Posted inଫୁରସତ

ଭୂତ ଭାବି ଡରୁଥିଲେ, ପରେ ଏଥିରୁ ଯାହା ମିଳିଲା ଲୋକେ ଦେଖି ଆଶ୍ଚର୍ଯ୍ୟ

ଝାଡ଼ଖଣ୍ଡର ପାଲାମୁ ଜିଲାର ଏକ କ୍ଷେତରୁ ଗୋଟିଏ ପାତ୍ର ମିଳିଛି। ଯାହାର ରୂପ ତଥା ଆକୃତି ଦେଖି ଲୋକେ ଭୂତ ଭାବି ଡରି ଏହାର ପାଖ ମାଡୁ ନ ଥିଲେ। ମାତ୍ର ପରେ ଯାହା ଦେଖିଲେ, ଆଶ୍ଚର୍ଯ୍ୟ ହୋଇଗଲେ।
ରିପୋର୍ଟ ଅନୁଯାୟୀ, ଝାଡ଼ଖଣ୍ଡର ପାଲାମୁ ଜିଲା ପାଙ୍କି ସହର ଅନ୍ତର୍ଗତ ଏକ ଗାଁରେ ଏପରି ଘଟଣା ଦେଖିବାକୁ ମିଳିଛି। ଏହି ଗାଁର ଚାଷଜମିରୁ ଏକ ପାତ୍ର ମିଳିଛି। ଏହା ଜାଣିବା ପରେ ପ୍ରଶାସନ ଯାଇ ଏହି ପାତ୍ର ଏବଂ ସେଥିରୁ ବାହାରିଥିବା ମୁଦ୍ରାଗୁଡ଼ିକୁ ଜବତ କରିଛି। ଏହା ମୋଗଲ ସାମ୍ରାଜ୍ୟ ସମୟର ବୋଲି ଅନୁସନ୍ଧାନ ବେଳେ ଜଣାପଡ଼ିଛି। ପାଙ୍କି ପୋଲିସ ଷ୍ଟେଶନର ଦାୟିତ୍ୱରେ ଥିବା ଜେ.କେ ରମଣ କହିଛନ୍ତି ଯେ, ପାତ୍ରଟି ପିତ୍ତଳର ଅଟେ। ଏହି ପାତ୍ର ମଧ୍ୟରେ ଥିବା ମୁଦ୍ରାରେ ୯୦୨, ୧୧୦୦ ଏବଂ ୧୦୮୨ ଖ୍ରୀଷ୍ଟାବ୍ଦ ଊର୍ଦ୍ଦୁ ଏବଂ ଆରବି ଭାଷାରେ ଲେଖାଯାଇଛି। ପୋଲିସ ଏହି ପାତ୍ର ଏବଂ ମୁଦ୍ରା ପ୍ରଶାସନକୁ ହସ୍ତାନ୍ତର କରିଛି। ଏଗୁଡ଼ିକୁ ପ୍ରତ୍ନତତ୍ତ୍ୱ ବିଭାଗକୁ ହସ୍ତାନ୍ତର କରାଯିବ।
ନୌଡିହା ଗାଁର ଭଲହିଟୋଲାରେ ରହୁଥିବା ବଚ୍ଚନ ବୈଠାଙ୍କ କ୍ଷେତରୁ ଏହି ପାତ୍ରଟି ମିଳିଥିବା ପୋଲିସ କହିଛି। ଯେତେବେଳେ ପାତ୍ରଟି ବାହାରକୁ ଆସିଲା, କାଦୁଅ ହେତୁ କେହି ଏହାକୁ କେହି ଜାଣିପାରିଲେ ନାହିଁ। ବର୍ଷା ହେବାରୁ ଜଣାପଡ଼ିଥିଲା। କିନ୍ତୁ ପାତ୍ରର ଗଠନ ଏବଂ ପ୍ରାଚୀନତା ଦେଖିବା ପରେ ଲୋକେ ଭୟଭୀତ ହୋଇପଡ଼ିଥିଲେ। ଲୋକେ ଭୟରେ ପାତ୍ରଟିକୁ ଛୁଉଁ ନ ଥିଲେ। କିଛି ପିଲା ଏହି ପାତ୍ରରେ ଖେଳିବାରୁ ଲୋକଙ୍କ ଭୟ ଦୂର ହୋଇଥିଲା। ମାତ୍ର ପାତ୍ରଟି ଖୋଲିବା ପରେ ଏଥିରେ ଏତେସଂଖ୍ୟକ ମୁଦ୍ରା ଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri