ଉଷା ପାଢ଼ୀଙ୍କ ବିରୋଧରେ ଗିରଫ ପରୱାନା

କଟକ ଅଫିସ,୧୨। ୯: ପ୍ରାଥମିକ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ତତ୍କାଳୀନ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ସଚିବ ଉଷା ପାଢ଼ୀଙ୍କ ବିରୋଧରେ ଶୁକ୍ରବାର ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ ସାନି ଜାମିନଯୁକ୍ତ ଗିରଫ ପରୱାନା(ବିଏଡବ୍ଲ୍ୟୁ) ଜାରି କରିଛି। ୨୦୧୨ରେ ପାଢ଼ୀ ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ଥିବା ସମୟରେ ଶିକ୍ଷକ ନିଯୁକ୍ତିକୁ ନେଇ ହୋଇଥିବା ଅନିୟମିତତାରେ ସମ୍ପୃକ୍ତି ଥିବା ଦର୍ଶାଇ ଏହି ବିଏଡବ୍ଲ୍ୟୁ ଜାରି କରାଯାଇଛି ବୋଲି ଓଡ଼ିଶା ହାଇକୋର୍ଟର ଆଇନଜୀବୀ ସୌମେନ୍ଦ୍ର ବାରିକ ସୂଚନା ଦେଇଛନ୍ତି। ପୂର୍ବରୁ ଟିବ୍ର୍ୟୁନାଲର ଯୁଗ୍ମ ଖଣ୍ଡପୀଠ ନିଯୁକ୍ତିରୁ ବଞ୍ଚିତ ହୋଇଥିବା ଦୁଇଜଣ ଆବେଦନକାରୀଙ୍କ ମାମଲାର ବିଚାରକରି ଉଭୟଙ୍କୁ ନିଯୁକ୍ତି ଦେବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଥିଲେ। ଫଳରେ ତତ୍କାଳୀନ ସଚିବ ପାଢ଼ୀ ଏବଂ ଅନ୍ୟ ଅଧିକାରୀଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ ହୋଇଥିଲା। ପାଢ଼ୀ ବର୍ତ୍ତମାନ କେନ୍ଦ୍ରୀୟ ଡେପୁଟେଶନରେ ଥାଇ ବେସାମରିକ ବିମାନ ଚଳାଚଳର ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ଆଇନଜୀବୀ ସୌମେନ୍ଦ୍ରଙ୍କ କହିବାନୁଯାୟୀ, ପାଢ଼ୀଙ୍କ ବିରୋଧରେ ଦ୍ୱିତୀୟଥର ପାଇଁ ବିଏଡବ୍ଲ୍ୟୁ ଜାରି କରାଯାଇଛି। ୨୦୧୫ରେ ଯେତେବେଳେ ପାଢ଼ୀଙ୍କ ବିରୋଧରେ ପ୍ରଥମ ବିଏଡବ୍ଲ୍ୟୁ ଜାରି କରାଯାଇଥିଲା ସେ ସମୟରେ ରାଜ୍ୟ ସରକାର ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେତେବେଳେ ତାଙ୍କ ଗିରଫଦାରି ଉପରେ ରହିତାଦେଶ ସୁପ୍ରିମକୋର୍ଟ ଜାରି କରିଥିଲେ। ହେଲେ ଗତବର୍ଷ ଯେତେବେଳେ ହାଇକୋର୍ଟଙ୍କ ଯୁଗ୍ମ ଖଣ୍ଡପୀଠ ଉକ୍ତ ମାମଲାର ଶୁଣାଣି ଶେଷ କଲେ, ସେତେବେଳେ ଉକ୍ତ ରହିତାଦେଶ ପାଢ଼ୀଙ୍କ ଉପରୁ ଉଠିଯାଇଥିଲା। ଗତ ଜୁନ୍‌ ୨୮ରେ ଉକ୍ତ ଅଦାଲତ ଅବମାନନା ମାମଲାର ପୁନଃ ଶୁଣାଣି ଆରମ୍ଭ ହେବା ସହ ଦୁଇ ଆବେଦନକାରୀଙ୍କୁ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଜାରି ହୋଇଥିଲା। ଯଦି ଉକ୍ତ ଦୁଇ ଆବେଦନକାରୀଙ୍କୁ ତୁରନ୍ତ ନିଯୁକ୍ତି ନ ଦିଆଯାଏ ତେବେ ପାଢ଼ୀଙ୍କୁ ଟ୍ରିବ୍ୟୁନାଲ ନିକଟରେ ହାଜର ହେବାକୁ କୁହାଯାଇଥିଲା। ହେଲେ ଜୁଲାଇ ୩୧ ପର୍ଯ୍ୟନ୍ତ ଏ ନେଇ କୌଣସି ପଦକ୍ଷେପ ନ ନିଆଯିବାରୁ ପାଢ଼ୀଙ୍କ ବିରୋଧରେ ସାନି ବିଏଡବ୍ଲ୍ୟୁ ଜାରି କରାଯାଇଥିବା ଜଣାପଡ଼ିଛି। ଏ ନେଇ ପାଢ଼ୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ମତାମତ ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ଥାୟୀ ଡମ୍ପିଂୟାର୍ଡ ପାଲଟିଛି କଚେରି ପୋଖରୀ

ପଟ୍ଟାମୁଣ୍ଡାଇ, ୨୫।୧୦ (ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟି ଏବେ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହୋଇ ପୂତିଗନ୍ଧମୟ ପରିବେଶ ସୃଷ୍ଟି କରିଛି। ମ୍ୟୁନିସିପାଲିଟି ପକ୍ଷରୁ ଡମ୍ପିଂୟାର୍ଡ ନିର୍ମାଣ ହେବା...

ସରକାରଙ୍କଠାରୁ ସହଯୋଗ ଲୋଡ଼ିଲା ସିଆଇଆଇ

ଭୁବନେଶ୍ୱର,୧୮ା୪(ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମଣକୁ ହ୍ରାସ କରିବା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ ଜାରି ରହିଛି। ଏହାଦ୍ୱାରା ଅର୍ଥନେତିକ ଗତିବିଧି ବହୁଳ ଭାବେ ପ୍ରଭାବିତ ହୋଇଛି। ତେଣୁ...

ଆଗାମୀ ପୌର ନିର୍ବାଚନରେ ଅଂଶଗ୍ରହଣ କରିବ ଏଏପି

ଭୁବନେଶ୍ୱର,୯ା୧୨(ବ୍ୟୁରୋ): ରାଜ୍ୟ ତଥା ଦେଶର ଜନତାଙ୍କୁ ସର୍ବନିମ୍ନ ମୌଳିକ ଆବଶ୍ୟକତା ଯୋଗାଇଦେବା ଯେ କୌଣସି ସରକାରର ମୂଳ ଦାୟିତ୍ୱ। ହେଲେ ଏହି ମୂଳ ଦାୟିତ୍ୱକୁ ପୂରଣ...

ହାତୀ ଶାବକର ମୃତଦେହ ଉଦ୍ଧାର

ଦେବଗଡ଼,୨୬।୧୨(ଡି.ଏନ୍‌.ଏ.): ଦେବଗଡ଼ ବନଖଣ୍ଡ ରିଆମାଳ ରେଞ୍ଜ ଅଧୀନ ବରଡ଼ାନାଳି ଗ୍ରାମରୁ ଗୁରୁବାର ଏକ ହାତୀ ଶାବକର ମୃତଦେହ ଉଦ୍ଧାର କରାଯାଇଛି। ମୃତ ହାତୀ ଶାବକର ଆନୁମାନିକ...

୧୬ ଜିଲାରୁ ୧୩ ହଜାର ଶିଶୁ ଶ୍ରମିକ ଚିହ୍ନଟ

ଭୁବନେଶ୍ୱର,୨୪ା୩(ବ୍ୟୁରୋ): ରାଜ୍ୟର ୧୬ ଜିଲାରୁ ୧୩,୬୨୦ ଜଣ ଶିଶୁ ଶ୍ରମିକ ଚିହ୍ନଟ ହୋଇଛନ୍ତି। ୨୦୧୬ରୁ ୧୦୧୮ ମଧ୍ୟରେ ଜାତୀୟ ଶିଶୁ ଶ୍ରମିକ ପ୍ରକଳ୍ପ ଜରିଆରେ କରାଯାଇଥିବା...

ଆଦିବାସୀଙ୍କୁ ସ୍ବାବଲମ୍ବୀ କରିବ ପଣସ

କେନ୍ଦୁଝର,୩୦।୬: ବଣଜଙ୍ଗଲ ଘେରା କେନ୍ଦୁଝରରେ ମିଳୁଥିବା ଜଙ୍ଗଲଜାତ ଦ୍ରବ୍ୟ ପଣସ, ଆମ୍ବ, ଚାର କୋଳି, ଜାମୁ କୋଳି, ସିଆଡି ଆଦି ସଂଗ୍ରହ କରି ଆଦିବାସୀମାନେ ନିଜର ଗୁଜରାଣ...

କରୋନାରେ ମାହାଙ୍ଗାର ପୂର୍ବତନ ବିଧାୟକଙ୍କ ପରଲୋକ

ନିଶ୍ଚିନ୍ତକୋଇଲି,୫ା୬(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ବିଧାନସଭା କ୍ଷେତ୍ରର ପ୍ରାକ୍ତନ ବିଧାୟକ ବିକ୍ରମକେଶରୀ ବର୍ମାଙ୍କ କରୋନାରେ ଶନିବାର ପରଲୋକ ହୋଇଯାଇଛି। ସେ ଦୀର୍ଘଦିନ ହେବ ଭୁବନେଶ୍ୱରର ଏକ...

ଅନ୍‌ଲାଇନ୍‌ ଗେମ୍‌ରେ ଟଙ୍କା ହରାଇ ୨ ଯୁବକଙ୍କ ଆତ୍ମହତ୍ୟା

ବାଲିକୁଦା/ଆଳି,୫ା୭(ସ୍ବ.ପ୍ର./ଡି.ଏନ୍‌.ଏ.):ଅନ୍‌ଲାଇନ୍‌ ଗେମ୍‌ରେ ଟଙ୍କା ରୋଜଗାର ନିଶାରେ ପଢ଼ିଯାଉଛନ୍ତି ଯୁବପିଢ଼ି। ଏହି ନିଶା କେବଳ ସହର ନୁହେଁ, ଗ୍ରାମାଞ୍ଚଳର ଯୁବକମାନଙ୍କୁ ମଧ୍ୟ ଗ୍ରାସିଛି। ପ୍ରଥମେ ମିଳୁଥିବା ଲାଭକୁ...

Advertisement
Archives

Model This Week