଜୀବ କୁମାରଙ୍କ ସମ୍ପୃକ୍ତି ନେଇ ତାଙ୍କୁ ଜେରା କରିପାରିବ। ଇତିମଧ୍ୟରେ ରାଜୀବ ଆଇନଗତ ସୁରକ୍ଷା ଓ ପଦକ୍ଷେପ ନେଇପାରିବେ ବୋଲି କୋର୍ଟ କହିଛନ୍ତି।
ବିରାଟ ଷଡ଼ଯନ୍ତ୍ର ପଛର ରହସ୍ୟ ଉନ୍ମୋଚନ ଲାଗି ରାଜୀବ କୁମାର ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଜେରା କରାଯିବାର ଆବଶ୍ୟକତା ରହିଛି ବୋଲି ସଲିସିଟର ଜେନେରାଲ ତୁଷାର ମେହେଟା ଓ ସିବିଆଇ କହିଛନ୍ତି। ସାରଦା ଗ୍ରୁପ ନିର୍ଦ୍ଦେଶକଙ୍କ ସହ ବହୁ ରାଜନେତାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରାଯାଇଛି। ତେବେ ରାଜୀବ କୁମାରଙ୍କ ଓକିଲ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ଶିିଲଂରେ ତାଙ୍କୁ ଜେରା କରିଥିବାବେଳେ କିଛି ତଥ୍ୟ ପାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପତଞ୍ଜଳି ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩।୪: ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଥିଲା। ଏହି ସମୟରେ ଯୋଗ ଗୁରୁ ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣା ଉପସ୍ଥିତ ଥିଲେ।...

କଂଗ୍ରେସ ସମର୍ଥନରେ ପଚାର ମଇଦାନକୁ ଓହ୍ଲାଇଲେ ପୁଷ୍ପା! ଜାଣନ୍ତୁ ଭାଇରାଲ ଭିଡିଓର ସତ୍ୟତା

ନୂଆଦିଲ୍ଲୀ,୨୩।୪: କିଛି ଦିନ ଧରି ଭାରତରେ ଡିପ୍‌ଫେକ ସମସ୍ୟା ଗମ୍ଭୀର ହୋଇପଡ଼ିଛି। ଅନେକ ତାରକା ଡିପ୍‌ଫେକ ଭିଡିଓର ଶିକାର ହୋଉଛନ୍ତି ଏବଂ ଏହା ଏ ପର୍ଯ୍ୟନ୍ତ...

ବିପଜ୍ଜନକ ହାରରେ ତରଳୁଛି ହିମାଳୟ ଗ୍ଲେସିୟର

ବେଙ୍ଗାଲୁରୁ,୨୩/୪:ବିସ୍ତୀର୍ଣ୍ଣ ଗ୍ଲେସିୟର ଏବଂ ତୁଷାରାବୃତ୍ତ ଅଞ୍ଚଳ ଲାଗି ତୃତୀୟ ମେରୁ ଭାବେ ପରିଚିତ ହିମାଳୟ ପର୍ବତମାଳା ଉଭୟ ଭୌତିକ ଓ ସାମାଜିକ ଦୃଷ୍ଟିରୁ ବୈଶ୍ୱିକ ଜଳବାୟୁ...

ଚାପରେ ଭୁଲ୍‌ ତଥ୍ୟ ଦେଉଛନ୍ତି ଜେଲ କର୍ତ୍ତୃପକ୍ଷ: କେଜ୍‌ରିଓ୍ବାଲଙ୍କ

ନୂଆଦିଲ୍ଲୀ,୨୩ା୪:ତିହାର ଜେଲ କର୍ତ୍ତୃପକ୍ଷ ଇନ୍‌ସୁଲିନ୍‌ ଯୋଗାଣକୁ ସ୍ଥଗିତ ରଖିଥିବା ଡାଇବେଟିସ୍‌ ଆକ୍ରାନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଅଭିଯୋଗ କରିଛନ୍ତି। ସେମାନେ ଶାସକ ଭାଜପାର ଚାପରେ...

ଏଲ୍‌ଏଲ୍‌ବି ପାଠ୍ୟକ୍ରମ ୫ ବର୍ଷ ରହିବ

ନୂଆଦିଲ୍ଲୀ,୨୩ା୪: ଆଇନ ପେସାକୁ ପରିପକ୍ୱ ବ୍ୟକ୍ତିମାନେ ଆସିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ ଦେବା ସହ ଆଇନ ଡିଗ୍ରୀ ପାଠ୍ୟକ୍ରମକୁ ୩ ବର୍ଷକୁ ହ୍ରାସ କରିବା...

ପଶ୍ଚିମବଙ୍ଗରେ ବେଆଇନ ନିଯୁକ୍ତି ରଦ୍ଦ

କୋଲକାତା,୨୩ା୪: ପଶ୍ଚିମବଙ୍ଗର ସରକାରୀ ତଥା ଅନୁଦାନପ୍ରାପ୍ତ ସ୍କୁଲ୍‌ଗୁଡ଼ିକ ପାଇଁ ୨୦୧୬ର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ କାଲ୍‌କାଟା ହାଇକୋର୍ଟ ସୋମବାର ରଦ୍ଦ କରିଦେଇଛନ୍ତି। ଫଳରେ ୨୫,୭୫୩ ଜଣ...

ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କଲା କଂଗ୍ରେସ, ଏହି ଆସନରେ ଦେଲା ପ୍ରାର୍ଥୀ

ନୂଆଦିଲ୍ଲୀ,୨୨।୪: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ସୋମବାର ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି)...

ତାଜମହଲକୁ ନେଇ କାହିଁକି ଏଏସ୍‌ଆଇର ମତ ଲୋଡ଼ିଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୨୨ା୪: ସୋମବାର ସୁପ୍ରିମକୋର୍ଟ ତାଜମହଲ ଏବଂ ଏହାର ଆଖପାଖର ସଂରକ୍ଷଣ ପାଇଁ ପ୍ରସ୍ତୁତ ଭିଜନ ଡକ୍ୟୁମେଣ୍ଟ ଏବଂ ପ୍ଲାନ୍‌ ଉପରେ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଅଫ୍‌ ଇଣ୍ଡିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri