ମାନ୍ଦାବସ୍ଥାକୁ ଆର୍‌ବିଆଇ ବୁଷ୍ଟର

ମୁମ୍ବାଇ,୧୮।୪: କୋଭିଡ୍‌-୧୯ ଯୋଗୁ ବଜାରରେ ଉପୁଜିଥିବା ମାନ୍ଦାବସ୍ଥା ଲଢ଼େଇ ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆଗେଇ ଆସିଛି। ଏଥିଲାଗି କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଅତିରିକ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ବର୍ତ୍ତମାନ ଲକ୍‌ଡାଉନ ଅବଧିକୁ ମେ ୩ ଯାଏ ବଢ଼ାଯାଇଛି। ଦେଶ ମଧ୍ୟରେ ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ହୋଇ ପଡ଼ିଥିବାରୁ ସମସ୍ୟାରେ ରହିଥିବା କ୍ଷେତ୍ରଗୁଡିକୁ ପ୍ୟାକେଜ ପ୍ରଦାନ ନେଇ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସ୍ଥିତିର ସମୀକ୍ଷା କରିଥିଲେ। ଏହା ପରେ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଅର୍ଥ ବ୍ୟବସ୍ଥାରେ ସ୍ଥିତାବସ୍ଥା ଆଣିବା ଲାଗି ବିଭିନ୍ନ ଘୋଷଣା କରାଯାଇଛି। ପଦକ୍ଷେପ ଅନ୍ତର୍ଗତ ବ୍ୟାଙ୍କଗୁଡ଼ିକ ସେମାନଙ୍କ ଅତିରିକ୍ତ ନଗଦକୁ କେନ୍ଦ୍ରୀୟ ବ୍ୟାଙ୍କରେ ଜମା ନ ରଖି ଏହାକୁ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି। ଫଳରେ ବ୍ୟବସ୍ଥାକୁ ଅଧିକ ପୁଞ୍ଜି ପ୍ରବାହ ହେବ ବୋଲି ଆଶା କରାଯାଉଛି। ସେହିଭଳି କ୍ଷୁଦ୍ର ଏବଂ ମଧ୍ୟମ ବର୍ଗ ଅଣବ୍ୟାଙ୍କିଙ୍ଗ୍‌ ବିତ୍ତ ପ୍ରତିଷ୍ଠାନ(ଏନ୍‌ବିଏଫ୍‌ସି)ଗୁଡିକର ଡେଟ୍‌ ପେପର୍ସ ବା ଋଣ ପତ୍ର କ୍ରୟ କରିବାକୁ ବ୍ୟାଙ୍କଗୁଡିକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ମୋଟାମୋଟି ଭାବେ କହିବାକୁ ଗଲେ ବର୍ତ୍ତମାନର ଘୋଷଣା ଦ୍ୱାରା ବଜାରରେ ୧ ଲକ୍ଷ କୋଟି ଟଙ୍କାର ନଗଦ ଉପଲବ୍ଧ ହେବ। କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ବ୍ୟବସ୍ଥାରେ ସ୍ଥାୟିତ୍ୱ ଆଣିବା ଦିଗରେ ସହାୟକ ହେବ ବୋଲି ପଦକ୍ଷେପ ଘୋଷଣାକରି ଗଭର୍ନର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, କୋଭିଡ୍‌-୧୯ ଯୋଗୁ ବଜାରରେ ଉପୁଜିଥିବା ଚ୍ୟାଲେଞ୍ଜିଂ ସ୍ଥିତି ଉପରେ ବର୍ତ୍ତମାନ କେନ୍ଦ୍ରୀୟ ବ୍ୟାଙ୍କ ତୀକ୍ଷ୍‌ଣ ନଜର ରଖିଛି। ସ୍ଥିତିରେ ସୁଧାର ଆଣିବା ଲାଗି ବ୍ୟାଙ୍କ ଏହାର ପାରୁ ପର୍ଯ୍ୟନ୍ତ ଚେଷ୍ଟା ଜାରି ରଖିଛି। ଦେଶର ଆର୍ଥତ୍କ ସ୍ଥିତି, ବିତ୍ତ ବଜାର, ନଗଦ ଉପଲବ୍ଧତା ଏବଂ ଅଂଶୀଦାରଙ୍କ ଉନ୍ନତି ହେବା ଭଳି ଯୋଜନା ହାତକୁ ନିଆଯାଉଛି। ମୁଦ୍ରାସ୍ଫୀତି ସମ୍ପର୍କରେ ସୂଚନା ଦେଇ ସେ ପୁଣି କହିଛନ୍ତି, ଏଥିରେ ବୃଦ୍ଧି ଘଟିଥିଲେ ମଧ୍ୟ ୨୦୨୦-୨୧ ଆର୍ଥତ୍କ ବର୍ଷର ଦ୍ୱିତୀୟାର୍ଦ୍ଧରେ ଏହା ୪%ରୁ ନିମ୍ନକୁ ଖସିବା ନେଇ ଆଶା ରହିଛି। ଏହା ହେଲେ କ୍ଷତିଗ୍ରସ୍ତ ହୋଇଥିବା ଅର୍ଥ ବ୍ୟବସ୍ଥା ଏବଂ ଅଭିବୃଦ୍ଧିକୁ ଠିକ୍‌ କରିବା ଲାଗି ରେପୋ ହ୍ରାସ କରିବାକୁ କେନ୍ଦ୍ରୀୟ ବ୍ୟାଙ୍କ ନିକଟରେ ଅଧିକ ସୁଯୋଗ ସୃଷ୍ଟି ହେବ।
ବର୍ତ୍ତମାନର ପଦକ୍ଷେପ ମୁତାବକ କେନ୍ଦ୍ରୀୟ ବ୍ୟାଙ୍କ ରିଭର୍ସ ରେପୋକୁ ୨୫ ବେସିସ୍‌ ପଏଣ୍ଟ ହ୍ରାସ କରିଛି। ଫଳରେ ଏହା ୩.୭୫%କୁ ଖସିଛି। ମାର୍ଚ୍ଚ ୨୭%ରେ ରିଜର୍ଭ ବ୍ୟାଙ୍କ ଏଥିରେ ୯୦ ବେସିସ୍‌ ପଏଣ୍ଟ ହ୍ରାସ କରିଥିଲା। ଏହି ସମୟରେ ରେପୋ ରେଟ୍‌ରେ ୭୫ ବେସିସ୍‌ ପଏଣ୍ଟ ହ୍ରାସ କରାଯାଇଥିଲା। ଗତ ଥର ହ୍ରାସ କରାଯାଇଥିବା ରିଭର୍ସ ରେପୋ ହାର ବିଶେଷ ଭାବେ କାମ କରିନାହିଁ। ଋଣ ପ୍ରଦାନ ବାଦ୍‌ ବ୍ୟାଙ୍କଗୁଡିକ ପ୍ରାୟ ୭ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ରାଶି କେନ୍ଦ୍ରୀୟ ବ୍ୟାଙ୍କରେ ଜମା କରିଛନ୍ତି। କେନ୍ଦ୍ରୀୟ ବ୍ୟାଙ୍କଠାରୁ ଟାର୍ଗେଟେଡ୍‌ ଲଙ୍ଗ୍‌ଟର୍ମ ରେପୋ ଅପରେଶନ୍ସ(ଟିଏଲ୍‌ଟିଆର୍‌ଓ)ରେ ବ୍ୟାଙ୍କଗୁଡିକ ଉଠାଉଥିବା ମୋଟ ରାଶିର ୫୦% କ୍ଷୁଦ୍ର ଏନ୍‌ବିଏଫ୍‌ସିଗୁଡିକୁ ଋଣ ସହାୟତା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ଯାଏ ଏହି ବ୍ୟବସ୍ଥାରେ ବ୍ୟାଙ୍କଗୁଡିକ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ଉଠାଇଛନ୍ତି। ଏହା ମଧ୍ୟରେ ଶୁକ୍ରବାର ଅନୁଷ୍ଠିତ ହୋଇଥିବା ଟିଏଲ୍‌ଟିଆର୍‌ଓ ଅକ୍ସନର ୨୫ ହଜାର କୋଟି ଟଙ୍କା ସାମିଲ ରହିଛି। କିନ୍ତୁ ଏହାର ପ୍ରକୃତ ଉଦ୍ଦେଶ୍ୟ ଏବେ ଯାଏ ପୂରଣ ହୋଇପାରିନାହିଁ। କାରଣ ବ୍ୟାଙ୍କଗୁଡ଼ିକ ପ୍ରମୁଖ ଫାର୍ମ ଏବଂ ରାଷ୍ଟ୍ରାୟତ୍ତ ଏଜେନ୍ସିଗୁଡିକୁ ହିଁ ସହାୟତା ପ୍ରଦାନ କରିଛନ୍ତି।
ସେହିଭଳି କେନ୍ଦ୍ରୀୟ ବ୍ୟାଙ୍କ ଅନ୍ୟ ଏକ ଟିଏଲ୍‌ଟିଆର୍‌ଓ ଓ୍ବିଣ୍ଡୋ ସହ ଆସିଛି। ଏହାର ମୂଲ୍ୟ ୫୦ ହଜାର କୋଟି ଟଙ୍କା ରହିଛି। ଆବଶ୍ୟକ ହେଲେ ଏଭଳି ଅଧିକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। କେନ୍ଦ୍ରୀୟ ବ୍ୟାଙ୍କର ଏଭଳି ପଦକ୍ଷେପ ଏନ୍‌ବିଏଫ୍‌ସିଗୁଡିକ ଲାଗି ସହାୟକ ହେବ ବୋଲି ବଜାର ବିଶେଷଜ୍ଞ କହିଛନ୍ତି। ଏନ୍‌ବିଏଫ୍‌ସିଗୁଡିକ ଲାଗି ମୋରାଟୋରିୟମ ବୃଦ୍ଧି ହେବ କି ନାହିଁ ତାହା ବ୍ୟାଙ୍କଗୁଡିକ ଊପରେ ଛଡାଯାଇଛି। ଋଣ ପ୍ରଦାନକାରୀ ସଂସ୍ଥାଗୁଡ଼ିକର ସବୁ ଆକାଉଣ୍ଟଗୁଡ଼ିକୁ ମୋରାଟୋରିୟମ ସୁବିଧା ଦିଆଯାଇଛି। ଏଗୁଡ଼ିକର କିସ୍ତି ନ ପ୍ରଦାନ କରାଗଲେ ମଧ୍ୟ ଏନ୍‌ପିଏ ହେବ ନାହିଁ ବୋଲି ଶକ୍ତିକାନ୍ତ କହିଛନ୍ତି। ଏଣୁ ଏ କ୍ଷେତ୍ରରେ ବ୍ୟାଙ୍କଗୁଡିକ ଏନ୍‌ବିଏଫ୍‌ସିଙ୍କୁ ମୋରାଟୋରିୟମ ସୁବିଧା ଦେବାରେ କୌଣସି ଅସୁବିଧା ନାହିଁ। ରିଜର୍ଭ ବ୍ୟାଙ୍କର ଏଭଳି ବିଭିନ୍ନ ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ମୋରାଟୋରିୟମ ଅନୁରୋଧକୁ ବ୍ୟାଙ୍କଗୁଡ଼ିକ ଯଦି ଠିକ୍‌ ଭାବେ ଏନ୍‌ବିଏଫ୍‌ସିକୁ ଦିଅନ୍ତି ତେବେ ଏହା ଦ୍ୱାରା ସଂସ୍ଥାଗୁଡିକରେ ନଗଦ ସମସ୍ୟା ଦେଖାଦେବ ନାହିଁ ବୋଲି ଶ୍ରୀରାମ ଟ୍ରାନ୍ସପୋର୍ଟ ଫାଇନାନ୍ସର ସିଇଓ ଉମେଶ ରେଭାଙ୍କର ସୂଚନା ଦେଇଛନ୍ତି।
ଅପରପକ୍ଷରେ କେନ୍ଦ୍ରୀୟ ବ୍ୟାଙ୍କ ନ୍ୟାଶନାଲ ହାଉସିଂ ବ୍ୟାଙ୍କ(ଏନ୍‌ଏଚ୍‌ବି), ନ୍ୟାଶନାଲ ବ୍ୟାଙ୍କ ଫର୍‌ ଏଗ୍ରିକଲଚର କ୍ରେଡିଟ ନାବାର୍ଡ, ସ୍ମଲ ଇଣ୍ଡଷ୍ଟ୍ରିଜ ବୋର୍ଡ ଅଫ୍‌ ଇଣ୍ଡିଆ(ସିଡ୍‌ବି)କୁ ପୁନଃ ଋଣ ପ୍ରଦାନ ଓ୍ବିଣ୍ଡୋ ଖୋଲିବାକୁ କୁହାଯାଇଛି। ଏହି ସଂସ୍ଥାଗୁଡିକ ମଧ୍ୟ ୫୦ ହଜାର କୋଟି ଟଙ୍କା ପ୍ରଦାନ କରିବେ। ଆର୍ଥତ୍କ ବର୍ଷ ମାର୍ଚ୍ଚଠାରୁ ଚଳିତ ବର୍ଷ ସେପ୍ଟେମ୍ବର ୩୦ ଅବଧି ମଧ୍ୟରେ ବ୍ୟାଙ୍କଗୁଡିକ ଲାଭାଂଶ ପ୍ରଦାନ ନ କରିବାକୁ କୁହାଯାଇଛି। ସେହିଭଳି ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ଲାଗି ଋଣ ପୁନର୍ଗଠନ ଅବଧି ୯୦ ଦିନକୁ ବଢ଼ାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ଜନ୍ମଦିନ ପାଳିବାକୁ ଆସିଥିଲେ, ଭଡ଼ା ଘରୁ ମିଳିଲା CDA ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ: ସୁଇସାଇଡ୍ ନୋଟ୍‌କୁ ନେଇ ବଢ଼ିଲା…

ବାଲେଶ୍ୱର,୧୭। ୭(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଧୀନ ଆଜିମାବାଦ ଅଞ୍ଚଳର ଏକ ଭଡ଼ା ଘରୁ ଜଣେ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯନ୍ତ୍ରୀ…

ପୁଣି ଖାକିରେ ଦାଗ: ମହିଳାଙ୍କୁ ପ୍ରତାରଣା-ବଳାତ୍କାର ଅଭିଯୋଗରେ ପୋଲିସ ଓଏଏସଆଇ ଗୌରାଙ୍ଗ ବେହେରା ଗିରଫ

ଛତ୍ରପୁର, ୧୭।୭(ଦିଲ୍ଲୀପ ସାମଲ): ପୁଣି ଥରେ ଖାକି ପୋଷାକରେ ଲାଗିଛି ଦାଗ। ଜଣେ ମହିଳାଙ୍କ ଇଚ୍ଛା ବିରୋଧରେ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ଏବଂ ପ୍ରତାରଣା କରିବା…

ଘରେ ଏକୁଟିଆ ଦେଖି ଜବରଦସ୍ତି ଉଠାଇ ନେଇ ୮ ବର୍ଷର ନାବାଳିକାକୁ ବଳାତ୍କାର: ଅଭିଯୁକ୍ତ କୁଶୁନୁ ମୁଣ୍ଡାଙ୍କୁ…

ପାଟଣା,୧୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୮ ବର୍ଷର ନାବାଳିକାକୁ ବଳାତ୍କାର କରାଯାଇଥିବା ନେଇ ଏକ ସଂଗୀନ ଅଭିଯୋଗ ସାମ୍ନାକୁ ଆସିଛି।…

ଦେଶୀ ମଦ କାରବାର, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୧୭ା୭ (ମନ୍ମଥ ମିଶ୍ର): ଅଡବା ଥାନା ପୋଲିସ ଗମ୍ଭାରିଗାଁ ଗ୍ରାମରେ ଦେଶୀ ମଦ ପ୍ରସ୍ତୁତି ଓ ବିକ୍ରି କରିବା ବିରୋଧରେ ଚଢ଼ାଉ କରି ୨ଙ୍କୁ ଗିରଫ…

କିମ୍ବଦନ୍ତୀ କ୍ରିକେଟର ସାର୍ ଗ୍ୟାରୀ ସୋବର୍ସଙ୍କ ପରଲୋକ, କ୍ରିକେଟ୍ ଜଗତରେ ଶୋକର ଛାୟା

ବ୍ରିଜ୍‌ଟାଉନ୍,୧୭।୭: ବିଶ୍ୱ କ୍ରିକେଟ୍ ଇତିହାସର ମହାନତମ ଅଲରାଉଣ୍ଡର ତଥା ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଅଧିନାୟକ ସାର୍ ଗାରଫିଲ୍ଡ ସୋବର୍ସ (Garry Sobers)ଙ୍କ ପରଲୋକ ହୋଇଯାଇଛି। ୮୯ ବର୍ଷ ବୟସରେ…

ରାଷ୍ଟ୍ରପତିଙ୍କ ତପ୍ତପାଣି ଗସ୍ତ କାର୍ଯ୍ୟକ୍ରମକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି, ସ୍ଥିତି ପରଖିଲେ ଜିଲାପାଳ, ଏସ.ପି

ଦିଗପହଣ୍ଡି,୧୭|୭(ଅଶେଷ ନାଥ ମିଶ୍ର) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଞ୍ଜାମ – ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ଉଷ୍ମ ପସ୍ରବଣ ତପ୍ତପାଣି ପରିଦର୍ଶନ କାର୍ଯ୍ୟକ୍ରମ କୁ ଦୃଷ୍ଟିରେ ରଖି…

ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ: ଭାଜପା ସାମିଲ ହେଲେ ଗୁଡାରି ବ୍ଲକ ଅଧ୍ୟକ୍ଷ, ସମୀକରଣ ଉପରେ…

ଗୁଡାରି, ୧୭।୭ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡାରି ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ଶବର ଶୁକ୍ରବାର ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟି (ଭାଜପା)ରେ ସାମିଲ…

ଖରିଫ ଚାଷ ପାଇଁ ୨୪ରେ ଛଡ଼ାଯିବ ପାଣି, ଘୋଡ଼ାହାଡ଼ ଡ୍ୟାମରେ ହେଲା ବୃଷ୍ଟିଯଜ୍ଞ

ଦିଗପହଣ୍ଡି, ୧୭ା୭ (ଅଶେଷ ନାଥ ମିଶ୍ର): ଖରିଫ ଧାନ ଚାଷ ନିମନ୍ତେ ଚଳିତ ବର୍ଷ ମଧ୍ୟ ଦିଗପହଣ୍ଡି ବ୍ଲକ୍‌ ଖମାରି ଗାଁ ନିକଟରେ ଥିବା ଘୋଡ଼ାହାଡ଼ ଡ୍ୟାମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri