Posted inଖେଳ

ଛକା ମାରିବାରେ ବେନ୍‌ ଷ୍ଟୋକ୍ସଙ୍କ ରେକର୍ଡ

ମାଞ୍ଚେଷ୍ଟର, ୨୦।୭- ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ସ୍ଥାନୀୟ ଓଲ୍ଡ ଟ୍ରାଫୋର୍ଡ ଷ୍ଟାଡିୟମରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ଅନ୍ତିମ ତଥା ୫ମ ଦିବସରେ ସୋମବାର ଇଂଲଣ୍ଡର ବେନ୍‌ ଷ୍ଟୋକ୍ସ ଏକ କିର୍ତ୍ତୀମାନର ଅଧିକାରୀ ହୋଇଛନ୍ତି। ଟେଷ୍ଟ କ୍ରିକେଟ୍‌ ସାଧାରଣତଃ ଧିମା କ୍ରିକେଟ୍‌ ଭାବେ ଜଣାଶୁଣା। କିନ୍ତୁ ଘରୋଇ ଇଂଲଣ୍ଡ ଦଳର ଅଲ୍‌ରାଉଣ୍ଡର ଷ୍ଟୋକ୍ସ ଛକା ମାରିବାରେ ରେକର୍ଡ ସ୍ଥାପନ କରିଛନ୍ତି। ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ଷ୍ଟୋକ୍ସ ୫୭ ବଲରୁ ୭୮ ରନର ଦ୍ରୁତ ଇନିଂସ ଖେଳିଥିଲେ। ଏହାରି ମଧ୍ୟରେ ସେ ୪ଟି ଚୌକା ଓ ୩ଟି ଛକା ମାରିଥିଲେ। ଏଥିସହ ବର୍ତ୍ତମାନ ଟେଷ୍ଟ ଖେଳୁଥିବା କ୍ରିକେଟର୍‌ଙ୍କ ମଧ୍ୟରେ ଷ୍ଟୋକ୍ସଙ୍କ ନାମରେ ସର୍ବାଧିକ ଛକା ମାରିବାର ରେକର୍ଡ ଲିପିବଦ୍ଧ ହୋଇଛି। ୨୯ ବର୍ଷୀୟ ଏହି ଇଂଲଣ୍ଡ ବ୍ୟାଟ୍ସମ୍ୟାନ ବର୍ତ୍ତମାନ ସୁଦ୍ଧା ଟେଷ୍ଟରେ ୭୪ ଛକା ମାରି ସାରିଛନ୍ତି। ଏହିକ୍ରମରେ ସେ ନ୍ୟୁଜିଲାଣ୍ଡ ଅଲ୍‌ରାଉଣ୍ଡର ଟିମ୍‌ ସୌଦୀ (୭୨ ଛକା)ଙ୍କୁ ପଛରେ ପକାଇ ଦେଇଛନ୍ତି। ଏହି ତାଲିକାରେ ଆଞ୍ଜେଲୋ ମାଥ୍ୟୁସ (୬୧), ଡେଭିଡ୍‌ ଓ୍ବାର୍ନର (୫୬) ଓ ରୋହିତ୍‌ ଶର୍ମା (୫୨) ପଛକୁ ପଛ ରହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ଟେଷ୍ଟ କ୍ରିକେଟ୍‌ରେ ସର୍ବକାଳୀନ ସର୍ବାଧିକ ଛକା ମାରିବାର ରେକର୍ଡ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର୍‌ ଆଦାମ ଗିଲକ୍ରିଷ୍ଟଙ୍କ ନାମରେ ରହିଛି। ଗିଲକ୍ରିଷ୍ଟ ୧୦୦ ଛକା ସହ ତାଲିକାର ଶୀର୍ଷରେ ରହିଥିବାବେଳେ କ୍ରିସ୍‌ ଗେଲ୍‌ (୯୮), ଜ୍ୟାକ କାଲିସ (୯୭), ବ୍ରେଣ୍ଡନ ମ୍ୟାକ୍‌କୁଲମ (୯୪) ଓ ବୀରେନ୍ଦ୍ର ସେହ୍ବାଗ (୯୧) ଯଥାକ୍ରମେ ୨ୟରୁ ୫ମ ସ୍ଥାନ ମଧ୍ୟରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୦ ସିଜନ…୪୦୦ପ୍ଲସ ରନ…,ଇତିହାସ ରଚିଲେ କୋହଲି, ଆଇପିଏଲରେ ଏମିତି କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୫।୪: ବିରାଟ କୋହଲି ଆଇପିଏଲ ୨୦୨୪ରେ ଭଲ ବ୍ୟାଟିଂ କରୁଛନ୍ତି। କୋହଲି ତାଙ୍କ ନାମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଏକ ବଡ଼ ସଫଳତା ହାସଲ...

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

ଏହି ଟିମ୍‌ ହେବ ଏଥର ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ୱାସିମ ଆକ୍ରମ

ନୂଆଦିଲ୍ଲୀ,୨୫।୪: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମ ଆଇପିଏଲ ୨୦୨୪ର ବିଜେତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଏହା ପୂର୍ବାନୁମାନ କରିବା କଷ୍ଟକର...

ପନ୍ତଙ୍କ ଛକାରେ କ୍ୟାମେରାମ୍ୟାନ୍‌ ଆହତ: ମ୍ୟାଚ୍‌ ପରେ ଏମିତି କଥା କହି ସମସ୍ତଙ୍କ ହୃଦୟ ଜିତିଲେ

ନୂଆଦିଲ୍ଲୀ,୨୫।୪: ଆଇପିଏଲ୍‌ ୨୦୨୪ରେ ରିଷଭ ପନ୍ତ ଭଲ ଫର୍ମ ଦେଖାଉଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଏକ...

ଏହି କ୍ରିକେଟର୍‌ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ

ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ...

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri