ମାର୍ଚ୍ଚ ୩୧ ଯାଏ ଧାନ କିଣା ହେବ, ଯୋଗାଣ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଲେ ବାଚସ୍ପତି
ଭୁବନେଶ୍ୱର,୨୫।୨(ବ୍ୟୁରୋ): ଧାନକିଣାକୁ ନେଇ ଗତ ଦୁଇଦିନ ଧରି ବିଧାନସଭାକୁ ବିରୋଧୀ ଦଳ ଅଚଳ କରି ରଖିଥିଲେ। ବାଚସ୍ପତି ଏହି ସମସ୍ୟାର ସମାଧାନ ପାଇଁ ସର୍ବଦଳୀୟ ବୈଠକ ଡାକିଥିଲେ। ବୈଠକ ପରେ ବିରୋଧୀ ଗୃହରେ ଆଉ କୌଣସି ଗଣ୍ଡଗୋଳ କରି ନ ଥିଲେ…
ଦଶବର୍ଷରେ ୧୭,୧୨୪ ହେକ୍ଟର ଜଙ୍ଗଲ ଜମି ବରବାଦ
ଭୁବନେଶ୍ୱର,୨୫।୨(ବ୍ୟୁରୋ): ଖଣି, ଶିଳ୍ପ, ଜଳସେଚନ, ରାସ୍ତା ଏବଂ ରେଳପଥ ନିର୍ମାଣ ଲାଗି ରାଜ୍ୟର ୧୮ଟି ଜିଲାରେ ଗତ ଦଶ ବର୍ଷରେ ୧୭୧୨୪.୭୧୩ ହେକ୍ଟର ଜଙ୍ଗଲ ଜମି ନଷ୍ଟ ହୋଇଛି। ବିଜେଡି ସଭ୍ୟ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ…
ରଣଝାଲି ଗ୍ରାମରେ ପାନୀୟ ଜଳ ସଙ୍କଟ: ହାଣ୍ଡି ମାଠିଆ ଧରି ବ୍ଲକ କାର୍ଯ୍ୟାଳୟ ଘେରାଉ କଲେ ମହିଳା
ପୁରୁଷୋତ୍ତମପୁର,୨୫।୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ରଣଝାଲି ଗ୍ରାମର ୪ ଓ ୫ ନଂ ୱାର୍ଡରେ ପାନୀୟଜଳର ଘୋର ଅଭାବ ଦେଖାଦେଇଛି। ଏ ନେଇ ଦୀର୍ଘଦିନ ଧରି ଲୋକେ ବ୍ଲକ ଓ ଜିଲା ପ୍ରଶାସନଠାରେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ…
ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ
ଭବାନୀପାଟଣା, ୨୫।୨(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ଅଦାଲତ ଜିଲା ଓ ଦୌରାଜଜ୍ ପ୍ରଦୀପ କୁମାର ପଟ୍ଟନାୟକ ମଙ୍ଗଳବାର ଏକ ହତ୍ୟା ମାମଲା କେସ୍ ନଂ. ୫୧/୨୦୧୫ର ଶୁଣାଣି କରିଛନ୍ତି। କେସିଙ୍ଗା ଥାନା ଅନ୍ତର୍ଗତ ଡେମେରମୁଣ୍ଡା ଗ୍ରାମର ଅଭିଯୁକ୍ତ ଶିଶୁପାଲ ମାଝିଙ୍କୁ ଆଜୀବନ…
ବିହାରରେ ଲାଗୁ ହେବ ନାହିଁ ଏନ୍ଆରସି
ପାଟନା,୨୫।୨: ବିହାର ବିଧାନସଭାରେ ଏନ୍ପିଆର ଓ ଏନ୍ଆରସିକୁ ନେଇ ୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ପାସ୍ ହୋଇଛି। ମଙ୍ଗଳବାର ଗୃହରେ ରାଷ୍ଟ୍ରୀୟ ନାଗରିକ ପଞ୍ଜିକା(ଏନ୍ଆରସି)କୁ ଲାଗୁ ନ କରିବା ପାଇଁ ଏକ ପ୍ରସ୍ତାବ ପାସ୍ କରାଯାଇଛି। ଏଥିସହ ୨୦୧୦ରେ ରାଷ୍ଟ୍ରୀୟ ଜନସଂଖ୍ୟା ପଞ୍ଜିକା(ଏନ୍ପିଆର)କୁ…
ମେଲାନିଆଙ୍କ ହସ୍ତାକ୍ଷରକୁ ସ୍କୁଲରେ ସାଇତା ହୋଇ ରଖାଯିବ
ନୂଆଦିଲ୍ଲୀ,୨୫।୨: ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ପ୍ରଥମ ଥର ଭାରତକୁ ଆସିଥିବା ବେଳେ ମଙ୍ଗଳବାର ଦିଲ୍ଲୀର ୨ଟି ସ୍କୁଲକୁ ସେ ଗସ୍ତ କରିଥିଲେ। ପ୍ରଥମେ ସେ ନାନକପୁରାରେ ଥିବା ଏକ ସରକାରୀ ସ୍କୁଲକୁ ଯାଇ ସେଠାରେ ପିଲାଙ୍କ ସହ କଥାବର୍ତ୍ତା…
କରୋନା ଭାଇରସ: ଇଟାଲିରେ ୭ ମୃତ
ରୋମ,୨୫।୨: କରୋନା ଭାଇରସ ଏବେ ସାରା ବିଶ୍ୱକୁ ଭୟଭୀତ କରି ରଖିଥିବା ବେଳେ ଏବେ ଏହା ଚାଇନା ବାହାରେ ବି କାୟା ବିସ୍ତାର କରିବାରେ ଲାଗିଛି। ମିଳିଥିବା ସୂଚନା ଅନୁଯାୟୀ, କରୋନା ଭାଇରସରେ ଏବେ ଇଟାଲିରେ ୭ ଜଣଙ୍କ ମୃତ୍ୟୁ ହୋଇଛି।…
ଲାଞ୍ଚନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବ୍ରହ୍ମଗିରି ରାଜସ୍ବ ନିରୀକ୍ଷକ
ପୁରୀ ଅଫିସ, ୨୫।୨: ଲାଞ୍ଚ ନେବା ଅଭିଯୋଗରେ ମଙ୍ଗଳବାର ବ୍ରହ୍ମଗିରି ରାଜସ୍ବ ନିରୀକ୍ଷକ ବିଚିତ୍ର ମୋହନ ମିଶ୍ର ଏବଂ ପିଅନ କବିତା ବେହେରା ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏକ ଜମି ପଟ୍ଟା ମ୍ୟୁଟେଶନ ପାଇଁ ସାନବନ୍ଧକେରାର ଅଶ୍ୱିନୀ ନାୟକଙ୍କଠାରୁ ସେ…
ଭାଇରାଲ ହେଉଛି ଜାହ୍ନବୀଙ୍କ ଡ୍ୟାନ୍ସ ଭିଡିଓ
ମୁମ୍ବାଇ: ବଲିଉଡ୍ ଷ୍ଟାର କିଡ୍ ଜାହ୍ନବୀ କପୁର ତାଙ୍କ ଅଭିନୟକୁ ନେଇ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରି ସାରିଛନ୍ତି। ନିକଟରେ ଏକ ସାକ୍ଷାତ୍କାରରେ ସେ କହିଥିଲେ ତାଙ୍କୁ ‘ପାକିଜା’ ପରି ଫିଲ୍ମ ବହୁତ ପସନ୍ଦ। ଏହାସହ ବେଶ୍ କିଛିଦିନ…
ରାଜଘାଟ ପହଞ୍ଚି ଜନତାଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ୍ କଲେ କେଜରିଓ୍ବାଲ
ନୂଆଦିଲ୍ଲୀ,୨୫।୨: ଦିଲ୍ଲୀରେ ଶାନ୍ତି ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଓ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଉଦ୍ୟମ ଚଳାଇଛନ୍ତି। ମଙ୍ଗଳବାର ଅପରାହ୍ନରେ କେଜରିଓ୍ବାଲ ଓ ସିସୋଡିଆ ମହାତ୍ମା ଗାନ୍ଧୀଙ୍କ ସମାଧିସ୍ଥଳ ରାଜଘାଟରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହାପରେ ସମସ୍ତେ ମହାତ୍ମା…
ଭିଜିଲାନ୍ସ ଜାଲରେ ବଡ଼ବିଲ ସହକାରୀ ରାଜସ୍ବ ନିରୀକ୍ଷକ: ଜମି ଚିହ୍ନଟ ପାଇଁ ଲାଞ୍ଚ ନେବା ବେଳେ ଧରାପଡ଼ିଲେ
ବଡ଼ବିଲ,୨୫।୨(ସ୍ବ.ପ୍ର.)- କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। କାରାକୋହ୍ଲ ଅଞ୍ଚଳର ଜାକ୍ରିଏସ କିସପଟା ନାମକ ବ୍ୟକ୍ତିଙ୍କ ଜମି ଚିହ୍ନଟ ପାଇଁ ଏଆର୍ଆଇ(ସହକାରୀ ରାଜସ୍ବ ନିରୀକ୍ଷକ) ରାମେଶ୍ୱର ମାରାଣ୍ଡି ୩ ହଜାର ଟଙ୍କା…
‘୮୩’ ରିଲିଜ୍ ହେବା ପୂର୍ବରୁ ଟ୍ରୋଲ୍ ହେଲେ ଦୀପିକା
ମୁମ୍ବାଇ: ବଲିଉଡ୍ କୁଇନ୍ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘୮୩’ ଏବେ ରିଲିଜ୍ ଅପେକ୍ଷାରେ। ୧୯୮୩ରେ ଭାରତ କ୍ରିକେଟ ଓ୍ବାର୍ଲଡ କପ୍ ଜିତି ଇତିହାସ ସୃଷ୍ଟି କରିଥିବା ବେଳେ ଏବେ ଏହାକୁ ନେଇ ନିର୍ମାଣ କରାଯାଇଛି ଫିଲ୍ମ ‘୮୩’। ଏଥିରେ ଦୀପିକା…
Archives


