ଅଫିସରେ କାମ କରୁଥିଲେ ଏହି ରୋଗର ରହିଛି ଆଶଙ୍କା..

ଆପଣ ଅଫିସରେ କାମ କରୁଛନ୍ତି କି? ଯଦି ହଁ, ତେବେ ଆପଣଙ୍କୁ ଏକ ନିର୍ଦ୍ଦିଷ୍ଟ ରୋଗ ହେବାର ଆଶଙ୍କା ରହିଛି। ନିକଟରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ନ୍ୟାଶନାଲ କ୍ଲାସିଫିକେଶନ ଅଫ୍‌ ଡିଜିଜ୍‌ ଲିଷ୍ଟରେ ‘ବର୍ନଆଉଟ୍‌’ ନାମକ ଏକ ରୋଗକୁ ସାମିଲ କରାଯାଇଛି। ମୁଖ୍ୟତଃ ଏହି ରୋଗ ଅଫିସରେ କାମ କରୁଥିବା ବ୍ୟକ୍ତିଙ୍କଠାରେ ଦେଖାଦେଇଥାଏ। ଏହି ରୋଗ ଶାରୀରିକ କ୍ଳାନ୍ତି ଏବଂ ଚିନ୍ତା ଯୋଗୁ ହୋଇଥାଏ।

‘ବର୍ନଆଉଟ୍‌’ କ’ଣ?
ଶାରୀରିକ କ୍ଳାନ୍ତି ଏବଂ ଚିନ୍ତା ହେଉଛି ଏହି ରୋଗର ମୁଖ୍ୟ କାରଣ। ଯେଉଁ ବ୍ୟକ୍ତି ନିଜ କାମକୁ ସମ୍ପୂର୍ଣ୍ଣ କରିବା ପାଇଁ ଖାଇବା ପିଇବା ଛାଡିଦେବା ସହ ବ୍ୟକ୍ତିଗତ ଜୀବନକୁ ମଧ୍ୟ ଭୁଲିଯାଆନ୍ତି, ସଂପୃକ୍ତ ବ୍ୟକ୍ତି ଏପରି ରୋଗର ଶିକାର ହୋଇଥାନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁସାରେ ‘ବର୍ନଆଉଟ୍‌’ କେବଳ କର୍ମଜୀବୀଙ୍କ କ୍ଷେତ୍ରରେ ଦେଖାଯାଇଥାଏ। ଅତ୍ୟଧିକ କାମ ପ୍ରେସର ଯୋଗୁ ଏହି ରୋଗ ହୋଇଥାଏ।

ଲକ୍ଷଣ:
-ସବୁବେଳେ ଦୁର୍ବଳ ଅନୁଭବ କରିବା ସହ ଚିଡ଼ିଚିଡ଼ା ଲାଗିଥାଏ।
-ନିଜ କାମକୁ ନେଇ ସବୁବେଳେ ଦ୍ୱନ୍ଦ୍ୱରେ ରହିବା।
-ଅଫିସ କାମରେ ମନ ନ ଲାଗିବା।
-ଭୋକ ନ ଲାଗିବା
-ନିଶା ଦ୍ରବ୍ୟ ସେବନ ପାଇଁ ଇଚ୍ଛା ହେବା।
-ସବୁବେଳେ ମନକୁ ନକାରାତ୍ମକ ଚିନ୍ତାଧାରା ଆସିବା।
-ପରିବାର ଏବଂ ବନ୍ଧୁଙ୍କ ସହ କଥା ନ ହେବା।

ଏଥିରୁ ରକ୍ଷା ପାଇବାର ଉପାୟ:
-କାମକୁ ବୋଝ ନ ଭାବି ଉତ୍ସାହର ସହିତ କରନ୍ତୁ।
-ଏହି ରୋଗରୁ ରକ୍ଷା ପାଇବା ପାଇଁ ସେହି କାମ କରନ୍ତୁ, ଯାହା ଆପଣଙ୍କର ଇଚ୍ଛା ହେଉଛି। ଯେପରି ବହି ପଢ଼ିବା, ଗୀତ ଶୁଣିବା, ବାହାରେ ବୁଲାବୁଲି କରିବା, ଫିଲ୍ମ ଦେଖିବା ଇତ୍ୟାଦି।
– ଯଦି ଆପଣ ସବୁବେଳେ ଚିନ୍ତାରେ ରହୁଛନ୍ତି, ତେବେ ଏଥିରୁ ମୁକ୍ତି ପାଇବା ଲାଗି ପରିବାର ବା ବନ୍ଧୁଙ୍କ ସହ ଅଧିକ ସମୟ ବିତାନ୍ତୁ।
-ଯୋଗ କରିବା ସହ ଫଳ, ପନିପରିବା ଏବଂ ଫାଇବରଯୁକ୍ତ ଖାଦ୍ୟ ଖାଆନ୍ତୁ।
-ଠିକ୍‌ ସମୟରେ ଅଫିସରୁ ଘରକୁ ଫେରନ୍ତୁ। ଏଥିସହ କାମ ଚିନ୍ତା ଘରକୁ ନିଅନ୍ତୁ ନାହିଁ।
-ଏହି ରୋଗର ସେଭଳି କୌଣସି ମେଡିସିନ ନାହିଁ। ତେଣୁ ଏପରି ଲକ୍ଷଣ ଦେଖାଦେଲେ ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ। ପ୍ରକୃତପକ୍ଷେ ଏହି ରୋଗର ନିଜେ ହିଁ ଚିକିତ୍ସକ।


Enter your email to get our daily news in your inbox.

All Right Reserved By Dharitri.Com

CJPକୁ ନବୀନଙ୍କ ସମର୍ଥନ ନେଇ ବର୍ଷିଲେ ଭର୍ତ୍ତୃହରି, କହିଲେ ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ…

ଭୁବନେଶ୍ୱର,୨୨ା୭: ସିଜେପିକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମର୍ଥନ ମନ୍ତବ୍ୟକୁ ନାପସନ୍ଦ କରିଛି ଭାଜପା। ଏକ ପ୍ରେସମିଟ୍‌ କରି କଡ଼ା ଜବାବ ଦେଇଛନ୍ତି ଭାଜପାର ବରିଷ୍ଠ ଏମ୍‌ପି…

ଅସୁରକ୍ଷିତ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତି: ଉପରୁ ଖସିଲା ସିଲିଂ

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସତ୍ୟବାଦୀ ଅଞ୍ଚଳର ଏକମାତ୍ର ପୁରାତନ ସରକାରୀ ପାଠାଗାର ପଞ୍ଚସଖା ସ୍ମୃତି ପାଠାଗାରରେ ଦୀର୍ଘଦିନ ହେଲା ଦୁରାବସ୍ଥା ଲାଗିରହିଛି। ମଙ୍ଗଳବାର ଲଗାଣ ବର୍ଷାରେ…

ମହାକାଳଙ୍କ ଶରଣରେ କାର୍ତ୍ତିକ

ମୁମ୍ବାଇ:ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟ୍ୟନ୍‌ଙ୍କୁ ନିକଟରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଚନ୍ଦୁ ଚାମ୍ପିୟନ’(୨୦୨୪) ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ଏହା ତାଙ୍କର ପ୍ରଥମ ଜାତୀୟ ପୁରସ୍କାର।…

ଶରଦ ପାଓ୍ବାରଙ୍କ ହାତ ଧରି ଆଣିଲେ ମୋଦି: ରାଜନୀତିରେ ବଡ଼ ହଲହଲ

ନୂଆଦିଲ୍ଲୀ,୨୨।୭: ଜନ୍ତରମନ୍ତରରେ ଛାତ୍ରମାନଙ୍କ ଉପରେ ଲାଠିଚାର୍ଜ ଏବଂ ପ୍ରତିବାଦ ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାୱାର ଏବଂ ତାଙ୍କ ଝିଅ ସୁପ୍ରିୟା ସୁଲେ ବୁଧବାର ସଂସଦ ଭବନରେ…

କିଏ ଉଠାଇବେ ସୋନମ ୱାଙ୍ଗଚୁକଙ୍କ ଚିକିତ୍ସା ଖର୍ଚ୍ଚ: ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୨୨।୭: ହସ୍ପିଟାଲରେ ଭର୍ତ୍ତି ହେବା ପରେ ସବୁଠାରୁ ବଡ଼ ପ୍ରଶ୍ନ ଏହା ଯେ ଏହି ଚିକିତ୍ସା ପାଇଁ ହେଉଥିବା ମୋଟ ଖର୍ଚ୍ଚ କିଏ ଦେବ? ବର୍ତ୍ତମାନ ପର୍ଯ୍ୟନ୍ତ…

ପୋଲିସ ସହ ଛାତ୍ରୀଛାତ୍ରଙ୍କ ଘମାଘୋଟ ସଂଘର୍ଷ: ଦିଲ୍ଲୀ ପରେ ଏବେ ଏଇଠି ତେଜିଲା ଆନ୍ଦୋଳନ, CJPକୁ ସମର୍ଥନ କରି…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ ସଂସଦ ଭବନ ମାର୍ଚ୍ଚ ସମୟରେ ଯେପରି ଚିତ୍ର ସାମ୍ନାକୁ ଆସିଥିଲା, କିଛି ସେହିପରି ଚିତ୍ର ବୁଧବାର ରାଜଧାନୀ ପାଟନାରେ ଦେଖିବାକୁ ମିଳିଛି। ‘ଆଇସା’ (AISA)…

ରଥଯାତ୍ରାରେ ଦ୍ୱିତୀୟ ଶିଶୁ ମୃତ୍ୟୁ: ପରିଚାଳନାକୁ ନେଇ ଉଠିଲା ପ୍ରଶ୍ନ

ପାରଳାଖେମୁଣ୍ଡି,୨୨ା୭(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିରେ ଚଳିତ ବର୍ଷର ରଥଯାତ୍ରା ଅବସରରେ ଘଟିଥିବା ଅଘଟଣାରେ ଆଉ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଛି। ଏଥିସହ ରଥଯାତ୍ରା ସମୟରେ ଘଟିଥିବା…

ବଡ଼ ଘୋଷଣା କଲେ ମୋଦି ସରକାର; ସିଜେପି ନେତାଙ୍କ ସହ ହେବ…

ନୂଆଦିଲ୍ଲୀ,୨୨ା୭: କକରୋଚ୍ ଜନତା ପାର୍ଟି (CJP) ର ନେତୃତ୍ୱରେ ପେପର ଲିକ୍ ବିରୋଧରେ ଆନ୍ଦୋଳନ ଜାରି ରହିଛି। ସଂସଦ ମାର୍ଚ୍ଚ ପରେ ବି ସିଜେପିର ପ୍ରତିବାଦ ଥମିନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri