ନିଟ୍‌ ପରୀକ୍ଷା ସ୍ଥଗିତ ରଖିବା ଆବେଦନ ଖାରଜ: ୧୩ ସେପ୍ଟେମ୍ବରରେ ହେବ ପରୀକ୍ଷା

ନୂଆଦିଲ୍ଲୀ, ୯।୯: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଟ୍‌ ପରୀକ୍ଷାକୁ ସ୍ଥଗିତ ରଖିବା ଲାଗି ହୋଇଥିବା ଏକ ଆବେଦନକୁ ସୁପ୍ରିମ୍‌କୋର୍ଟ ବୁଧବାର ଖାରଜ କରି ଦେଇଛନ୍ତି। ନିଟ୍‌ ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ତାରିଖରେ ସେପ୍ଟେମ୍ବର ୧୩ରେ ହେବ ବୋଲି କୋର୍ଟ କହିଛନ୍ତି। ଏହାପୂର୍ବରୁ ଅଗଷ୍ଟ ୧୭ରେ ସୁପ୍ରିମ୍‌ କୋର୍ଟ ଜେଇଇ ଏବଂ ନିଟ୍‌ ପରୀକ୍ଷା ସ୍ଥଗିତ ରଖିବା ଲାଗି ଅଣ-ଭାଜପା ଶାସିତ ୬ ରାଜ୍ୟ ମନ୍ତ୍ରୀମାନଙ୍କ ପକ୍ଷରୁ କରାଯାଇଥିବା ଏକ ପୁନର୍ବିଚାର ଆବେଦନକୁ ସେପ୍ଟେମ୍ବର ୪ରେ ଖାରଜ କରିଦେଇଥିଲେ। କୋର୍ଟ କହିଛନ୍ତି ଯେ, ମେଡ଼ିକାଲ ପାଠ୍ୟକ୍ରମରେ ପ୍ରବେଶ ପାଇଁ କରୋନା ମହାମାରୀ ସମୟରେ ହେଉଥିବା ନିଟ୍‌ ପରୀକ୍ଷା ଲାଗି ସମସ୍ତ ଉପଯୋଗୀ ପଦକ୍ଷେପ ଗ୍ରହଣ କରାଯିବ। ଏହାର ଶୁଣାଣି ଆମେ କରିପାରିବୁ ନାହିଁ। ଆମକୁ କ୍ଷମା କରନ୍ତୁ ବୋଲି ବିଚାର କରୁଥିବା ଖଣ୍ଡପୀଠ ଏଭଳି କହିଛନ୍ତି। ସୂଚନାଯୋଗ୍ୟ,ଜେଇଇ ମେନ୍‌ ପରୀକ୍ଷା ସଫଳତାର ସହିତ ଶେଷ ହେବା ପରେ ଏବେ ନିଟ୍‌ ପରୀକ୍ଷା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ଚୂଡ଼ାନ୍ତ ଯୋଜନା ଶେଷ ହୋଇଛି। ନିଟ୍‌ ପରୀକ୍ଷା ପାଇଁ ଦେଶର ୧୫ ଲକ୍ଷ ୯୭ ହଜାରରୁ ଅଧିକ ଛାତ୍ରୀଛାତ୍ର ଆବେଦନ କରିଛନ୍ତି। ପୂର୍ବରୁ ଦେଶର ୨,୫୪୬ ପରୀକ୍ଷା କେନ୍ଦ୍ରରେ ନିଟ୍‌ ପରୀକ୍ଷା କରାଯିବା ଲାଗି ଯୋଜନା କରାଯାଇଥିଲା। ତେବେ ଏବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ଅବଲମ୍ବନ କରିବା ପାଇଁ ପରୀକ୍ଷା କେନ୍ଦ୍ର ସଂଖ୍ୟା ୩,୮୪୩କୁ ବୃଦ୍ଧି କରାଯାଇଛି। ପ୍ରତି ପରୀକ୍ଷା କକ୍ଷରେ ଛାତ୍ରୀଛାତ୍ରଙ୍କ ସଂଖ୍ୟା ୨୪ ବଦଳରେ ୧୨ କରାଯାଇଛି। ପରୀକ୍ଷାର୍ଥୀଙ୍କ ପାଇଁ ମାସ୍କ ଏବଂ ଫେସମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା ସହିତ ଅନ୍ୟ ସୁରକ୍ଷା ମାର୍ଗଦର୍ଶିକା ପାଳନକୁ ବାଧ୍ୟତାମୂଳକ କରାଯାଇଛି। ପରୀକ୍ଷା କେନ୍ଦ୍ର କର୍ତ୍ତୃପକ୍ଷଙ୍କ ଲାଗି ମଧ୍ୟ କେତେକ ନିୟମ ପ୍ରଣୟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri