ଜୀବନର ମୂଲ୍ୟ ୩୦ ଟଙ୍କା

ନୂଆଦିଲ୍ଲୀ,୧୮ା୪: ଭାରତରେ ପ୍ରାୟ ୯୦,୦୦୦ ମହିଳା ଗୋଷ୍ଠୀ ସ୍ବାସ୍ଥ୍ୟକର୍ମୀ କରୋନା ବିରୋଧୀ ଲଢ଼େଇରେ ଅଗ୍ରଣୀ ଭୂମିକା ନେଉଛନ୍ତି। କିନ୍ତୁ ସେମାନଙ୍କୁ ଖୁବ୍‌ କମ୍‌ ପାରିଶ୍ରମିକ ମିଳୁଛି। ଘାତକ ମହାମାରୀ ବିରୋଧରେ ଏହି ଯୁଦ୍ଧ ଲଢ଼ିବା ପାଇଁ ସେମାନଙ୍କ ମନୋବଳ ଥିଲେ ହେଁ ପ୍ରୋତ୍ସାହନ ଅଭାବରୁ ଦୁର୍ବଳ ହୋଇଯାଇଛି ପ୍ରସ୍ତୁତି। ଏପରି କି ସାମାଜିକ କଳଙ୍କ ଯୋଗୁ ଏହି ମହିଳା ଯୋଦ୍ଧାଙ୍କ କ୍ଷେତ୍ରରେ ସଂକ୍ରମିତ ହେବା ଆଶଙ୍କା ଅଧିକ ରହିଛି। ନିଜ ଜୀବନକୁ ବାଜି ଲଗାଇ ଘର ଘର ବୁଲି ଲୋକଙ୍କ ସେବା କରୁଥିବା ଏହି ସ୍ବାସ୍ଥ୍ୟକର୍ମୀଙ୍କୁ ମିଳୁଛି ଦିନକୁ ମାତ୍ର ୩୦ ଟଙ୍କା। ଏହାକୁ ନେଇ ଖୋଲାଖୋଲି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସେମାନେ।
ମହାରାଷ୍ଟ୍ରର ଅଲକା ନଲଓ୍ବାଡେ ନାମ୍ନୀ ଜଣେ କରୋନା ଯୋଦ୍ଧା କହିଛନ୍ତି, ସରକାରଙ୍କ ଅନୁସାରେ ଆମ ଜୀବନର ମୂଲ୍ୟ ମାତ୍ର ୩୦ ଟଙ୍କା, ଯାହାକି ୧ ଡଲାରରୁ ବି କମ୍‌। କରୋନା ବିରୋଧରେ ଲଢ଼ିବା ପାଇଁ ସରକାର ଆମକୁ ମାସିକ ୧,୦୦୦ ଟଙ୍କା ଦେଉଛନ୍ତି। ଅର୍ଥାତ୍‌ ଜୀବନକୁ ବିପନ୍ନ କରି କାମ କରିବା ଲାଗି ଦିନକୁ ମାତ୍ର ୩୦ ଟଙ୍କା ମିଳୁଛି। ଅଲକା ହେଉଛନ୍ତି ୭୦,୦୦୦ ଆଶା କର୍ମୀଙ୍କ ମଧ୍ୟରୁ ଅନ୍ୟତମ, ଯାହାଙ୍କୁ ଆକ୍ରେଡିଟେଡ୍‌ ସୋସିଆଲ୍‌ ହେଲ୍‌ଥ୍‌ ଆକ୍ଟିଭିଷ୍ଟ ଭାବେ ବଛାଯାଇଛି। ସେ ଜଣେ ସିଙ୍ଗଲ୍‌ ମଦର। ଅଲକା ଏହି କାର୍ଯ୍ୟରେ ୧୦ ବର୍ଷ ହେଲା ନିୟୋଜିତ ଅଛନ୍ତି ଓ ବର୍ତ୍ତମାନ ପାଓ୍ବାରଓ୍ବାଡିରେ ଅବସ୍ଥାପିତ।
ଆଶା କର୍ମୀମାନଙ୍କୁ ପ୍ରାୟତଃ ସ୍ଥାନୀୟ ସ୍ତରରେ ଗ୍ରାମାଞ୍ଚଳରୁ ନିଯୁକ୍ତି ମିଳିଥାଏ। ଭାରତର ପ୍ରାଥମିକ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମରେ ସେମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେମାନେ ଘର ଘର ଯାଇ ଲୋକଙ୍କୁ ମା’ଙ୍କ ଗର୍ଭାବସ୍ଥା ଓ ଶିଶୁମାନଙ୍କ ସ୍ବାସ୍ଥ୍ୟ, ଗର୍ଭନିରୋଧକ ତଥା ସ୍ବଚ୍ଛତା ସମ୍ପର୍କରେ ବୁଝାଇଥାନ୍ତି। ଏପରି କି ସ୍ବାସ୍ଥ୍ୟ କାର୍ଯ୍ୟକ୍ରମରେ ସେମାନଙ୍କ ନାମ ପଞ୍ଜୀକରଣ କରିବା ସହ ଏସବୁର ଫଳାଫଳ ନେଇ ଅନୁଧ୍ୟାନ କରନ୍ତି। କୋଭିଡ୍‌-୧୯ ବିରୋଧୀ ଲଢ଼େଇରେ ଏହି ଆଶା କର୍ମୀମାନଙ୍କ ଭୂମିକା ଭିନ୍ନ ନୁହେଁ। ସେମାନେ ଦାୟିତ୍ୱ ମିଳିଥିବା ଘରଗୁଡ଼ିକୁ ଯାଇ ସଙ୍ଗରୋଧ ବିଷୟରେ ପରିବାରଗୁଡ଼ିକୁ ଶିକ୍ଷା ଦେଇଥାଆନ୍ତି। ଏହାସହ ସଂକ୍ରମଣ ଲକ୍ଷଣ ଦେଖାଦେଉଥିବା ବ୍ୟକ୍ତିଙ୍କୁ ନେଇ ଅନୁଧ୍ୟାନ କରିଥାନ୍ତି। କିନ୍ତୁ ସେମାନେ ପୂର୍ବରୁ ସାମ୍ନା କରିଥିବା ବିପଦଠାରୁ କରୋନା ଭୂତାଣୁର ବିପଦ ବହୁଗୁଣରେ ଅଧିକ।
ଭାରତରେ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ) କିଟ୍‌ର ଘୋର ଅଭାବ ରହିଛି। ଏପରି କି ଡାକ୍ତର ଓ ନର୍ସମାନେ ମଧ୍ୟ ଏହାର ଅଭାବ ଯୋଗୁ ଅସୁରକ୍ଷିତ ହୋଇପଡ଼ିଛନ୍ତି। ଏଭଳି ସମୟରେ ମାସ୍କ କିମ୍ବା ସାନିଟାଇଜର୍‌ ପାଇ ନ ଥିବା ଆଶା କର୍ମୀଙ୍କ ଅବସ୍ଥା କ’ଣ ହେଉଥିବା ତାହା ଅନୁମେୟ। ଏହାକୁ ନେଇ ଅଲକା କହିଛନ୍ତି, ସେ ଓ ତାଙ୍କ ସହଯୋଗୀମାନେ ଯେଉଁ ବିପଦକୁ ସାମ୍ନା କରୁଛନ୍ତି, ସେଥିପାଇଁ ମାସିକ ୧,୦୦୦ ଟଙ୍କାର କ୍ଷତିପୂରଣ ବା ସହାୟତା ରାଶି ପର୍ଯ୍ୟାପ୍ତ ନୁହେଁ। ଜଣେ ଦିନ ମଜୁରିଆ ଭାବେ କାମ କଲେ ଏହାଠୁ ୧୦ ଗୁଣା ଅଧିକ ଅର୍ଥ ଉପାର୍ଜନ କରିପାରିବେ ବୋଲି ସେ କ୍ଷୋଭର ସହ କହିଛନ୍ତି। ସେହିପରି ୩୦ ଟଙ୍କାରେ ଆମେ କିପରି ଘର ଚଳାଇବୁ? ମୋତେ କରୋନା ଭାଇରସ୍‌ ସଂକ୍ରମଣ ହେଲେ କ’ଣ ହେବ? କିଏ ଆମର ଯନତ୍ ନେବ? ୩୦ ଟଙ୍କାରେ ମୋର ଚିକିତ୍ସା ହୋଇପାରିବ କି ବୋଲି ଅଲକା ପ୍ରଶ୍ନ କରିଛନ୍ତି। କରୋନା ମୁକାବିଲାରେ ନିୟୋଜିତ ସ୍ବାସ୍ଥ୍ୟକର୍ମୀମାନଙ୍କ ସହ ଯେପରି ବ୍ୟବହାର ଦେଖାଯାଉଛି ତାକୁ ନେଇ ମଧ୍ୟ ଅଲକା ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କେବଳ ମହାରାଷ୍ଟ୍ର ନୁହେଁ, ହରିୟାଣା, ରାଜସ୍ଥାନ ଓ ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ଦେଖିବାକୁ ମିଳିଛି ସମାନ ଅବସ୍ଥା।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପୂର୍ବରୁ ଜେଡିୟୁ ନେତାଙ୍କୁ ହତ୍ୟା

ପାଟନା,୨୫।୪: ବିହାରରେ ଶାସକ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳର ଜଣେ ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ରାଜଧାନୀ ପାଟନା ଅଞ୍ଚଳରେ ଏହି ହତ୍ୟାକାଣ୍ଡ ପରେ...

ଓବିସି ବର୍ଗର ସବୁଠୁ ବଡ଼ ଶତ୍ରୁ ହେଉଛି କଂଗ୍ରେସ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୪ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କଂଗ୍ରେସ ନେତୃତ୍ୱାଧୀନ କର୍ଣ୍ଣାଟକ ସରକାରଙ୍କ ମୁସଲିମ ସମ୍ପ୍ରଦାୟକୁ ରାଜ୍ୟ ଓବିସି ତାଲିକାରେ ଅନ୍ତର୍ଭୁକ୍ତ କରିବା ନିଷ୍ପତ୍ତିକୁ ସମାଲୋଚନା କରି...

ଏହି ଆସନରେ ନିଜର ପ୍ରାର୍ଥୀଙ୍କୁ ଭୋଟ୍‌ ନଦେବାକୁ ନିବେଦନ କରୁଛି କଂଗ୍ରେସ

ନୂଆଦିଲ୍ଲୀ,୨୪ା୪: ଦେଶରେ ଜାରି ରହିଥିବା ସାଧାରଣ ନିର୍ବାଚନକୁ ନେଇ ନାନା ରୋଚକ ଖବରମାନ ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ରାଜସ୍ଥାନରେ କଂଗ୍ରେସ ଏହାର ଏକ ପ୍ରାର୍ଥିଙ୍କୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଏହି ଆସନରୁ ନିର୍ବାଚନ ଲଢିବେ ଅଖିଳେଶ,ଗୁରୁବାର ପ୍ରାର୍ଥିପତ୍ର ଦାଖଲ

ଲକ୍ଷ୍ନୌ,୨୪।୪: ଏସପି ସୁପ୍ରିମୋ ଅଖିଲେଶ ଯାଦବ କନ୍ନୌଜ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ନାମାଙ୍କନପତ୍ର ଦାଖଲ କରାଯିବ। ଏହାପୂର୍ବରୁ ଏସପି...

ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ

ମୁମ୍ବାଇ,୨୨ା୪: ମଙ୍ଗଳବାର ଅପରାହ୍ନରେ ମହାରାଷ୍ଟ୍ରର ୟବତମାଲରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ ହୋଇପଡିଛନ୍ତି। ଗଡକରୀ ଭାଜପାର ନାଗପୁର ପ୍ରାର୍ଥୀ ଭାବରେ...

ରେଳ ବିଭାଗର ବଡ଼ ଘୋଷଣା, ଏବେ ଆପଣଙ୍କୁ ମିଳିବ କନଫର୍ମ ଟିକେଟ୍‌

ନୂଆଦିଲ୍ଲୀ,୨୪।୪: ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା...

ଭିଣୋଇ ଆସିଲେ ଘରର କାଗଜ ପତ୍ର ଲୁଚାଇ ଦେବେ, ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୪।୪: ବୁଧବାର ଉତ୍ତର ପ୍ରଦେଶର ଆମେଠୀରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri