ନୂତନ ଶିକ୍ଷାନୀତି ଓ୍ବେବ୍‌ସାଇଟ୍‌ ଉନ୍ମୋଚନ କଲେ ରାଜ୍ୟପାଳ

ଭୁବନେଶ୍ୱର, ୧୨। ୯ (ବ୍ୟୁରୋ):  ରାଜ୍ୟ ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ନୂତନ ଶିକ୍ଷାନୀତି ଜାଗରଣ ଅଭିଯାନ ‘My NEP’ ପ୍ରତିଯୋଗିତାର ଓ୍ବେବ୍‌ସାଇଟ୍‌ ‘www.mynep.in’କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଉନ୍ମୋଚନ କରିଛନ୍ତି। ଶୁକ୍ରବାର ରାଜଭବନ ପରିସରରେ ଏନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଲାଲ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମରେ ବିକଶିତ ହୋଇଥିବା ଜାତୀୟ ଶିକ୍ଷା ନୀତିକୁ ଗୁରୁତ୍ୱାରୋପ କରିବା ସହ ଶିକ୍ଷା କ୍ଷେତ୍ରରେ ପ୍ରାଚ୍ୟ ଦେଶରେ ହେଉଥିବା ଏହି ସୂର୍ଯ୍ୟୋଦୟ ସାରା ବିଶ୍ୱକୁ ଆଲୋକିତ କରିବ ବୋଲି ମତବ୍ୟକ୍ତ କରିଥିଲେ। ଏଥିସହ ଜାତୀୟ ଶିକ୍ଷାନୀତି – ୨୦୨୦ ନିମନ୍ତେ ଆରମ୍ଭ ହୋଇଥିବା ଏହି ଜନଜାଗରଣ ପାଇଁ ବିଦ୍ୟା ଭାରତୀ ଓ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନର ଉଦ୍ୟମକୁ ସେ ପ୍ରଶଂସା କରିଥିଲେ।
ପ୍ରତିଯୋଗିତା ପାଇଁ ‘www.mynep.in’ରେ ଅନଲାଇନ୍‌ ପଞ୍ଜୀକରଣ ଆରମ୍ଭ ହୋଇଥିବାବେଳେ ଏହା ୨୪ ତାରିଖରେ ଶେଷ ହେବ। ୨୫ ତାରିଖ ଅର୍ଥାତ୍‌ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀଠାରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଅନ୍‌ଲାଇନ ମାଧ୍ୟମରେ ସୋସିଆଲ ମିଡ଼ିଆ, ଓ୍ବେବ୍‌ସାଇଟ୍‌ www.mynep.in ଓ My NEPରେ ଲୋକପ୍ରିୟ ଆକର୍ଷକ ପ୍ରତିଯୋଗିତାମାନ ଆୟୋଜନ ହେବ। ୧୩ଟି ଭାଷା ଓ ୪ଟି ଉପବିଷୟରେ ଏହି ପ୍ରତିଯୋଗିତା ହେବ। ଏହାକୁ ୩ଟି ଶ୍ରେଣୀରେ ବିଭକ୍ତ କରାଯାଇଥିବାବେଳେ ଅକ୍ଟୋବର ୫ରେ ବିଜେତାଙ୍କ ନାମ ଘୋଷଣା କରାଯିବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେରଳ ଦାଦନ ଖଟିବାକୁ ଯାଇ ଯୁବକ ମୃତ: ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା

ଜି.ଉଦୟଗିରି,୨୮।୭(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠି): କନ୍ଧମାଳ ଜିଲାରୁ ସୁଦୂର କେରଳରେ ଦାଦନ ଖଟିବାକୁ ଯାଇ ଯୁବକଙ୍କ ମୃତ୍ୟୁ ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା…

କଙ୍ଗନାଙ୍କ ବିବାଦୀୟ ବୟାନର ଜବାବ ରଖିଲା CJP

ନୂଆଦିଲ୍ଲୀ,୨୮।୭: ଭାଜପା ଏମପି କଙ୍ଗନା ରାଣାୱତଙ୍କ Gen-Z ସମ୍ପର୍କରେ ମନ୍ତବ୍ୟକୁ ନେଇ ବିବାଦ ଦେଖାଦେଇଛି; ସେ Gen-Zକୁ ‘ଜେନେରେଶନ ଗଟର’ ବୋଲି କହିଥିଲେ। ‘କକ୍ରୋଚ ଜନତା ପାର୍ଟି’ର…

ଶ୍ରାବଣରେ ଏହି ୩ ଗ୍ରହଙ୍କ ଚାଲିରେ ହେବ ବଡ଼ ପରିବର୍ତ୍ତନ, ୪ ରାଶିଙ୍କ ବଢ଼ିପାରେ ସମସ୍ୟା! ରୁହନ୍ତୁ ସତର୍କ…

ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ପୂଜା କରାଯାଏ। ଏହି ମାସରେ ମହାଦେବଙ୍କ ବିଶେଷ ପୂଜାର୍ଚ୍ଚନା ଏବଂ ଜଳାଭିଷେକର ବିଧାନ ରହିଛି। ଦୃକ ପଞ୍ଚାଙ୍ଗ ଅନୁସାରେ, ଏହି ବର୍ଷ…

ପୁଅ ନେଲା ବାପାଙ୍କ ଜୀବନ

କୁଚିଣ୍ଡା,୨୮।୭(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ଧୂଡିପାଲି ପଞ୍ଚାୟତ ମନାପାଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳହକୁ କେନ୍ଦ୍ର କରି ପୁଅର…

ଶ୍ରାବଣ ସୋମବାର ପାଇଁ ଅଛି କି ସ୍ୱତନ୍ତ୍ର ଡ୍ରେସ କୋଡ? ଜାଣନ୍ତୁ ଜିନ୍ସ-ଟିସାର୍ଟ ପିନ୍ଧି ପୂଜା କରିପାରିବେ କି ନାହିଁ…

ସନାତନ ଧର୍ମରେ ଶ୍ରାବଣ ମାସକୁ ଅତ୍ୟନ୍ତ ପବିତ୍ର, ମଙ୍ଗଳକାରୀ ଏବଂ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ସମୟ ଭାବରେ ବିବେଚନା କରାଯାଏ। ଏହି ମାସ ଭଗବାନ ଶିବଙ୍କୁ…

ଅଧିନାୟକ ବଦଳରେ ଅଧିନାୟକ… ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସକୁ ସବୁଠାରୁ ବଡ଼ ପ୍ରସ୍ତାବ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ,୨୮।୭: ପାଞ୍ଚଥରର IPL ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଆଗାମୀ ସିଜିନ ପୂର୍ବରୁ ସେମାନଙ୍କର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ Trade କରିବାକୁ ମନସ୍ଥ କରିସାରିଛି। ଅନେକ ଦଳ ହାର୍ଦ୍ଦିକଙ୍କ…

ଘରୁ ମା’, କେନାଲରୁ ଝିଅ: ଏକାସାଥିରେ ମିଳିଲା ଦୁଇ ମୃତଦେହ, ରହସ୍ୟମୟ ଘଟଣାରେ ଥରହର ଅଞ୍ଚଳ

ଉଦଳା, ୨୮।୭(ସନ୍ତୋଷ କୁମାର ବାଛିନୀ): ଘରୁ ମିଳିଲା ମା ଏବଂ ଦିବ୍ୟାଙ୍ଗ ଝିଅର ମୃତଦେହ । ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଉଦଳା…

ଲଗାଣ ବର୍ଷାରେ ଗ୍ରାମବାସୀ ଜଳବନ୍ଦୀ

ଉଦଳା,୧୬ା୭(ସନ୍ତୋଷ କୁମାର ବାଛିନି): ଲଗାଣ ବର୍ଷା ଯୋଗୁ ବେହାଲ ହୋଇପଡିଛି ଉଦଳା। ଏପରି କି କପ୍ତିପଦା ଉପଖଣ୍ଡ ଉଦଳା, କପ୍ତିପଦା ଏବଂ ଗୋପବନ୍ଧୁନଗର ବ୍ଲକ ଅଞ୍ଚଳରେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri