କ୍ଷେତ୍ର ପରିଦର୍ଶନକୁ ନା

କଟକ ଅଫିସ,୧୨। ୯: କଟକ ଜିଲାରେ ଜଣେ ପ୍ରାଣୀଧନ ନିରୀକ୍ଷକଙ୍କ କରୋନା ଜନିତ ମୃତ୍ୟୁ ହୋଇଥିବା ଆଶଙ୍କା କରି ଜିଲା ପ୍ରାଣୀଧନ ନିରୀକ୍ଷକ ସଂଘ କ୍ଷେତ୍ର ପରିଦର୍ଶନ କାମ ଆସନ୍ତା ୧୨ତାରିଖରୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛି। ଶୁକ୍ରବାର ଜିଲା ପ୍ରାଣୀଧନ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସଂଘ ସଭାପତି ରୁଦ୍ର କୁମାର ସାହୁ କହିଛନ୍ତି, କରୋନା କଟକଣାର ଊର୍ଦ୍ଧ୍ୱରେ ରହି କାମ କରିବା ଦ୍ୱାରା ଆମର ଜଣେ ସହକର୍ମୀଙ୍କ ମୃତ୍ୟୁ ହୋଇଛି। ବିଭାଗ କ୍ଷେତ୍ରୀୟ କର୍ମଚାରୀମାନଙ୍କୁ ବିଭିନ୍ନ ସମୟରେ ସରକାରୀ ପ୍ରକଳ୍ପଗୁଡିକ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବାକୁ କଣ୍ଟ ଦେଇଥାଏ। ବିଶେଷକରି ଏହି କରୋନା ସମୟରେ ଜାତୀୟ ପ୍ରାଣୀ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ, କୃତ୍ରିମ ପ୍ରଜନନ ଆଦି ଯୋଜନାକୁ ସଫଳ କରିବାକୁ ବାର୍ଷିକ ଧାର୍ଯ୍ୟ ଲକ୍ଷ୍ୟ ଛୁଇଁବା ପାଇଁ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲା। ଏହାସହ କୋଭିଡ୍‌ କଟକଣା ନିୟମର ବାହାରକୁ ଯାଇ କାମ କରିବାକୁ କୁହାଯାଉଥିଲା। ଫଳରେ କାମ କରିବା ସମୟରେ ସଂଘର କର୍ମକର୍ତ୍ତାମାନେ ବାରମ୍ବାର ସଂକ୍ରମିତ ହେଉଛନ୍ତି। ତେଣୁ ଗତ ୨୬ ତାରିଖରୁ ଜଣେ କର୍ମଚାରୀ ସଂକ୍ରମିତ ହୋଇ ଦୀର୍ଘଦିନ ଜ୍ୱରରେ ପଡିବା ପରେ ଗୁରୁବାର ହସ୍ପିଟାଲରେ ତାଙ୍କ ମୃତ୍ୟୁ ଘଟିଛି।
ସଂଘର ସୂଚନା ଅନୁଯାୟୀ, ସନ୍ତୋଷ କୁମାର ଜେଠୀ କଟକ ଜିଲା ଉରାଳୀରେ ପ୍ରାଣୀଧନ ନିରୀକ୍ଷକ ଭାବେ କାର୍ଯ୍ୟରତ ଥିଲେ। ନିୟମିତ କ୍ଷେତ୍ରୀୟ କାର୍ଯ୍ୟ କରିବାବେଳେ ଗତ ୨୬ ତାରିଖ ପରଠୁ ଜ୍ୱରରେ ପଡିଥିଲେ। ପରିବାର ଲୋକେ ତାଙ୍କ ଚିକିତ୍ସା କରାଇଥିଲେ ବି ଗତ ମଙ୍ଗଳବାର ସ୍ବାସ୍ଥ୍ୟାବସ୍ଥା ଖରାପ ହେବାକୁ ଲାଗିଲା। ତେଣୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ବାବ ପରୀକ୍ଷା କରାଯିବା ସହ କରୋନା ସମ୍ବନ୍ଧୀୟ ଚିକିତ୍ସା କରାଯାଇଥିଲା। କିନ୍ତୁ ଗୁରୁବାର ଅପରାହ୍ନରେ ତାଙ୍କ ମୃତ୍ୟୁ ଘଟିଥିଲା। ତେଣୁ ଜେଠୀଙ୍କୁ କରୋନା ଯୋଦ୍ଧା ଘୋଷଣା କରିବାକୁ ଦାବୀ ରଖିବା ସହ ତାଙ୍କ ପରିବାର ଲୋକଙ୍କୁ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବାକୁ ଦାବି ହୋଇଛି। ଏହି କ୍ରମରେ ମୃତକଙ୍କ ପରିବାରକୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସଂଘ କାର୍ଯ୍ୟ ଦିବସରେ କେବଳ ଅଫିସରେ ରହି କାମ କରିବେ। ଏଣିକି ଘରକୁ ଘର ବୁଲି ସଂଘର ଆଉ କେହି ସଦସ୍ୟ କାମ କରିବେ ନାହିଁ ବୋଲି ଚେତାବନୀ ଦିଆଯାଇଛି। ଏହି ଅବସରରରେ କଟକ ଜିଲାର ସମସ୍ତ ସଦସ୍ୟ ଉପସ୍ଥିତ ରହି ଜିଲା ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏ ସମ୍ବନ୍ଧରେ ଜିଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡା. କେଶବ ଚନ୍ଦ୍ର ପ୍ରଧାନ କହିଛନ୍ତି, ଜେଠୀଙ୍କ ବିୟୋଗ ଏକ ଦୁଃଖର ବିଷୟ। ବାକି ସମସ୍ତଙ୍କୁ ସମାନ କାମ ଦିଆଯାଉଛି। ସରକାରୀ ନିର୍ଦ୍ଦେଶ ସମସ୍ତଙ୍କୁ ପାଳନ କରିବାକୁ ହେବ। ସରକାରୀ ବ୍ୟବସ୍ଥା ମଧ୍ୟରେ ଯାହା ସମ୍ଭବ ହେବ ସେତିକି ଜେଠୀଙ୍କ ପରିବାର ପାଇଁ କରାଇବାକୁ ଚେଷ୍ଟା କରିବି।


Enter your email to get our daily news in your inbox.

All Right Reserved By Dharitri.Com

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri