Posted inଅପରାଧ

ନାବାଳିକାଙ୍କୁ ଗଣବଳାତ୍କାର ପରେ ଭିଡିଓ ଭାଇରାଲ

ରାଞ୍ଚତ୍, ୨୦।୨: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚତ୍ରୁ ଏକ ସମ୍ବେଦନଶୀଲ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ନାମକୁମ୍‌ ଅଞ୍ଚଳର ଜଣେ ୧୪ ବର୍ଷୀୟା ନାବାଳିକଙ୍କୁ ଗଣବଳାତ୍କାର ପରେ ଭିଡିଓ ଭାଇରାଲ ହୋଇଛି। ଏହି ମାମଲାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି। ଉଭୟ ନାବାଳିକାଙ୍କୁ ବଳାତ୍କାର କରିବା ପରେ ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରାଇଥିଲେ। ଘଟଣାଟି ଚଳିତ ମାସ ପ୍ରାରମ୍ଭରେ ଘଟିଥିଲା। ପୀଡ଼ିତାଙ୍କ ମା’ କାମ କରିବାକୁ ବାହାରକୁ ଯାଇଥିଲେ। ଏହି ସମୟରେ ନାବାଳିକା ଜଣଙ୍କ ଘରେ ଏକୁଟିଆ ଥିଲେ। ଏହାର ସୁଯୋଗ ନେଇ ଉଭୟ ଯୁବକ ଘରେ ପ୍ରବେଶ କରି ନାବାଳିକାଙ୍କୁ ବଳାତ୍କାର କରି ତାଙ୍କର ଭିଡିଓ ଶୁଟିଂ କରିଥିଲେ। ପରେ ଏହାକୁ ସୋସିଆଲ ମିଡିଆରେ ଅପ୍‌ଲୋଡ କରିଥିଲେ। ପୋଲିସ ଏହି ଘଟଣାର ଖୋଳତାଡ଼ କରି ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ଯେଉଁ ମୋବାଇଲରେ ବଳାତ୍କାର ଦୃଶ୍ୟ ଶୁଟିଂ ହୋଇଥିଲା ପୋଲିସ ସେହି ମୋବାଇଲକୁ ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଠକେଇ ଅଭିଯୋଗରେ ୪ ନକଲି ଖବରଦାତା ଗିରଫ : ବିଭିନ୍ନ ସାମଗ୍ରୀ ଜବତ

ବରଗଡ଼ ଅଫିସ,୧୯ା୬ : ନିଜକୁ ଖବରଦାତାର ପରିଚୟ ଦେଇ ବରଗଡ଼ ଜିଲା ଶିଳ୍ପକେନ୍ଦ୍ରର ଭାରପ୍ରାପ୍ତ ସାଧାରଣ ପରିଚାଳକ ମନୋଜ କୁମାର ଶତପଥୀଙ୍କୁ ପିସ୍ତଲ ଦେଖାଇ ଠକେଇ...

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର ମାମଲା: ଦୋଷୀଙ୍କୁ ୧୦ ବର୍ଷ ଜେଲ

ଚମ୍ପୁଆ, ୩୦ା୯(ଡି.ଏନ.ଏ.)-ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର କରାଯାଇଥିଲା । ସେହି ମାମଲାର ବିଚାର କରି ଚମ୍ପୁଆ ଅତିରିକ୍ତ ଜିଲା ଦୌରାଜଜ ଅଭିଯୁକ୍ତ ଦୋଳ ଗୋବିନ୍ଦ ବାରିକଙ୍କୁ...

ହସ୍ପିଟାଲରେ ହତ୍ୟାକାଣ୍ଡ: ରୋଗୀକୁ ପିଟି ପିଟି ମାରିଲେ ରୋଗୀ

ରାଞ୍ଚି, ୨୪।୮: ହସ୍ପିଟାଲରେ ହତ୍ୟାକାଣ୍ଡ। ଜଣେ ବୃଦ୍ଧ ରୋଗୀକୁ ପିଟି ପିଟି ମାରିଦେଇଛନ୍ତି ଚିକିତ୍ସିତ ହେବାକୁ ଆସିଥିବା ଅନ୍ୟଜଣେ ରୋଗୀ। ଏଭଳି ଏକ ଅଭାବନୀୟ ଘଟଣା...

ବାଦାମବାଡ଼ି ଥାନା ଅଧିକାରୀଙ୍କ ଅନୁଭୂତି: ଆଖି ସାମ୍ନାରେ ମାଓବାଦୀଙ୍କ ଗୁଳିରେ ଟଳିଥିଲେ ସାଥୀ

ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପୋଲିସର ପ୍ରମୁଖ ଦାୟିତ୍ୱ। ଏହି ଦାୟିତ୍ୱ ସମ୍ପାଦନରେ ଅନେକ ପୋଲିସ କର୍ମଚାରୀ ନିଜ ଜୀବନ ଉତ୍ସର୍ଗ କରିଥିବା ନଜିର ରହିଛି। ଅନେକେ...

୧୨ ଦିନର ଶିଶୁ କନ୍ୟାକୁ ନଦୀକୁ ଫିଙ୍ଗି ଦେଲା ମା; କାହିଁକି ଜାଣନ୍ତୁ

ଭୋପାଳ, ୪।୧୦: ମଧ୍ୟପ୍ରଦେଶର ପନ୍ନା ଜିଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଲାର ସଲେହା ଥାନା ଅନ୍ତର୍ଗତ ଛିଜୋରା ଗ୍ରାମରେ ଜଣେ ମହିଳା...

ପ୍ରେମରେ ପ୍ରତିବନ୍ଧକ ସାଜିବାରୁ ପ୍ରେମିକାର ବାପାକୁ ହତ୍ୟା

ଟିଟିଲାଗଡ଼, ୭ା୭ (ଡି.ଏନ.ଏ.)- ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ଅନ୍ତର୍ଗତ ଚୋରମରା ଗଁାରେ ଗତ ୨ତାରିଖ ଘଟିଥିବା ବର୍ଜୁ ରଣା (୫୪) ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି।...

ରଣପୁରରେ ନବବଧୂଙ୍କୁ ବିଷ ପିଆଇ ହତ୍ୟା : ସ୍ବାମୀ, ଶାଶୁ,ଶ୍ୱଶୁର ଗିରଫ

ରଣପୁର,୧୬।୬(ସ୍ବ.ପ୍ର.)-ଗଣପର୍ବ ରଜକୁ ଝିଅ ବୋହୂମାନେ ଆନନ୍ଦ ଉଲ୍ଲାସରେ ପାଳନ କରୁଥିବାବେଳେ ନୟାଗଡ ଜିଲା ରଣପୁର ଥାନା ଅଞ୍ଚଳରେ ପହିଲି ରଜରେ ଜଣେ ନବବଧୂଙ୍କୁ ଶାଶୁଘର ଲୋକେ...

ଦେଢ଼କିଲୋ ଗଞ୍ଜେଇ ଜବତ: ଜଣେ ଗିରଫ

ବାସୁଦେବପୁର,୧୫।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ପୋଲିସ ମଙ୍ଗଳବାର ନୂଆ ଜଗନ୍ନାଥ ଛକରୁ ଦେଢ଼ କିଲୋ ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଜଣଙ୍କୁ ଅଟକ...

Advertisement

BGU

Archives

Model This Week

Why Dharitri