Home Left

ରାଜଧାନୀରେ ଚାଞ୍ଚଲ୍ୟ: ଶିଶୁର ତଣ୍ଟି ଚିପି ହତ୍ୟା ପରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର,୩ା୬ (ବ୍ୟୁରୋ)-ଖଣ୍ଡଗିରି ଥାନା ଅନ୍ତର୍ଗତ ଆଇଗିଣିଆ ରାଜୀବନଗରରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଉକ୍ତ ଅଞ୍ଚଳରେ ରହୁଥିବା ଜଣେ ମହିଳା ଅତି ନୃଶଂସ ଭାବେ ଜଣେ ୪ ବର୍ଷର ଶିଶୁ ପୁତ୍ରକୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟା ଉଦ୍ୟମ…

ମୁମ୍ବାଇ ଆସିବା ପୂର୍ବରୁ ଦୁର୍ବଳ ହେଲା ନିସର୍ଗ: ବର୍ଷା ଜାରି, ଟଳିଲା ବଡ଼ ବିପଦ

ମୁମ୍ବାଇ, ୩।୬: ମୁମ୍ବାଇ ମୁହାଁ ହେବା ପୂର୍ବରୁ ସାମୁଦ୍ରିକ ଝଡ଼ ନିସର୍ଗ ଦୁର୍ବଳ ହୋଇଯାଇଛି। ଏହା ଦକ୍ଷିଣ ଦିଗରେ ଆଗକୁ ଗତି କରିଛି। ଫଳରେ ମୁମ୍ବାଇ ଉପରେ ଥିବା ବିପଦ ଟଳି ଯାଇଛି। ପବନର ବେଗ ଘଣ୍ଟାପ୍ରତି ୫୦ କିଲୋମିଟର ଥିବାବେଳେ…

୨୪ ଘଣ୍ଟାରେ ସୁସ୍ଥ ହେଲେ ୪ ହଜାର ୭୭୬

ନୂଆଦିଲ୍ଲୀ, ୩।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଗତ ୨୪ ଘଣ୍ଟା ମଧ୍ୟରେ ୪ ହଜାର ୭୭୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ…

ପୋଖରୀରୁ ନାବାଳକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଆର.ଉଦୟଗିରି,୩ା୬(ଡି.ଏନ.ଏ.)- ଗଜପତି ଜିଲା ନୂଆଗଡ ବ୍ଲକ ତାବରଡା ଗ୍ରାମ ପୋଖରୀରୁ ମଙ୍ଗଳବାର ସନ୍ଧ୍ୟାରେ ସାଙ୍ଗଙ୍କ ସହ ଗାଧୋଇ ଯାଇଥିବା ଜଣେ ନାବାଳକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ନିବେଶ ପ୍ରଧାନଙ୍କ ପୁଅ ସୁମନ ଓରଫ ଚିଣ୍ଟୁ (୧୪)। ଚିଣ୍ଟୁଙ୍କୁ…

ଜାତୀୟ କ୍ରୀଡ଼ା ପୁରସ୍କାର: ୨୨କୁ ଘୁଞ୍ଚିଲା ଆବେଦନର ଶେଷ ତାରିଖ, ନିଜକୁ ନୋମିନେଟ କରିପାରିବେ ଖେଳାଳି

ନୂଆଦିଲ୍ଲୀ,୩।୬(ପି.ଟି.): ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ଆବେଦନର ଶେଷ ତାରିଖକୁ ଘୁଞ୍ଚାଇବାକୁ କେନ୍ଦ୍ର କ୍ରୀଡ଼ାମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଆବେଦନ ପାଇଁ ବୁଧବାର ଶେଷ ତାରିଖ ଥିଲା। ତେବେ ଏହାକୁ ଆସନ୍ତା ୨୨ ତାରିଖକୁ ଘୁଞ୍ଚାଇଦିଆଯାଇଛି। ଏଥିସହିତ ଆଥଲେଟମାନେ ନିଜ ନାମ ନୋମିନେଟ…

ଅର୍ଜୁନ ପୁରସ୍କାର ନେଇ ପ୍ରଣୟଙ୍କ କ୍ଷୋଭ: କ୍ରମାଗତ ଦ୍ୱିତୀୟ ବର୍ଷ ନୋମିନେଶନରୁ ବାଦ୍‌ ପଡ଼ିଲେ

ନୂଆଦିଲ୍ଲୀ, ୩।୬(ପି.ଟି.): ଅର୍ଜୁନ ପୁରସ୍କାର ଦୌଡ଼ରୁ ବାଦ୍‌ ପଡିଛନ୍ତି ଭାରତୀୟ ବ୍ୟାଡମିଣ୍ଟନ ତାରକା ଏଚ୍‌.ଏସ୍‌. ପ୍ରଣୟ। କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ତାଙ୍କୁ ଏହି ପୁରସ୍କାରର ନୋମିନେଶନରୁ ବାଦ୍‌ ଦିଆଯାଇଛି। ଫଳରେ ପ୍ରଣୟ ଏଥିପାଇଁ ଅସନ୍ତୋଷ ଜାହିର କରିଛନ୍ତି। ବ୍ୟାଡମିଣ୍ଟନ ଆସୋସିଏଶନ…

ଟି୨୦ ବିଶ୍ୱକପ୍‌ ନ୍ୟୁଜିଲାଣ୍ଡରେ ଆୟୋଜନ ହୋଇପାରେ: ଡିନ୍‌ ଜୋନ୍ସ

ସିଡ୍‌ନୀ, ୩।୬: ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ନ୍ୟୁଜିଲାଣ୍ଡରେ ଆୟୋଜନ ହୋଇପାରେ ବୋଲି ପୂର୍ବତନ ନ୍ୟୁଜିଲାଣ୍ଡ କ୍ରିକେଟର ଡିନ୍‌ ଜୋନ୍ସ କହିଛନ୍ତି। ନ୍ୟୁଜିଲାଣ୍ଡରେ କୋଭିଡ୍‌-୧୯ ମହାମାରୀ ନିୟନ୍ତ୍ରଣକୁ ଆସିଛି ଓ କିଛିଦିନ ପରେ ସ୍ଥିତି ସ୍ବାଭାବିକ ହେବ ବୋଲି ସେ…

୨୫ ପଜିଟିଭ୍‌: କ୍ୱାରାଣ୍ଟାଇନ୍‌ରେ ୟୁକ୍ରେନ୍‌ ଫୁଟବଲ କ୍ଲବ୍‌

ଏଲ୍‌ଭିଭ୍‌,୩।୬(ପି.ଟି.): ୟୁକ୍ରେନ୍‌ର ଫୁଟବଲ କ୍ଲବ ‘କରପାଟି ଏଲ୍‌ଭିଭ୍‌’କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। କ୍ଲବର ଖେଳାଳି ଓ ଷ୍ଟାଫ୍‌ଙ୍କୁ ନେଇ ୨୫ ଜଣ କୋଭିଡ-୧୯ ଟେଷ୍ଟରେ ପଜିଟିଭ ଜଣାପଡିବାରୁ ସମ୍ପୂର୍ଣ୍ଣ କ୍ଲବକୁ କ୍ୱାରାଣ୍ଟାଇନ୍‌ରେ ରଖିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଦେଶର ପ୍ରିମିୟର ଲିଗ୍‌ ତରଫରୁ…

ଖେଳରତ୍ନ ସୁପାରିସ ନେଇ ଖୁସି ଜାହିର କଲେ ରାଣୀ

ବେଙ୍ଗାଲୁରୁ, ୩।୬ (ପି.ଟି.): ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧୀ ଖେଳରତ୍ନ ପାଇଁ ହକି ଇଣ୍ଡିଆ ଭାରତୀୟ ଅଧିନାୟିକା ରାନୀ ରାମପଲଙ୍କ ନାମ ସୁପାରିସ କରିଛି। ରାଣୀ ଏ ନେଇ ପ୍ରତିକ୍ରିୟା ପ୍ରକାଶ କରି ଖୁସି ଜାହିର କରିଛନ୍ତି। ଭଲ…

ସ୍ଥିତିରେ ସୁଧାର ଆସିଲେ ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ଉଡ଼ାଣ: ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ

ନୂଆଦିଲ୍ଲୀ, ୩।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ସ୍ଥିତିରେ ସୁଧାର ଆସିଲେ ଖୁବ୍‌ ଶୀଘ୍ର ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ ହେବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍‌ ସିଂ ପୁରୀ ବୁଧବାର ସୂଚନା ଦେଇଛନ୍ତି। ବନ୍ଦେ ଭାରତ ମିଶନରେ…

କରୋନା ସଂକ୍ରମଣ କମ୍‌ କରେ ଗଗର୍ଲିଂ

କରୋନା ସଂକ୍ରମଣକୁ ରୋକିବା ଓ ଏହାର ପ୍ରତିଶେଧକ ଟିକା ଲାଗି ବିଶ୍ୱର ବୈଜ୍ଞାନିକ ଗବେଷଣା କରୁଛନ୍ତି। ଏହାର ଟିକା ତିଆରିରେ ଅନେକ ସକାରାତ୍ମକ ଫଳାଫଳ ମିଳିଛି। ଅନ୍ୟପଟେ କେତେକ କମ୍ପାନୀ ଏହାର ଔଷଧ ତିଆରି ପାଇଁ ଲାଗି ପଡ଼ିଛନ୍ତି। ବର୍ତ୍ତମାନ ସମୟରେ…

ତ୍ୱଚାରେ ଏସବୁ ଜିନିଷ ଭୁଲରେ ମଧ୍ୟ କରନ୍ତୁ ନାହିଁ ବ୍ୟବହାର

ସୁନ୍ଦରତାକୁ ନେଇ ପ୍ରାୟ ସମସ୍ତେ ଚିନ୍ତିିତ। ସମସ୍ତଙ୍କୁ ସୁନ୍ଦର ତ୍ୱଚାଟିଏ ଆବଶ୍ୟକ। ଏଥିଲାଗି ସେମାନେ ସବୁ ପ୍ରକାର ପ୍ରଚେଷ୍ଟା କରିଥାନ୍ତି। କେତେକ ତ୍ୱଚାରେ ମିଳୁଥିବା ମହଙ୍ଗା ରସାୟନିକ ପଦାର୍ଥ ମଧ୍ୟ ଲଗାଇଥାନ୍ତି। ଏହାର ଅନେକ ପାର୍ଶ୍ୱ ପତିକ୍ରିୟା ଦେଖାଯାଇଥାଏ। ଅଜଣାତରେ ହେଉ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri