ଏଥର ହୋଇ ନ ପାରେ ହବିଷିଆଳି ଶିବିର

ପୁରୀ ଅଫିସ, ୧୨। ୯: ଧର୍ମମାସ କାର୍ତ୍ତିରେ ହବିଷ ବ୍ରତ କରିବା ପାଇଁ ପୁରୀକୁ ହବିଷିଆଳିମାନେ ଆସିଥାନ୍ତି। ଏଠାରେ ମାସେ ପର୍ଯ୍ୟନ୍ତ ରହି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ରାଇଦାମୋଦର ପୂଜା କରିଥାନ୍ତି। ୨୦୧୬ରୁ ରାଜ୍ୟ ସରକାର ହବିଷିଆଳି ଯୋଜନାରେ ହବିଷିଆଳିଙ୍କୁ ମାଗଣାରେ ରହିବା, ଖାଇବା, ମନ୍ଦିର ନେବା ଆଦି ବ୍ୟବସ୍ଥା କରିଆସୁଛନ୍ତି। ଏଥିପାଇଁ ପ୍ରତିବର୍ଷ ଏକାଧିକ ହବିଷିଆଳି ଶିବିର କରାଯାଇଥାଏ। ମାତ୍ର ଚଳିତବର୍ଷ କରୋନା ପାଇଁ ହବିଷିଆଳି ଶିବିର ନ ହୋଇପାରେ। ପ୍ରତିବର୍ଷ ଅଗଷ୍ଟ ଆରମ୍ଭରୁ ହବିଷିଆଳିଙ୍କ ରହଣି ଲାଗି ସରକାରଙ୍କ ପକ୍ଷରୁ ନାମ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ହେଲେ ଚଳିତବର୍ଷ ସେପ୍ଟେମ୍ବର ମାସ ଅଧା ହେବାକୁ ବସିଥିବାବେଳେ ଏଯାବତ୍‌ କୌଣସି ପ୍ରସ୍ତୁତି ଆରମ୍ଭ ହୋଇନାହିଁ। ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷିଆଳି ଯୋଜନା ସମ୍ପର୍କରେ ଏ ପର୍ଯ୍ୟନ୍ତ କୌଣସି ବୈଠକ ବସି ନାହିଁ। ବର୍ତ୍ତମାନ ଯେଉଁଭଳି ସ୍ଥିତି ରହିଛି ହବିଷିଆଳି ଶିବିର କରିବା ସମ୍ଭବ ନୁହେଁ ବୋଲି କହିଛନ୍ତି ଜିଲା ପର୍ଯ୍ୟଟନ ଅଧିକାରୀ।
ମହାମାରୀ କରୋନା ସଂକ୍ରମଣ ଏବେ ହୁ ହୁ ହୋଇ ବଢୁଛି। ପୁରୀରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବଢୁଛି। ବିଶେଷକରି ସେବାୟତ ଏବଂ ତାଙ୍କ ପରିବାର ସଦସ୍ୟଙ୍କ କ୍ଷେତ୍ରରେ ଏବେ ବେଶି ସଂକ୍ରମଣ ଦେଖିବାକୁ ମିଳୁଛି। ଏଥିପାଇଁ ମହାପ୍ରସାଦ ରାନ୍ଧିବାରେ ସମସ୍ୟା ହେଉଥିବାରୁ ବରାଦି ଅବଢା ଉପରେ ବି କଟକଣା ଲଗାଯାଇଛି। ତେଣୁ ଚଳିତବର୍ଷ ହବିଷିଆଳିଙ୍କୁ ମହାପ୍ରସାଦ ଯୋଗାଇବା ସମ୍ଭବ ନୁହେଁ। କରୋନା ସଂକ୍ରମଣକୁ କିପରି ରୋକାଯାଇପାରିବ ସେ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ୍‌ ଗାଇଡ୍‌ଲାଇନ ଜାରି କରାଯାଇଛି। ଏଥିରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ପ୍ରତି ଅଧିକ ଯନତ୍ବାନ ହେବାକୁ ସରକାର ପରାମର୍ଶ ଦେଉଛନ୍ତି। ସେହିପରି ସାମାଜିକ ଦୂରତା ରକ୍ଷା କରିବାକୁ ମଧ୍ୟ କୁହାଯାଉଛି। ତେଣୁ ଏ ସବୁକୁ ଦେଖିଲେ ଏ ବର୍ଷ ହବିଷିଆଳି ଶିବିର ସମ୍ଭବପର ନୁହେଁ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ସୂଚନା ଆସି ନ ଥିବାରୁ ଚଳିତବର୍ଷ ହବିଷିଆଳି ଶିବରକୁ ନେଇ ଅନିଶ୍ଚିତତା ରହିଛି ବୋଲି ଗଣମାଧ୍ୟମକୁ ଜିଲା ପର୍ଯ୍ୟଟନ ଅଧିକାରୀ ଶଶାଙ୍କ ଶେଖର ରଥ କହିଛନ୍ତି।
ସୂଚନାଥାଉ କି, କିଛିବର୍ଷ ହେବ ରାଜ୍ୟ ସରକାର ହବିଷିଆଳି ଯୋଜନା କରିଛନ୍ତି। ଏହି ଯୋଜନାରେ ହବିଷିଆଳିମାନଙ୍କ ରହଣି, ଖାଇବା, ମନ୍ଦିର ନେବା ଆଦି ବ୍ୟବସ୍ଥା କରାଯାଇଥାଏ। ପ୍ରତିବର୍ଷ ପ୍ରାୟ ୩ ହଜାର ହବିଷିଆଳିଙ୍କ ପାଇଁ ବ୍ୟବସ୍ଥା କରାଯାଇଥାଏ। ମ୍ୟୁନିସିପାଲିଟି କଲ୍ୟାଣମଣ୍ଡପ, ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ, ଜଗନ୍ନାଥ ବଲ୍ଲଭ ପରିସରରେ ହବିଷିଆଳି ଶିବିର କରାଯାଏ। ପ୍ରତିଦିନ ହବିଷିଆଳି ମହାପ୍ରସାଦ ସେବନ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ:ରୋଗୀଙ୍କ ଚିକିତ୍ସାରେ ବାଧା

ବାଲିଗୁଡ଼ା, ୧୯/୯ (ସଞ୍ଜୟ କୁମାର ପାଣିଗ୍ରାହୀ): ପୂଜା, ପର୍ବପର୍ବାଣି ଓ ବିଭିନ୍ନ ଉତ୍ସବ ଅବସରରେ ଡିଜେ ସାଉଣ୍ଡର ଅତ୍ୟଧିକ ବ୍ୟବହାର ଏବେ ସାଧାରଣ ଲୋକଙ୍କ ପାଇଁ ଅସୁବିଧାର…

ବଟେଶ୍ୱର ବେଳାଭୂମିରେ ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର

ଗଞ୍ଜାମ, ୧୯/୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଅନ୍ତର୍ଗତ କଣ୍ଟିଆଗଡ଼ସ୍ଥିତ ବଟେଶ୍ୱର ବେଳାଭୂମିଠାରେ ଶନିବାର ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

ଗାଈକୁ ବଞ୍ଚାଇବାକୁ ଯାଇ ଓଲଟିଲା ଟୁରିଷ୍ଟ ବସ୍: ୧୫ରୁ ଊର୍ଦ୍ଦ୍ବ ଗୁରୁତର

ନୀଳଗିରି, ୧୯।୯, (ପ୍ରଶାନ୍ତ କୁମାର ବିଶ୍ବାଳ): ଶେରଗଡ଼ ନୀଳଗିରି ଦେଇ ମୟୁରଭଞ୍ଜକୁ ସଂଯୋଗ କରୁଥିବା ୧୯ନଂ ରାଜ୍ୟ ରାଜପଥର ଗୁହିରା ଏବଂ ଛତ୍ରପୁର ମଝି ରାସ୍ତା ଭୁଡୁରୁବଣି…

ଡେଙ୍ଗୁ ରୋଗୀଙ୍କ ପାଇଁ ହସ୍ପିଟାଲରେ ମିଳୁନି ସ୍ଥାନ, ଚଟାଣରେ ଚାଲିଛି ଚିକିତ୍ସା; ୧୮ ଦିନରେ ୭୯ ମୃତ୍ୟୁ

ଢାକା,୧୯।୯: ବର୍ତ୍ତମାନ ବାଂଲାଦେଶ ଏକ ଭୟଙ୍କର ଡେଙ୍ଗୁ ପ୍ରକୋପର ସାମ୍ନା କରୁଛି। ରାଜଧାନୀ ଢାକା ଏବଂ ଏହାର ଆଖପାଖ ଅଞ୍ଚଳରେ ଏହି ରୋଗ ଦ୍ରୁତ ଗତିରେ ବ୍ୟାପୁଥିବାରୁ…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

ଅକ୍ଟୋବର ୧୫ରୁ ବଦଳିଯିବ UPI ପେମେଣ୍ଟ କରିବାର ପଦ୍ଧତି; ଗ୍ୟାସ ସିଲିଣ୍ଡର ପାଇଁ ନଗଦ ଟଙ୍କା ଦେବାକୁ ପଡ଼ିବ ନା ନାହିଁ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୯: ସାରା ଦେଶରେ LPG ସିଲିଣ୍ଡରର ବହୁଳ ବ୍ୟବହାର ହୋଇଥାଏ; ତେଣୁ, ଯଦି ଆପଣ ମଧ୍ୟ ଘରେ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଏହି ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?