ହେଲ୍ପ ଡେସ୍କରେ କାର୍ଯ୍ୟରତ ୨ କର୍ମଚାରୀ କରୋନା ପଜିଟିଭ୍‌: କୋରାପୁଟ ଜିଲା ଚିକିତ୍ସାଳୟ ୪୮ ଘଣ୍ଟା ବନ୍ଦ

ଜୟପୁର,୨୦ା୭(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁରସ୍ଥିତ ଜିଲା ଚିକିତ୍ସାଳୟର ୨ଜଣ ହେଲ୍ପ ଡେସ୍କରେ କାର୍ଯ୍ୟରତ ଅସ୍ଥାୟୀ ମହିଳା କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏ ନେଇ ତୁରନ୍ତ ଜିଲା ଚିକତ୍ସାଳୟକୁ ଆସନ୍ତା ୪୮ ଘଣ୍ଟା ଗୁରବାର ତ୍ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ଏହି ସମୟରେ ଚିକିତ୍ସାଳୟର ସମସ୍ତ କକ୍ଷ, ଭବନ, କାର୍ଯ୍ୟାଳୟକୁ ସାନିଟାଇଜ୍‌ କରାଯାଇଛି ।
ଉକ୍ତ ୨ ମହିଳା କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟାନ୍ୟ କର୍ମଚାରୀଙ୍କ କୋଭିଡ ପରୀକ୍ଷା କରାଯାଇଛି । ସମ୍ପୁର୍ଣ୍ଣ ଆଉଟ୍‌ଡୋରକୁ ବନ୍ଦ କରାଯାଇଛି। ଇନ୍‌ଡୋରରେ ଚିକତ୍ସିତ ୨୫ଜଣ ରୋଗୀଙ୍କ ମଧ୍ୟରୁ ପ୍ରାୟ ୧୦ରୁ ୧୨ଜଣ ଗୁରୁତର ଅବସ୍ଥାରେ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟମାନଙ୍କୁ ଚିକିତ୍ସାଳୟରୁ ଡିସ୍‌ଚାର୍ଜ କରାଯାଇଛି । କେବଳ ସ୍ତ୍ରୀ ଓ ପ୍ରସୁତି ଏବଂ ଜରୁରୀକାଳୀନ ବିଭାଗ ଖୋଲାରହିବା ଆବଶ୍ୟକ ଅନୁଯାୟୀ ରୋଗୀଙ୍କ ଚିକିତ୍ସା କରାଯିବ ବୋଲି ସିଡିଏମ୍‌ଓ ଡା. ମକରନ୍ଦ ବେଉରା ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଅପ୍‌ଡେଟ ହେଲା ଜିଲା ସୂଚନା ବିଜ୍ଞାନ କେନ୍ଦ୍ର ୱେବ୍‌ସାଇଟ

ନୂଆପଡ଼ା ଅଫିସ,୧୭।୧୦: ଜିଲା ସୂଚନା ବିଜ୍ଞାନକେନ୍ଦ୍ରର ୱେବସାଇଟ ବର୍ଷ ବର୍ଷ ଧରି ଅପଡେଟ ନ ହେବା ସହିତ ଅନେକ ଭୂଲ ତଥ୍ୟ ଦିଆଯାଉଥିଲା। ଏ ସମ୍ପର୍କିତ...

ସମ୍ମାନ ଦେଲା ସଙ୍ଗରୋଧ

(ଦିନେଶ ଦେହୁରୀ) ବନ୍ତଳା, ୭ା୫ – ବାହାର ରାଜ୍ୟ ଫେରନ୍ତାଙ୍କ ମଧ୍ୟରୁ ଅନେକେ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ଏପରି କି କେତେଜଣ ଲୁଚି...

ବଜ୍ରପାତରୁ ସୁରକ୍ଷା ଦେବ ‘ମିଶନ ତାଳ’

କପ୍ତିପଦା,୨୬ା୮(ଡି.ଏନ୍‌.ଏ.)- ‘ମିଶନ ତାଳ’ର ଉଦ୍‌ଘାଟନୀ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ପୁରସ୍କୃତ ଶିକ୍ଷକ ସନ୍ତୋଷ କୁମାର ସାହୁଙ୍କ ଆବାହକତ୍ୱରେ ଅନୁଷ୍ଠିତ ଉତ୍ସବରେ ମୟୂରଭଞ୍ଜ ଜିଲା...

୪୩ ୟୁନିଟ୍‌ ରକ୍ତ ସଂଗୃହୀତ

ଆନନ୍ଦପୁର,୨୬। ୪(ସ୍ବ.ପ୍ର.)- ଘସିପୁରା ନିର୍ବାଚନମଣ୍ଡଳୀ ବୀରଗୋବିନ୍ଦପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଜେଡି ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ଘସିପୁରା ବିଧାୟକ...

ପୋଷ୍ଟ ଅଫିସ୍‌ରେ ହେଉନି ଆଧାର ସଂଶୋଧନ: ଲୋକେ ହୀନସ୍ତା

ଯୋଡ଼ା, ୧୪।୨(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ସହରର ମଧ୍ୟଭାଗରେ ଥିବା ଯୋଡା ପୋଷ୍ଟ ଅଫିସ୍‌ରେ ହେଉଥିବା ଆଧାର ସଂଶୋଧନ ପ୍ରକୋଷ୍ଠଟି ବନ୍ଦ ପଡିଥିବା ଯୋଗୁ ଲୋକେ ହୀନସ୍ତା...

ସହିଦନଗରରେ ବହୁତଳ ପାର୍କିଂ ଆରମ୍ଭ

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): ସହିଦନଗରସ୍ଥିତ ବହୁ ପ୍ରତୀକ୍ଷିତ ଅତ୍ୟାଧୁନିକ ବହୁତଳ କାର ପାର୍କିଂ ଆରମ୍ଭ ହୋଇଛି। ଏହି ଭୂତଳରେ ୨ଟି ଓ ଉପର ମହଲାରେ ୩ଟି ମୋଟ୍‌ ୫ଟି...

ଯୋଜନାରୁ ବଞ୍ଚତ୍ତ ଭିନ୍ନକ୍ଷମ ଭଉଣୀଭାଇ

ଅମରପାଲି,୨୦ା୩(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତର ସଦର ଗ୍ରାମର ବିଦେଶୀ ସାହୁ(୪୦) ଓ ତାଙ୍କ ଭଉଣୀ ପ୍ରମୋଦିନୀ ସାହୁ(୩୫)। ଉଭୟେ ଏବେ ଦୁର୍ବିସହ...

ହାତବାନ୍ଧି ବସିଛନ୍ତି ଅଟୋ ଚାଳକ: ଭଡା ପାଇଁ ବାହାରିଲେ ପୋଲିସ ପାହାରକୁ ଡର

ଗଞ୍ଜାମ,୪।୭(ଡି.ଏନ୍‌.ଏ): କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ଓ ଜଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଲକ୍‌ଡାଉନ, ଶଟ୍‌ଡାଉନ ସହ ବିଭିନ୍ନ କଟକଣା ଜାରି କରାଯାଇଛି ।...

Advertisement
Archives

Model This Week