ମହୋତ୍ସବ ଋତୁ

ବୌଦ୍ଧ ଜିଲା ସଂସ୍କୃତିସମ୍ପନ୍ନ ଐତିହାସିକ, ଶାନ୍ତି, ପ୍ରୀତି ଓ ମୈତ୍ରୀର ପବିତ୍ର ମାଟି। ସେହି ଜିଲାରେ ବର୍ଷସାରା ମହୋତ୍ସବର ଋତୁ ଚାଲିଛି। ହରଭଙ୍ଗା ବ୍ଲକ ପୁରୁଣାକଟକରେ ମା’ ଭୈରବୀ ମହୋତ୍ସବ, ବୀରନରସିଂହପୁରରେ ଗଡଜାତ ଲୋକ ମହୋତ୍ସବ, ବୌଦ୍ଧରେ ଜିଲା ମହୋତ୍ସବ ପାଳନ ହୋଇଥିବାବେଳେ ମାତ୍ର ଅଳ୍ପଦିନ ପୂର୍ବରୁ ପୁସ୍ତକମେଳା ମଧ୍ୟ ସମ୍ପନ୍ନ ହୋଇଛି। ସେହିପରି କଣ୍ଟାମାଳ ବ୍ଲକର ଖଟଖଟିଆରେ ଉଷତ ମହୋତ୍ସବ, ବ୍ରାହ୍ମଣୀରେ ବଉଳ ମହୋତ୍ସବ, ସିମିଳିପଦରରେ ମହକ ଉତ୍ସବ, କଣ୍ଟାମାଳରେ ଦୁଇ ଦୁଇଟି ମହୋତ୍ସବ, ଖୁଣ୍ଟିଗୋରାର ଖଡଙ୍ଗ ମହୋତ୍ସବ, ବିଳାସପୁରର ଲୋକ ମହୋତ୍ସବ ଓ ବାଉଁଶୁଣୀରେ ବାଉଁଶୁଣୀ ଲୋକ ମହୋତ୍ସବ ସାଙ୍ଗକୁ ରହିଛି ପଲଶାଗୋରାର ମୁରାସୁର ଦରବାର, କଲରାକୋଠାର ମହିଷାସୁର ଦରବାର, ମଲକିପଦର ଓ ଦପଲାର ଧନୁଯାତ୍ରା। ବୌଦ୍ଧ ସହରରେ ମଧ୍ୟ ଧନୁଯାତ୍ରା ଓ ରାମଲୀଳା ପର୍ବ ପାଳନ ହେଉଛି। ଏହାବ୍ୟତୀତ ବ୍ଲକର ପ୍ରସିଦ୍ଧ ଗନ୍ଧରାଢୀ ଶୈବପୀଠରେ ଗନ୍ଧରାଢୀ ମହୋତ୍ସବ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି। ମହୋତ୍ସବ ଦ୍ୱାରା ସାରା ଜିଲାରେ ସଂସ୍କୃତି, ପରମ୍ପରା ଉଜ୍ଜୀବିିତ ହେଉଛି। ମହୋତ୍ସବ ଫଳରେ ବ୍ୟବସାୟୀମାନେ ଭଲ ବେପାର କରିବା ସହ ଅଧିକ ଲାଭ ଉଠାଉଛନ୍ତି। ଏହାସହ ସାରା ଜିଲାରେ କଳାସୀ ଯାତ୍ରା, ଝାମୁଯାତ୍ରା, ଝୁଡାଖାଇ ଯାତ୍ରା, ଦଣ୍ଡଯାତ୍ରା ଅନୁଷ୍ଠିତ ହୋଇ ଆସୁଛି। ପଲଶାଗୋରା ଓ ପାତାଳୀ ଶ୍ରୀକ୍ଷେତ୍ର ନାୟକପଡାର ମକରମେଳା ଓ ଆମ୍ବଗହଣାର ରାହାସ ଯାତ୍ରା ମଧ୍ୟ ସମ୍ପନ୍ନ ହୋଇଛି। ଚଳିତ ବର୍ଷ ଜିଲା ମହୋତ୍ସବ ଖୁବ୍‌ ଧୁମଧାମରେ ପାଳନ ହୋଇଥିବା ବେଳେ ମହୋତ୍ସବ ସହ କୃଷି, ପର୍ଯ୍ୟଟନ ପର୍ବ, କ୍ରୀଡା ମହୋତ୍ସବ ପାଳନ ହୋଇଥିଲା। ଏହି ଗୌରବମୟ ମାଟିର ମହାନ୍‌ ପରମ୍ପରାକୁ ଜାବୁଡି ଧରିଥିବା କଳାକାରମାନଙ୍କ କଳାନୈପୁଣ୍ୟ ପ୍ରଦର୍ଶନ ପାଇଁ ସୁଯୋଗ ସୃଷ୍ଟି ହୋଇଥିଲା। ବୌଦ୍ଧ ଗଡଜାତର ରାଜାମାନେ କଳାପ୍ରିୟ ଓ ପ୍ରଜାବତ୍ସଳ। ସେହି ସମୟରୁ ବିକାଶ ପ୍ରଦର୍ଶନୀ ସହ ବିଭିନ୍ନ ଗ୍ରାମରେ ଯାନିଯାତ୍ରାର ପରିବେଶ ସୃଷ୍ଟି ହୋଇଥିଲା, ଯାହାକି ବର୍ତ୍ତମାନ ପର୍ଯ୍ୟନ୍ତ ପାରମ୍ପରିକ ଭାବେ ଲୋକମାନଙ୍କ ଦ୍ୱାରା ପାଳନ ହୋଇଆସିଛି। ଖାଲି ଏତିକି ନୁହେଁ, ଏହି ଜିଲାରେ ରଥଯାତ୍ରା ଓ ବାହୁଡାଯାତ୍ରା ପାଳନ ମଧ୍ୟ ସମ୍ପୂର୍ଣ୍ଣ ନିଆରା। ବୌଦ୍ଧ ସହରରେ ମୁଖ୍ୟ ରଥଯାତ୍ରା ପାଳିତ ହେଉଥିବାବେଳେ ରାଜାଙ୍କ ଆଦେଶକ୍ରମେ ଆବହମାନ କାଳରୁ ଗ୍ରାମାଞ୍ଚଳବାସୀ ରଥଯାତ୍ରା ଓ ବାହୁଡାଯାତ୍ରା ଗୋଟିଏ ଦିନ ପରେ ପାଳନ କରିଥାନ୍ତି। ତେଣୁ ବୌଦ୍ଧର ଗରିମାମୟ ଐତିହ୍ୟର ମୂକସାକ୍ଷୀ ଭାବେ ଏହି ଯାନିଯାତ୍ରାର ପରମ୍ପରା ଚିରକାଳ ବଞ୍ଚତ୍ ରହୁ ଓ ଜିଲାର କଳାକାରମାନେ ଦେଶ ବିଦେଶରେ ସୁନାମ ଅର୍ଜନ କରି ମାଟିର ପରିଚୟ ସୃଷ୍ଟି କରନ୍ତୁ ଏହାହିଁ ସମସ୍ତଙ୍କ କାମନା।


Enter your email to get our daily news in your inbox.

All Right Reserved By Dharitri.Com

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri