ଜିଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ: ଜଳର ସର୍ବୋତ୍କୃଷ୍ଟ ବିନିଯୋଗ କରିବାକୁ ପରାମର୍ଶ

ରଣପୁର,୧୮ା୧(ସ୍ବ.ପ୍ର.): ଚାଷୀମାନଙ୍କୁ ସଙ୍ଗଠିତ କରିବା ସହ ପାଣିପଞ୍ଚାୟତ ମାଧ୍ୟମରେ ସେମାନେ ଜଳସେଚନ ସୁବିଧା ପାଇ ଯେଭଳି ସ୍ବାବଲମ୍ବୀ ହୋଇପାରିବେ ସେଥିପାଇଁ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଉଛି। ଏ ଦିଗରେ ସଚେତନତା ସୃଷ୍ଟି ପାଇଁ ରାଜ୍ୟ ସରକାରଙ୍କ କ୍ଷୁଦ୍ର ଜଳସେଚନ ବିଭାଗ ତରଫରୁ ଚଳିତ ମାସ ୧୬ ଠାରୁ ୩୦ତାରିଖ ପର୍ଯ୍ୟନ୍ତ ସମଗ୍ର ଓଡିଶାରେ ପାଣିପଞ୍ଚାୟତ ପକ୍ଷ ପାଳନ କରାଯାଉଛି। ଜିଲାରେ ପ୍ରଥମ କରି ଗୁରୁବାର ଓଡଗଁ। ବ୍ଲକ ବୁଢାବୁଢିଆଣୀ ବନ୍ଧଠାରେ ଏହା ପାଳନ କରାଯାଇଥିଲା। ଶୁକ୍ରବାର ରଣପୁର କ୍ଷୁଦ୍ର ଜଳସେଚନ ବିଭାଗ ଆନୁକୂଲ୍ୟରେ ମାଳିସାହିର ପାଚିଲାଗୋଡି କ୍ଷୁଦ୍ର ଜଳସେଚନ ପ୍ରକଳ୍ପଠାରେ ପାଣିପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି। କ୍ଷୁଦ୍ର ଜଳସେଚନ ବିଭାଗ ଉପନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମୀକାନ୍ତ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ରାଜ୍ୟ କଳିଙ୍ଗ ଜଳ ବ୍ୟବହାରକାରୀ କୃଷକ ମହାସଂଘ ଅଧ୍ୟକ୍ଷ ସନାତନ ଦଳବେହେରା ମୁଖ୍ୟବକ୍ତା ଓ ବ୍ଲକର ପୂର୍ବତନ ଅଧ୍ୟକ୍ଷ ପ୍ରଭାତ କୁମାର ଦଳବେହେରା, ରଣପୁର ସହକାରୀ କୃଷି ଅଧିକାରୀ ଶୁଭେନ୍ଦୁ ସିଂହଦେଓ, ଖବରଦାତା ସୁକାନ୍ତ କିଶୋର ଡାକୁଆ, ଖଣ୍ଡପଡ଼ା ସହକାରୀ ନିର୍ବାହୀ ଯନ୍ତ୍ରୀ ଅଶ୍ୱିନୀ କୁମାର ସନ୍ଥ, ନୟାଗଡ଼ ସହକାରୀ ନିର୍ବାହୀଯନ୍ତ୍ରୀ ପ୍ରମୋଦ କୁମାର ସାହୁ, ଉଦ୍ୟାନ କୃଷି ବିଭାଗର ପ୍ରଭାତ ଚନ୍ଦ୍ର ପ୍ରହରାଜ, ରଙ୍କଦେଉଳୀ ପଞ୍ଚାୟତ ସମିତିସଭ୍ୟ ରବିନ୍‌କାନ୍ତ ସ୍ବାଇଁ, ଅବସରପ୍ରାପ୍ତ ଶିକ୍ଷକ ଶରତ ଚନ୍ଦ୍ର ସ୍ବାଇଁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ଅତିଥିମାନେ କୃଷିଜୀବୀଙ୍କ ଗୁଣାତ୍ମକ ମାନ ବୃଦ୍ଧି, ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ, ଜଳସେଚନ ପ୍ରଣାଳୀର ସୁପରିଚାଳନା, ପରିବେଶ ସନ୍ତୁଳନ ରକ୍ଷା ଓ ଜଙ୍ଗଲ ସମ୍ପଦ ସୁରକ୍ଷା ଉପରେ ଆଲୋକପାତ କରିଥିଲେ। ଜଳର ଅପଚୟ ନ କରି ସର୍ବୋତ୍କୃଷ୍ଟ ବିନିଯୋଗ କରିବାକୁ ପରାମର୍ଶ ଦେଇଥିଲେ। ମାଳିସାହିଠାରେ ପାଚିଲାଗୋଡି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଦ୍ୱାରା ୧୯୬୬ ମସିହାରେ କରାଯାଇଥିବା ବନ୍ଧଦ୍ୱାରା ଅଞ୍ଚଳର ୩ଶହରୁ ଊର୍ଦ୍ଧ୍ୱ ହେକ୍ଟର ଜମିରେ ଶତକଡା ୧୦୦ଭାଗ ଖରିଫ୍‌ ଚାଷ ହେଉଥିଲା ବେଳେ ଶତକଡା ୩୦ଭାଗ ରବି ଚାଷ ହୋଇପାରୁଛି। କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳର ୧୦ରୁ ଊର୍ଦ୍ଧ୍ୱ ପାଣିପଞ୍ଚାୟତର ସଭାପତି, ସମ୍ପାଦକ, ସଭ୍ୟମାନଙ୍କ ସହ ଶତାଧିକ ଚାଷୀ ଯୋଗଦେଇଥିଲେ। ନୟାଗଡ଼ ଜଳସେଚନ ବିଭାଗ ତରଫରୁ ଜିଲାରେ ମୋଟ ୮୮ଟି ପାଣି ପଞ୍ଚାୟତ ସରକାରୀ ସ୍ବୀକୃତି ମିଳିଥିଲା ବେଳେ ଆହୁରି ୧୬୭ ପାଣିପଞ୍ଚାୟତ ପାଇଁ ବିଭିନ୍ନ ଅଞ୍ଚଳର ଚାଷୀମାନେ ଆବେଦନ କରିଛନ୍ତି। ତଦନ୍ତ କରି ଏଗୁଡିକୁ ସ୍ବୀକୃତି ଦିଆଗଲେ ଆଗକୁ ପାଣିପଞ୍ଚାୟତ ଉନ୍ନତି କରିପାରିବ ବୋଲି କ୍ଷୁଦ୍ର ଜଳସେଚନ ବିଭାଗ ଉପନିର୍ବାହୀ ଯନ୍ତ୍ରୀ ମହାନ୍ତି ପ୍ରକାଶ କରିଥିଲେ। ଡିଆର୍‌ଡିଏ ଜେଇ ଅଶୋକ କୁମାର ଦଳବେହେରା ସଭା ପରିଚାଳନା କରିଥିଲେ। ରଣପୁର କ୍ଷୁଦ୍ର ଜଳସେଚନ ବିଭାଗ ଦ୍ୱାରା ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରବନ୍ଧ ଓ କୁଇଜ୍‌ ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌

ଭୁବନେଶ୍ୱର,୨୩।୪: କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌। ORHDC ଦୁର୍ନୀତି ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟ ଜାମିନ୍‌ ଦେଇଛନ୍ତି। ମୋକିମଙ୍କ ଆବେଦନକୁ ଗ୍ରହଣ କରି...

କୋହ ସମ୍ଭାଳିପାରିଲେନି ସୀମାରାଣୀ, କହିଲେ ଟଙ୍କା ନେଇ…

ଭୁବନେଶ୍ୱର,୨୩।୪: ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ ଆଶାୟୀ ଥିବା ୨ ଥର ବିଧାୟିକା...

ବିଜେଡି ଛାଡିବା ପରେ ଏମିତି କହିଲେ ରାସେଶ୍ୱରୀ

ଭୁବନେଶ୍ୱର,୨୩।୪: ବିଜେଡି ଛାଡିଲେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ। ମଙ୍ଗଳବାର ଦଳର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ସେ ଇସ୍ତଫା ଦେଇଛନ୍ତି। ସେ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ଟିକେଟକୁ ନେଇ କଂଗ୍ରେସ ଭବନରେ ଅସନ୍ତୁଷ୍ଟଙ୍କ ହୋହଲ୍ଲା

ଭୁବନେଶ୍ୱର, ୨୩।୪(ସୁନିତ୍‌ ମିଶ୍ର):ସବୁ ରାଜନୈତିକ ଦଳରେ ବର୍ତ୍ତମାନ ଟିକେଟ ବଣ୍ଟାକୁ ନେଇ ଗଣ୍ଡଗୋଳିଆ ପରିସ୍ଥିତି ଲାଗି ରହିଛି। କଂଗ୍ରେସରେ ଟିକେଟ ବଣ୍ଟନ ନେଇ ସୋମବାର ଦଳୀୟ...

ଶିକ୍ଷୟିତ୍ରୀରୁ ରାଜନୀତି: ଏବେ ବିିଧାୟକ ପଦ ପାଇଁ ଲଢିବେ

ଶିକ୍ଷକତାରୁ ଅବସର ଗ୍ରହଣ କରି ରାଜନୀତିରେ ପାଦ ଥାପିଛନ୍ତି ରଞ୍ଜିତା ମାର୍ଣ୍ଡିା ଦୀର୍ଘ ୩୦ବର୍ଷ ହେଲା ସ୍ବାମୀଙ୍କୁ ରାଜନୀତି କ୍ଷେତ୍ରରେ ସେ ସହଯୋଗ କରି ଆସିିଛନ୍ତି।...

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୩।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri