କ୍ରିକେଟର ଦିନେଶ କାର୍ତ୍ତିକଙ୍କ ଗର୍ଭବତୀ ସ୍ତ୍ରୀଙ୍କୁ ବିବାହ କରିଥିଲେ ମୁରଲୀ ବିଜୟ
ଭାରତର ଅଭିଜ୍ଞ ଉଇକେଟ କିପର ବ୍ୟାଟ୍ସମ୍ୟାନ ଦିନେଶ କାର୍ତ୍ତିକ ଆଜି ୩୫ତମ ଜନ୍ମଦିନ ପାଳନ କରୁଛନ୍ତି। ମହେନ୍ଦ୍ର ସିଂ ଧୋନୀଙ୍କ ପରି ଦୀନେଶ କାର୍ତ୍ତିକ ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ ୨୦୧୯ ବିଶ୍ୱକପ ସେମିଫାଇନାଲରେ ଖେଳିଥିଲେ। କାର୍ତ୍ତିକଙ୍କୁ ୩୫ତମ ଜନ୍ମଦିନରେ ଅଭିନନ୍ଦନ…
ଗାଧୋଇବାକୁ ଯାଇ ପୋଖରୀରେ ବୁଡିଗଲେ ୨ ନାବାଳିକା, ୨ ନାବାଳକ
ଢେଙ୍କାନାଳ ଅଫିସ, ୧।୬: ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଅଞ୍ଚଳରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ବାରବାଙ୍କ ଶବର ସାହିରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇ ୪ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ୨ ନାବାଳିକା ଥିବା…
ଅନୁପ୍ରବେଶ ଉଦ୍ୟମ ପଣ୍ଡ: ୩ ଆତଙ୍କବାଦୀ ନିହତ
ଶ୍ରୀନଗର,୧।୬: ଜମ୍ମୁ-କଶ୍ମୀରର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଏକ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି। ଅନୁପ୍ରବେଶ କରୁଥିବା ୩ ଆତଙ୍କବାଦୀ ଭାରତୀୟ ସେନାଙ୍କ ଗୁଳିରେ ନିହତ ହୋଇଛନ୍ତି। ନୌଶେରା ସେକ୍ଟରରେ ଆତଙ୍କବାଦୀମାନେ ଅନୁପ୍ରବେଶ କରୁଥିଲେ। ଏନେଇ ଭାରତୀୟ ସେନା ପକ୍ଷରୁ ସତର୍କ ସୂଚନା…
ଜୀବନର ଶେଷ ସମୟ ହସ୍ପିଟାଲ ବେଡ୍ରେ ‘ହୁଡ୍ ହୁଡ୍ ଦବଙ୍ଗ’ ଗୀତ ଗାଉଥିଲେ ଓ୍ବାଜିଦ୍
ବଲିଉଡ୍ର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଓ୍ବାଜିଦ୍ ଖାନ୍ଙ୍କ ପରଲୋକରେ ସ୍ତବ୍ଧ ହୋଇଯାଇଛି ବଲିଉଡ୍ ସଙ୍ଗୀତ ଜଗତ। ଗତ କିଛିଦିନ ହେବ ସେ କିଡ୍ନୀ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ। ହସ୍ପିଟାଲରେ ଥିବା ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍…
ଭାରତୀୟ ଉଚ୍ଚାୟୁକ୍ତଙ୍କୁ ସମନ ଜାରି କଲା ପାକିସ୍ତାନ
ଇସଲାମାବାଦ୍,୧।୬: ଦିଲ୍ଲୀ ପୋଲିସ ପକ୍ଷରୁ ପାକିସ୍ତାନ ଦୂତାବାସରେ ଭିଜା ସହାୟକ ଭାବେ କାର୍ଯ୍ୟ କରୁଥିବା ୨ ଅଧିକାରୀଙ୍କୁ ଗୁପ୍ତଚର କାର୍ଯ୍ୟ କରୁଥିବା ଅଭିଯୋଗରେ ଗିରଫ କରାଯାଇଥିଲା। ସେମାନେ ପାକିସ୍ତାନ ଗୁପ୍ତଚରୀ ସଂସ୍ଥା ଆଇଏସ୍ଆଇ ପାଇଁ କାମ କରୁଥିବା ଜଣାପଡ଼ିବା ପରେ ପୋଲିସ…
ମାସ୍କ ନ ପିନ୍ଧିଲେ ଜରିମାନା ସହ ଗିରଫ କରାଯିବ: ଡିଜିପି
ଭୁବନେଶ୍ୱର, ୧।୬(ବ୍ୟୁରୋ): ବାହାରେ ଛେପ ପକାଇଲେ ଓ ମାସ୍କ ନ ପିନ୍ଧିଲେ ଜରିମାନା ଦେବାକୁ ପଡ଼ିବ। ପ୍ରଥମ ଓ ଦ୍ୱିତୀୟ ଥର ନିୟମ ଭାଙ୍ଗି ଧରାପଡ଼ିଲେ ୫ଶହ ଏବଂ ତୃତୀୟ ଥର ନିୟମ ଭାଙ୍ଗିଲେ ୧ ହଜାର ଟଙ୍କା ଦେବାକୁ ପଡ଼ିବ।…
ଦୀର୍ଘ ଦିନ ଧରି ଭାରତ ପ୍ରତି ବିପଦ ସୃଷ୍ଟି କରୁଛି ଚାଇନା: ପୋମ୍ପିଓ
ଓ୍ବାଶିଂଟନ,୧।୬: ଚାଇନା ଦୀର୍ଘ ଦିନ ଧରି ଭାରତ ପାଇଁ ବିପଦ ସୃଷ୍ଟି କରୁଛି। ଚାଇନାର ସୈନ୍ୟବଳର ମୁକାବିଲା ଲାଗି ଅନ୍ୟ ଦେଶଙ୍କ ସହାୟତା ନିଆଯିବାର ଆବଶ୍ୟକତା ରହିିଛି। ଆମେରିକା ବହିର୍ବ୍ୟାପାର ମନ୍ତ୍ରୀ ମାଇକ୍ ପୋମ୍ପିଓ ଏଭଳି କହିଛନ୍ତି। ଚାଇନାର ସୈନ୍ୟ କ୍ଷମତା…
ଜୁନ୍ ୩୦ ଯାଏ ମଲ୍, ଧର୍ମାନୁଷ୍ଠାନ ବନ୍ଦ
ଭୁବନେଶ୍ୱର,୧।୬(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜୁନ୍ ୩୦ ଯାଏ ସପିଂ ମଲ୍ ଓ ସମସ୍ତ ଧାର୍ମିକ ଅନୁଷ୍ଠାନ ରହିବା ନେଇ ଘୋଷଣା କରିଛନ୍ତି। ଏହି ସମୟରେ ସିନେମା ହଲ, ଜିମ୍ ଓ ସୁଇମିଂ ପୁଲ ମଧ୍ୟ ଖୋଲିବ…
ଜୁଲାଇ ୩୧ ଯାଏ ଶିକ୍ଷାନୁଷ୍ଠାନ ବନ୍ଦ
ଭୁବନେଶ୍ୱର,୧।୬(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜୁଲାଇ ୩୧ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି। ଅନ୍ଲକ୍-୧ ଗାଇଡ୍ଲାଇନ୍ ନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଜୁନ୍…
ମହଙ୍ଗା ହେଲା ରୋଷେଇ ଗ୍ୟାସ ସିଲିଣ୍ଡରର ଦାମ୍
ନୂଆଦିଲ୍ଲୀ,୧।୬: ଦେଶରେ ସୋମାବାର ଅନ୍ଲକ୍ ୧.୦ ଆରମ୍ଭ ହୋଇଛି। ପ୍ରଥମ ଦିନରୁ ହିଁ ସାଧାରଣ ଜନତାଙ୍କ ଉପରେ ପଡିଛି ମହଙ୍ଗା ମାଡ। ଦେଶର ଅଏଲ ମାର୍କେଟିଂ କମ୍ପାନୀ ବିନା ସବ୍ସିଡି ଗ୍ୟାସ ସିଲିଣ୍ଡରର ଦାମ ବୃଦ୍ଧି କରିଛନ୍ତି। ବିଭିନ୍ନ ରାଜ୍ୟରେ ଟ୍ୟାକ୍ସ…
ଏଣିକି ଓ୍ବେବ୍ ପୋର୍ଟାଲରେ କରାଯିବ ଅଭିଯୋଗ: ଖୋର୍ଦ୍ଧା ଜିଲାର ୨୦୯ଟି ସଂସ୍ଥା, ବିଭାଗ ସହ ହୋଇଛି ସଂଯୋଗ
ଖୋର୍ଦ୍ଧା ଅଫିସ,୧।୬: ଏଣିକି ଅଭିଯୋଗ ଲାଗି ଆଉ ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡିବାକୁ ପଡ଼ିବ ନାହିଁ। କାରଣ ଜିଲା ପ୍ରଶାସନ ପକ୍ଷରୁ ସୋମବାର ଏକ ୱେବ ପୋର୍ଟାଲ ଉଦ୍ଘାଟନ କରାଯାଇଛି। ଏଣିକି ଅଭିଯୋଗକାରୀ ଏହି ପୋର୍ଟାଲରେ ନିଜ ଅଭିଯୋଗ କରିପାରିବେ। ଏହି…
ଭଦ୍ରକରେ ୧୨୦ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା
ଭଦ୍ରକ ଅଫିସ,୧ା୬: ସୋମବାର ଜିଲାରୁ ୭ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଜିଲାରେ ଏବେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୦ ଛୁଇଁଛି। ଏମାନଙ୍କ ମଧ୍ୟରୁ କିଛି କ୍ୱାରାଣ୍ଟାଇନ୍ ସେଣ୍ଟରରୁ ଚି଼ହ୍ନଟ ହୋଇଥିବା ବେଳେ ଅନ୍ୟ କିଛି ଗାଁରୁ ଚି଼ହ୍ନଟ ହୋଇଥିବା ଜଣାପଡ଼ିଛି।
Archives


