Home Left

ଛୋଟ ପିଲାଙ୍କ ମୋବାଇଲ୍‌ ଅଭ୍ୟାସ ଛଡ଼ାଇବା ପାଇଁ ଷ୍ଟାର୍ଟ-ଅପ୍‌ ଆରମ୍ଭ କଲେ ୧୧ବର୍ଷ ବୟସ୍କା ବାଳିକା

ସୁରଟ,୭।୩ : ସମ୍ପ୍ରତି ଛୋଟପିଲାଙ୍କ ମଧ୍ୟରେ ମୋବାଇଲ୍‌ ଅଭ୍ୟାସ ବଢ଼ିବାରେ ଲାଗିଛି। ଭବିଷ୍ୟତରେ ଏହାର ଖରାପ ପ୍ରଭାବ ସେମାନଙ୍କ ପଡ଼ିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଗୁଜରାଟର ଜଣେ ୧୧ ବର୍ଷ ବୟସ୍କା ବାଳିକା ଭାବିକା ମାହେଶ୍ୱରୀ ଏକ ଷ୍ଟାର୍ଟ-ଅପ୍‌…

ଟାଓ୍ବାର ଉପରେ ୩ ଘଣ୍ଟା

କାମାକ୍ଷାନଗର,୭ା୩(ଡି.ଏନ.ଏ.):ଘରେ ଗଣ୍ଡଗୋଳ କରି ଜୀବନ ହାରିବାକୁ ୪୪୦ କେଭି ବିଦ୍ୟୁତ୍‌ ଟାଓ୍ବାର ଉପରକୁ ଚଢ଼ିଯାଇଥିଲେ ପୁତୁରା। ତାଙ୍କୁ ବଞ୍ଚାଇବାକୁ ନିଜ ଜୀବନକୁ ବିପନ୍ନ କରି ଦାଦା ବି ଚଢ଼ିଗଲେ ଗ୍ରୀଡ୍‌ରେ। ଉଚ୍ଚ କ୍ଷମତାସମ୍ପନ୍ନ ବିଦ୍ୟୁତ୍‌ ତାର ଭିତରୁ ଯୁବକଙ୍କୁ ଉଦ୍ଧାର କରିବାକୁ…

ଏଡିଜେଙ୍କ କୋର୍ଟରେ ହାଜର ହେଲେ ପୁଞ୍ଜିଲାଲ

ବଲାଙ୍ଗୀର ଅଫିସ/ ପାଟଣାଗଡ଼, ୭ା୩ (ଡି.ଏନ.ଏ.): ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପୁଞ୍ଜିଲାଲ ମେହେରଙ୍କୁ ଶୁକ୍ରବାର ପାଟଣାଗଡ଼ ଏଡିଜେଙ୍କ କୋର୍ଟରେ ଚାର୍ଜଫ୍ରେମ ପାଇଁ ହାଜର କରାଯାଇଥିଲା। ତେବେ ପୁଞ୍ଜିଲାଲଙ୍କ ଆଡଭୋକେଟ୍‌ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ…

କହୁଣୀରେ ଲେଖି ପରୀକ୍ଷା ଦେଇ ରଖିଥିଲେ ୮୧ ପ୍ରତିଶତ ନମ୍ବର

ବଡ଼ୋଦରା,୭।୩: ଇଛାଶକ୍ତି ଆଗରେ ସମସ୍ତ ବାଧାବିଘ୍ନ ହାର ମାନିଥାଏ। ଏଭଳି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ଗୁଜରାଟ ବଡ଼ୋଦରାରେ ବାସ କରୁଥିବା ଦ୍ୱାଦଶ ଶ୍ରେଣୀ ଛାତ୍ର ଶିବମ୍‌ ସୋଲାଙ୍କି। ୧୩ ବର୍ଷ ହୋଇଥିବା ସମୟରେ ଏକ ଦୁର୍ଘଟଣାରେ ତାଙ୍କର ଡାହାଣ…

କର୍କଟ ପୀଡ଼ିତଙ୍କ ପାଇଁ କେଶ ଦାନ କଲେ ୮୦ ଛାତ୍ରୀ

କୋଏମ୍ବାଟୁର,୭।୩ : କର୍କଟ ପୀଡ଼ିତଙ୍କ ପାଇଁ କେତେକ ଆର୍ଥିକ ସହାୟତା ପ୍ରଦାନ କରିଥାନ୍ତି। ତେବେ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଅସମର୍ଥ ଥିବା ତାମିଲନାଡୁର କୋଏମ୍ବାଟୁରର ଏକ ଘରୋଇ କଲେଜର ୮୦ ଜଣ ଛାତ୍ରୀ ନିଜ କେଶ ଦାନ କରିଛନ୍ତି। କେମୋଥେରାପି…

୧୦୦ତମ ଜନ୍ମ ଦିନରେ ଜେଲ୍‌ ଗଲେ ବୃଦ୍ଧା

ଓ୍ବାଶିଂଟନ,୭।୩: ନିଜ ଜନ୍ମ ଦିନକୁ କିଛି ନିଆରା ଢ଼ଙ୍ଗରେ ପାଳନ କରିବା ପାଇଁ ପ୍ରତିଟି ବ୍ୟକ୍ତି ଚିନ୍ତା କରିଥାନ୍ତି। ତେବେ ଜନ୍ମ ଦିନରେ ଜେଲ ଯିବାର ଅନୁଭୁତି ପାଇବା ଲାଗି କେହି ଇଛା କରିଥିବା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ବାଭାବିକ। ମାତ୍ର…

ଲେଡି ଲଭ୍‌ଙ୍କ ସହ ପ୍ରଥମଥର ହୋଲି ଖେଳିଲେ ନିକ୍‌

ମୁମ୍ବାଇ: ଆମେରିକାନ ସିଙ୍ଗର ନିକ୍‌ ଜୋନସ୍‌ ଶୁକ୍ରବାର ପତ୍ନୀ ପ୍ରିୟଙ୍କା ଚୋପ୍ରା ଜୋନସଙ୍କ ସହ ମୁମ୍ବାଇରେ ପ୍ରଥମ ଥର ଲାଗି ହୋଲି ଖେଳିଛନ୍ତି। ଇଶା ଅମ୍ବାନିଙ୍କ ଦ୍ୱାରା ଆୟୋଜିତ ଏହି ହୋଲି କାର୍ଯ୍ୟକ୍ରମରେ ଆହୁରି ମଧ୍ୟ କେତେଜଣ ବଲିଉଡ୍‌ ସେଲିବ୍ରିଟିଙ୍କୁ ଦେଖିବାକୁ…

ଜେଏସ୍‌ପିଏଲ୍‌କୁ ଗୋଲ୍‌ଡେନ ପିକକ୍‌ ସମ୍ମାନ

ନୂଆଦିଲ୍ଳୀ,୭।୩: ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିଃ (ଜେଏସ୍‌ପିଏଲ) କୁ ସମ୍ମାନଜନକ ଗୋଲଡେନ ପିକକ ସିଏସ୍‌ଆର ସମ୍ମାନ – ୨୦୧୯ ପ୍ରଦାନ କରାଯାଇଛି। ଓଡିଶା, ଛତିଶଗଡ ଏବଂ ଝାଡଖଣ୍ଡରେ ବିଭିନ୍ନ ସାମାଜିକ ବିକାଶ କାର୍ଯ୍ୟକ୍ରମ ପାଇଁ ଜେଏସ୍‌ପିଏଲକୁ ଏହି ପୁରସ୍କାର ଦିଆଯାଇଛି…

‘ସିନ୍ଧିଆଙ୍କୁ ଅଣଦେଖା କଲେ ଅଡୁଆରେ ପଡ଼ିବେ କମଲନାଥ’

ଭୋପାଳ,୭ା୩(ପି.ଟି.): ମଧ୍ୟପ୍ରଦେଶରେ କଂଗ୍ରେସ ସରକାରରେ ଅସ୍ଥିରତା ସୃଷ୍ଟି ପାଇଁ ଘୋଡ଼ାବେପାର ଉଦ୍ୟମ ଅଭିଯୋଗ ହେଉଥିବାବେଳେ ସଙ୍କଟର ଖିଅ ଦଳ ଭିତରେ ବୋଲି ସୂଚନା ମିଳିଛି। ଦଳର ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଅଣଦେଖା ଓ ଅସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ନେତୃତ୍ୱାଧୀନ…

ଏନ୍‌ପିଡିଆର୍‌ଆର୍‌ ପୁନର୍ଗଠିତ

ନୂଆଦିଲ୍ଲୀ,୭ା୩(ପି.ଟି.): ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ଅଧ୍ୟକ୍ଷତାରେ ବିପର୍ଯ୍ୟୟ ବିପଦ ପ୍ରଶମନ ଜାତୀୟ ମଞ୍ଚ (ଏନ୍‌ପିଡିଆର୍‌ଆର୍‌) ଗଠନ କରାଯାଇଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସଦସ୍ୟ ରହିଛନ୍ତି। ବିପର୍ଯ୍ୟୟ ପରିଚାଳନାରେ ଏହା…

ଝଲସିବ ଜୀବରାମ ପଲ୍ଲୀ

ପୁରୀ ଅଫିସ,୭ା୩: ପୁରୀକୁ ବିଶ୍ୱ ଐତିହ୍ୟ ସହର କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଏଥିଲାଗି କେତେକ ପ୍ରକଳ୍ପର କାମ ଆରମ୍ଭ ହୋଇଥିବାବେଳେ ଅନେକ ମେଗା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏଠାକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକ ଯେପରି…

ବିମଲ ଜୁଲ୍‌କା ସିଆଇସି

ନୂଆଦିଲ୍ଲୀ,୭ା୩(ପି.ଟି.): ସୂଚନା କମିଶନର ବିମଲ ଜୁଲ୍‌କାଙ୍କୁ ଶୁକ୍ରବାର ମୁଖ୍ୟ ସୂଚନା କମିଶନର (ସିଆଇସି) ଭାବେ ନିଯୁକ୍ତି ମିଳିଛି। ଜାନୁୟାରୀ ୧୧ରେ ସିଆଇସି ସୁଧୀର ଭାର୍ଗବ ଅବସର ନେବା ପରଠୁ ଏହି ପଦବୀ ଖାଲି ପଡ଼ିଥିଲା। ତାଙ୍କ ସ୍ଥାନରେ ଜୁଲ୍‌କାଙ୍କୁ ରାଷ୍ଟ୍ରପତି ରାମନାଥ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri