Posted inଫୁରସତ

ସାଟେଲାଇଟ୍‌ ଉପରେ କାହିଁକି ଦିଆଯାଇଥାଏ ସୁନାର ଆବରଣ

ସାଟେଲାଇଟ୍‌କୁ ଭାରତରେ କୃତ୍ରିମ ଉପଗ୍ରହ କୁହାଯାଏ। ପ୍ରଥମ କୃତ୍ରିମ ଉପଗ୍ରହ ହେଉଛି ସ୍ପୁଟନିକ୍‌-୧। ଏହା ସୋଭିଏତ୍‌ ସଂଘ ଦ୍ୱାରା ୪ ଅକ୍ଟୋବର ୧୯୫୭ରେ ପୃଥିବୀ ପୃଷ୍ଠକୁ ପଠାଯାଇଥିଲା। ସେବେଠାରୁ ଆଜିପର୍ଯ୍ୟନ୍ତ ହଜାର ହଜାର କୃତ୍ରିମ ଉପଗ୍ରହ ମହାକାଶକୁ ପଠାଯାଇସାରିଲାଣି। କିନ୍ତୁ ଜାଣନ୍ତି କି, ସାଟେଲାଇଟ୍‌ ଉପରେ ସୁନାର ପ୍ରଲେପ କାହିଁକି ଦିଆଯାଇଥାଏ ବୋଲି। ଏହା ପଛରେ ଏକ ସ୍ବତନ୍ତ୍ର କାରଣ ରହିଛି। ତେବେ ଜାଣନ୍ତୁ ଏ ସମ୍ପର୍କରେ…


ମହାକାଶକୁ ପଠାଯାଉଥିବା ଉପଗ୍ରହରେ ସୁନାର ଆବରଣ ରହିଥାଏ। ଯାହାକୁ ବୈଜ୍ଞାନିକଙ୍କ ଭାଷାରେ ମଲ୍ଟି ଲେୟାର ଇନ୍‌ସୁଲେସନ୍‌ କୁହାଯାଏ। ଏହା ବହୁତ ହାଲୁକା ଏବଂ ଶକ୍ତିଶାଳୀ। ପ୍ରକୃତରେ ପତଳା ପତଳା ପୃଷ୍ଠକୁ ମିଶ୍ରଣ କରି ମୋଟାର ଏକ ସ୍ତର ପ୍ରସ୍ତୁତ କରାଯାଏ। ଯାହାକୁ ସାଧାରଣ ଭାଷାରେ ‘ଗୋଲ୍ଡ ପ୍ଲେଟିଂ’ କୁହାଯାଏ।
ଉପଗ୍ରହ ଉପରେ ସୁନାର ଆବରଣ କରିବା ନିହାତି ଜରୁରୀ। କାରଣ ମହାକାଶକୁ ବହୁ ଦୂର ପର୍ଯ୍ୟନ୍ତ ଉପଗ୍ରହ ପଠାଇବାକୁ ପଡ଼ିଥାଏ। ବୈଜ୍ଞାନିକଙ୍କ ମତରେ, ସାଟେଲାଇଟ୍‌ ବା ଉପଗ୍ରହ ପରିବର୍ତ୍ତନଶୀଳତା, ଚଳନତା ଏବଂ କ୍ଷୟ ପ୍ରତିରୋଧକୁ ସୁନା ରୋକିଥାଏ। ଏଥିସହ ଏଥିରେ ଥିବା ଅନ୍ୟ ଧାତୁର ଆବରଣ କ୍ଷତିକାରକ ଇନ୍‌ଫ୍ରାରେଡ୍‌ ରେଡିଏଶନ ଏବଂ ତାପଜ ବିକିରଣ ରୋକିବାରେ ସାହାଯ୍ୟ କରିଥାଏ। ବୈଜ୍ଞାନିକଙ୍କ ଅନୁଯାୟୀ, ଯଦି ଉପଗ୍ରହଟି ସୁନା ଏବଂ ଅନ୍ୟାନ୍ୟ ଧାତୁରେ ନିର୍ମିତ ସ୍ତର ଦ୍ୱାରା ଆଚ୍ଛାଦିତ ନ ହେବ ତେବେ ମହାକାଶର ବିପଜ୍ଜନକ ବିକିରଣ କ୍ଷଣିକ ମଧ୍ୟରେ ଉପଗ୍ରହକୁ ନଷ୍ଟି କରିଦେବ। ବର୍ତ୍ତମାନ ଉପଗ୍ରହରେ ଅନେକ ପ୍ରକାର ଉପକରଣ ଲଗାଯାଇଛି। ତେଣୁ ସୁନାର ସ୍ତର ଉପଗ୍ରହକୁ ଯେକୌଣସି ବସ୍ତୁରୁ ରକ୍ଷା କରିଥାଏ।
ଖାଲି ଏତିକି ନୁହେଁ, ମହାକାଶଯାତ୍ରୀଙ୍କ ସ୍ପେଶ୍‌ ଶୁଟ୍‌ରେ ମଧ୍ୟ ସୁନା ଏବଂ ଅନ୍ୟ ଧାତୁର ଆବରଣ ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri