ଧରିତ୍ରୀ ପ୍ରଭାବ: ଆଜି ବ୍ରହ୍ମାନନ୍ଦଙ୍କ ଧାନ କିଣିବେ ସରକାର; ଟୁଇଟ୍ ଯୋଗେ ସୂଚନା ଦେଲେ ମନ୍ତ୍ରୀ
ଭୁବନେଶ୍ୱର, ୨୬।୧ (ବ୍ୟୁରୋ): ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ବାଘମାରୀ ଗାଁର ଚାଷୀ ବ୍ରହ୍ମାନନ୍ଦ ଦାଶଙ୍କ ଧାନ କିଣା ହେଉ ନ ଥିଲା। ଚାଷ କାର୍ଯ୍ୟ ପାଇଁ ସେ ଋଣ କରିବା ସହ ସୁଧ ଗଣୁଥିଲେ। ଏପରି କି ଧାନ କିଣ,…
ଆସାମର ୨ ଜିଲାରେ ବୋମା ବିସ୍ଫୋରଣ
ଗୁଆହାଟୀ,୨୬।୧: ସାଧାରଣତନ୍ତ୍ର ଦିବସରେ ଆସାମର ୨ ଜିଲାରେ ୩ଟି ବୋମା ବିସ୍ଫୋରଣ ହୋଇଛି। ସ୍ଥାନୀୟ ଦିବ୍ରୁଗଡ଼ ଏବଂ ଚରାଇଦେବ ଜିଲାରେ ରବିବାର ସକାଳେ ବୋମା ବିସ୍ଫୋରଣ ଘଟିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଥମେ ଦିବ୍ରୁଗଡ଼ ଜିଲାରେ ୨ଟି ବୋମା ବିସ୍ଫୋରଣ…
ଦିଲ୍ଲୀରେ କୋଠା ଭୁଶୁଡ଼ି ୫ ମୃତ
ନୂଆଦିଲ୍ଲୀ,୨୬ା୧: ଦିଲ୍ଲୀର ଭଜନପୁରା ଅଞ୍ଚଳରେ ଶନିବାର ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ି ୪ ଛାତ୍ରଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଛି। ଛାତ୍ରମାନଙ୍କ ବୟସ ୧୦ରୁ ୧୫ ବର୍ଷ ମଧ୍ୟରେ। ସେମାନଙ୍କ ଶିକ୍ଷକ ମଧ୍ୟ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଅନ୍ୟ…
ମଇଦାନରେ ୧୬୪ କୋଟିପତି
ନୂଆଦିଲ୍ଲୀ,୨୬ା୧: ଫେବୃୟାରୀ ୮ରେ ଦିଲ୍ଲୀ ବିଧାନସଭା ନିର୍ବାଚନ । ମଇଦାନରେ ଅଛନ୍ତି ୧୬୪ କୋଟିପତି ପ୍ରାର୍ଥୀ। ୧୩ ପ୍ରାର୍ଥୀ ସେମାନଙ୍କ ସମ୍ପତ୍ତିର ମୂଲ୍ୟ ୫୦ କୋଟିରୁ ଊର୍ଦ୍ଧ୍ୱ ଦର୍ଶାଇଛନ୍ତି। ସବୁଠାରୁ ଅଧିକ ଧନୀ ଭାବେ ଏଏପିର ମୁଣ୍ଡ୍କା ପ୍ରାର୍ଥୀ ଧରମପାଲ ଲାକ୍ରା(୨୯୨.୧…
ଚାଇନାରେ ମୃତ୍ୟୁସଂଖ୍ୟା ୪୧
ବ୍ରାଜିଲ,୨୬ା୧: ଚାଇନାରେ କରୋନା ଭୂତାଣୁ ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ଶନିବାର ୪୧ରେ ପହଞ୍ଚତ୍ଛି। ୧୩୦୦ରୁ ଊର୍ଦ୍ଧ୍ୱ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ୨୩୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଅନ୍ୟ ୧୯୬୫ ଜଣଙ୍କ ଠାରେ ଏହି ଭୂତାଣୁ…
୫ ଜିଲାରେ ଶୀତ ଲହରି: ଅନୁଗୋଳରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ରେକର୍ଡ
ଭୁବନେଶ୍ୱର, ୨୬।୧ (ବ୍ୟୁରୋ): ଗତ କିଛିଦିନ ରାଜ୍ୟରେ ଥଣ୍ଡା କମିଯାଇଥିବା ବେଳେ ଶନିବାର ପୁଣି ଶୀତ ଆରମ୍ଭ ହୋଇଛି। ପାରଦ ୩ରୁ ୪ଡିଗ୍ରୀ ସେଲସିୟସ ତଳକୁ ଖସିଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅନୁଗୋଳ, ସୋନପୁର, ଝାରସୁଗୁଡା, ଦେବଗଡ ଓ ବଲାଙ୍ଗୀର…
ଭାରତ-ବ୍ରାଜିଲ ମଧ୍ୟରେ ୧୫ ଚୁକ୍ତି ସ୍ବାକ୍ଷର
ନୂଆଦିଲ୍ଲୀ,୨୬ା୧(ପି.ଟି.): ଭାରତ ଓ ବ୍ରାଜିଲ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ଲାଗି ଶନିବାର ଦୁଇଦେଶ ମଧ୍ୟରେ ୧୫ଟି ଚୁକ୍ତିନାମା ସ୍ବାକ୍ଷର ହୋଇଛି। ନୂଆଦିଲ୍ଲୀ ଗସ୍ତରେ ଆସିଥିବା ବ୍ରାଜିଲ ରାଷ୍ଟ୍ରପତି ଜୈର୍ ବୋଲ୍ସୋନାରୋ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ…
ରାଜସ୍ଥାନ ବିଧାନସଭାରେ ସିଏଏ ବିରୋଧୀ ପ୍ରସ୍ତାବ ଗୃହୀତ
ଜୟପୁର,୨୬ା୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ରାଜସ୍ଥାନ ବିଧାନସଭାରେ ଶନିବାର ଧ୍ୱନିମତରେ ପ୍ରସ୍ତାବ ଗୃହୀତ ହୋଇଛି। ଭାଜପା ପକ୍ଷରୁ ଏଭଳି ପ୍ରକ୍ରିୟାକୁ ବିରୋଧ କରାଯାଇ କଂଗ୍ରେସ ତୁଷ୍ଟୀକରଣ ରାଜନୀତି କରୁଛି ବୋଲି ଅଭିଯୋଗ କରାଯାଇଛି। ପ୍ରଥମେ କେରଳ ପରେ କଂଗ୍ରେସ…
‘କରୋନା’ ଭାଇରସ୍ ପାଇଁ ଆଡ୍ଭାଇଜରି: ୪ ମେଡିକାଲରେ ଖୋଲିବ ସ୍ବତନ୍ତ୍ର ଓ୍ବାର୍ଡ
ଭୁବନେଶ୍ୱର, ୨୬।୧ (ବ୍ୟୁରୋ)/ କଟକ ଅଫିସ : ‘କରୋନା’ ଭାଇରସ୍ ପାଇଁ ଶନିବାର ରାଜ୍ୟ ସରକାର ଆଡ୍ଭାଇଜରି ଜାରି କରିଛନ୍ତି। ରାଜ୍ୟର ବିଭିନ୍ନ ପ୍ରମୁଖ ହସ୍ପିଟାଲକୁ ସ୍ବାସ୍ଥ୍ୟ ବିଭାଗ ଚିଠି ଲେଖିଛି। ‘କରୋନା’ ଚିହ୍ନଟ ଓ ମୁକାବିଲା ନେଇ ପ୍ରସ୍ତୁତ ରହିବାକୁ…
୬ ସେନା ଅଧିକାରୀଙ୍କୁ ଶୌର୍ଯ୍ୟଚକ୍ର ୧୯ ଜଣଙ୍କୁ ପିଭିଏସ୍ଏମ୍
ନୂଆଦିଲ୍ଲୀ,୨୬ା୧(ପି.ଟି.): ଉତ୍ତରାଞ୍ଚଳ ସେନା କମାଣ୍ଡର ଲ୍ୟୁଟ୍ନାଣ୍ଟ ଜେନେରାଲ ରଣବୀର ସିଂଙ୍କ ସମେତ ୧୯ ଜଣ ସେନା ଅଧିକାରୀଙ୍କୁ ପରମ ବିଶିଷ୍ଟ ସେବା ମେଡାଲ (ପିଭିଏସ୍ଏମ୍) ଏବଂ ବୀରତା ପାଇଁ ୬ ଜଣଙ୍କୁ ଶୌର୍ଯ୍ୟଚକ୍ରରେ ସମ୍ମାନିତ କରାଯିବ। ୭୧ତମ ସାଧାରଣତନ୍ତ୍ର ଦିବସ ଅବସରରେ…
ଭାରତରେ ‘କରୋନା’ ଆତଙ୍କ
ନୂଆଦିଲ୍ଲୀ,୨୬ା୧(ପି.ଟି.): ଚାଇନାରୁ ଫେରିଥିବା ଆଉ ୭ ଜଣଙ୍କୁ କେରଳର ବିଭିନ୍ନ ହସ୍ପିିଟାଲରେ ଅବ୍ଜର୍ଭେଶନରେ ରଖାଯାଇଛି। ସେମାନଙ୍କୁ କରୋନା ଭୂତାଣୁ ସଂକ୍ରମଣ ହୋଇଥିବା ଆଶଙ୍କା କରାଯାଉଛି। ତେବେ ଏପର୍ଯ୍ୟନ୍ତ ଭାରତରେ କୌଣସି ବ୍ୟକ୍ତିଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇ ନ ଥିବା କେନ୍ଦ୍ର…
ବିମାନବନ୍ଦରରେ ଛାତ ଭୁଶୁଡ଼ିବା ଘଟଣା: କଣ୍ଟ୍ରାକ୍ଟର ଦିଲ୍ଲୀପଙ୍କ ସମେତ ୪ ଗିରଫ
ଭୁବନେଶ୍ୱର, ୨୬।୧(ବ୍ୟୁରୋ): ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଟର୍ମିନାଲ-୧ରୁ ଟର୍ମିନାଲ-୨କୁ ସଂଯୋଗ କରୁଥିବା ବିଲ୍ଡିଂ ଶୁକ୍ରବାର ରାତିରେ ଭୁଶୁଡିବା ଘଟଣାରେ ଦିଲ୍ଲୀପ କନ୍ଷ୍ଟ୍ରକଶନ କଣ୍ଟ୍ରାକ୍ଟର ଦିଲ୍ଲୀପ ଖଟେଇଙ୍କ ସମେତ ୪ ଜଣଙ୍କୁ ଶନିବାର ଗିରଫ କରାଯାଇଛି। ସେମାନେ ହେଲେ ଇଞ୍ଜିନିୟର ଅଭିଳାଷ…
Archives


