Posted inଫୁରସତ

ରୁଦ୍ରାକ୍ଷ ମାଳ ଧରି ପୋଲିସ ମୁଖ୍ୟାଳୟ ସାମ୍ନାରେ ବସିଲେ କନ୍‌ଷ୍ଟେବଳ, କାହିଁକି…

ଭୋପାଳ, ୨୦।୭- ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ ଅନସନର ଏକ ଭିନ୍ନ ଚିତ୍ର ସାମ୍ନାକୁ ଆସିଛି। ଭୋପାଳରେ ଥିବା ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ବାହାରେ ସୋମବାର ଜଣେ କନ୍‌ଷ୍ଟେବଳ ଭିନ୍ନ ତରିକାରେ ଅନଶନରେ ବସିଥିଲେ। ଝାବୁଆ ଜିଲାରେ କାର୍ଯ୍ୟରତ ଥିବା ମଧୁସୂଦନ ରାଠୋର ନାମକ ଜଣେ କନ୍‌ଷ୍ଟେବଳ ପୋଲିସଙ୍କୁ ସାପ୍ତାହିକ ଛୁଟି ଏବଂ ପୋଲିସ ବ୍ୟବସ୍ଥାରେ ସୁଧାର ଦାବିରେ ଆଧ୍ୟାତ୍ମିକ ଅନଶନ କରିଛନ୍ତି। ମଧୁସୂଦନ ହାତରେ ରୁଦ୍ରାକ୍ଷ ମାଳି ଧରିବା ସହିତ ଧ୍ୟାନ ମୁଦ୍ରାରେ ପୋଲିସ ମୁଖ୍ୟାଳୟ ବାହାରେ ବସିଛନ୍ତି। ବସିବା ପୂର୍ବରୁ ସେ ଏକ ଭିଡିଓ ସୋସିଆଲ ମିଡିଆରେ ଅପ୍‌ଲୋଡ କରିଛନ୍ତି। ଯେଉଁଥିରେ ମଧୁସୂଦନ କହିଛନ୍ତି, ‘ଆମକୁ ପ୍ରତି ୩ ବର୍ଷରେ ଥରେ ବଦଳି କରାଯାଉଛି। ଯେଉଁଥି ପାଇଁ ଆମକୁ ଏବଂ ଆମ ପରିବାରକୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଆମ ପିଲାମାନଙ୍କର ପାଠପଢ଼ା ସମେତ ଅନ୍ୟାନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥାଏ। ପୋଲିସ ବ୍ୟବସ୍ଥାରେ ସୁଧାର ଆବଶ୍ୟକ। କନ୍‌ଷ୍ଟେବଳଙ୍କୁ ନିଜ ଜିଲା ଭିତରେ କେବଳ ବଦଳି କରାଯାଉ। ଏଥିସହିତ କର୍ମକ୍ଷେତ୍ରରେ କର୍ମଚାରୀମାନେ ବହୁତ ଚାପରେ କାମ କରିଥାନ୍ତି। ତେଣୁ ସେମାନେ ବିଶ୍ରାମ ନେବା ଆବଶ୍ୟକ। ଯାହା ଫଳରେ ଡ୍ୟୁଟି ଚାପ ଦୂର ହୋଇପାରିବ। ଏଥିଲାଗି ସପ୍ତାହକୁ ଗୋଟିଏ ଦିନ ଛୁଟି ଲାଗୁ କରାଯାଉ।’ ଏହି ଘଟଣାରେ ବରିଷ୍ଠ ପୋଲିସ ଅଧିକାରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମଧୁସୂଦନଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି। ତେବେ ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ଏଠାରେ ଅନଶନରେ ବସିବେ ବୋଲି ମଧୁସୂଦନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରାଗନ୍‌ ଲ୍ୟାମ୍ପ

ଗେମ୍‌ ଅଫ୍‌ ଥ୍ରୋନ୍‌ସ ଏକ କାଳ୍ପନିକ ଟେଲିଭିଜନ୍‌ ସିରିଜ୍‌। ଏହାର ଲୋକପ୍ରିୟତା ଏତେ ଯେ, ଏବେ ଏହି ସିରିଜ୍‌ରେ ଥିବା ଡ୍ରାଗନ୍‌କୁ ନେଇ ତିଆରି ହୋଇଛି...

ଏବେ ଆଉ ମାଉଣ୍ଟ ଏଭରେଷ୍ଟ ନୁହେଁ ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ!

ସ୍କୁଲ ବହିରୁ ପଢି ଆସିଥିରେ ପୃଥିବୀର ସବୁଠାରୁ ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟ। କିନ୍ତୁ ଏହା ସଂପୁର୍ଣ୍ଣ ଭୁଲ। ସଦ୍ୟତମ ଗବେଷଣା ଅନୁସାରେ ଏହି ତଥ୍ୟକୁ...

କରୋନାରୁ ରକ୍ଷା ପାଇବା ପାଇଁ ଅଟୋରେ ଲଗାଇଲେ ଓ୍ବାସ୍‌ ବେଶିନ

ମହାମାରୀ କରୋନା (କୋଭିଡ-୧୯) ସମଗ୍ର ବିଶ୍ୱକୁ କବଳିତ କରିଛି। ଏଥିରୁ ରକ୍ଷା ପାଇବା ପାଇଁ ସରକାର ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। ତେବେ କରୋନା ଠାରୁ...

ବ୍ରହ୍ମଚାରୀ ରହିବାକୁ ଚାହୁଁଥିବା ଗଣେଶ କାହିଁକି କରିଥିଲେ ବିବାହ ଜାଣନ୍ତୁ…

କୌଣସି ଶୁଭ କାମ ପୂର୍ବରୁ ଗଣେଶଙ୍କୁ ଆରାଧନା କରାଯାଏ। ସମସ୍ତ ଦେବତାଙ୍କଠାରୁ ଗଣେଶଙ୍କ ସ୍ଥାନ ସର୍ବାଗ୍ରେ। ପୌରାଣିକ କଥା ଅନୁସାରେ, ଗଣେଶ ଆଜୀବନ ବ୍ରହ୍ମଚାରୀ ରହିବାକୁ...

ପରିବାରରେ କାହାର ମୃତ୍ୟୁ ହେଲେ ଏହି ଦେଶର ମହିଳାଙ୍କୁ ମିଳେ ଅଜବ ଦଣ୍ଡ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଦୁନିଆରେ ଅନେକ ବିପଜ୍ଜନକ ରୀତିନୀତି ଏବଂ ପରମ୍ପରା ରହିଛି। ସେଗୁଡ଼ିକ ବିଷୟରେ ଜାଣିଲେ ଲୋମ ଟାଙ୍କୁରି ଉଠିବ। ଅନେକ ଦେଶର ସରକାର ଏହିପରି ଅନେକ ରୀତିନୀତି...

ପ୍ରେମିକାଙ୍କ ବ୍ୟାଗ୍‌ରେ ପରିସ୍ରା କଲେ

ସିଓଲ: ପୂର୍ବତନ ପ୍ରେମିକାଙ୍କ ସହ ଝଗଡ଼ା କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଯୁକ୍ତିତର୍କବେଳେ ଯୁବତୀଙ୍କ ଦାମୀ ବ୍ୟାଗ୍‌ରେ ପରିସ୍ରା କରିଦେବାରୁ ଦକ୍ଷିଣ କୋରିଆର ଏକ...

ଥାଇଲ୍ୟାଣ୍ଡର ନିଆରା ସଂଗୀତ ପ୍ରତିଯୋଗିତା: ୩ ଦେଶରୁ ଗୀତ ଗାଇବାକୁ ଆସିଛନ୍ତି ପକ୍ଷୀ, ମିଳିବ ଦେଢ଼ ଲକ୍ଷ ପୁରସ୍କାର

ସଂଗୀତ ପ୍ରତିଯୋଗିତା ବିଷୟରେ ସମସ୍ତେ ଶୁଣିଛନ୍ତି ଏବଂ ଦେଖିଛନ୍ତି ମଧ୍ୟ। ଦକ୍ଷ ପ୍ରତିଯୋଗୀମାନେ ସଂଗୀତ ପ୍ରତିଯୋଗିତାରେ ଭାଗ ନେଇ ନିଜ କଳାର ପ୍ରଦର୍ଶନ କରିଥାନ୍ତି। ଏମିତି...

ଜନ୍ମଦିନ ପାଳିଲା ୩୧ ବର୍ଷୀୟ ବୋବି

ଲିସ୍‌ବର୍ନ: ବିଶ୍ୱର ସବୁଠୁ ବୟସ୍କ କୁକୁର ବୋବି। ଏ ନେଇ ବୋବି ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡ ମଧ୍ୟ କରିଛି। ଗୁରୁବାର ବୋବିକୁ ୩୧...

Advertisement
Archives

Model This Week