ଖୋର୍ଦ୍ଧା: ୩୬ ମନ୍ଦିରରେ ୧୪୪ ଧାରା, ଜରିପୁଟ ସଙ୍କଟମୋଚନ ମନ୍ଦିରରେ ୧୦ଦିନ କଟକଣା
ଖୋର୍ଦ୍ଧା ଅଫିସ,୧୩ା୪: ଖୋର୍ଦ୍ଧା ଜିଲାର ୩୬ଟି ମନ୍ଦିର ଓ ଶୈବପୀଠରେ ୧୪୪ ଧାରା ଜାରି କରାଯାଇଛି। ସୋମବାର ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଥିବାରୁ ସମ୍ପୃକ୍ତ ପୀଠସ୍ଥଳିଗୁଡ଼ିକରେ ଭକ୍ତଙ୍କ ସମାଗମ ଆଶଙ୍କାରେ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। କରୋନା…
ଅଟକାଇବାରୁ ପୋଲିସଙ୍କ ହାତ କାଟିଦେଲେ
ଚଣ୍ଡିଗଡ଼,୧୩ା୪(ପି.ଟି.): କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଲକ୍ଡାଉନ ଘୋଷଣା କରାଯାଇଛି। ଏହି ସମୟରେ ସାଧାରଣ ଯାତାୟାତ ଉପରେ କଟକଣା ଜାରି ହୋଇଛି। ଜରୁରୀ କାର୍ଯ୍ୟ ଥିଲେ ଅନୁମତି ପତ୍ର କିମ୍ବା ପାସ୍ ଦେଖାଇ ଛଡ଼ାଯାଉଛି। ଏଭଳି ସ୍ଥିତିରେ…
ମାସ୍କ ନ ପିନ୍ଧି ଜରିମାନା ଗଣିଲେ ୧୬୦ଜଣ
ଭୁବନେଶ୍ୱର,୧୩ା୪(ବ୍ୟୁରୋ): କରୋନାକୁ ନେଇ ଯେତେ କଟକଣା, ସେତେ ଧରାପଡୁଛନ୍ତି ଅମାନିଆ। ତେବେ ପ୍ରଥମଥର ପାଇଁ ମାସ୍କ ନ ପିନ୍ଧି ଜରିମାନା ଗଣିଛନ୍ତି ୧୬୦ଜଣ। ମାସ୍କ ବାଧ୍ୟତାମୂଳକ କରାଯାଇଥିଲେ ମଧ୍ୟ ରବିବାର ଏମାନେ ନିୟମ ନ ମାନି ସହରରେ ବୁଲୁଥିଲେ। ପୋଲିସ ବିଭିନ୍ନ…
‘ହାତପାଆନ୍ତାରେ ସହାୟତା ପହଞ୍ଚାଇବାକୁ ପ୍ରାଥମିକତା’
ଭୁବନେଶ୍ୱର,୧୩ା୪(ବ୍ୟୁରୋ): ରାଜ୍ୟର ୧୯,୦୫୯ ପରିବାରର ୫୧,୭୭୬ ଜଣଙ୍କୁ ଗତ ମାର୍ଚ୍ଚ ୨୧ରୁ ଏପ୍ରିଲ ୧୧ ତାରିଖ ମଧ୍ୟରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ସେହିଭଳି ଯୋଗ୍ୟ ହିତାଧିକାରୀ ଚୟନ କରାଯାଇ ଅନ୍ତର୍ଭୁକ୍ତ କରାଯିବା ପ୍ରକ୍ରିୟା ଜାରି ରହିଛି। ଖାଦ୍ୟ…
ଡାକ୍ତର, ସ୍ବାସ୍ଥ୍ୟକର୍ମୀଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ନିର୍ଦ୍ଦେଶ
ଭୁବନେଶ୍ୱର,୧୩ା୪(ବ୍ୟୁରୋ): କରୋନା(କୋଭିଡ୍-୧୯) ମହାମାରୀ ସମଗ୍ର ବିଶ୍ୱକୁ କବଳିତ କରିଛି। ଦେଶରେ ଏହି ମାରାତ୍ମକ ରୋଗ ବେଳକୁବେଳ ଭୟଙ୍କର ହେବାରେ ଲାଗିଛି। ଏହି ରୋଗର ଚିକିତ୍ସା କରିବା ସହିତ ସ୍କ୍ରିନିଂ ଏବଂ ସ୍ବାବ୍ ନମୁନା ପରୀକ୍ଷା କରିବା ଭଳି ବିପଜ୍ଜନକ କାର୍ଯ୍ୟରେ ଡାକ୍ତର…
ଏମ୍ଏସ୍ଏମ୍ଇ: ସ୍ବାସ୍ଥ୍ୟ ସାମଗ୍ରୀ ଉତ୍ପାଦନ ଉପରେ ଗୁରୁତ୍ୱ
ଭୁବନେଶ୍ୱର,୧୩ା୪(ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମଣ ବିଶ୍ୱ ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଇଛି। ବୃହତ୍ ଶିଳ୍ପ ଉତ୍ପାଦନ ବନ୍ଦ ରହିଛି। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସାମଗ୍ରୀକୁ ବାଦ୍ ଦେଇ ଅନ୍ୟ କୌଣସି ଉତ୍ପାଦନ ହେଉନାହିଁ। ଅପରପକ୍ଷରେ ସାରା ବିଶ୍ୱରେ ସୃଷ୍ଟି ହୋଇଥିବା ସ୍ବାସ୍ଥ୍ୟ…
ପର୍ଯ୍ୟାୟ ଭିତ୍ତିରେ ଉଠିପାରେ କଟକଣା
ନୂଆଦିଲ୍ଲୀ,୧୩।୪: ଅର୍ଥ ମନ୍ତ୍ରଣାଳୟର ଜଣେ ଅଧିକାରୀଙ୍କ ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଦେଶବାସୀଙ୍କୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି। ଦେଶରେ ଅର୍ଥନୈତିକ କାର୍ଯ୍ୟକଳାପ ପୁଣି ଥରେ ଚାଲୁ କରିବା ନେଇ ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ପରବର୍ତ୍ତୀ କାର୍ଯ୍ୟପନ୍ଥା…
କଟକଣା ମଧ୍ୟରେ ଚାଲିବ ହାଟ; ରହିବ ୫ ଫୁଟର ବ୍ୟବଧାନ
ଅନୁଗୋଳ ଅଫିସ, ୧୩।୪- କରୋନା ପାଇଁ ଚାଷୀ କୁଳ ଓ କ୍ଷୁଦ୍ର ବ୍ୟବସାୟୀମାନେ ସମସ୍ୟାରେ ପଡ଼ିଥିଲେ। ବିଶେଷକରି ହାଟଗୁଡ଼ିକ ଉପରେ ପ୍ରଶାସନ ଓ ପୋଲିସ କଟକଣା ଲଗାଇଥିବାରୁ କ୍ଷେତରେ ଫଳିଥିବା ପରିବା ଚାଷୀମାନେ ବିକ୍ରି ପାଇଁ ଆଣିପାରୁ ନ ଥିଲେ। ଫଳରେ…
୯ ଜିଲାକୁ ବ୍ୟାପିଛି କରୋନା
ଭୁବନେଶ୍ୱର,୧୩ା୪(ବ୍ୟୁରୋ): ରାଜ୍ୟରେ ଏବେ ୯ ଜିଲାକୁ କରୋନା ଭୂତାଣୁ ‘କୋଭିଡ୍-୧୯’ ଡେଇଁଲାଣି। ରବିବାର ସନ୍ଧ୍ୟାସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖା ୫୪ଜଣ ରହିଥିବାବେଳେ ଏମାନଙ୍କ ଘର ଖୋର୍ଦ୍ଧା, ପୁରୀ, କଟକ, ଯାଜପୁର, କେନ୍ଦ୍ରାପଡ଼ା, କଳାହାଣ୍ଡି, ଭଦ୍ରକ, ଢେଙ୍କାନାଳ ଓ ସୁନ୍ଦରଗଡ଼ରେ। ତେବେ ର୍ଖୋଦ୍ଧା…
୪୦ ଡିଗ୍ରୀରେ ୧୦ ସହର, ଦୁଇଦିନ ଝଡ଼ତୋଫାନ
ଭୁବନେଶ୍ୱର,୧୩।୪(ବ୍ୟୁରୋ): ସାରା ରାଜ୍ୟରେ ଏବେ ପ୍ରବଳ ଖରା। ତାତି ସାଙ୍ଗକୁ ଝାଞ୍ଜି ପବନ ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ରବିବାର ୧୦ ସହରରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି। ଟିଟିଲାଗଡ଼ରେ ସର୍ବାଧିକ ୪୧ଡିଗ୍ରୀ ତାପମାତ୍ରା ଥିବାବେଳେ ମାଲକାନଗିରି ଓ କଟକ ୪୦, ବୌଦ୍ଧ…
ସାରା ବିଶ୍ୱରେ ବଢ଼ିପାରେ ଋଣ ସଙ୍କଟ
ନୂଆଦିଲ୍ଲୀ,୧୪।୪: କରୋନା ପାଇଁ ସାରା ବିଶ୍ୱରେ ଋଣ ସଙ୍କଟ ଆହୁରି ଉତ୍କଟ ହେବ ବୋଲି ପୂର୍ବାନୁମାନ କରାଯାଇଛି। ବିଶ୍ୱର ବିଭିନ୍ନ ଅର୍ଥ ବ୍ୟବସ୍ଥା ପାଇଁ ଏଭଳି ସମସ୍ୟା ଆସିବା ନେଇ ଏକ ରିପୋର୍ଟରେ ଉଲ୍ଲେଖ ରହିଛି। ସୁଇଜରଲାଣ୍ଡର କେନ୍ଦ୍ରୀୟ ବ୍ୟାଙ୍କ ବ୍ୟାଙ୍କ…
ଚାଷୀଙ୍କ ସମସ୍ୟା ଦୂର କରିବ ନୂଆ ମାର୍ଗଦର୍ଶିକା
ଭୁବନେଶ୍ୱର,୧୩ା୪(ବ୍ୟୁରୋ): ଦେଶବ୍ୟାପୀ ଲକ୍ଡାଉନ ବିଭିନ୍ନ ବର୍ଗର ଲୋକଙ୍କୁ ଦୁର୍ଦ୍ଦଶା ମଧ୍ୟକୁ ଠେଲିଦେଇଛି। ଚାଷୀମାନେ ତାଙ୍କ କଷ୍ଟ ଉତ୍ପାଦିତ ପନିପରିବା ଲୋକଙ୍କ ନିକଟରେ ପହଞ୍ଚାଉଥିଲେ ମଧ୍ୟ ଉଚିତ୍ ମୂଲ୍ୟ ପାଇପାରୁ ନାହାନ୍ତି। ଏହାର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ଗାଇଡ୍ଲାଇନ ଅନୁଯାୟୀ ରାଜ୍ୟ…
Archives


