Home Left

କରୋନା ଭାଇରସ ଲଢେଇ: ଗାଭାସ୍କର ଦେଲେ ୫୯ ଲକ୍ଷ ଟଙ୍କା, ପୂଜାରା, କାଶ୍ୟପ୍‌ ମଧ୍ୟ ଦାନ କଲେ

ନୂଆଦିଲ୍ଲୀ,୭।୪(ପି.ଟି.)- କରୋନା ଭାଇରସ ଲଢେଇରେ ସାମିଲ ହୋଇଛନ୍ତି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର। ସେ ୫୯ ଲକ୍ଷ ଟଙ୍କା ଦାନ କରିଛନ୍ତି। ସେହିପରି ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ମଧ୍ୟ ଦାତା ତାଲିକାରେ ସାମିଲ ହୋଇଛନ୍ତି। ତେବେ ପୂଜାରା କେତେ ପରିମାଣ…

ଲକ୍‌ଡାଉନ୍‌ ସମୟରେ ବଢ଼ୁଛି କଳାବଜାରୀ: ନିର୍ଦ୍ଧାରିତ ଦରଠାରୁ ଅଧିକା ନେଲେ କାର୍ଯ୍ୟାନୁଷ୍ଠାନ, ଅଭିଯୋଗ କରିପାରିବେ ଖାଉଟୀ

ଖୋର୍ଦ୍ଧା ଅଫିସ,୭ା୪ : ଲକ୍‌ଡାଉନ୍‌ ସମୟରେ କେତେ ଜଣ କଳାବଜାରୀ ଖୁଚୁରା ବଜାରରେ ଅତ୍ୟାବଶ୍ୟକୀୟ ସାମଗ୍ରୀ କଳାବଜାର କରୁଥିବା ନେଇ ବିଭିନ୍ନ ଗଣମାଧ୍ୟମ ଖବର ପରିବେଷଣ ପରେ ଖୋର୍ଦ୍ଧା ଜିଲା ପ୍ରଶାସନର ଚେତା ପଶିଛି। ଖୁଚୁରା ବଜାରରେ ଦର ସୁବ୍ୟବସ୍ଥିତ କରିବା…

ବିନା ଭକ୍ତରେ ଶେଷ ହେଲା ମା’ ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା: ଖାଁ ଖାଁ ଦେବୀପୀଠ, ନୀତି ସମ୍ପନ୍ନ କଲେ ସେବାୟତ

କାକଟପୁର,୭।୪(ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ ଲକ୍‌ଡାଉନ୍‌ ଘୋଷଣା ଯୋଗୁ ସମସ୍ତ ଦେବାଦେବୀ ପୀଠରେ ଏକରକମ ତାଲା ପଡ଼ିଛି। କେବଳ ସେବାୟତ ପୂଜାପଣ୍ଡାଙ୍କୁ ଛାଡ଼ିଦେଲେ ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି।  ମା’ ମଙ୍ଗଳାଙ୍କ ପୀଠରେ ୪ ପାଳି ଚୈତ୍ର ଯାତ୍ରା ବିନା ଭକ୍ତରେ ଶେଷ…

ଚନ୍ଦକା ଏସ୍‌ଓଜି କ୍ୟାମ୍ପରେ ପ୍ରଶିକ୍ଷଣ ବେଳେ ଅଘଟଣ: ହ୍ୟାଣ୍ଡ ଗ୍ରେନେଡ୍‌ ବିସ୍ଫୋରଣ ଯୋଗୁ ଜଣେ ହାବିଲଦାର୍‌ ଶହୀଦ, ୨ ଆହତ

ବାରଙ୍ଗ,୭।୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଚନ୍ଦକାଥାନା ଅଧୀନରେ ଥିବା ଏସ୍‌ଓଜି କ୍ୟାମ୍ପ୍‌ରେ ପ୍ରଶିକ୍ଷଣ ଦେବା ବେଳେ ମଙ୍ଗଳବାର ଜଣେ ପ୍ରଶିକ୍ଷକ ତଥା ହାବିଲଦାର ଶହୀଦ ହୋଇଛନ୍ତି। ଘଟଣାରେ ଅନ୍ୟ ଦୁଇଜଣ ଆହତ ମଧ୍ୟ ହୋଇଛନ୍ତି। ଶହୀଦ ହାବିଲଦାର୍‌ ହେଲେ ପ୍ରକାଶ ସାହୁ। ଅପରାହ୍ନ…

ଜନ୍ମଦିନ ପାଳିଲେନି, ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ୧୫ ହଜାର ଦେଲେ ଛାତ୍ରୀ

ଭଞ୍ଜନଗର,୭।୪(ଡି.ଏନ.ଏ)-ଭଞ୍ଜନଗର ବିଡିଓ ଅନିଲ କୁମାର ସେଠୀଙ୍କ ଝିଅ ଆଦ୍ୟାଶା ଗତ ୪ ତାରିଖରେ ନିଜ ଜନ୍ମଦିନ ପାଳନ ନ କରି ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ (କୋଭିଡ୍‌ ଫଣ୍ଡ)କୁ ୧୫ ହଜାର ଟଙ୍କା ଦାନ କରିଛନ୍ତି । ମଙ୍ଗଳବାର ଅନଲାଇନ୍‌ ମାଧ୍ୟମରେ ସେ ଏହି…

କରୋନା ପ୍ରତିହତ ବ୍ୟବସ୍ଥା ଅନୁଧ୍ୟାନ କଲେ ଡିଆଇଜି

ଛତ୍ରପୁର,୭ା୪(ଡିଏନଏ )-ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ମଙ୍ଗଳବାର ଛତ୍ରପୁର ଆସି ପୋଲିସ ବାରାକ, ରିଜର୍ଭ ଅଫିସ ପରିଦର୍ଶନ କରିଛନ୍ତି। କରୋନା ପ୍ରତିହତ ପାଇଁ କି ପଦକ୍ଷେପ ନିଆଯାଇଛି ତାହା ଅନୁଧ୍ୟାନ କରିଥିଲେ। ପରିମଳ ବ୍ୟବସ୍ଥା ସୁଦୃଢ କରିବା, ହାତ ଧୋଇବା, ସାନିଟାଇଜର…

କରୋନା ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ପୌର କର୍ମଚାରୀ, ସାଧାରଣରେ ପ୍ରଶଂସା

ଖୋର୍ଦ୍ଧା ଅଫିସ, ୭ା୪: କରୋନା ଭୁତାଣୁ ସଂକ୍ରମଣ ରୋକିବା ଲାଗି ଦେଶରେ ଲକ୍‌ଡାଉନ୍‌ ରହିଛି। ଏଥିଲାଗି ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତିିତ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ବିନା କାରଣରେ ଘରୁ…

ତୋଟାପଡ଼ାରେ ଗୋଷ୍ଠୀ ସଂଘର୍ଷ: ଟେକାପଥର ମାଡ଼କୁ ନେଇ ୯ ଅଟକ; ୧୪୪ ଧାରା ଜାରି

ଖୋର୍ଦ୍ଧା ଅଫିସ,୭ା୪ : ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ତୋଟପଡାରେ ମଙ୍ଗଳବାର ଅପରାହ୍ନରେ ଗୋଷ୍ଠି ସଂଘର୍ଷ ଘଟିଛି। କୌଣସି କାରଣକୁ ନେଇ ଦୁଇ ଗୋଷ୍ଠି ମୁହାଁମୁହିଁ ହୋଇଥିଲେ। ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଟେକାପଥର…

୩ ଦୋକାନ ସିଲ୍‌, ୩୫ ବାଇକ୍‌ ଜବତ: ୨୨ ଜଣଙ୍କ ନାଁରେ ମାମଲା

ସମ୍ବଲପୁର,୬।୪(ବ୍ୟୁରୋ)-କରୋନା ଭୂତାଣୁର ମୁକାବିଲା ଲାଗି ସରକାର କଟକଣା ଜାରି କରିଛନ୍ତି। ଏପ୍ରିଲ ୧୪ ପର୍ଯ୍ୟନ୍ତ ସାରା ଦେଶକୁ ଲକ୍‌ ଡାଉନ୍‌ ଘୋଷଣା କରିଛନ୍ତି। ହେଲେ ନିୟମ ପାଳନ କରୁ ନ ଥିବା ସମ୍ବଲପୁରର ଅମାନିଆମାନଙ୍କୁ ପୋଲିସ ସାବାଡ କରିଛି । ଗତ…

କରୋନା ଭାଇରସ୍‌: ପାରୋଲରେ ଆସିବେ ଲାଲୁ!

ରାଞ୍ଚି,୭।୪: କରୋନା ଭାଇରସ୍‌ ସହ ମୁକାବିଲା ପାଇଁ ଝାରଖଣ୍ଡ ସରକାର ଉଦ୍ୟମ ଚଳାଇଛନ୍ତି। ଇତିମଧ୍ୟରେ ବିହାରର ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଜେଲ୍‌ରୁ ମୁକୁଳାଇବା ପାଇଁ ଝାରଖଣ୍ଡ ସରକାର ବିଚାର କରୁଥିବା ଜଣାପଡ଼ିଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ହେମନ୍ତ…

ଗଞ୍ଜାମ ଜିଲା: ୧୩୫ ଜଣଙ୍କ କୋଭିଡ -୧୯ ଟେଷ୍ଟ ରିପୋର୍ଟକୁ ଅପେକ୍ଷା, ୧୦୫ ନେଗେଟିଭ୍‌

ଛତ୍ରପୁର,୭ା୧(ଡି.ଏନ୍‌.ଏ.)- ବ୍ରହ୍ମପୁର ବଡମେଡିକାଲରେ କୋଭିଡ-୧୯ ସାମ୍ପୁଲ ସଂଗ୍ରହ କରାଯାଇ ଟେଷ୍ଟିଂ ପାଇଁ ଭୁବନେଶ୍ୱର ଆର୍‌ଏମ୍‌ଆର୍‌ସିକୁ ପଠାଯାଉଛି। ସୋମବାର ସନ୍ଧ୍ୟାସୁଦ୍ଧା ଗଞ୍ଜାମ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗଣମାଧ୍ୟମକୁ ଦିଆଯାଇଥିବା ରିପୋର୍ଟ ଅନୁଯାୟୀ ୨୪୦ କରୋନା ସନ୍ଦିଗ୍ଧଙ୍କ ସ୍ବାବ୍‌ ବ୍ରହ୍ମପୁର ଏମ୍‌କେସିଜି ପକ୍ଷରୁ ସଂଗ୍ରହ…

ସିଲ୍‌ ହେଲା ଦୂତିପଡା ପଞ୍ଚାୟତ

ଖଜୁରିପଡା,୭ା୪(ଡି.ଏନ୍‌.ଏ.)- ଖଜୁରିପଡା ବ୍ଲକ ଦୂତିପଡା ପଞ୍ଚାୟତକୁ ମଙ୍ଗଳବାର ସିଲ୍‌ କରାଯାଇଛି। ରାଜ୍ୟରେ ୪୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ଜଣଙ୍କ ମୃତ୍ୟୁ ଘଟିଛି। ସବୁଠାରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି ଭୁବନେଶ୍ୱରରେ। ଦୂତିପଡା ପଞ୍ଚାୟତ ମାଲଗୁଣ୍ଡି, ଜାମଝରି ଓ ମେକାନି ସାହିର ପ୍ରାୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri