ବିଜେପି କାର୍ଯ୍ୟାଳୟ ତାଲା ଭାଙ୍ଗି ନିଜ ଦଳର ନାଁ ଲେଖିଲେ ମମତା
କୋଲକାତା,୩।୬: ପଶ୍ଚିମ ବଙ୍ଗରେ ‘ଜୟ ଶ୍ରୀ ରାମ’ ରାଜନୀତି ତେଜିବାରେ ଲାଗିଛି। ଦୁଇ ଦଳ ମଧ୍ୟରେ ପରସ୍ପର କାର୍ଯ୍ୟାଳୟ ଉପରେ ଦଖଲକୁ ନେଇ ଏବେ ବୟାନବାଜି ଆରମ୍ଭ ହୋଇଛି। ଉତ୍ତର ୨୪ ପ୍ରାଙ୍ଗନା ଜିଲାରେ ଥିବା ଭାଜପା କାର୍ଯ୍ୟାଳୟକୁ ଭାଙ୍ଗିବା ପାଇଁ…
ସିଆଚେନ୍ ପହଞ୍ଚିଲେ ରାଜନାଥ
ନୂଆଦିଲ୍ଲୀ,୩।୬: ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ରାଜନାଥ ସିଂ ସୋମବାର ସିଆଚେନ୍ ଗ୍ଲାସିୟର ପହଞ୍ଚିଛନ୍ତି। ସେଠାରେ ସେ ସୁରକ୍ଷା ବ୍ୟବସ୍ଥା ଓ ଯବାନମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରିବେ। ତାଙ୍କ ସହ ସେନା ମୁଖ୍ୟ ବିପିନ…
ସିଲେରୁ ନଦୀରେ ଡଙ୍ଗାବୁଡ଼ି : ଜଣେ ଶିଶୁ ମୃତ, ଦୁଇ ନିଖୋଜ
ମାଲକାନଗିରି,୩ା୬(ସ୍ବ.ପ୍ର.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ କୁରୁମାନୁର ପଞ୍ଚାୟତ ସିଲେରୁ ନଦୀରେ ଡଙ୍ଗାବୁଡ଼ି ଜଣେ ଶିଶୁଙ୍କ ମୃତ୍ୟୁ ଘଟିଥିବାବେଳେ ଦୁଇ ନିଖୋଜ ଅଛନ୍ତି। ଡଙ୍ଗାଟି ପାଙ୍ଗମପଡୁ ବଙ୍ଗଳା କ୍ୟାମ୍ପରୁ ବଚଳୁର ଗ୍ରାମକୁ ଯାଉଥିଲା। ରବିବାର ଆନ୍ଧ୍ରପ୍ରଦେଶ ସିଲେରୁ ହାଟ ସାରି…
ଭାରତ ଆସିବା ପାଇଁ ମୋଦିଙ୍କୁ ଚିଠି ଲେଖିଲେ ପୋଲାଣ୍ଡର ୧୧ ବର୍ଷର ବାଳିକା
ଫନମ ପେନ,୩।୬: ପୋଲାଣ୍ଡର ୧୧ ବର୍ଷୀୟା ବାଳିକା ଏଲିଜା ଓ୍ବାନାତକୋ ଭାରତ ଆସିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁରୋଧ କରିଛନ୍ତି। ଏକ ହାତ ଲେଖା ଚିଠି ମାଧ୍ୟମରେ ସେ ମୋଦିଙ୍କୁ ନିଜର ଗୁହାରି କରିଛନ୍ତି। ଏଲିଜା ହାତରେ ଲେଖିଥିବା ଚିଠିଟିକୁ ତାଙ୍କ…
୧୧ କେଭି ବିଦ୍ୟୁତ୍ତାର ଲାଗି ୧୦ ଗାଈ ମୃତ
ସଜନାଗଡ଼, ୩।୬(ଡି.ଏନ୍.ଏ.): ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ସୋମବାର ସକାଳେ ଏକ ଅଘଟଣ ଘଟିଛି। ନୀଳଗିରି ଥାନା ଅନ୍ତର୍ଗତ ନରସିଂହପୁର ପଞ୍ଚାୟତ ଓଲଡ଼ଙ୍ଗ ଗ୍ରାମରେ ରବିବାର ରାତିରେ ପବନ ସାଙ୍ଗକୁ ବର୍ଷା ହେବା ଫଳରେ ଗ୍ରାମର ଏକ ଚାଷ ଜମିରେ ୧୧…
ପ୍ରଚାର ନ କରି କାମ କରିବାକୁ ଭାଜପାକୁ ପରାମର୍ଶ ଦେଲା ଶିବସେନା
ମୁମ୍ବାଇ, ୩।୬: ପ୍ରଚାର ଏବଂ ପ୍ରତିଶ୍ରୁତିରେ ସମୟ ନ ବିତାଇ କାମ କରିବାକୁ ଭାଜପାକୁ ଶିବସେନା ପରାମର୍ଶ ଦେଇଛି। ଏନେଇ ଶିବସେନା ମୁଖପତ୍ର ସାମନାରେ ଲେଖା ପ୍ରକାଶ ପାଇଛି। ଏଥିରେ ଭାଜପା ସରକାର ଦେଶର ଜିଡିପି ଏବଂ ବେକାରି ସମସ୍ୟା ଉପରେ…
ପାଣି ମାଗିବାକୁ ଆସିଥିବା ମହିଳାଙ୍କୁ ମଝି ରାସ୍ତାରେ ଗୋଇଠା ମାରିଲେ ଭାଜପା ବିଧାୟକ: ଭିଡ଼ିଓ ଭାଇରାଲ
ଅହମ୍ମଦାବାଦ୍,୩।୬: ଗୁଜରାଟରେ ପାଣି ମାଗିବାକୁ ଆସିଥିବା ଜଣେ ମହିଳାଙ୍କୁ ଭାଜପା ବିଧାୟକ ମଝି ରାସ୍ତାରେ ଗୋଇଠା ମାରିଛନ୍ତି। ଏହି ଘଟଣାର ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହା ଗୁଜରାଟର ନରୋଡ଼ାରେ ଘଟିଛି। ମହିଳା ବିଧାୟକ ବଳରାମ ଥାଓ୍ବାଣୀଙ୍କୁ…
ଯୁବକଙ୍କୁ କୁମ୍ଭୀର ଟାଣିନେବା ଘଟଣା: ମୃତଦେହ ଉଦ୍ଧାର, ବ୍ରାହ୍ମଣୀ ନଦୀକୁ କୁମ୍ଭୀର ମୁକ୍ତ କରିବାକୁ ଦାବି
ପଟ୍ଟାମୁଣ୍ଡାଇ, ୩।୬(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଧୀନ ମଣ୍ଡପଡ଼ା ଗ୍ରାମର ସଞ୍ଜୟ କୁମାର ପ୍ରଧାନ(୪୭) ରବିବାର ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଥିବା ବେଳେ ସୋମବାର ତାଙ୍କ କ୍ଷତବିକ୍ଷତ ମୃତଦେହ କିଛି ଦୂରରୁ ଉଦ୍ଧାର କରାଯାଇଛି। ପଟ୍ଟାମୁଣ୍ଡାଇ ଥାନା…
ଝରକା ବାଟେ ଘରେ ପଶିଲା ୧୧ ଫୁଟ କୁମ୍ଭୀର
ଫ୍ଲୋରିଡା,୩।୬: ଏକା ଥିବା ଜଣେ ୭୭ ବର୍ଷ ବୟସ୍କା ବୃଦ୍ଧାଙ୍କ ଘରେ ୧୧ ଫୁଟ ଲମ୍ବା କୁମ୍ଭୀର ପଶିଥିବା ଖବର ଏବେ ସୋସିଆଲ୍ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଝରକା ବାଟେ ଏହି ବିରାଟକାୟ କୁମ୍ଭୀର ଘରେ ପଶିଥିବା ମାରୀ…
ଦୁର୍ଘଟଣା ରୋକିବା ପାଇଁ ରାତି ସାରା ପାଟ୍ରୋଲିଂ କରୁଛନ୍ତି ମହିଳା
ମୁମ୍ବାଇ,୩।୬: ଦେଶରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢିବାରେ ଲାଗିଛି। ବିଳମ୍ବିତ ରାତିରେ ଟ୍ରାଫିକ୍ ଚାଲିଯିବା ପରେ ବଢୁଛି ଦୁର୍ଘଟଣା। ଏମିତିକି ପୋଲିସ ପାଟ୍ରୋଲିଂ ନ ଥିବାରୁ ମଧ୍ୟ ଅଧିକାଂଶ ସ୍ଥାନରେ ନିଶାଗ୍ରସ୍ତ ଯୁବକ ଦୁର୍ଘଟଣା ଘଟାଉଥିବା ଦେଖାଯାଉଛି। ଏହାକୁ ଦୃଷ୍ଟିରେ…
ଅଧିକ ସମୟ ଇ-ରିଡିଂ କରୁଥିଲେ..
ଆଜିକାଲି ଡିଜିଟାଲ ଯୁଗ। କମ୍ପ୍ୟୁଟର ଏବଂ ସ୍ମାର୍ଟଫୋନ୍ ପାଠପଢ଼ାରେ କେତେ ସାହାଯ୍ୟ କରୁଛି ତାହା କହିବା ସହଜ ନୁହେଁ। କେବଳ ସେତିକି ନୁହେଁ, ବିଭିନ୍ନ ବିଷୟରେ ଜାଣିବାକୁ ଏହାର ସହାୟତା ନିଆଯାଇଥାଏ। ବର୍ତ୍ତମାନ ଅଧିକାଂଶ ଯୁବପିଢ଼ି ଇ-ରିଡିଂ ସହ ଜଡ଼ିତ। ପାଠ୍ୟପୁସ୍ତକ…
ସ୍ବା ସ୍ଥ୍ୟ ସୂ ଚ ନା
କେତେକ ରୋଗର ପ୍ରାରମ୍ଭିକ ଲକ୍ଷଣ ସମ୍ପର୍କରେ ପ୍ରାୟ ଅବଗତ। ଅପରପକ୍ଷରେ କିଛି ଜଟିଳ ରୋଗ ସମ୍ପର୍କରେ ମଧ୍ୟ ଜନସଚେତନତା ସୃଷ୍ଟି କରାଯାଉଛି। ଯଦି ଆପଣ କୌଣସି ରୋଗର ପ୍ରାରମ୍ଭିକ ଲକ୍ଷଣ ବିଷୟରେ ସୂଚନା ପାଇଲେ, ତେବେ ବିଳମ୍ବ ନ କରି ତୁରନ୍ତ…

