ବଲାଙ୍ଗୀରରେ ଫସି ରହିଛନ୍ତି ୩୦ ଅଣ ଓଡ଼ିଆ ଶ୍ରମିକ
ବଲାଙ୍ଗିର ଅଫିସ, ୨ା୪-ପଶ୍ଚିମବଙ୍ଗରୁ ବଲାଙ୍ଗୀରକୁ କାମ କରିବାକୁ ଆସିଥିବା ୩୦ ଜଣ ଅଣ ଓଡ଼ିଆ ଶ୍ରମିକ ଏଠାରେ ଫସି ରହିଛନ୍ତି। ସ୍ଥାନୀୟ ଆନନ୍ଦନଗର ନିକଟରେ ସେମାନେ ଏକ ଏକ ଭଡାଘରେ ରହୁଛନ୍ତି । ମହାମାରୀ କରୋନା ଭୂତାଣୁ ଜନିତ ଳକ୍ଡାଉନ ଯୋଗୁ…
କରୋନା ସଂକ୍ରମଣରେ ମୂଳ ଭାରତୀୟ ବୈଜ୍ଞାନିକ ମୃତ: ଏଚ୍ଆଇଭି ଉପରେ କରିଥିଲେ ଗବେଷଣା
ନୂଆଦିଲ୍ଲୀ/ଡରବାନ୍,୨।୪: କରୋନା ସଂକ୍ରମଣରେ ମୂଳ ଭାରତୀୟ ଦକ୍ଷିଣ ଆଫ୍ରିକା ବୈଜ୍ଞାନିକ ପ୍ରଫେସର ଗୀତା ରାମ୍ଜେଙ୍କ ମୃତ୍ୟୁ ଘଟିଛି। ଡରବାନ୍ର ଏକ ହସ୍ପିଟାଲରେ ତାଙ୍କର ମଙ୍ଗଳବାର ମୃତ୍ୟୁ ହୋଇଛି। ଏନେଇ ଦକ୍ଷିଣ ଆଫ୍ରିକା ଉପରାଷ୍ଟ୍ରପତି ଡେଭିଡ୍ ମାବୁଜା ବୁଧବାର ସୂଚନା ଦେଇଥିଲେ। ଏଚ୍ଆଇଭି…
କରୋନା ଆକ୍ରାନ୍ତଙ୍କ ଫୋନ୍ ଛୁଇଁବା ନର୍ସଙ୍କୁ ପଡ଼ିଲା ମହଙ୍ଗା, ଆଇସୋଲେଶନ୍ରେ ଭର୍ତ୍ତି
ନୂଆଦିଲ୍ଲୀ: କରୋନା ଭାଇରସ୍ କେତେ ପ୍ରଭାବଶାଳୀ ତାହା ରୋଗୀଙ୍କ ବର୍ଦ୍ଧିତ ସଂଖ୍ୟା ଦେଖି ସହଜରେ ଅନୁମାନ କରିହେଉଛି। କିନ୍ତୁ ଏହି ଭାଇରସ୍ ଖାଲି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଲେ ହୁଏ ନାହିଁ, ରୋଗୀଙ୍କ ବ୍ୟବହାର ଜିନିଷ ଛୁଇଁଲେ ମଧ୍ୟ କରୋନା ସଂକ୍ରମିତ ହୋଇଥାଏ।…
ଗଞ୍ଜାମପ୍ରଶାସନର ଅଭିନବ ପଦକ୍ଷେପ: ଭିଡିଓ କଲ୍ରେ କ୍ୟାରିୟର ନେଇ ପରାମର୍ଶ ଦେବେ ଏକ୍ସପର୍ଟ
ଛତ୍ରପୁର,୨ା୪(ଡି.ଏନ୍.ଏ.)- କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସମସ୍ତେ ଘରେ ଅଛନ୍ତି। ତେବେ ଅନେକ ଘରେ ବସି ବୋର୍ ହେଉଛନ୍ତି। ଏଥିରୁ ମୁକ୍ତି ପାଇଁ ଗଞ୍ଜାମ ଜିଲାପ୍ରଶାସନ ଅଭିନବ ପଦକ୍ଷେପ ନେଇଛି। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଉଦ୍ୟମକ୍ରମେ ଏଣିକି…
କରୋନାରେ ପଦ୍ମଶ୍ରୀ ନିର୍ମଳ ସିଂଙ୍କ ମୃତ୍ୟୁ
ନୂଆଦିଲ୍ଲୀ,୨।୪: ସ୍ବର୍ଣ୍ଣ ମନ୍ଦିରରର ପୂର୍ବତନ ହଜୁରି ରାଗି ଜିଆନି ନିର୍ମଳ ସିଂଙ୍କର କରୋନା ଭାଇରସ ସଂକ୍ରମଣରେ ଗୁରୁବାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ନିକିଟରେ ସେ ବିଦେଶରୁ ଫେରିଥିବା ବେଳେ ମାର୍ଚ୍ଚ ୩୦ରେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ…
ବଢ଼ିଲା ପାରଦ: ୩ ଜିଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ, ବର୍ଷାପବନକୁ ନେଇ ୮ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂ
ଭୁବନେଶ୍ୱର,୨।୪(ବ୍ୟୁରୋ): ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇଛି। ଗୁରୁବାର ରାଜ୍ୟର ୩ଟି ଜିଲାର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଟିଟଲାଗଡ଼ରେ ତାପମାତ୍ରା ୪୦.୫ ଡିଗ୍ରୀ, ମାଲକାନଗିରି ୪୦.୨ ଡିଗ୍ରୀ, ବଲାଙ୍ଗୀର ୪୦ ଡିଗ୍ରୀ ରହିଥିଲା। ସେହିଭଳି କଟକ ଏବଂ ବୌଦ୍ଧରେ ୩୯.୫ଂ,…
ବିଦେଶରୁ ସର୍ବାଧିକ ଆସିଛନ୍ତି ଖଲ୍ଲିକୋଟକୁ
ଛତ୍ରପୁର,୨ା୪(ଡି.ଏନ୍.ଏ.)- ଗଞ୍ଜାମ ଜିଲାକୁ ବିଦେଶ ଓ ବାହାର ରାଜ୍ୟରୁ ୨୫ ହଜାର ୫୮୦ ଜଣ ଫେରିଛନ୍ତି। ସେଥିମଧ୍ୟରେ ବାହାର ରାଜ୍ୟରୁ ୨୪ ହଜାର ୮୫୦ ଜଣ ଓ ବିଦେଶରୁ ୭୩୦ ଜଣ ରହିଛନ୍ତି। ଅପରପକ୍ଷରେ ବିଦେଶରୁ ଗଞ୍ଜାମ ଜିଲାରେ ଖଲ୍ଲିକୋଟ ବ୍ଲକ…
ଭୟରେ ମୁମ୍ବାଇବାସୀ: କରୋନାରେ ସଂକ୍ରମିତ ସଫେଇ କର୍ମଚାରୀ
ମୁମ୍ବାଇ,୨।୪: ବ୍ରିହାନମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ(ବିଏମ୍ସି)ର ଜଣେ ସଫେଇ କର୍ମଚାରୀ ଓ୍ବର୍ଲିରେ କାମ କରୁଥିବା ବେଳେ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡିଛି। ସୋମବାର ଉକ୍ତ ୫୨ ବର୍ଷୀୟ ବ୍ୟକ୍ତିଙ୍କ ନିକଟରେ କରୋନାର ଲକ୍ଷଣ ଦେଖାଯିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।…
ଏବେ ବି ଉତ୍ତର କୋରିଆରେ ପହଞ୍ଚିନି କରୋନା ମହାମାରୀ !
ସିଓଲ,୨।୪: କରୋନା ଭୂତାଣୁ ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଇତିମଧ୍ୟରେ ଏହା ୨୦୫ଟି ଦେଶରେ ମହାମାରୀ ରୂପ ନେଇଛି। ତେବେ ଉତ୍ତରକୋରିଆ ଏବେ ବି କରୋନା ପହଞ୍ଚି ନାହିଁ। ଏସମ୍ପର୍କରେ ଉତ୍ତର କୋରିଆ ପକ୍ଷରୁ କୁହାଯାଇଛି। ଚାଇନା ସୀମାକୁ…
ଫୁଟବଲ ମ୍ୟାଚ୍ ବ୍ୟାନ୍କୁ ମେ’ ୩୧କୁ ଘୁଞ୍ଚାଇଲା ରୁଷିଆ
ମସ୍କୋ,୨।୪(ଏଏଫ୍ପି): କୋଭିଡ- ୧୯ ମହାମାରୀର ରୂପ ନେଇଥିବା ବେଳେ ରୁଷିଆନ ଫୁଟବଲ ଆସୋସିଏଶନ (ଆର୍ଏଫ୍ଏସ୍) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ସବୁ ଫୁଟବଲ ମ୍ୟାଚ୍କୁ ବ୍ୟାନ୍ କରାଯାଇଥିବା ବେଳେ ଏବେ ଏହାକୁ ମେ’ ୩୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛ ବୋଲି…
ଏମିତି ସହର, ଯେଉଁଠି ପଡ଼େ ନାହିଁ ସୂର୍ଯ୍ୟକିରଣ
ବିଶ୍ୱର ଅଧିକାଂଶ ସ୍ଥାନରେ ସୂର୍ଯ୍ୟକିରଣ ପଡ଼ିଥାଏ। ସୂର୍ଯ୍ୟ ହେଉଛନ୍ତି ଶକ୍ତିର ଉତ୍ସ। ଏଥିରୁ ଆଲୋକ ମିଳିଥାଏ। ମାତ୍ର ଏମିତି ଏକ ସହର ଅଛି, ଯେଉଁଠି ଆଦୌ ସୂର୍ଯ୍ୟ କିରଣ ପଡ଼ି ନ ଥାଏ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏପରି ଏକ…
ନିଜାମୁଦ୍ଦିନ ଯାଇଥିବା ଲୋକେ ନିଜ ଆଡ଼ୁ ଆସି ସରକାରଙ୍କୁ ସହଯୋଗ କରନ୍ତୁ: ଡିଏମ୍ଇଟି
ଭୁବନେଶ୍ୱର,୨।୪(ବ୍ୟୁରୋ): ନୂଆଦିଲ୍ଲୀର ନିଜାମୁଦ୍ଦିନରେ ଅନୁଷ୍ଠିତ ଧର୍ମସଭାରୁ ଓଡ଼ିଶାରୁ ଫେରିଥିବା ଲୋକଙ୍କୁ ଅନୁଧ୍ୟାନ କରାଯାଉଛି। ତେବେ ଏହା ଅନ୍ୟମାନଙ୍କୁ ବ୍ୟାପିବାର ସମ୍ଭାବନା ରହିଛି। ଏଣୁ ନିଜର ପରୀକ୍ଷା କରାଇ ନିଅନ୍ତୁ। ଏପରିକି ଲୋକମାନେ ନିଜ ଆଡ଼ୁ ଆସି ସରକାରଙ୍କୁ ସହଯୋଗ କରନ୍ତୁ ବୋଲି…
Archives


