ପଦ୍ମ ପୁରସ୍କାର ଉତ୍ସବ ସ୍ଥଗିତ
ନୂଆଦିଲ୍ଲୀ,୧୫ା୩(ପି.ଟି.): କରୋନା ସଂକ୍ରମଣ ଭୟରେ ପଦ୍ମ ପୁରସ୍କାର ପ୍ରଦାନ ଉତ୍ସବକୁ ସ୍ଥଗିତ ରଖାଯାଇଛି। ଏହି ଉତ୍ସବ ମାର୍ଚ୍ଚ ୨୬ ଓ ଏପ୍ରିଲ ୩ରେ ଅନୁଷ୍ଠିତ ହେବାର ଥିଲା। ଦେଶର ଅନ୍ୟତମ ସର୍ବୋଚ୍ଚ ବେସାମରିକ ପୁରସ୍କାର ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଓ…
ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୨
ନୂଆଦିଲ୍ଲୀ,୧୫ା୩(ପି.ଟି.): ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଶନିବାର ୧୦୨କୁ ବୃଦ୍ଧି ପାଇଥିବା ଜଣାପଡିଛି। କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୭ ଜଣ ସୁସ୍ଥ ହେବା ପରେ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଛି। ସେମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶର ୫ ଜଣ ଥିବାବେଳେ ଦିଲ୍ଲୀ…
ମାର୍ଗଦର୍ଶିକା ଶେୟାର କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୫ା୩(ପି.ଟି.): କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ନିମନ୍ତେ ହୋମ୍ କ୍ୱାରାଣ୍ଟାଇନ (ଘରେ ନିଜକୁ ଅନ୍ୟମାନଙ୍କଠାରୁ ଅଲଗା ରଖିବା) ପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ମାର୍ଗଦର୍ଶିକାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଟୁଇଟରରେ ଶେୟାର କରିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ସୂଚନାକୁ ପଢ଼ିବା ପାଇଁ…
ମାସ୍କ, ଔଷଧ ଯୋଗାଇବାକୁ ଭାରତକୁ ନେତାନ୍ୟାହୁଙ୍କ ଅନୁରୋଧ
ଜେରୁଜେଲମ୍, ୧୫।୩(ପି.ଟି.): ବିଶ୍ୱବ୍ୟାପୀ କରୋନା ଯନ୍ତ୍ରଣା ବଢ଼ିଚାଲିଥିବା ବେଳେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେନ୍ୟାମିନ୍ ନେତାନ୍ୟାହୁ ଭାରତ ପ୍ରତିପକ୍ଷ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରି ମାସ୍କ ଏବଂ ଔଷଧ ଯୋଗାଣ ଲାଗି ଅନୁମତି ଦେବାକୁ କହିଛନ୍ତି। ଇସ୍ରାଏଲ୍କୁ କଞ୍ଚାମାଲ୍ ରପ୍ତାନି ଲାଗି ସହଯୋଗ…
ସାର୍କ ଭିଡିଓ କନ୍ଫରେନ୍ସ ଆଜି
ନୂଆଦିଲ୍ଲୀ/ଇସ୍ଲାମାବାଦ, ୧୫ା୩(ପି.ଟି.): ଘାତକ କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ଲାଗି ମିଳିତ ରଣକୌଶଳ ପ୍ରସ୍ତୁତି ନିମନ୍ତେ ରବିବାର ଅପରାହ୍ନ ୫ଟାରେ ସାର୍କ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଭିଡିଓ କନ୍ଫରେନ୍ସରେ ଏକାଠି ହେବେ। ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର ଟୁଇଟ୍ କରି ଏହି…
ୟୁରୋପ କରୋନାର କେନ୍ଦ୍ରସ୍ଥଳ
ଜେନେଭା,୧୫ା୩ : ୟୁରୋପ ଏବେ ମାରାତ୍ମକ କରୋନା ଭୂତାଣୁର ନୂଆ କେନ୍ଦ୍ରସ୍ଥଳ ପାଲଟିଛି ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ପକ୍ଷରୁ ଘୋଷଣା କରାଯାଇଛି। ଡବ୍ଲ୍ୟୁଏଚ୍ଓର ଏହି ଘୋଷଣା ପରେ ବିଶ୍ୱର ବିଭିନ୍ନ ଦେଶ ସେମାନଙ୍କ ସୀମା ଅନ୍ୟ ଦେଶର ନାଗରିକମାନଙ୍କ…
ଆମେରିକାରେ ଜାତୀୟ ଜରୁରୀ ସ୍ଥିତି
ଓ୍ବାଶିଂଟନ,୧୫ା୩(ପି.ଟି.): କରୋନା ଭୂତାଣୁ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ୫୪୦୦ ଟପିଥିବାବେଳେ ପାଖାପାଖି ଦେଢ଼ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହେଲେଣି। ଏହା ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥା ଆଣିବାକୁ ଯାଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏହାକୁ ନେଇ ଦେଶରେ ଜାତୀୟ ଜରୁରୀ ସ୍ଥିତି ଘୋଷଣା…
ଆର୍ବିଆଇ ଚିଠିକୁ ମାନିଲାନି ମହାରାଷ୍ଟ୍ର
ନୂଆଦିଲ୍ଲୀ,୧୫।୩: ଘରୋଇ ବ୍ୟାଙ୍କରେ ଜମା ଟଙ୍କା ସୁରକ୍ଷିତ ରହିଥିବା କହି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆର୍ବିଆଇ) ରାଜ୍ୟଗୁଡିକୁ ଚିଠି ଲେଖିଥିଲା। ଘରୋଇ ବ୍ୟାଙ୍କରୁ ଟଙ୍କା ଉଠାଇ ନ ନେବାକୁ କୁହାଯାଇଥିଲା। ହେଲେ ଆର୍ବିଆଇର ଏହି ଚିଠିକୁ ହେୟଜ୍ଞାନ କରି ମହାରାଷ୍ଟ୍ର କ୍ଷତିଗ୍ରସ୍ତ ୟେସ୍…
ଘର ପାଇଁ ପୋତିଦେଲେ ଡ୍ରେନ୍
ଭୁବନ, ୧୫।୩(ଡି.ଏନ.ଏ.) – ବ୍ୟକ୍ତିଗତ ସ୍ବାର୍ଥ ପାଇଁ ପୋତିଦେଲେ ଡ୍ରେନ୍। ନର୍ଦ୍ଦମା ପାଣି ନିଷ୍କାସନ ହେବାକୁ ବାଟ ନାହିଁ। ରାସ୍ତାରେ ଅହରହ ବୋହୁଛି ଦୁର୍ଗନ୍ଧମୟ ଆବର୍ଜନା ପାଣି। ଆଉ ତାହାରି ଉପରେ ଅସୁରକ୍ଷିତ ଭାବେ ଯାତାୟାତ କରୁଛନ୍ତି ଲୋକେ। ଏପରି ଦୃଶ୍ୟ…
୨୬ ବର୍ଷ ବୟସରେ ୭୨ ପରିବାରକୁ ରୋଜଗାର
ଉପେନ୍ଦ୍ର ରାଉତ ବଅଁରପାଳ,୧୫ା୩ – ନିଜେ ଉଚ୍ଚଶିକ୍ଷିତ। ହେଲେ ଚାକିରି ନ କରି ଅନ୍ୟମାନଙ୍କୁ କିପରି ଚାକିରି ଦେଇପାରିବେ ସେ ଦିଗରେ ପ୍ରଚେଷ୍ଟା ଅନୁଗୋଳ ଜିଲା ବଅଁରପାଳ ବ୍ଲକ ବଳରାମପ୍ରସାଦର ସତ୍ୟବ୍ରତ ପ୍ରଧାନ (୨୬)ଙ୍କୁ ପ୍ରତିଷ୍ଠା ଦେଇପାରିଛି। ମାତ୍ର ୨୬ ବର୍ଷ…
ମହଙ୍ଗା ହେବ ମୋବାଇଲ ହ୍ୟାଣ୍ଡସେଟ୍
ନୂଆଦିଲ୍ଲୀ,୧୫।୩: ଶନିବାର ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ପରିଷଦ ବୈଠକ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋବାଇଲ ଫୋନ୍ ଉପରେ ଜିଏସ୍ଟି ୧୨%ରୁ ୧୮%କୁ ବୃଦ୍ଧି ଘଟିଛି। ଏହା ଏପ୍ରିଲ ପହିଲାରୁ ଲାଗୁ ହେବ ବୋଲି ଅର୍ଥମନ୍ତ୍ରୀ…
ସୁନ୍ଦରୀର ଚର୍ବି ବଢ଼ାଉଛି ଘୁଷୁରି ମାଂସ
ବନ୍ତଳା, ୧୫ା୩(ଦିନେଶ ଦେହୁରୀ) – ଅନୁଗୋଳ ଜିଲା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ଏନ୍କ୍ଲୋଜର ମଧ୍ୟରେ ବର୍ଷେ ୩ ମାସ ହେଲା ବନ୍ଦୀ ଜୀବନ କାଟୁଥିବା ବାନ୍ଧବଗଡ଼ର ବାଘୁଣୀ ସୁନ୍ଦରୀ ଶରୀରରେ ଚର୍ବି ବଢ଼ାଉଛି ଘୁଷୁରି ମାଂସ। ଏନ୍କ୍ଲୋଜରରେ ରହିବା ପରଠାରୁ ସେ…
Archives


