Home Left

ସଟ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରି ୯ ଗିରଫ

ଭଦ୍ରକ ଅଫିସ,୪।୪: ସାରା ଦେଶରେ କରୋନା ଭାଇରସ୍‌ ପ୍ରକୋପ ଜାରି ରହିଥିବା ବେଳେ ଦିନକୁ ଦିନ କରୋନା ଜନିତ ମୃତ୍ୟୁ ସଂଖ୍ୟା ଓ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶୁକ୍ରବାର ଭୁବନେଶ୍ୱର, କଟକ…

ଆମେରିକାରେ ୨୪ ଘଣ୍ଟାରେ ୧୪୮୦ କରୋନା ସଂକ୍ରମିତଙ୍କ ମୃତ୍ୟୁ

ୱାଶିଂଟନ, ୪ ।୪: ଆମେରିକାରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୧୪୮୦ ଲୋକଙ୍କ ମୃତ୍ୟୁ ଘଟିଛି । ସେହିପରି ଏହି ସମୟ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୩୨ ହଜାର…

ଲକ୍‌ଡାଉନ୍‌: ଖୋଲା ରହିଛି ଓଖଲା ମାର୍କେଟ

ନୂଆଦିଲ୍ଲୀ,୪ ।୪: କରୋନା ଭାଇରସ ସଂକ୍ରମଣକୁ ଦେଖି ସାରା ଦେଶରେ ଲକ୍‌ଡାଉନ୍ ଘୋଷଣା କରାଯାଇଥିବା ବେଳେ ଏବେବି ରାଜଧାନୀ ଦିଲ୍ଲୀର ଓଖଲା ମାର୍କେଟ ଖୋଲା ରହିଛି । ପୂର୍ବପରି ଶନିବାର ଏଠାରେ ପନିପରିବା ଓ ଫଳ ଦୋକାନ ସବୁ ଖୋଲା ଥିବା…

ଯାଜପୁର ଜିଲାରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ : ବ୍ରହ୍ମବରଦା ଅଞ୍ଚଳ ସିଲ

ଯାଜପୁର ଅଫିସ/ରସୁଲପୁର,୪।୪(ଡି.ଏନ.ଏ.)-ଯାଜପୁର ଜିଲା ବ୍ରହ୍ମବରଦାରେ ଶୁକ୍ରବାର ରାତିରେ ଜଣେ କରୋନା ଭାଇରସ ସଂକ୍ରମିତ ହୋଇଥିବା ଜଣାପଡିଛି। ଏହାପରେ ବ୍ରହ୍ମବରଦା ଅଞ୍ଚଳକୁ ସିଲ କରି ଦିଆଯାଇଛି ବୋଲି ଜିଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି। ଶନିବାର ପୂର୍ବାହ୍ନରେ ଜିଲା ପ୍ରଶାସନର ଏକ…

ସଚେତନତା ରୋକିପାରିବ କରୋନା ସଂକ୍ରମଣ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୪।୪(ବ୍ୟୁରୋ): କରୋନା ସଂକ୍ରମଣକୁ କେବଳ ସଚେତନତା ଦ୍ୱାରା ରୋକାଯାଇପାରିବା। କରୋନାକୁ ଡରିବାର ନାହିଁ। ଏଥିପ୍ରତି ଆମକୁ ସାବଧାନ ହେବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କହିଛନ୍ତି। ଶନିବାର ଜନସାଧାରଣଙ୍କୁ ନିବେଦନ କରି ମୁଖ୍ୟମନ୍ତ୍ରୀ ଏହି ବାର୍ତ୍ତା ଦେଇଛନ୍ତି। ନୂଆଦିଲ୍ଲୀ…

ପିପିଇ ଖରିଦକୁ ମନ୍ତ୍ରିସ୍ତରୀୟ ମଞ୍ଜୁରୀ

ଭୁବନେଶ୍ୱର, ୩।୪(ବ୍ୟୁରୋ): କରୋନା ମୁକାବିଲାରେ ନିୟୋଜିତ ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ତୁରନ୍ତ ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ (ପିପିଇ) ଖରିଦ ପ୍ରସ୍ତାବକୁ ରାଜ୍ୟ ମନ୍ତ୍ରିସ୍ତରୀୟ କମିଟି ମଞ୍ଜୁରୀ ଦେଇଛି। ଭିଡ଼ିଓକନଫରେନ୍ସିଙ୍ଗ ଦ୍ୱାରା ଅନୁଷ୍ଠିତ ଏହି ବୈଠକରେ ନିଷ୍ପତ୍ତି ସଂକ୍ରାନ୍ତରେ ସୂଚନା ଦେଇଛନ୍ତି ରାଜ୍ୟ ପଞ୍ଚାୟତିରାଜ…

ଭୁବନେଶ୍ୱରର ବମିଖାଲ ଅଞ୍ଚଳ ସିଲ

ଭୁବନେଶ୍ୱର,୩।୪(ବ୍ୟୁରୋ): ଭୁବନେଶ୍ୱରର ବମିଖାଲରୁ ଶୁକ୍ରବାର ୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାପରେ ବମିଖାଲ ଅଞ୍ଚଳକୁ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ ସିଲ କରି ଦିଆଯାଇଛି। ଏକାମ୍ର ସିନେମା ହଲ ଛକ ଠାରୁ ଝାରପଡା କେନାଲ ରୋଡ଼, ଝାରପଡ଼ା କେନାଲରୁ…

ଆମଦାନୀ ନ ଥିବାରୁ ଅଣ୍ଡା ଅଭାବ, ବଢୁଛି ଦର

ଜୟପୁର,୩ା୪(ଡି.ଏନ୍‌.ଏ.) କରୋନା ମୁକାବିଲା କ୍ରମରେ ସବୁଠି ଲକ ଡାଉନ ସହ କୋରାପୁଟ ଜିଲାର ସୀମା ସିଲ କରାଯାଇଛି। ଏଭଳି ପରିସ୍ଥିତିରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶରୁ ଆମଦାନୀ ହେଉଥିବା ଅଣ୍ଡା ଆସିପାରୁ ନ ଥିବାରୁ ଜୟପୁର ସହରରେ ଏବେ ଏହାର ଅଭାବ ଦେଖାଦେଲାଣି। ଜିଲାର ଜୟପୁର…

ଘନେଇଲା ଗୋଷ୍ଠୀ ସଂକ୍ରମଣ ଆଶଙ୍କା

ଭୁବନେଶ୍ୱର,୩।୪(ବ୍ୟୁରୋ)-ଭୁବନେଶ୍ୱର, ଭଦ୍ରକ ସହର ଏବଂ କଟକ ମହାନଗର ନିଗମ ୪୮ ଘଣ୍ଟା ସମ୍ପୂର୍ଣ୍ଣ ସଟ୍‌ଡାଉନ ରହିବ। ଶୁକ୍ରବାର ରାତି ୮ଟାରୁ ରବିବାର ରାତି ୮ଟା ଯାଏ ଏହି ସଟଡାଉନ ବଳବତ୍ତର ରହିବ। ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଏ ନେଇ…

ବିଶୋଧନ ହେଲା ବାରିପଦା ସହର

ବାରିପଦା ଅଫିସ, ୩ା୪- କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ଶୁକ୍ରବାର ସକାଳୁ ବାରିପଦା ସହରରେ ବିଶୋଧନ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଶୁକ୍ରବାର ଅଗ୍ନିଶମ ବିଭାଗ ପକ୍ଷରୁ ଷ୍ଟିଲ ଗୋଲେଇଠାରୁ ବାଲେଶ୍ୱର ଗୋଲେଇ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱକୁ…

୨୪ ଘଣ୍ଟାରେ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୧

ନୂଆଦିଲ୍ଲୀ,୩।୪: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୯୧ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ଶୁକ୍ରବାର ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ଏବେ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା…

କୋଭିଡ-୧୯: ମୋଦିଙ୍କ ଅନୁରୋଧକୁ ସମର୍ଥନ କଲା ବଲିଉଡ୍‌

ମୁମ୍ବାଇ,୩।୪: କରୋନା ଭାଇରସ ଏବେ ସାରା ଦେଶରେ ତା’ର କାୟା ବିସ୍ତାର କରିବା ଆରମ୍ଭ କରିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୫ ତାରିଖରେ ରାତି ୯ଟା ୯ ମିନିଟରେ ଦେଶବାସୀ ୯ ମିନିଟ୍‌ ପାଇଁ ବିଜୁଳି ବତୀ ଲିଭାଇ ଘରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri