ବକେୟା ବାଦ୍‌ ଦିଅ, ନଗଦ ବିଲ୍‌ ଆଦାୟ କର

ଢେଙ୍କାନାଳ ଅଫିସ, ୧୮।୧ – ବକେୟା ବିଦ୍ୟୁତ୍‌ ବିଲ୍‌ ପୈଠ କରୁଥିବା ଉପଭୋକ୍ତାଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଛି ସେସୁ। ଏହାକୁ ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏ ନେଇ ଶୁକ୍ରବାର ସନ୍ଧ୍ୟାରେ ଜିଲାର ବିଦ୍ୟୁତ୍‌ ଉପଭୋକ୍ତା ସୁରକ୍ଷା ମଞ୍ଚ କାର୍ଯ୍ୟକାରୀ କମିଟିର ଏକ ଜରୁରୀ ବୈଠକ ସ୍ଥାନୀୟ ଗଣେଶ ବଜାରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବରିଷ୍ଠ ଆଇନଜୀବୀ ଯୋଗେନ୍ଦ୍ରନାଥ ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ। ବକେୟା ବିଦ୍ୟୁତ୍‌ ଦେୟକୁ ବାଦ୍‌ ଦେଇ ନଗଦ ବିଲ୍‌ ଆଦାୟ କରିବାକୁ ବିଦ୍ୟୁତ୍‌ ବିଭାଗକୁ ଅନୁରୋଧ କରାଯାଇଛି।
ଆଗକୁ ଛାତ୍ରୀଛାତ୍ରଙ୍କ ପରୀକ୍ଷା ରହିଛି। ବିଦ୍ୟୁତ୍‌ କାଟ ହେଲେ ସେମାନଙ୍କ ପାଠପଢ଼ା ପ୍ରଭାବିତ ହେବ। ସମ୍ପୂର୍ଣ୍ଣ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରିବା ବଦଳରେ ଚଳିତ ମାସର ନଗଦ ବିଲ୍‌ ଆଦାୟ କରିବା ଦିଗରେ ସେସୁ ଯତ୍ନବାନ ହେଉ ବୋଲି ମତପ୍ରକାଶ ପାଇଥିଲା। ଏଥିସହ ତ୍ରୁଟିପୂର୍ଣ୍ଣ ଉପାୟରେ ବିଲ୍‌ ଦେଇ ଜବରଦସ୍ତ ଟଙ୍କା ଆଦାୟକୁ ବରଦାସ୍ତ କରାଯିବନାହିଁ। ଏଥିରୁ ବିରତ ରହିବାକୁ ଚେତାବନୀ ଦିଆଯାଇଛି।
ତ୍ରୁଟିପୂର୍ଣ୍ଣ ବକେୟା ବିଲ୍‌ର ରିଭାଇଜ୍‌ କରିବା ଲାଗି ଅଭିଯୋଗ ପ୍ରକୋଷ୍ଠ ଖୋଲିବା, ବିଦ୍ୟୁତ୍‌ ଉପଭୋକ୍ତା ସୁରକ୍ଷା ମଞ୍ଚର କର୍ମକର୍ତ୍ତାଙ୍କ ସହାୟତାରେ ସମସ୍ୟାର ସମାଧାନ କରିବାକୁ ପ୍ରସ୍ତାବ ଗୃହୀତ ହୋଇଛି। ଏଥିସହ ସମସ୍ୟାର ସମାଧାନ ଲାଗି ଆସନ୍ତା ୨୨ରେ ଜିଲାପାଳ, ସେସୁ, ଏନ୍‌ଜେନ୍‌ କର୍ମକର୍ତ୍ତା ଏବଂ ବିଦ୍ୟୁତ୍‌ ଉପଭୋକ୍ତା ସୁରକ୍ଷା ମଞ୍ଚର କର୍ମକର୍ତ୍ତାଙ୍କୁ ନେଇ ମିଳିତ ବୈଠକ ଡାକିବା ଲାଗି ପ୍ରଶାସନକୁ ଅନୁରୋଧ କରିବାକୁ ନିଷ୍ପତ୍ତି ହୋଇଛି।
ପୂର୍ବତନ ମନ୍ତ୍ରୀ ନବୀନଚନ୍ଦ୍ର ନାରାୟଣ ଦାସ, ଜିଲା ଓକିଲ ସଂଘ ସଭାପତି ସଞ୍ଜୟ ମିଶ୍ର, ସମ୍ପାଦକ ଟଙ୍କଧର ବେହେରା, ଜଗତ ଉଦ୍ଧାର ମଞ୍ଚ ସଭାପତି ନବକିଶୋର ଗୁରୁ, ସାମାଜିକ କର୍ମୀ ରାମଚନ୍ଦ୍ର ପାତ୍ର, ଆଇନଜୀବୀ ପତିତପାବନ ମିଶ୍ର, ସମରେନ୍ଦ୍ର ନନ୍ଦ, ବିକ୍ରମ କେଶରୀ ପାଣି, ରବିନାରାୟଣ ମହାନ୍ତି, ନିର୍ମଳ ମିଶ୍ର, ପ୍ରେମଶଙ୍କର ମିଶ୍ର, ଅଖିଳ ମହାପାତ୍ର, ମିଳିତବଜାର ପୂଜା କମିଟି ସଭାପତି ବିଶ୍ୱନାଥ ବେହେରା, ସମ୍ପାଦକ ପୀତବାସ ସାହୁ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ ା କାର୍ଯ୍ୟକାରୀ କମିଟି ସଦସ୍ୟ ଜିତେନ୍ଦ୍ର ପଟ୍ଟନାୟକ ବୈଠକ ପରିଚାଳନାରେ ସହାୟତା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ; ୫ ମୃତ

କୋଲକାତା,୧୭।୮: ପଶ୍ଚିମବଙ୍ଗ ବୀରଭୂମିର ତାରାପୀଠରେ ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପଶ୍ଚିମବଙ୍ଗର ତାରାପୀଠରେ ଏକ ହୋଟେଲରେ…

ଆଜି ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ୪ ଘଣ୍ଟା ପରେ ମହାପ୍ରଭୁ…

ପୁରୀ,୧୭ା୮(ଅଜିତ୍‌ କୁମାର ମହାନ୍ତି): ଶ୍ରାବଣ ଶୁକ୍ଳପକ୍ଷ ପଞ୍ଚମୀ ତିଥି ସୋମବାର ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ସେବକ ଦଇତାପତିମାନେ ଏହି…

ଏଇ ଭାରତରେ

ଭାରତରେ ମଧ୍ୟାହ୍ନଭୋଜନର ପୌଷ୍ଟିକ ଦିଗକୁ ନେଇ ବହୁସମୟରେ ପ୍ରଶ୍ନ ଉଠୁଛି। ଏଥିପାଇଁ ପ୍ରାୟ ସବୁ ସ୍କୁଲରେ ଶିକ୍ଷକମାନେ ଚିନ୍ତାରେ ପଡ଼ୁଛନ୍ତି। ହେଲେ ନାଗାଲାଣ୍ଡ କୋହିମା ଜିଲାର ବିଶ୍ୱେମାର୍‌…

ସୁଖ ପରିଭାଷା

ଡାକ୍ତରୀ ପଢ଼ିବାକୁ ମନା କରିବା ଦ୍ବାରା ମା’ବାପାଙ୍କର ସ୍ବପ୍ନକୁ ଧୂଳିସାତ କରିଦେଇଥିଲେ ମଧ୍ୟ ନିଜ ପସନ୍ଦରେ ଫିଜିକ୍ସ ଅନର୍ସ ରଖି ପଢ଼ିବାର ସୁଯୋଗ ହାସଲ କରିପାରିଥିବାରୁ ବାପୁନ…

କଲରାରେ ଭରି ରହିଛି ଏସବୁ ଉପକାରୀ ଗୁଣ…

ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଠିକ୍‌ ରହିବା ନିହାତି ଦରକାର। ନ ହେଲେ ଆମେ ରୋଗ ଦ୍ୱାରା ଆକ୍ରାନ୍ତ ହେବାର ଆଶଙ୍କା ଅଧିକ ରହିଛି। ତେବେ…

ଘରେ ଶୋଇଥିବାବେଳେ ଭୁଶୁଡ଼ିଲା କାନ୍ଥ, ଚାଲିଗଲା ଆଈ-ନାତିଙ୍କ ଜୀବନ, ଶବ୍ଦ ଶୁଣି…

ଜଳେଶ୍ୱର,୧୭ା୮(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ନେତୁଆ ପଞ୍ଚାୟତର କପାସଦା ଗ୍ରାମରେ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ଘଟିଚି। ଘରେ ଶୋଇଥିବା ଅବସ୍ଥାରେ ହଠାତ୍‌…

ତଳକୁ ଚାହିଁବା ହେଉ

ଭାରତରେ ଗଣତନ୍ତ୍ରର ଅର୍ଥ ଓ ବାସ୍ତବତା ମଧ୍ୟରେ ଥିବା ବ୍ୟବଧାନ ସାଧାରଣ ଜନତାଙ୍କୁ ବିସ୍ମିତ କରିଛି । ମୁଷ୍ଟିମେୟ ଶାସକ ଗୋଷ୍ଠୀ ପାଇଁ ଗଣତନ୍ତ୍ର ଆଜି ପାଲଟିଛି…

ସମ୍ବର ପରିବର୍ତ୍ତେ ଡାଲମା

ଅଗଷ୍ଟ ୧୫ରେ ଭାରତ ତା’ର ୮୦ତମ ସ୍ବାଧୀନତା ଦିବସ ପାଳନ କରିଛି। ପାରମ୍ପରିକ ଭାବେ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri