ଆସିଲା ଆଇନଜୀବୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ: ଆତ୍ମହତ୍ୟା କରିଛନ୍ତି ଦୀପାଳି
ପୁରୁଣା ଭୁବନେଶ୍ୱର, ୨୪।୧୦ (ଡି.ଏନ୍.ଏ.): ମହିଳା ଆଇନଜୀବୀ ଦୀପାଳି ପ୍ରିୟଦର୍ଶିନୀ ଜେନା ମୃତ୍ୟୁ ଘଟଣାରେ ବ୍ୟବଚ୍ଛେଦ ରିପୋର୍ଟ ବୁଧବାର ପୋଲିସର ହସ୍ତଗତ ହୋଇଛି। ସେ ଆତ୍ମହତ୍ୟା କରିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଧଉଳି ଥାନା ଅଧିକାରୀ ବିଶ୍ୱଜିତ ଜୟଦୀପ କହିଛନ୍ତି, ଦୀପାଳିଙ୍କୁ…
‘ମୁଁ ଥିବା ଯାଇଁ ସଭିଙ୍କୁ ସମ୍ମାନ ମିଳିବ’
ମୁମ୍ବାଇ,୨୪ା୧୦ (ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟରେ ଭେଟେରାନ ମହେନ୍ଦ୍ର ସିଂ ଧୋନୀଙ୍କ ଭବିଷ୍ୟତ ସମ୍ପର୍କରେ ବିସିସିଆଇ ନୂଆ ସଭାପତି ସୌରଭ ଗାଙ୍ଗୁଲି ବୁଧବାର କହିଛନ୍ତି, ଦୁଇ ଥର ବିଶ୍ୱକପ୍ ଚାମ୍ପିୟନ ଅଧିନାୟକଙ୍କୁ ସମ୍ମାନ ମିଳିବ। ଧୋନୀ କ’ଣ ଚିନ୍ତା କରୁଛନ୍ତି, ତାହା ମୋତେ…
ଘରଭଡ଼ା, ମେଡିକାଲ ଆଲାଉନ୍ସ ଟଙ୍କା ଆତ୍ମସାତ୍ ଅଭିଯୋଗ: ସରକାରୀ କ୍ୱାର୍ଟର୍ସରେ ରହି କର୍ମଚାରୀ ନେଉଛନ୍ତି ଭଡ଼ା
ବ୍ରହ୍ମପୁର ଅଫିସ,୨୪ା୧୦-ବ୍ରହ୍ମପୁର ମହାନଗର ନିଗମରେ ଲକ୍ଷ ଲକ୍ଷ ଟଙ୍କା ଆମତ୍ସାତ ଅଭିଯୋଗ ହୋଇଛି । ବୁଧବାର ବିଜିପୁର ସନ୍ତୋଷୀ ମା’ମନ୍ଦିର କଲ୍ୟାଣ ମଣ୍ଡପରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏଭଳି ଅଭିଯୋଗ କରିଛି ଭାରତୀୟ ବିକାଶ ପରିଷଦ। ପରିଷଦ ଅଭିଯୋଗ ପ୍ରକାରେ, ବିଏମ୍ସିରେ…
ଦୀପାବଳି ପାଇଁ କମିଶନରେଟ ପୋଲିସର ନିର୍ଦ୍ଦେଶାନାମା ଜାରି: ରାତି ୮ରୁ ୧୦ଟା ପର୍ଯ୍ୟନ୍ତ ଫୁଟିବ ବାଣ
ଭୁବନେଶ୍ୱର,୨୪।୧୦(ବ୍ୟୁରୋ): ଦୀପାବଳି ପାଇଁ କମିଶନରେଟ ପୋଲିସ ପକ୍ଷରୁ ବୁଧବାର ନିର୍ଦ୍ଦେଶନାମା ଜାରି କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଦୀପାବଳି ଦିନ ରାତି ୮ରୁ ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଯିବ। ୧୨୫ ଡେସିବଲ୍ରୁ ଅଧିକ ଶଦ୍ଦ କରୁଥିବା ବାଣର ବିକ୍ରି ଓ ଫୁଟାଇବା…
କାଜୁ ଜଙ୍ଗଲରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ଘଟଣା: ଗୁଣିଗାରେଡ଼ି ସନ୍ଦେହରେ ହୋଇଥିଲା ହତ୍ୟା
ଚୌଦ୍ୱାର,୨୪।୧୦(ଡି.ଏନ୍.ଏ.): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ ଗୋଡଧୁଆ ଗ୍ରାମ ନିକଟ କାଜୁ ଜଙ୍ଗଲରୁ ଘନ ସୋରେନ(୬୫)ଙ୍କ ମୃତଦେହ ଉଦ୍ଧାର ଘଟଣାର ଚୌଦ୍ୱାର ପୋଲିସ ବୁଧବାର ପର୍ଦ୍ଦାଫାଶ କରିଛି। ଘନଙ୍କୁ ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା କରାଯାଇଥିବା ବେଳେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ…
ଜିଲାପାଳଙ୍କ ଘୋଷଣା: ଗୁଣିଗାରେଡି ପ୍ରମାଣ କଲେ ୫୦ ହଜାର ପୁରସ୍କାର
ଛତ୍ରପୁର,୨୪ା୧୦(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ଭୂତ, ପ୍ରେତ, ଗୁଣିଗାରେଡିକୁ ନେଇ ଜନସାଧାରଣଙ୍କ ମନରେ ଅହେତୁକ ଆବେଗ ରହୁଛି। ଫଳରେ ରୋଗ ବ୍ୟାଧି ପାଇଁ ଲୋକେ ଡାକ୍ତରଖାନା ନ ଯାଇ ଗୁଣିଗାରେଡି ପ୍ରତି ଆଗ୍ରହ ଦେଖାଉଛନ୍ତିି। କାହାର କୌଣସି ପାରିବାରିକ ଅସୁବିଧା ହେଲେ ପାଖପଡିଶା ଗୁଣି…
ଓଡଗାଁ ଏନ୍ଏସି: ଜବରଦଖଲରେ ସରକାରୀ ଜମି, ରାସ୍ତା
ଓଡ଼ଗାଁ,୨୪ା୧୦(ସ୍ବ.ପ୍ର.): ଓଡ଼ଗାଁ ଏନ୍ଏସି ଅଞ୍ଚଳରେ ଦିନକୁ ଦିନ ଘରୋଇ ଜାଗାବାଡି କିଣାବିକାରେ ଅହେତୁକ ଦଲାଲି ବୃଦ୍ଧି ପାଇଛି। ଏଥିଯୋଗୁ ସରକାରୀ ଜାଗାବାଡି, ରାସ୍ତା ପାର୍ଶ୍ୱ, ସରକାରୀ ଅଫିସ ଓ କଲେଜ ସଂଲଗ୍ନ ବହୁ ମୂଲ୍ୟବାନ ସରକାରୀ ଜମି ଜବରଦଖଲକାରୀଙ୍କ କବ୍ଜାକୁ ଚାଲିଯାଉଛି।…
କନିଷ୍ଠଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଦଶପଲ୍ଲା,୨୪ା୧୦ (ଡି.ଏନ.ଏ.): ନୟାଗଡ଼ ଜିଲା ଦଶପଲ୍ଲା ବିଦ୍ୟୁତ୍ କାର୍ଯ୍ୟାଳୟ (ଫିଡ୍କୋ)ରେ କାର୍ଯ୍ୟରତ କନିଷ୍ଠଯନ୍ତ୍ରୀ ଦେବଦତ୍ତ ସ୍ବାଇଁଙ୍କ ଝୁଲନ୍ତା ମୃତଦେହ ବୁଧବାର ସେ ରହୁଥିବା ଭଡାଘରୁ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଦେବଦତ୍ତ ଓ ଉକ୍ତ କାର୍ଯ୍ୟାଳୟରେ କାର୍ଯ୍ୟରତ ଟେକ୍ନିସିଆନ୍ ଦେବେନ୍ଦ୍ର…
ଚିକିତ୍ସାରେ ଅର୍ଥ ସାଜିଛି ବାଧକ: ସରକାରୀ ସହାୟତା ଅପେକ୍ଷାରେ ହରିହର
ଖଣ୍ଡପଡ଼ା,୨୪।୧୦(ସ୍ବ.ପ୍ର.): ଅର୍ଥ ଅଭାବରୁ ଆବଶ୍ୟକ ଚିକିତ୍ସା ପାଇପାରୁ ନାହାନ୍ତି। ଘରେ ରୋଗଶଯ୍ୟାରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଏପରିସ୍ଥଳେ ସରକାରୀ ସହାୟତାକୁ ଆଶାକରି ରହିଛନ୍ତି ନୟାଗଡ ଜିଲା ଖଣ୍ଡପଡା ବ୍ଲକ କିଆଝର ପଞ୍ଚାୟତ ଅନ୍ତର୍ଗତ ଗୋଚ୍ଛାବାରୀ ଗ୍ରାମର ହରିହର ବେହେରା(୬୫)। ରକ୍ତହୀନତା…
ସୌରଶକ୍ତିଚାଳିତ କାର ପ୍ରଦର୍ଶନ : ଘଣ୍ଟାକୁ ଯାଉଛି ୫୦କି.ମି.; ପ୍ରଦୂଷଣମୁକ୍ତ ସହ କମ୍ ଖର୍ଚ୍ଚରେ ଚାଲିବ ଗାଡ଼ି
କେନ୍ଦୁଝର, ୨୪ା୧୦ (ସ୍ବ.ପ୍ର.)-ବର୍ତ୍ତମାନ ସମୟରେ ପରିବେଶର ସୁରକ୍ଷା ଉପରେ ସମସ୍ତେ ଚିନ୍ତାବ୍ୟକ୍ତ କରୁଛନ୍ତି। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଜନାର୍ଦ୍ଦନ ଗିରି। ତାଙ୍କ ଘର ଘଟଗାଁ ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମରେ। ବ୍ୟୟ ବହୁଳ ପେଟ୍ରୋଲ/ଡିଜେଲ ସାଙ୍ଗକୁ ପରିବେଶର ସୁରକ୍ଷା ପାଇଁ…
କାଳୀପୂଜା ପାଇଁ ବାସୁଦେବପୁର ଚଳଚଞ୍ଚଳ
ବାସୁଦେବପୁର, ୨୪।୧୦(ଡି.ଏନ.ଏ.)- ପ୍ରସିଦ୍ଧ କାଳୀପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି ବାସୁଦେବପୁର ସହର। ନିଜ ନିଜର ମଣ୍ଡପକୁ ଆକର୍ଷଣୀୟ କରିବା ଲାଗି ବିଭିନ୍ନ ପୂଜା କମିଟି ଲାଗିପଡ଼ିଛନ୍ତି। ଜିଲା ଓ ରାଜ୍ୟରେ ବାସୁଦେବପୁର କାଳୀପୂଜାର ଯଥେଷ୍ଟ ଗୁରୁତ୍ୱ ରହିଥିବା ବେଳେ ଏହା ଏବେ…
ବାର୍ହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଜଣଙ୍କର ମୃତ୍ୟୁ ଘଟଣା: ୨ ଗାଁ ପୁରୁଷଶୂନ୍ୟ
ଖଣ୍ଡପଡା,୨୪।୧୦(ସ୍ବ.ପ୍ର.): ବାର୍ହା ଶିକାର ପାଇଁ ଗତ ସୋମବାର ଜଙ୍ଗଲ ମଧ୍ୟରେ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣଙ୍କର ମୃତ୍ୟୁ ହେବା ପରେ ନୟାଗଡ଼ ଜିଲା ଖଣ୍ଡପଡ଼ା ବନ ବିଭାଗ ଏବେ ସକ୍ରିୟ ହୋଇ ଉଠିଛି। ବନ ବିଭାଗ, ବିଦ୍ୟୁତ…
Archives


