Posted inଖେଳ

ଏହି କ୍ରିକେଟର୍‌ଙ୍କ ସ୍ତ୍ରୀ ବିଜନେସରେ ଜଣେ ସଫଳ ମହିଳା

ନୂଆଦିଲ୍ଲୀ, ୨୦।୭: ଓ୍ବେଷ୍ଟଇଣ୍ଡିଜ କ୍ରିକେଟ୍‌ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ କିରନ ପୋଲାର୍ଡଙ୍କ ସ୍ତ୍ରୀ ଜିନ୍ନା ଅଲିଙ୍କ ମଧ୍ୟ କ୍ରୀଡ଼ାପ୍ରତି ଅହେତୁକ ଦୁର୍ବଳତା ରହିଛି। ସ୍ବାମୀଙ୍କୁ ସମର୍ଥନ କରିବା ପାଇଁ ଜିନ୍ନା ଅଧିକାଂଶ ମ୍ୟାଚ୍‌ରେ ଷ୍ଟାଡିୟମରେ ଉପସ୍ଥିତ ରହିଥିବାର ଦେଖିବାକୁ ମିଳେ। ୧୦ ଏପ୍ରିଲରେ ତ୍ରିନିଦାଦ ଆଣ୍ଡ୍‌ ଟୋବାଗରେ ଜନ୍ମଗ୍ରହଣ କରିଥିବା ୫ ଫୁଟ୍‌ ୮ ଇଞ୍ଚ ଉଚ୍ଚତା ବିଶିଷ୍ଟ ଜିନ୍ନା ୭ ବର୍ଷ କାଳ ପୋଲାର୍ଡଙ୍କ ସହ ଡେଟିଂ କରିବା ପରେ ଶେଷରେ ୨୦୧୨ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବିଶ୍ୱ କ୍ରିକେଟ୍‌ରେ ପୋଲାର୍ଡଙ୍କୁ ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଭାବେ ସମସ୍ତେ ଜାଣନ୍ତି। କିନ୍ତୁ ଖୁବ୍‌ କମ୍‌ ଲୋକ ତାଙ୍କ ସ୍ତ୍ରୀ’ଙ୍କ ବିଜନେସ ସମ୍ପର୍କରେ ଜାଣିଥିବେ। ତେବେ ଜିନ୍ନା ମଧ୍ୟ ଜଣେ ସଫଳ ବିଜନେସଓମ୍ୟାନ। ସ୍ପୋଟର୍‌ସ ସହିତ ଜଡ଼ିତ ବ୍ୟବସାୟରେ ସେ ଜଣେ ପରିଚିତ ନାମ। ନିଜ ସହର ଟାକାରିଗୁଆରେ ଜିନାଙ୍କର ଏକ ସ୍ପୋଟର୍‌ସ ଉପକରଣ କମ୍ପାନୀ ରହିଛି। ତାଙ୍କ ବ୍ରାଣ୍ଡ୍‌ର ନାମ କେଜେ ସ୍ପୋଟର୍‌ସ ଆଣ୍ଡ୍‌ ଆକ୍ସେସୋରିଜ ଲିମିଟେଡ୍‌। ଏହା ଏକ ସଫଳ କ୍ରୀଡ଼ା ଉପକରଣ କମ୍ପାନୀ। ବ୍ୟବସାୟ ବାଦ୍‌ ଜିନ୍ନା ସୋସିଆଲ ମିଡିଆରେ ଜଣେ ଷ୍ଟାର୍‌ଙ୍କଠାରୁ କିଛି କମ୍‌ ନୁହେଁ। ପ୍ରାୟତଃ ଜିନା ନିଜର ବୋଲ୍ଡ ଓ ସୁନ୍ଦର ଫଟୋ ସହିତ ସୋସିଆଲ ମିଡିଆରେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୯ ବର୍ଷ ପରେ କ୍ରିକେଟ୍‌ ପଡ଼ିଆରେ ଘଟିଲା ଏମିତି ସଂଯୋଗ

ଅହମଦାବାଦ,୨୪।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଏକଦିବସୀୟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଦୁଇ ଭାଇଙ୍କ ଏକାଠି ଖେଳୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଟିମ ଇଣ୍ଡିଆର...

କ୍ୱାର୍ଟରରେ କାଶ୍ୟପ, ସୌରଭ

କାଲଗାରି, ୫।୭(ପି.ଟି.)- ଭାରତୀୟ ଶଟଲର ପାରୁପାଲ୍ଲୀ କାଶ୍ୟପ ଓ ସୌରଭ ବର୍ମା ଏଠାରେ ଚାଲିଥିବା ୭୫ ହଜାର ଆମେରିକୀୟ ଡଲାର କାନାଡା ଓପନ ସୁପର ୧୦୦...

ଟିମ୍‌ ଇଣ୍ଡିଆର ଏହି ଫାଷ୍ଟ୍‌ ବୋଲର୍‌ କରୋନା ପଜିଟିଭ୍‌…

ନୂଆଦିଲ୍ଲୀ,୮।୫: ଟିମ୍‌ ଇଣ୍ଡିଆର ଫାଷ୍ଟ୍‌ ବୋଲର୍‌ ପ୍ରସିଦ୍ଧ କ୍ରିଷ୍ଣାଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଆଇପିଏଲ୍‌ର ୧୪ତମ ସିଜିନ୍‌ରେ ସେ କୋଲକାତା ନାଇଟ୍‌...

ଟସ୍‌ ଜିତିଲା ଶ୍ରୀଲଙ୍କା; ବୋଲିଂ କରିବ ଭାରତ

କଲମ୍ବୋ,୧୮।୭: ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ମୁକାବିଲା ଏଠାକାର କେ.ଆର୍‌.ପ୍ରେମଦାସା ଷ୍ଟାଡିୟମରେ ରବିବାର ଖେଳାଯାଉଛି। ନିୟମିତ ଅଧିନାୟକ...

କାମ ଦେଲାନି ରୁଟ୍‌ଙ୍କ ଚାଲାକି

ଓଭାଲ,୪।୯: ଓଭାଲ ଟେଷ୍ଟରେ ଶନିବାର ଇଂଲଣ୍ଡ ବୋଲରମାନେ ୨୨୭ ରନ୍‌ ଖର୍ଚ୍ଚ କରିଥିବା ବେଳେ ମାତ୍ର ୩ ଉଇକେଟ ହାତେଇ ଥିଲେ। ଖେଳ ଶେଷ ହେବାକୁ...

୧୪୦ କିଲୋ ଓଜନର ଖେଳାଳି ପଡିଆରେ କଲେ କମାଲ୍‌

ଜାମାଇକା,୧୩।୯: କାରାବିଆନ୍‌ ପ୍ରିମିୟର୍‌ ଲିଗ୍‌ରେ କମାଲ୍‌ କରିଛନ୍ତି ୧୪୦ କିଲୋ ଓଜନର ଖେଳାଳି। ଲିଗ୍‌ର ଏକ ମ୍ୟାଚ୍‌ରେ ଜାମାଇକା ତଲାଓ୍ବାହସ ଏବଂ ସେଣ୍ଟ୍‌ ଲୁସିଆ ଜୁକ୍ସ...

ଭାରତ ବିପକ୍ଷ ପ୍ରଥମ ଦୁଇ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷଣା : ଫେରିଲେ ଷ୍ଟୋକ୍ସ, ଆର୍ଚର

ଲଣ୍ଡନ, ୨୨ା୧(ପି.ଟି.)-ଭାରତ ବିପକ୍ଷ ପ୍ରଥମ ଦୁଇ ଟେଷ୍ଟ ମ୍ୟାଚ ପାଇଁ ୧୬ ଜଣିଆ ଇଂଲଣ୍ଡ କ୍ରିକେଟ ଦଳ ଘୋଷଣା କରାଯାଇଛି। ଏଥିରେ ବିସ୍ଫୋରକ ଅଲରାଉଣ୍ଡର ବେନ୍‌...

ତାଜମହଲ ସାମ୍ନାରେ ଗର୍ଲଫ୍ରେଣ୍ଡଙ୍କୁ ପ୍ରପୋଜ କରିଥିଲେ ଡି ଭିଲର୍ସ

ନୂଆଦିଲ୍ଲୀ: ଭାରତରେ କ୍ରିକେଟ୍‌ ସବୁଠାରୁ ପସନ୍ଦିତ ଖେଳ। ଏହାନୁହେଁ ଯେ ଏଠାରେ ଥିବା ପ୍ରଶଂସକମାନେ କେବଳ ଭାରତୀୟ ଖେଳାଳିଙ୍କୁ ପସନ୍ଦ କରିଥାନ୍ତି ବରଂ ଭାରତରେ ବିଦେଶୀ...

Advertisement
Archives

Model This Week