ତହସିଲ ଟୁଇଟର୍‌ ଆକାଉଣ୍ଟ ହେଉନି ଅପ୍‌ଡେଟ୍‌: ୫ ତହସିଲଦାରଙ୍କୁ ତାଗିଦ୍‌ କଲେ ଜିଲାପାଳ

ଜଗତସିଂହପୁର ଅଫିସ,୨୭ା୫: ଲକ୍‌ଡାଉନ୍‌ ସମୟରେ ଘରେ ବସି ପ୍ରଶାସନ ନିକଟରେ ଅଭିଯୋଗ କରି ସମାଧାନ ପାଇଁ ଟୁଇଟର୍‌ ସୁଯୋଗ ସୃଷ୍ଟି କରୁଛି । କିନ୍ତୁ ଜିଲାର କୁଜଙ୍ଗ, ନାଉଗାଁ, ବିରିଡ଼ି, ବାଲିକୁଦା ଓ ଜଗତ୍‌ସିଂହପୁର ତହସିଲ କାର୍ଯ୍ୟାଳୟ ଟୁଇଟର୍‌ ଅପଡେଟ୍‌ ହେଉନାହିଁ। ଯେଉଁଥିପାଇଁ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସମ୍ପୃକ୍ତ ତହସିଲଦାରମାନଙ୍କୁ ତାଗିଦ୍‌ କରିଛନ୍ତି। ସେ ଏହି ତହସିଲଦାରମାନଙ୍କୁ ଚିଠି ମାଧ୍ୟମରେ ଲେଖିଛନ୍ତି, ପୂର୍ବରୁ ଏକାଧିକବାର ନିୟମିତ ଭାବରେ ତହସିଲ ଟୁଇଟର ଆକାଉଣ୍ଟ ଅପଡେଟ୍‌ କରିବାକୁ କୁହାଯାଇଛି। ଯେହେତୁ ଏବେ ଲକ୍‌ଡାଉନ ଚାଲିଛି ତେଣୁ ଲୋକଙ୍କୁ ଟୁଇଟର ମାଧ୍ୟମରେ ଅଭିଯୋଗ ଦାଖଲ କରିବାକୁ ସୁଯୋଗ ଦେଇଛି। ଅଭିଯୋଗର ସମାଧାନ ହୋଇଗଲେ ଏହା ତହସିଲକୁ ଉତ୍ତମ ଶାସନ ଯୋଗାଇବାରେ ସମର୍ଥ ହେବ। ଏଥିସହ ସାମାଜିକ ଦୂରତା, ମାସ୍କ ବାବଦରେ ଜରିମାନା ଆଦାୟ ଓ ବିଭିନ୍ନ ପ୍ରକାର ରାଜସ୍ବ ମାମଲା ଫଏସଲା ଆଦି ନିୟମିତ ଭାବରେ କରାଯିବା ସହ ତହସିଲ କାର୍ଯ୍ୟାଳୟ ଟୁଇଟ୍‌ର ଆକାଉଣ୍ଟରେ ଅପଡେଟ୍‌ ହେବା କଥା। କିନ୍ତୁ ତହସିଲଦାରମାନେ ଏଥିପ୍ରତି ଧ୍ୟାନ ଦେଉନାହାନ୍ତି ।
ସୂଚନା ଅନୁଯାୟୀ, କୁଜଙ୍ଗ ତହସିଲ କାର୍ଯ୍ୟାଳୟ ଗତ ୧୪ ତାରିଖ ପରଠାରୁ ତା’ର ଟୁଇଟର ଆକାଉଣ୍ଟ ଅପଡେଟ୍‌ କରିନି। ସେହିପରି ବିରିଡ଼ି ତହସିଲ ଗତ ୨୦ ତାରିଖ ପରେ, ବାଲିକୁଦା ୨୨, ଜଗତ୍‌ସିଂହପୁର ୧୭ ଓ ନାଉଗାଁ ତହସିଲ ଗତ ୧୩ ତାରିଖ ପରଠାରୁ ଅପଡେଟ୍‌ ହୋଇନାହିଁ । କେବଳ ଏତିକି ନୁହେଁ, ପ୍ରତି ତହସିଲରେ ଅତିରିକ୍ତ ତହସିଲଦାର ନିଯୁକ୍ତ ହୋଇଛନ୍ତି । ଏଥିସହ ସରକାରୀ ଗାଡ଼ି ରହିଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ଏହା ଠିକ୍‌ ଭାବେ ବିନିଯୋଗ ହୋଇିପାରୁନାହିଁ । ଉପରୋକ୍ତ ପ୍ରସଙ୍ଗଗୁଡିକୁ ଦୃଷ୍ଟିଦେଲେ ତହସିଲ ଟୁଇଟର ଆକାଉଣ୍ଟ ନିୟମିତ ଅପଡେଟ୍‌ ହେବା ଜରୁରୀ। ଜିଲାପାଳଙ୍କ ଏହି ଟୁଇଟ୍‌ ଦେଖି ଏରସମା ବ୍ଲକ ଅନ୍ତର୍ଗତ ଗାରିଆର ରବୀନ୍ଦ୍ର ପ୍ରଧାନ ଟୁଇଟ୍‌ କରିଥିଲେ । ସେ ଲେଖିଥିଲେ ଅନ୍ୟ ଜାତିର ଝିଅଙ୍କୁ ବିବାହ କରିଥିବା ବାବଦ ସରକାରୀ ସହାୟତା ପାଇଁ ୨୦୧୮ରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଦରଖାସ୍ତ ସହ କାଗଜପତ୍ର ଦାଖଲ କରିଥିଲେ। କିନ୍ତୁ ଏହି ଦରଖାସ୍ତ ଉପରେ କି ବିଚାର କରାଯାଇଛି ଦୟାକରି ଜଣାଇପାରିବେ କି ? ସେ ଦରଖାସ୍ତ କରିବାର ଇତିମଧ୍ୟରେ ୨ ବର୍ଷ ହୋଇଯାଇଥିଲେ ସୁଦ୍ଧା ତାଙ୍କୁ ନ୍ୟାୟ ମିଳି ନ ଥିବା ଜାଣି ଆଶ୍ଚର୍ଯ୍ୟ ହୋଇଥିଲେ। ମାତ୍ର ତାଙ୍କ ଟୁଇଟର ଉତ୍ତର ଦେବାକୁ ଯାଇ ଜିଲାପାଳ ଲେଖିଥିଲେ ୨୩.୮.୧୮ରେ ଏରସମା ବିଡିଓଙ୍କୁ ତଦନ୍ତ କରିବା ପାଇଁ ଚିଠି କରାଯାଇଥିଲା। ଏଥିମଧ୍ୟରେ ବହୁ ବିଳମ୍ବ ହୋଇଯାଇଥିଲେ ସୁଦ୍ଧା ବୁଧବାର ରବୀନ୍ଦ୍ରଙ୍କ ଦରଖାସ୍ତର ବିଚାର ହେବ। ଏଥିସହ ଯେଉଁ କର୍ମଚାରୀଙ୍କ ଯୋଗୁ ବିଳମ୍ବ ହେଲା ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଖରାରେ ଖଟୁଛନ୍ତି ଶ୍ରମିକ

ବାରିପଦା,୨୦ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ପ୍ରଚଣ୍ଡ ରୌଦ୍ରତାପକୁ ନେଇ ନିଦ୍ଦିଷ୍ଟ ସମୟ ମଧ୍ୟରେ ଶ୍ରମିକମାନେ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ମୟୂରଭଞ୍ଜ ଜିଲାରରେ...

ଗଞ୍ଜାମ ଜିଲାରେ ମହିଳାଙ୍କୁ ପ୍ରାର୍ଥୀ କରିନି ଭାଜପା

ବ୍ରହ୍ମପୁର,୨୦ା୪(ନରସିଂହ ସାହୁ)ମହିଳା ଭୋଟରଙ୍କୁ ନଜରରେ ରଖି ଭାଜପାର ନିର୍ବାଚନୀ ଇସ୍ତାହାରରେ ନାରୀ ଶକ୍ତି ବନ୍ଧନକୁ ଗୁରୁତ୍ୱ ଦିଆଯାଇଛି। ତେବେ ଗଞ୍ଜାମ ଜିଲାର ୧୩ ବିଧାନସଭା ନିର୍ବାଚନ...

ବଢ଼ୁଛି ଖରା, ପିଇବାକୁ ପାଣି ନାହିଁ

କେନ୍ଦ୍ରାପଡ଼ା, ୨୦ା୪ (ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାରେ ଉତ୍ତାପ ୪୨ ଡିଗ୍ରୀ ଉପରେ ଅଛି। ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମ୍‌ରେ ଥିବା ୭ ନଦୀ ଶୁଖିଲା...

ଖଣି ବିଭାଗର ଡ୍ରୋନ୍‌ କ୍ୟାମେରାରେ ମାପଚୁପ

ଯାଜପୁର,୨୦।୪ (ହର୍ଷବର୍ଦ୍ଧନ ବେହେରା)ଦ୍ରୁତ ଶିଳ୍ପାୟନ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ସହ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ରାଜ୍ୟ ସରକାର ଦାବି କରୁଛନ୍ତି।...

ଛାତ୍ରୀଛାତ୍ରଙ୍କ ଦୁର୍ଦ୍ଦଶାର ହେଉନି ଅନ୍ତ

ଡେରାବିଶ, ୨୦ା୪ (ବେବର୍ତ୍ତା ଅଜୟ ଦାସ)କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ କୁରୁଜଙ୍ଗାଠାରେ ୨୦୨୨ରେ ଖୋଲାଯାଇଥିବା ଆଦର୍ଶ ବିଦ୍ୟାଳୟ ଏବେ ବି ସମସ୍ୟା ଘେରରେ। ଏହି...

୬ ମାସ ହେବ ପାନୀୟ ଜଳ ପ୍ରକଳ୍ପ ଅଚଳ

ନାଉଗାଁ ,୨୦ା୪(ସୁଧା ବେହୁରା)ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବାବେଳେ ସକାଳ ୯ଟା ପରେ ଘରୁ ବାହାରିବା କଷ୍ଟସାଧ୍ୟ ହୋଇପଡୁଛି। ଏନେଇ ପାନୀୟ ଜଳର...

ଅଣଚାଷୀଙ୍କୁ ପ୍ରାଧାନ୍ୟ ଦେଉଛି କୃଷି ବିଭାଗ

ନୟାଗଡ଼,୨୦।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ସଦର ବ୍ଲକର ବାଲୁଗଁା ପଞ୍ଚାୟତ ଅଞ୍ଚଳରେ ଚାଷୀ ଓ ଚାଷକୁ କୃଷି ବିଭାଗ ଅଣଦେଖା କରୁଥିବା ଅଭିଯୋଗ ହୋଇଆସୁଛି। ଚାଷୀ ଓ...

ପକାରି ବନାଞ୍ଚଳରେ ନିଆଁ

ଦାରିଙ୍ଗବାଡି, ୨୦ା୪ (ଅରୁଣ ସାହୁ):ଏବେ ସାରା ରାଜ୍ୟରେ ତାପମାତ୍ରା ବିଭିନ୍ନ ଜିଲାରେ ୪୪ ଡିଗ୍ରୀ ଛୁଇଁଲାଣି। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦାରିଙ୍ଗବାଡିରେ ମଧ୍ୟ ତାପମାତ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri