ଏଥର ହୋଇ ନ ପାରେ ହବିଷିଆଳି ଶିବିର

ପୁରୀ ଅଫିସ, ୧୨। ୯: ଧର୍ମମାସ କାର୍ତ୍ତିରେ ହବିଷ ବ୍ରତ କରିବା ପାଇଁ ପୁରୀକୁ ହବିଷିଆଳିମାନେ ଆସିଥାନ୍ତି। ଏଠାରେ ମାସେ ପର୍ଯ୍ୟନ୍ତ ରହି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ରାଇଦାମୋଦର ପୂଜା କରିଥାନ୍ତି। ୨୦୧୬ରୁ ରାଜ୍ୟ ସରକାର ହବିଷିଆଳି ଯୋଜନାରେ ହବିଷିଆଳିଙ୍କୁ ମାଗଣାରେ ରହିବା, ଖାଇବା, ମନ୍ଦିର ନେବା ଆଦି ବ୍ୟବସ୍ଥା କରିଆସୁଛନ୍ତି। ଏଥିପାଇଁ ପ୍ରତିବର୍ଷ ଏକାଧିକ ହବିଷିଆଳି ଶିବିର କରାଯାଇଥାଏ। ମାତ୍ର ଚଳିତବର୍ଷ କରୋନା ପାଇଁ ହବିଷିଆଳି ଶିବିର ନ ହୋଇପାରେ। ପ୍ରତିବର୍ଷ ଅଗଷ୍ଟ ଆରମ୍ଭରୁ ହବିଷିଆଳିଙ୍କ ରହଣି ଲାଗି ସରକାରଙ୍କ ପକ୍ଷରୁ ନାମ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ହେଲେ ଚଳିତବର୍ଷ ସେପ୍ଟେମ୍ବର ମାସ ଅଧା ହେବାକୁ ବସିଥିବାବେଳେ ଏଯାବତ୍‌ କୌଣସି ପ୍ରସ୍ତୁତି ଆରମ୍ଭ ହୋଇନାହିଁ। ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷିଆଳି ଯୋଜନା ସମ୍ପର୍କରେ ଏ ପର୍ଯ୍ୟନ୍ତ କୌଣସି ବୈଠକ ବସି ନାହିଁ। ବର୍ତ୍ତମାନ ଯେଉଁଭଳି ସ୍ଥିତି ରହିଛି ହବିଷିଆଳି ଶିବିର କରିବା ସମ୍ଭବ ନୁହେଁ ବୋଲି କହିଛନ୍ତି ଜିଲା ପର୍ଯ୍ୟଟନ ଅଧିକାରୀ।
ମହାମାରୀ କରୋନା ସଂକ୍ରମଣ ଏବେ ହୁ ହୁ ହୋଇ ବଢୁଛି। ପୁରୀରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବଢୁଛି। ବିଶେଷକରି ସେବାୟତ ଏବଂ ତାଙ୍କ ପରିବାର ସଦସ୍ୟଙ୍କ କ୍ଷେତ୍ରରେ ଏବେ ବେଶି ସଂକ୍ରମଣ ଦେଖିବାକୁ ମିଳୁଛି। ଏଥିପାଇଁ ମହାପ୍ରସାଦ ରାନ୍ଧିବାରେ ସମସ୍ୟା ହେଉଥିବାରୁ ବରାଦି ଅବଢା ଉପରେ ବି କଟକଣା ଲଗାଯାଇଛି। ତେଣୁ ଚଳିତବର୍ଷ ହବିଷିଆଳିଙ୍କୁ ମହାପ୍ରସାଦ ଯୋଗାଇବା ସମ୍ଭବ ନୁହେଁ। କରୋନା ସଂକ୍ରମଣକୁ କିପରି ରୋକାଯାଇପାରିବ ସେ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ୍‌ ଗାଇଡ୍‌ଲାଇନ ଜାରି କରାଯାଇଛି। ଏଥିରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ପ୍ରତି ଅଧିକ ଯନତ୍ବାନ ହେବାକୁ ସରକାର ପରାମର୍ଶ ଦେଉଛନ୍ତି। ସେହିପରି ସାମାଜିକ ଦୂରତା ରକ୍ଷା କରିବାକୁ ମଧ୍ୟ କୁହାଯାଉଛି। ତେଣୁ ଏ ସବୁକୁ ଦେଖିଲେ ଏ ବର୍ଷ ହବିଷିଆଳି ଶିବିର ସମ୍ଭବପର ନୁହେଁ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ସୂଚନା ଆସି ନ ଥିବାରୁ ଚଳିତବର୍ଷ ହବିଷିଆଳି ଶିବରକୁ ନେଇ ଅନିଶ୍ଚିତତା ରହିଛି ବୋଲି ଗଣମାଧ୍ୟମକୁ ଜିଲା ପର୍ଯ୍ୟଟନ ଅଧିକାରୀ ଶଶାଙ୍କ ଶେଖର ରଥ କହିଛନ୍ତି।
ସୂଚନାଥାଉ କି, କିଛିବର୍ଷ ହେବ ରାଜ୍ୟ ସରକାର ହବିଷିଆଳି ଯୋଜନା କରିଛନ୍ତି। ଏହି ଯୋଜନାରେ ହବିଷିଆଳିମାନଙ୍କ ରହଣି, ଖାଇବା, ମନ୍ଦିର ନେବା ଆଦି ବ୍ୟବସ୍ଥା କରାଯାଇଥାଏ। ପ୍ରତିବର୍ଷ ପ୍ରାୟ ୩ ହଜାର ହବିଷିଆଳିଙ୍କ ପାଇଁ ବ୍ୟବସ୍ଥା କରାଯାଇଥାଏ। ମ୍ୟୁନିସିପାଲିଟି କଲ୍ୟାଣମଣ୍ଡପ, ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ, ଜଗନ୍ନାଥ ବଲ୍ଲଭ ପରିସରରେ ହବିଷିଆଳି ଶିବିର କରାଯାଏ। ପ୍ରତିଦିନ ହବିଷିଆଳି ମହାପ୍ରସାଦ ସେବନ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଗୋଟିଏ ଆସନ ପାଣ୍ଡିଆନ୍‌ଙ୍କ ପାଇଁ ଛାଡ଼ିବେ ମୁଖ୍ୟମନ୍ତ୍ରୀ: ଭାଜପା

ଭୁବନେଶ୍ୱର, ୨୭।୪(ସୁନିତ୍‌ ମିଶ୍ର): କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛି। ଏଥିରୁ ପ୍ରମାଣିତ ହେଲା ଯେ, ସେ ହେଉଛନ୍ତି ବିଜେଡିର ୨...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri