Home Left

ଯନ୍ତ୍ରଣାରୁ ଉପଶମ ଦେବ ଡିଭାଇସ୍‌

ଆଜିକାଲିର ଇଲେକଟ୍ରୋନିକ୍‌ ଯୁଗରେ ଡିଭାଇସ୍‌କୁ ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରାଯାଉଛି। ଏହି ତାଲିକାରେ ସ୍ବିଡେନ୍‌ର ବୈଜ୍ଞାନିକ ଆଉ ଏକ କଥା ଯୋଡିଛନ୍ତି। ସେମାନେ ତିନିବର୍ଷ ପରିଶ୍ରମ କରି ଏକ ନୂଆ ଡିଭାଇସ୍‌ ପ୍ରସ୍ତୁତ କରିଛନ୍ତି। ଏହାର ଏକ ସ୍ବତନ୍ତ୍ର ବିଶେଷତ୍ୱ ରହିଛି।…

ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର,୧୭।୬: ନିଜ କାର୍ଯ୍ୟରୁ ବାଦ୍‌ ଆସୁନି ପାକିସ୍ତାନ। ଗୋଟିଏ ପଟେ ପାକିସ୍ତାନ ସରକାର ଭାରତ ସହ ଆଲୋଚନା ପାଇଁ ଉଦ୍ୟମ କରୁଥିବା ବେଳେ ଅନ୍ୟପଟେ ସୀମାରେ ପାକ୍‌ ସେନା ଲଗାତାର ଭାବେ ଅସ୍ତ୍ରବିରତି ଉଲ୍ଲଂଘନ କରୁଛି। ସୋମବାର ସକାଳେ ଜମ୍ମୁ କଶ୍ମୀର…

ଅଫିସରେ କାମ କରୁଥିଲେ ଏହି ରୋଗର ରହିଛି ଆଶଙ୍କା..

ଆପଣ ଅଫିସରେ କାମ କରୁଛନ୍ତି କି? ଯଦି ହଁ, ତେବେ ଆପଣଙ୍କୁ ଏକ ନିର୍ଦ୍ଦିଷ୍ଟ ରୋଗ ହେବାର ଆଶଙ୍କା ରହିଛି। ନିକଟରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ନ୍ୟାଶନାଲ କ୍ଲାସିଫିକେଶନ ଅଫ୍‌ ଡିଜିଜ୍‌ ଲିଷ୍ଟରେ ‘ବର୍ନଆଉଟ୍‌’ ନାମକ ଏକ ରୋଗକୁ ସାମିଲ କରାଯାଇଛି।…

ବିହାରରେ ବ୍ୟାପୁଛି ମସ୍ତିଷ୍କଜ୍ୱର:୧୦୦ ଊର୍ଦ୍ଧ୍ୱ ଶିଶୁଙ୍କ ପ୍ରାଣ ଗଲାଣି

ପାଟନା,୧୭ା୬: ବିହାରର ମୁଜାଫରପୁରରେ ଆକ୍ୟୁଟ ଏନ୍ସେଫାଲାଇଟିସ ସିଣ୍ଡ୍ରୋମ (ଏଇଏସ) ଏବଂ ଜାପାନିଜ ଏନ୍ସେଫାଲାଇଟିସ (ଜେଇ) ରୋଗର ପ୍ରକୋପ ଜାରି ରହିଛି। ଗତ ୨୪ ଘଣ୍ଟାରେ ଏଠାରେ ୨୦ଜଣ ଶିଶୁଙ୍କ ପ୍ରାଣ ନେଇଛି ଏହି ରୋଗ। ସ୍ଥିତି ଉଦବେଗଜନକ ଥିବାରୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ…

ତୃତୀୟ ଶ୍ରୀକ୍ଷେତ୍ର ନୀଳିଗିରି ସ୍ନାନମଣ୍ଡପରେ ତିନିଠାକୁର

ସଜନାଗଡ଼,୧୭ା୬(ଡି.ଏନ୍‌.ଏ.): ତୃତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାଲେଶ୍ୱର ଜିଲାର ନୀଳଗିରି ସ୍ନାନମଣ୍ଡପରେ ବିଜେ କରିଛନ୍ତି ତିନି ଠାକୁର। ସ୍ନାନପୂର୍ଣ୍ଣିମା ଅବସରରେ ସକାଳ ୮ଟାରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ସୁଦର୍ଶନ ଦେବ ସ୍ନାନମଣ୍ଡପରେ ବିଜେ କରିଥିଲେ। ଘଣ୍ଟ, ଘଣ୍ଟା, ମହୁରୀ,…

ବିହାରରେ ଭୀଷଣ ଗରମ: ଗୋଟିଏ ଦିନରେ ଗଲା ୧୧୨ଜଣଙ୍କ ଜୀବନ

ପାଟନା, ୧୭।୬: ପ୍ରଚଣ୍ଡ ଖରାରେ ଆଉଟୁ ପାଉଟୁ ହେଉଛି ବିହାର। ରବିବାର ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଭୀଷଣ ଗରମ ଯୋଗୁ ୧୧୨ ଜଣଙ୍କର ମୃତ୍ୟୁ ହୋଇଛି। ୩୦୦ରୁ ଅଧିକ ଲୋକ ଅଂଶୁଘାତର ଶିକାର ହୋଇ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।…

ହରତାଳରେ ବସିଲେ ୫ ଲକ୍ଷ ଡାକ୍ତର: ରୋଗୀ ସେବା ବାଧାପ୍ରାପ୍ତ

ନୂଆଦିଲ୍ଲୀ,୧୭।୬: ସାରା ଦେଶରେ ଡାକ୍ତର ଆନ୍ଦୋଳନ ଜୋର ଧରିଛି। ପଶ୍ଚିମବଙ୍ଗରୁ ଆରମ୍ଭ ହୋଇ ଏହା ସାରା ବ୍ୟାପିଛି। ସୋମବାର ପ୍ରାୟ ୫ ଲକ୍ଷ ଡାକ୍ତର ହରତାଳରେ ବସିଛନ୍ତି। ଇଣ୍ଡିଆନ୍‌ ମେଡିକାଲ ଆସୋସିଏସନ୍‌ ପକ୍ଷରୁ ଦିଆଯାଇଥିବା ଏହି ଧର୍ମଘଟରେ ଦିଲ୍ଲୀ ମେଡିକାଲ ଆସୋସିଏସନ୍‌ର…

୨୦୭ ବର୍ଷ ପୁରାତନ ବରଗଛର ସୁରକ୍ଷା ପାଇଁ ପ୍ରତିବର୍ଷ ଜନ୍ମଦିନ ପାଳନ କରୁଛନ୍ତି ଗ୍ରାମବାସୀ

ଦିସ୍‌ପୁର୍‌,୧୭।୬: ଆସାମରେ ଥିବା ୨୦୭ ବର୍ଷ ପୁରାତନ ବରଗଛର ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛନ୍ତି ଗ୍ରାମବାସୀ। ସେମାନେ ପ୍ରତିବର୍ଷ ବରଗଛର ଜନ୍ମଦିନ ଆଡମ୍ବରରେ ପାଳନ କରୁଛନ୍ତି। ସ୍ଥାନୀୟ ବାରପେଟା ଜିଲାର ଜଲିଖେତି ଗାଁରେ ଏହି ବରଗଛ ରହିଛି। ପ୍ରତିବର୍ଷ ପରିବେଶ ଦିବସ…

ସିଂହଦ୍ୱାରରେ ଲାଗିଲା ଜୟ ବିଜୟ ମୂର୍ତ୍ତିି

ପୁରୀ ଅଫିସ,୧୭ା୬: ସିଂହଦ୍ୱାର ପ୍ରବେଶ ପଥରେ ଲାଗିଲା ଜୟ ବିଜୟ ମୂର୍ତ୍ତି। ବାତ୍ୟାରେ ଜୟ ବିଜୟ ମୂର୍ତ୍ତି ଭାଙ୍ଗି ଯାଇଥିଲା। ଏହା ପରେ ମୂର୍ତ୍ତି ସ୍ଥାପନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସ୍ନାନଯାତ୍ରା ପୂର୍ବରୁ ଅର୍ଥାତ୍‌ ଜୁନ୍‌ ୧୬ରେ ଏସଏସଆଇ ନୂଆ…

ଆତଙ୍କବାଦୀଙ୍କ ମୋର୍ଟାର ସେଲିଂ ମାଡ: ୧୨ ମୃତ

ଆଲେପ୍ପୋ, ୧୭।୬: ସିରିଆରେ ଆତଙ୍କବାଦୀଙ୍କ ମୋର୍ଟାର ସେଲିଂ ମାଡରେ ୧୨ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଆଲେପ୍ପୋ ପ୍ରଦେଶର ଦକ୍ଷିଣରେ ଥିବା ରାଶିଦ୍‌ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପହରା ସତ୍ତ୍ୱେ ଏଭଳି କାଣ୍ଡ ଆତଙ୍କବାଦୀ ଭିଆଇଛନ୍ତି। ଆତଙ୍କବାଦୀମାନେ ଅଲ୍‌ଓ୍ବାଦିହି ଗାଁକୁ…

ରଜ ରେକର୍ଡ: ୭ଲକ୍ଷ ଟପିଲା ପିଠା ବିକ୍ରି

ଭୁବନେଶ୍ୱର,୧୭ା୬(ବ୍ୟୁରୋ) : ପୁଣିଥରେ ରଜ ପିଠାକୁ ନେଇ ଚର୍ଚ୍ଚାକୁ ଆସିଛି ପାନ୍ଥନିବାସ। ମାତ୍ର ୪ଦିନ ମଧ୍ୟରେ ୭ ଲକ୍ଷରୁ ଅଧିକ ଟଙ୍କାର ପିଠା ବିକ୍ରି କରିବାର ରେକର୍ଡ କରିଛି ଓଟିଡିସି ଦ୍ୱାରା ପରିଚାଳିତ ପାନ୍ଥନିବାସ। ବିଶେଷକରି ପ୍ରତିଥର ଭଳି ଏଥର ମଧ୍ୟ…

ବସ୍ତି ମହିଳାଙ୍କ ରଜ ମହୋତ୍ସବ : ବଛାହେଲେ ୩ ରଜ କୁଇନ୍‌

ଭୁବନେଶ୍ୱର,୧୭ା୬(ବ୍ୟୁରୋ) : ସ୍ବେଚ୍ଛାସେବୀ ଅନୁଷ୍ଠାନ ସୋସାଇଟି ଫର୍‌ ନେଚର, ଏଜୁକେଶନ ଆଣ୍ଡ ହେଲଥ୍‌(ସ୍ନେହ) ଆନୁକୂଲ୍ୟରେ ସ୍ଥାନୀୟ ସାଲିଆସାହି ବସ୍ତିର ମହିଳା ଏବଂ ଶିଶୁଙ୍କୁ ନେଇ ରଜ ମହୋତ୍ସବ ଆୟୋଜିତ ହୋଇଯାଇଛି। ସାଲିଆସାହିର ବିଭିନ୍ନ ବସ୍ତିରେ ରହୁଥିବା ମହିଳାଙ୍କ ପାଇଁ ରଜ ପୂର୍ବରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?