ମାନ୍ଦାବସ୍ଥାକୁ ଆର୍‌ବିଆଇ ବୁଷ୍ଟର

ମୁମ୍ବାଇ,୧୮।୪: କୋଭିଡ୍‌-୧୯ ଯୋଗୁ ବଜାରରେ ଉପୁଜିଥିବା ମାନ୍ଦାବସ୍ଥା ଲଢ଼େଇ ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆଗେଇ ଆସିଛି। ଏଥିଲାଗି କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଅତିରିକ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ବର୍ତ୍ତମାନ ଲକ୍‌ଡାଉନ ଅବଧିକୁ ମେ ୩ ଯାଏ ବଢ଼ାଯାଇଛି। ଦେଶ ମଧ୍ୟରେ ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ହୋଇ ପଡ଼ିଥିବାରୁ ସମସ୍ୟାରେ ରହିଥିବା କ୍ଷେତ୍ରଗୁଡିକୁ ପ୍ୟାକେଜ ପ୍ରଦାନ ନେଇ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସ୍ଥିତିର ସମୀକ୍ଷା କରିଥିଲେ। ଏହା ପରେ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଅର୍ଥ ବ୍ୟବସ୍ଥାରେ ସ୍ଥିତାବସ୍ଥା ଆଣିବା ଲାଗି ବିଭିନ୍ନ ଘୋଷଣା କରାଯାଇଛି। ପଦକ୍ଷେପ ଅନ୍ତର୍ଗତ ବ୍ୟାଙ୍କଗୁଡ଼ିକ ସେମାନଙ୍କ ଅତିରିକ୍ତ ନଗଦକୁ କେନ୍ଦ୍ରୀୟ ବ୍ୟାଙ୍କରେ ଜମା ନ ରଖି ଏହାକୁ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି। ଫଳରେ ବ୍ୟବସ୍ଥାକୁ ଅଧିକ ପୁଞ୍ଜି ପ୍ରବାହ ହେବ ବୋଲି ଆଶା କରାଯାଉଛି। ସେହିଭଳି କ୍ଷୁଦ୍ର ଏବଂ ମଧ୍ୟମ ବର୍ଗ ଅଣବ୍ୟାଙ୍କିଙ୍ଗ୍‌ ବିତ୍ତ ପ୍ରତିଷ୍ଠାନ(ଏନ୍‌ବିଏଫ୍‌ସି)ଗୁଡିକର ଡେଟ୍‌ ପେପର୍ସ ବା ଋଣ ପତ୍ର କ୍ରୟ କରିବାକୁ ବ୍ୟାଙ୍କଗୁଡିକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ମୋଟାମୋଟି ଭାବେ କହିବାକୁ ଗଲେ ବର୍ତ୍ତମାନର ଘୋଷଣା ଦ୍ୱାରା ବଜାରରେ ୧ ଲକ୍ଷ କୋଟି ଟଙ୍କାର ନଗଦ ଉପଲବ୍ଧ ହେବ। କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ବ୍ୟବସ୍ଥାରେ ସ୍ଥାୟିତ୍ୱ ଆଣିବା ଦିଗରେ ସହାୟକ ହେବ ବୋଲି ପଦକ୍ଷେପ ଘୋଷଣାକରି ଗଭର୍ନର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, କୋଭିଡ୍‌-୧୯ ଯୋଗୁ ବଜାରରେ ଉପୁଜିଥିବା ଚ୍ୟାଲେଞ୍ଜିଂ ସ୍ଥିତି ଉପରେ ବର୍ତ୍ତମାନ କେନ୍ଦ୍ରୀୟ ବ୍ୟାଙ୍କ ତୀକ୍ଷ୍‌ଣ ନଜର ରଖିଛି। ସ୍ଥିତିରେ ସୁଧାର ଆଣିବା ଲାଗି ବ୍ୟାଙ୍କ ଏହାର ପାରୁ ପର୍ଯ୍ୟନ୍ତ ଚେଷ୍ଟା ଜାରି ରଖିଛି। ଦେଶର ଆର୍ଥତ୍କ ସ୍ଥିତି, ବିତ୍ତ ବଜାର, ନଗଦ ଉପଲବ୍ଧତା ଏବଂ ଅଂଶୀଦାରଙ୍କ ଉନ୍ନତି ହେବା ଭଳି ଯୋଜନା ହାତକୁ ନିଆଯାଉଛି। ମୁଦ୍ରାସ୍ଫୀତି ସମ୍ପର୍କରେ ସୂଚନା ଦେଇ ସେ ପୁଣି କହିଛନ୍ତି, ଏଥିରେ ବୃଦ୍ଧି ଘଟିଥିଲେ ମଧ୍ୟ ୨୦୨୦-୨୧ ଆର୍ଥତ୍କ ବର୍ଷର ଦ୍ୱିତୀୟାର୍ଦ୍ଧରେ ଏହା ୪%ରୁ ନିମ୍ନକୁ ଖସିବା ନେଇ ଆଶା ରହିଛି। ଏହା ହେଲେ କ୍ଷତିଗ୍ରସ୍ତ ହୋଇଥିବା ଅର୍ଥ ବ୍ୟବସ୍ଥା ଏବଂ ଅଭିବୃଦ୍ଧିକୁ ଠିକ୍‌ କରିବା ଲାଗି ରେପୋ ହ୍ରାସ କରିବାକୁ କେନ୍ଦ୍ରୀୟ ବ୍ୟାଙ୍କ ନିକଟରେ ଅଧିକ ସୁଯୋଗ ସୃଷ୍ଟି ହେବ।
ବର୍ତ୍ତମାନର ପଦକ୍ଷେପ ମୁତାବକ କେନ୍ଦ୍ରୀୟ ବ୍ୟାଙ୍କ ରିଭର୍ସ ରେପୋକୁ ୨୫ ବେସିସ୍‌ ପଏଣ୍ଟ ହ୍ରାସ କରିଛି। ଫଳରେ ଏହା ୩.୭୫%କୁ ଖସିଛି। ମାର୍ଚ୍ଚ ୨୭%ରେ ରିଜର୍ଭ ବ୍ୟାଙ୍କ ଏଥିରେ ୯୦ ବେସିସ୍‌ ପଏଣ୍ଟ ହ୍ରାସ କରିଥିଲା। ଏହି ସମୟରେ ରେପୋ ରେଟ୍‌ରେ ୭୫ ବେସିସ୍‌ ପଏଣ୍ଟ ହ୍ରାସ କରାଯାଇଥିଲା। ଗତ ଥର ହ୍ରାସ କରାଯାଇଥିବା ରିଭର୍ସ ରେପୋ ହାର ବିଶେଷ ଭାବେ କାମ କରିନାହିଁ। ଋଣ ପ୍ରଦାନ ବାଦ୍‌ ବ୍ୟାଙ୍କଗୁଡିକ ପ୍ରାୟ ୭ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ରାଶି କେନ୍ଦ୍ରୀୟ ବ୍ୟାଙ୍କରେ ଜମା କରିଛନ୍ତି। କେନ୍ଦ୍ରୀୟ ବ୍ୟାଙ୍କଠାରୁ ଟାର୍ଗେଟେଡ୍‌ ଲଙ୍ଗ୍‌ଟର୍ମ ରେପୋ ଅପରେଶନ୍ସ(ଟିଏଲ୍‌ଟିଆର୍‌ଓ)ରେ ବ୍ୟାଙ୍କଗୁଡିକ ଉଠାଉଥିବା ମୋଟ ରାଶିର ୫୦% କ୍ଷୁଦ୍ର ଏନ୍‌ବିଏଫ୍‌ସିଗୁଡିକୁ ଋଣ ସହାୟତା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ଯାଏ ଏହି ବ୍ୟବସ୍ଥାରେ ବ୍ୟାଙ୍କଗୁଡିକ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ଉଠାଇଛନ୍ତି। ଏହା ମଧ୍ୟରେ ଶୁକ୍ରବାର ଅନୁଷ୍ଠିତ ହୋଇଥିବା ଟିଏଲ୍‌ଟିଆର୍‌ଓ ଅକ୍ସନର ୨୫ ହଜାର କୋଟି ଟଙ୍କା ସାମିଲ ରହିଛି। କିନ୍ତୁ ଏହାର ପ୍ରକୃତ ଉଦ୍ଦେଶ୍ୟ ଏବେ ଯାଏ ପୂରଣ ହୋଇପାରିନାହିଁ। କାରଣ ବ୍ୟାଙ୍କଗୁଡ଼ିକ ପ୍ରମୁଖ ଫାର୍ମ ଏବଂ ରାଷ୍ଟ୍ରାୟତ୍ତ ଏଜେନ୍ସିଗୁଡିକୁ ହିଁ ସହାୟତା ପ୍ରଦାନ କରିଛନ୍ତି।
ସେହିଭଳି କେନ୍ଦ୍ରୀୟ ବ୍ୟାଙ୍କ ଅନ୍ୟ ଏକ ଟିଏଲ୍‌ଟିଆର୍‌ଓ ଓ୍ବିଣ୍ଡୋ ସହ ଆସିଛି। ଏହାର ମୂଲ୍ୟ ୫୦ ହଜାର କୋଟି ଟଙ୍କା ରହିଛି। ଆବଶ୍ୟକ ହେଲେ ଏଭଳି ଅଧିକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। କେନ୍ଦ୍ରୀୟ ବ୍ୟାଙ୍କର ଏଭଳି ପଦକ୍ଷେପ ଏନ୍‌ବିଏଫ୍‌ସିଗୁଡିକ ଲାଗି ସହାୟକ ହେବ ବୋଲି ବଜାର ବିଶେଷଜ୍ଞ କହିଛନ୍ତି। ଏନ୍‌ବିଏଫ୍‌ସିଗୁଡିକ ଲାଗି ମୋରାଟୋରିୟମ ବୃଦ୍ଧି ହେବ କି ନାହିଁ ତାହା ବ୍ୟାଙ୍କଗୁଡିକ ଊପରେ ଛଡାଯାଇଛି। ଋଣ ପ୍ରଦାନକାରୀ ସଂସ୍ଥାଗୁଡ଼ିକର ସବୁ ଆକାଉଣ୍ଟଗୁଡ଼ିକୁ ମୋରାଟୋରିୟମ ସୁବିଧା ଦିଆଯାଇଛି। ଏଗୁଡ଼ିକର କିସ୍ତି ନ ପ୍ରଦାନ କରାଗଲେ ମଧ୍ୟ ଏନ୍‌ପିଏ ହେବ ନାହିଁ ବୋଲି ଶକ୍ତିକାନ୍ତ କହିଛନ୍ତି। ଏଣୁ ଏ କ୍ଷେତ୍ରରେ ବ୍ୟାଙ୍କଗୁଡିକ ଏନ୍‌ବିଏଫ୍‌ସିଙ୍କୁ ମୋରାଟୋରିୟମ ସୁବିଧା ଦେବାରେ କୌଣସି ଅସୁବିଧା ନାହିଁ। ରିଜର୍ଭ ବ୍ୟାଙ୍କର ଏଭଳି ବିଭିନ୍ନ ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ମୋରାଟୋରିୟମ ଅନୁରୋଧକୁ ବ୍ୟାଙ୍କଗୁଡ଼ିକ ଯଦି ଠିକ୍‌ ଭାବେ ଏନ୍‌ବିଏଫ୍‌ସିକୁ ଦିଅନ୍ତି ତେବେ ଏହା ଦ୍ୱାରା ସଂସ୍ଥାଗୁଡିକରେ ନଗଦ ସମସ୍ୟା ଦେଖାଦେବ ନାହିଁ ବୋଲି ଶ୍ରୀରାମ ଟ୍ରାନ୍ସପୋର୍ଟ ଫାଇନାନ୍ସର ସିଇଓ ଉମେଶ ରେଭାଙ୍କର ସୂଚନା ଦେଇଛନ୍ତି।
ଅପରପକ୍ଷରେ କେନ୍ଦ୍ରୀୟ ବ୍ୟାଙ୍କ ନ୍ୟାଶନାଲ ହାଉସିଂ ବ୍ୟାଙ୍କ(ଏନ୍‌ଏଚ୍‌ବି), ନ୍ୟାଶନାଲ ବ୍ୟାଙ୍କ ଫର୍‌ ଏଗ୍ରିକଲଚର କ୍ରେଡିଟ ନାବାର୍ଡ, ସ୍ମଲ ଇଣ୍ଡଷ୍ଟ୍ରିଜ ବୋର୍ଡ ଅଫ୍‌ ଇଣ୍ଡିଆ(ସିଡ୍‌ବି)କୁ ପୁନଃ ଋଣ ପ୍ରଦାନ ଓ୍ବିଣ୍ଡୋ ଖୋଲିବାକୁ କୁହାଯାଇଛି। ଏହି ସଂସ୍ଥାଗୁଡିକ ମଧ୍ୟ ୫୦ ହଜାର କୋଟି ଟଙ୍କା ପ୍ରଦାନ କରିବେ। ଆର୍ଥତ୍କ ବର୍ଷ ମାର୍ଚ୍ଚଠାରୁ ଚଳିତ ବର୍ଷ ସେପ୍ଟେମ୍ବର ୩୦ ଅବଧି ମଧ୍ୟରେ ବ୍ୟାଙ୍କଗୁଡିକ ଲାଭାଂଶ ପ୍ରଦାନ ନ କରିବାକୁ କୁହାଯାଇଛି। ସେହିଭଳି ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ଲାଗି ଋଣ ପୁନର୍ଗଠନ ଅବଧି ୯୦ ଦିନକୁ ବଢ଼ାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖତାରଙ୍କ ୧୨ଶହ କୋଟି ଟଙ୍କାର ସମ୍ପତ୍ତି

ଲକ୍ଷ୍ନୌ,୨୮।୩: ମୁଖତାର ଅନସାରୀଙ୍କ ନାମ କିଏ ବା ନ ଶୁଣିଛି। ଯଦି ଆମେ ପୂର୍ବାଞ୍ଚଳ ବିଷୟରେ କଥା ହେବା, ସେଠାରେ ଥିବା ସମସ୍ତେ ନିଶ୍ଚୟ ତାଙ୍କ...

ମାଫିଆ ମୁଖତାର ଅନସାରୀଙ୍କ ମୃତ୍ୟୁ, ହସ୍ପିଟାଲରେ ପୋଲିସ ଛାଉଣି, ୧୪୪ ଧାରା ଜାରି

ବାନ୍ଦା,୨୮।୩: ଉତ୍ତର ପ୍ରଦେଶର ବାନ୍ଦା ହସ୍ପିଟାଲରେ ଶୁକ୍ରବାର ରାତିରେ ମାଫିଆରୁ ରାଜନେତା ହୋଇଥିବା ମୁଖତାର ଅନସାରୀଙ୍କ ମୃତ୍ୟୁ ହୋଇଛି। ବାନ୍ଦା ଜେଲରେ ହାର୍ଟ ଆଟାକ ପରେ...

ଇଡି ଜବତ କରୁଥିବା ସମ୍ପତ୍ତି ହୁଏ କ’ଣ, ଯାହାକୁ ଗରିବଙ୍କ ମଧ୍ୟରେ ବାଣ୍ଟି ଦେଉଥିବା କହୁଛନ୍ତି ମୋଦି?

ନୂଆଦିଲ୍ଲୀ,୨୮।୩: ନିର୍ବାଚନ ଋତୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଏକ ବଡ଼ ଦାବି କରିଛନ୍ତି। ପଶ୍ଚିମବଙ୍ଗର କୃଷ୍ଣନଗର ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ...

ଜେଲରୁ ପ୍ରଚାର କରିବେ ଆଜମ ଖାଁ? ଷ୍ଟାର ପ୍ରଚାରକ ଲିଷ୍ଟରେ ରହିଛି ନାମ

ଲକ୍ଷ୍ନୌ,୨୮।୩: ଲୋକସଭା ନିର୍ବାଚନ ୨୦୨୪ ପାଇଁ ବିଗୁଲ ବାଜି ସାରିଛି ଏବଂ ଉତ୍ତରପ୍ରଦେଶର ୮୦ଟି ଆସନରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ୟୁପିରେ ପ୍ରଥମ...

ମୁଖତାର ଅନସାରୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୨୮।୩: ବାହୁବଳୀ ନେତା ମୁଖତାର ଅନସାରୀ ଗୁରୁତର ହୋଇପଡିଛନ୍ତି। ବାନ୍ଦା ଜେଲରେ ଥିବା ବେଳେ ତାଙ୍କର ସ୍ବାସ୍ଥ୍ୟ ବିଗିଡି ଯାଇଛି। ଏହା ପରେ ତାଙ୍କୁ ବାନ୍ଦା...

କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ଆମେରିକା ଦେଇଥିବା ମନ୍ତବ୍ୟ ଉପରେ କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୨୮।୩ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଗିରଫଦାରୀ ଏବଂ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରାଯିବା ଘଟଣା ଉପରେ ଆମେରିକାର ମନ୍ତବ୍ୟ ଅବାଞ୍ଛିତ ବୋଲି...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

୧୪ ବର୍ଷର ବନବାସ ଶେଷ କରି କାହିଁକି ରାଜନୀତିକୁ ଫେରିଲେ ଛୋଟେ ମିଆଁ

ମୁମ୍ବାଇ,୨୮।୩: ବଲିଉଡ଼ ଅଭିନେତା ତଥା ପୂର୍ବତନ ଏମପି ଗୋବିନ୍ଦା ଗୁରୁବାର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଶିବସେନାରେ ଯୋଗ ଦେଇଛନ୍ତି। ମୁମ୍ବାଇ ଉତ୍ତର ପଶ୍ଚିମରେ ଶିବସେନାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri