Home Left

ରାସ୍ତାକଡ଼ରୁ ନବଜାତ ଶିଶୁକନ୍ୟା ମୃତଦେହ ଉଦ୍ଧାର

ପୁରୁଷୋତ୍ତମପୁର,୨୩।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର-ହୁମ୍ମା ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତାର ଆଛୁଲି କୁମାରୀ ମଧ୍ୟରେ ଥିବା ବୁଦା ନିକଟରୁ ସୋମବାର ଏକ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଛି। ରାସ୍ତାରେ ଯାଉଥିବା ଲୋକେ ଏହା ଦେଖି ପୁରୁଷୋତ୍ତମପୁର ପୋଲିସକୁ ଖବର ଦେଇଥିଲେ।…

ଟ୍ରକ୍‌କୁ ପଛରୁ ଧକ୍କା ଦେଲା ଜାଇଲୋ: ୪ ମୃତ, ୫ ଗୁରୁତର

ବାଲେଶ୍ୱର ଅଫିସ, ୨୩।୩: ପଶ୍ଚିମବଙ୍ଗ ଦାନ୍ତୁନ୍‌ ଥାନା ଅନ୍ତର୍ଗତ ନେକୁରସୁନି ଏନ୍‌ଏଚ୍‌ ୬୦ରେ ସୋମବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ଗୁରୁତର ହୋଇଛନ୍ତି । ପ୍ରକାଶ ଯେ, ଏକ ଜାଇଲୋ ଯୋଗେ ୯ଜଣ…

ଲକ୍‌ଡାଉନ୍‌ ସମୟରେ ୬ଟି ରୁଟ୍‌ରେ ଚାଲିବ ମୋ ବସ୍‌

ଭୁବନେଶ୍ୱର(ସାହାରା ଟାଇମ୍ସ): କରୋନା ଭୂତାଣୁ ସଂକ୍ରମଣ ରୋକିବା ନେଇ ସରକାର ମାର୍ଚ୍ଚ ୨୨ରୁ ୨୯ ତାରିଖ ଯାଏ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ‘ମୋ ବସ୍‌’ ସେବା ଜାରି ରହିବ ବୋଲି କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌)…

ପୁଣି ବଡ଼ ପରଦାରେ ଦର୍ଶକଙ୍କୁ ହସାଇବେ ଅଜୟ

ମୁମ୍ବାଇ: ପ୍ରଯୋଜକ ଇନ୍ଦ୍ର କୁମାରଙ୍କ ସୁପରହିଟ୍‌ ଫିଲ୍ମ ‘ଟୋଟାଲ ଧମାଲ୍‌’ ବକ୍ସ ଅଫିସ୍‌ରେ ଧମାଲ ମଚାଇବା ପରେ ପୁଣି ବଡ଼ ପରଦାରେ ଦର୍ଶକଙ୍କୁ ହସାଇବାକୁ ଯାଉଛନ୍ତି ବଲିଉଡ୍‌ ଅଭିନେତା ଅଜୟ ଦେବଗନ। ସୋମବାର ଇନ୍ଦ୍ର କୁମାରଙ୍କ ନିର୍ମିତ ଆଉ ଏକ କମେଡି…

ବାଂଲାଦେଶ ଚୟନ କମିଟି ସଦସ୍ୟ ଲାଗି ଅବ୍‌ଦୁର ରଜାକଙ୍କୁ ପ୍ରସ୍ତାବ

ଢାକା,୨୩।୩- ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ପୂର୍ବତନ ବାମହାତୀ ସ୍ପିନର ଅବ୍‌ଦୁର ରଜାକଙ୍କୁ ଜାତୀୟ ଦଳର ଚୟନ କମିଟିର ତୃତୀୟ ସଦସ୍ୟ ପାଇଁ ପ୍ରସ୍ତାବ ଦେଇଛନ୍ତି। ଚୟନ କମିଟିର ଅନ୍ୟ ଦୁଇ ସଦସ୍ୟ ମିନହାଜୁଲ ଆବେଦିନ ଓ ହାବିବୁଲ ବାଶର ରହିଛନ୍ତି।…

ଲକ୍‌ଡାଉନ୍‌ର ଦ୍ୱିିତୀୟ ଦିନ: ବିଭିନ୍ନ ଛକରେ ଲୋକଙ୍କ ଭିଡ଼, ଜଗିଛି ପୋଲିସ

ଭୁବନେଶ୍ୱର, ୨୩।୩(ବ୍ୟୁରୋ): ରାଜ୍ୟରେ ଲକ୍‌ଡାଉନ୍‌ର ସୋମବାର ହେଉଛି ଦ୍ୱିିତୀୟ ଦିନ। ଲକ୍‌ଡାଉନ୍‌କୁ କଡ଼ାକଡ଼ି ଭାବେ ପାଳନ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ସୋମବାର ଟ୍ବିନ୍‌ ସିଟି ସମେତ ବିଭିନ୍ନ ଜିଲାର ଛକମାନଙ୍କରେ ପୋଲିସ ଜଗି ରହିଛି। ତେବେ ଭୁବନେଶ୍ୱରସ୍ଥିତ…

କରୋନା ଭାଇରସ: ଖାଲି ସମୟରେ କ’ଣ କରୁଛନ୍ତି ଦୀପିକା

ମୁମ୍ବାଇ: ବଲିଉଡ୍‌ ସେଲିବ୍ରିଟିମାନେ ଏବେ କାମରୁ ସାମାନ୍ୟ ବିରତି ପାଇଛନ୍ତି। କରୋନା ଭାଇରସ ପାଇଁ ଏବେ ସମସ୍ତ ଶୁଟିଂ ବନ୍ଦ ଥିବା ବେଳେ ଅଧିକାଂଶ ସେଲିବ୍ରିଟି ନିଜ ନିଜ ଘରେ ବନ୍ଦ ହୋଇ ରହିଛନ୍ତି। ଏହାସହ ସୋସିଆଲ ମିଡିଆରେ ଏମାନେ ତାଙ୍କ…

ହାଇକୋର୍ଟଙ୍କ ସର୍କୁଲାର: ଲକ୍‌ଡାଉନ୍‌ ଅଞ୍ଚଳରେ ପ୍ରତ୍ୟେକ ଦିନ ୧ ଘଣ୍ଟା ଖୋଲା ରହିବ ନିମ୍ନ କୋର୍ଟ

କଟକ ଅଫିସ,୨୩।୩: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ୫ ଜିଲା ଏବଂ ୮ ପୌରାଞ୍ଚଳରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ହାଇକୋର୍ଟଙ୍କ ପକ୍ଷରୁ ଅଧୀନସ୍ଥ କୋର୍ଟଗୁଡିକ ପାଇଁ ସୋମବାର ନୂତନ ନିର୍ଦ୍ଦେଶନାମା ଜାରି କରାଯାଇଛି।…

ବାରମ୍ବାର ହାତ ଧୋଇଲେ ଦୂରେଇବ କରୋନା!

ଓ୍ବାଶିଂଟନ,୨୩।୩: କରୋନା ଭାଇରସ ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟି ଯାଇଥିବା ବେଳେ କିଛିଦିନ ତଳେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ କହିଥିଲା ବାରମ୍ବାର ହାତ ଧୋଇଲେ ଆମେ କରୋନାଠାରୁ ଅନେକାଂଶରେ ଦୂରେଇ ରହିପାରିବା। ଅବଶ୍ୟ ଏହା ଠିକ୍‌ ହେଲେ ହାତ ଧୋଇବା…

ଦ୍ୱିତୀୟ ଥର ବାପା ହେଲେ ରାଇନା

ଲକ୍ଷ୍ନୌ,୨୩।୩- ଭାରତୀୟ କ୍ରିକେଟର ସୁରେଶ ରାଇନା ଦ୍ୱିତୀୟ ଥର ବାପା ହେବାର ସୁଖ ପାଇଛନ୍ତି। ତାଙ୍କ ପତ୍ନୀ ପ୍ରିୟଙ୍କା ସୋମବାର ପୁଅକୁ ଜନ୍ମ ଦେଇଛନ୍ତି। ତେବେ ମା ଓ ଛୁଆ ଉଭୟ ସୁରକ୍ଷିତ ଓ ସୁସ୍ଥ ଅଛନ୍ତି। ଏହି ଦମ୍ପତ୍ତିଙ୍କ ପୂର୍ବରୁ…

ପ୍ରଶାସନିକ କଟକଣା ନ ମାନି ଗିରଫ ହେଲେ ବ୍ୟବସାୟୀ

ଭଦ୍ରକ ଅଫିସ,୨୩।୩: ଭଦ୍ରକ ପୌରାଞ୍ଚଳ ଅଧୀନରେ ଜଣେ ବ୍ୟବସାୟୀ ପ୍ରଶାସନିକ କଟକଣାକୁ ନ ମାନି ସୋମବାର ଗିରଫ ହୋଇଛନ୍ତି। ଅତ୍ୟାବଶ୍ୟକୀୟ ଦୋକାନ ବଜାରକୁ ବାଦ୍‌ ଦେଇ ଅନ୍ୟାନ୍ୟ ସମସ୍ତ ବନ୍ଦ ରଖିବାକୁ ପ୍ରଶାସନିକ ନିର୍ଦ୍ଦେଶ ଥିବା ବେଳେ ଏହି କଟକଣାକୁ ଗବସାହି…

‘ହିନ୍ଦୁ-ମୁସ୍‌ଲିମ୍‌ ଛାଡ଼ି ମଣିଷ ହେବାର ସମୟ ଆସିଯାଇଛି’

ଲାହୋର,୨୩।୩- କରୋନା ଭାଇରସ୍‌ ଧୀରେ ଧୀରେ ପୂରା ବିଶ୍ୱକୁ ଗ୍ରାସ କରିଚାଲିଛି। ଏପର୍ଯ୍ୟନ୍ତ ୧୯୨ ଦେଶରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି। ଏଭଳି ସ୍ଥିତିରେ ହିନ୍ଦୁ-ମୁସ୍‌ଲିମ୍‌ ଛାଡ଼ି ମଣିଷ ହେବାର ସମୟ ଆସିଯାଇଛି ବୋଲି କହିଛନ୍ତି ପୂର୍ବତନ ପାକିସ୍ତାନ ପେସର ଶୋଏବ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri