୫ ଶହ ବର୍ଷ ତଳର ଭୟଙ୍କର ଖେଳ: ଘୋଡ଼ାର ଶୁଦ୍ଧିକରଣ ପାଇଁ ନିଆଁରେ ପ୍ରବେଶ କରନ୍ତି ଘୋଡ଼ା ସବାର
ମାଦ୍ରିଦ୍: ପୃଥିବୀର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା ରହିଛି। ସ୍ପେନ୍ରେ ଘୋଡ଼ାର ଶୁଦ୍ଧିକରଣ ପାଇଁ ଏକ ଭୟଙ୍କର ଖେଳ ହୋଇଥାଏ। ଗତ ୫ ଶହ ବର୍ଷ ଧରି ଏଠାରେ ଏହା ଜାରି ରହିଛି। ସ୍ଥାନୀୟ ସେନ୍ ବାର୍ଟୋଲୋମ ଡେ ଲୋସ୍…
ଘୁଞ୍ଚିଲା ଚନ୍ଦ୍ରଶେଖର ଆଜାଦଙ୍କ ଜାମିନ ସଂଶୋଧନ ମାମଲାର ଶୁଣାଣି
ନୂଆଦିଲ୍ଲୀ,୧୮।୧: ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ଜାମିନ ସଂଶୋଧନ ମାମଲର ଶୁଣାଣିକୁ ଦିଲ୍ଲୀର ଏକ କୋର୍ଟ ଘୁଞ୍ଚାଇ ଦେଇଛନ୍ତି। ଆସନ୍ତା ୨୧ ତାରିଖରେ ଏହି ମାମଲାର ଶୁଣାଣି କରାଯିବ ବୋଲି କୋର୍ଟ ଶନିବାର କହିଛନ୍ତି। ସୂଚନାଯୋଗ୍ୟ, ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ…
ହିନ୍ଦୁ ଶରଣାର୍ଥୀଙ୍କୁ ଅଧା ଦାମ୍ରେ ଜମି ଯୋଗାଇ ଦେଲେ ରାଜସ୍ଥାନ ସରକାର
ଜୟପୁର,୧୮।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଏପର୍ଯ୍ୟନ୍ତ ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏହାରି ଭିତରେ କିନ୍ତୁ ରାଜସ୍ଥାନର ଅଶୋକ ଗେହଲଟ ସରକାର ପାକିସ୍ତାନରୁ ଆସିଥିବା ହିନ୍ଦୁ ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ କରିଛନ୍ତି। କେବଳ ସେତିକି ନୁହେଁ…
ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାରେ ୨୦ ଆହତ
ବାଲେଶ୍ୱର ଅଫିସ,୧୮।୧: ଜାତୀୟ ରାଜପଥ ଖନ୍ତାପଡା ଥାନା ମେଘନା ପେଟ୍ରୋଲ ପମ୍ପ ନିକଟରେ ଶନିବାର ବସ୍ ସହିତ ଟ୍ରକ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୨୦ଯାତ୍ରୀ ଆହତ ହୋଇଛନ୍ତି। ସେଥିମଧ୍ୟରୁ ୧୦ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, କଲିକତାରୁ ପୁରୀ…
ଜନସଂଖ୍ୟା ବୃଦ୍ଧି ରୋକିବା ପାଇଁ ଅଣାଯିବ ଦୁଇ ସନ୍ତାନ ଆଇନ: ଭାଗଓ୍ବତ
ଲକ୍ଷ୍ନୌ, ୧୮।୧: ଦେଶରେ ବୃଦ୍ଧି ପାଉଥିବା ଜନସଂଖ୍ୟାକୁ ରୋକିବା ପାଇଁ ଆର୍ଏସ୍ଏସ୍ ପ୍ରମୁଖ ମୋହନ ଭାଗଓ୍ବତ ଦେଇଥିବା ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଉତ୍ତରପ୍ରଦେଶ ମୁରାଦାବାଦରେ ସଂଘ କାର୍ଯ୍ୟକର୍ତ୍ତାଙ୍କ ସହିତ ରୁଦ୍ଧଦ୍ୱାର ବୈଠକରେ ଯୋଗଦେଇ ଭାଗଓ୍ବତ ଦେଶରେ ଦୁଇ…
ଟିକେଟ୍ ଭାଗବଣ୍ଟାକୁ ନେଇ ଅସନ୍ତୁଷ୍ଟ କଂଗ୍ରେସ କର୍ମୀ
ନୂଆଦିଲ୍ଲୀ,୧୮।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଏବେ ଏଥିରେ ଭାଗ ନେବାକୁ ବିଭିନ୍ନ ଦଳର ବହୁ ଆଶାୟୀ ପାର୍ଥୀ ରହିଛନ୍ତି। ତେବେ କିଛିଦିନ ହେବ କଂଗ୍ରେସ ଦେଶର ବିଭିନ୍ନ ସ୍ଥାନରେ ଭଲ ପ୍ରଦର୍ଶନ କରୁଥିବା ବେଳେ ଏହି…
ମହୋତ୍ସବ ଋତୁ
ବୌଦ୍ଧ ଜିଲା ସଂସ୍କୃତିସମ୍ପନ୍ନ ଐତିହାସିକ, ଶାନ୍ତି, ପ୍ରୀତି ଓ ମୈତ୍ରୀର ପବିତ୍ର ମାଟି। ସେହି ଜିଲାରେ ବର୍ଷସାରା ମହୋତ୍ସବର ଋତୁ ଚାଲିଛି। ହରଭଙ୍ଗା ବ୍ଲକ ପୁରୁଣାକଟକରେ ମା’ ଭୈରବୀ ମହୋତ୍ସବ, ବୀରନରସିଂହପୁରରେ ଗଡଜାତ ଲୋକ ମହୋତ୍ସବ, ବୌଦ୍ଧରେ ଜିଲା ମହୋତ୍ସବ ପାଳନ…
୭ ଦିନର ଶିଶୁ କନ୍ୟା ଉଦ୍ଧାର
ଜଗତ୍ସିଂହପୁର ଅଫିସ୍, ୧୮ା୧: ଶୁକ୍ରବାର ଜଗତ୍ସିଂହପୁର ଜିଲା ପଳାଶୋଳ ଗ୍ରାମରୁ ଚାଇଲ୍ଡ ଲାଇନ୍ ଓ ଜିଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଏକ ୭ ଦିନର ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ପଳାଶୋଳର କବିତା ସାହୁ ଓ ତାଙ୍କ ସ୍ବାମୀ ନିତ୍ୟାନନ୍ଦ ସାହୁ…
ନିମନ୍ତ୍ରଣ ପତ୍ରରେ ‘ସିଏଏ’କୁ ସମର୍ଥନ ଜଣାଇଲେ ବର
ନରସିଂପୁର,୧୮।୧: ସାରା ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଏପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ କେତେକ ସ୍ଥାନରେ ଏହାକୁ ସମର୍ଥନ ମଧ୍ୟ କରାଯାଉଛି। ଦିଲ୍ଲୀଠାରୁ ପଲ୍ଲୀ ପର୍ଯ୍ୟନ୍ତ ଏହାକୁ ନେଇ ଚର୍ଚ୍ଚା ବି ଜୋର ଧରିଛି। ତେବେ…
ଜାତୀୟ ଷ୍ଟ୍ରିଟ୍ ଫୁଡ୍ ଫେଷ୍ଟିଭାଲରେ ବାବୁଲା ଦହିବରା ପୁରସ୍କୃତ
କଟକ ଅଫିସ,୧୮ା୧: ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ୧୧ତମ ଜାତୀୟ ଷ୍ଟ୍ରିଟ୍ ଫୁଡ୍ ଫେଷ୍ଟିଭାଲ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଟକ ଦେଉଳସାହିର ପ୍ରଦୀପ୍ତ କୁମାର ସାହୁ ଓରଫ ବାବୁଲାଙ୍କ ଦହିବରା ଷ୍ଟଲ୍ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ମଧ୍ୟରେ ପ୍ରଥମ ସ୍ଥାନ ହାସଲ କରିଛି।…
ଆଧୁନିକୀକରଣ ଯୋଗୁ ପ୍ରଭାବିତ ହେବ ୩ ଟ୍ରେନ୍
ଭୁବନେଶ୍ୱର, ୧୮ା୧ (ବ୍ୟୁରୋ): ରେଳଧାରଣାର ଆଧୁନିକୀକରଣ ତଥା ଦୋହରୀକରଣ କାର୍ଯ୍ୟ ପାଇଁ ପୂର୍ବତଟ ରେଳପଥରେ ୩ଟି ଗୁରୁତ୍ୱପୂର୍ଣ୍ଣ ଟ୍ରେନ୍ର ଚଳାଚଳରେ ପରିବର୍ତ୍ତନ କରାଯିବ। ଦକ୍ଷିଣ କେନ୍ଦ୍ରୀୟ ରେଳପଥ ଅନ୍ତର୍ଗତ ଗୁଁଟୁର ଓ ଗୁଁଟକାଲ ରେଳ ସେକ୍ସନ ମଧ୍ୟରେ ରେଳ ଲାଇନର ଆଧୁନିକୀକରଣ…
ପାରା ପରରେ ତିଆରି ହେଲା ସ୍ବୟଂଚାଳିତ ରୋବୋଟିକ୍ ବିମାନ…
କାଲିଫର୍ନିଆ, ୧୮।୧: ପ୍ରତିଦିନ ବୈଜ୍ଞାନିକମାନେ ନୂଆ ନୂଆ ଗବେଷଣା କରୁଛନ୍ତି। ସମ୍ପ୍ରତି ଆମେରିକାର କାଲିଫର୍ନିଆ ସ୍ଥିତ ଷ୍ଟାନ୍ଫୋର୍ଡ ବିଶ୍ୱବିଦ୍ୟାଳୟର ଗବେଷକ ୪୦ଟି ପାରା ପରରେ ସ୍ବୟଂଚାଳିତ ରୋବୋଟିକ୍ ବିମାନ ନିର୍ମାଣ କରିଛନ୍ତି। ବିମାନର ଡେଣା ସମ୍ପୂର୍ଣ୍ଣ ଭାବେ ପରରେ ନିର୍ମିତ। ଏହାକୁ…

