ରାଜ୍ୟ ସଭାରେ ଉପସ୍ଥିତ ଲାଗି ବିଜେଡିର ହୁଇପ୍‌

ଭୁବନେଶ୍ୱର ୧୨। ୯(ବ୍ୟୁରୋ): ପାର୍ଲାମେଣ୍ଟ ଅଧିବେଶନ ଆସନ୍ତା ୧୪ ତାରିଖରୁ ଆରମ୍ଭ ହେବ। ସମସ୍ତ ରାଜ୍ୟ ସଭା ସଦସ୍ୟଙ୍କୁ ଗୃହରେ ଉପସ୍ଥିତ ରହିବା ଲାଗି ବିଜେଡି ପକ୍ଷରୁ ଗୁରୁବାର ହ୍ବିପ ଜାରି କରାଯାଇଛି। ଏନେଇ ବିଜେଡି ୩ ଧାଡିଆ ହ୍ବିପ ଜାରି କରିିଛି। ଅନ୍ୟପକ୍ଷରେ ୧୪ ତାରିଖରେ ରାଜ୍ୟ ସଭା ଉପାଧ୍ୟକ୍ଷ ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବାକୁ ଯାଉଛି। ଚଳିତ ଥର ଏନ୍‌ଡିଏ ତରଫରୁ ଜେଡି(ୟୁ) ଏମ୍‌ପି ହରିବଂଶ ନାରାୟଣ ସିଂହଙ୍କୁ ପ୍ରାର୍ଥୀ କରାଯାଇଛି। ଅନ୍ୟପଟେ ମିଳିତ ବିରୋଧୀଙ୍କ ପକ୍ଷରୁ ଆର୍‌ଜେଡି ଏମ୍‌ି ମନୋଜ ଝାଙ୍କୁ ପ୍ରାର୍ଥୀ କରାଯାଇଛି। ଗୁରୁବାର ବିହାର ମୁଖ୍ୟମନ୍ତ୍ରୀ ତଥା ଜେୟିୟୁ ସଭାପତି ନୀତିଶ କୁମାର ଟେଲିଫୋନ ଯୋାଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇ ହରିବଂଶଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ ଦେବାକୁ ଅନୁରୋଧ କରିଥିଲେ। ବିଜେଡି ରାଜ୍ୟ ସଭା ଏମ୍‌ପି ସସ୍ମିତ ପାତ୍ର କହିଛନ୍ତି ଯେ, ଦଳ ପକ୍ଷରୁ ୧୪ରେ ରାଜ୍ୟ ସଭାରେ ସମସ୍ତେ ଉପସ୍ଥିତ ରହିବାକୁ କୁହାଯାଇଛି। ସେଦିନ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆସିବାକୁ ଯାଉଥିବା କୁହାଯାଇଛି। ଅନ୍ୟପଟେ କେଉଁ ପ୍ରାର୍ଥୀଙ୍କୁ ସମର୍ଥନ ଦିଆଯିବ ସେନେଇ ଦଳର ସଭାପତି ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣରେ ରାଜସ୍ଥାନ ସିଣ୍ଡିକେଟ୍‌ର ପର୍ଦ୍ଦାଫାଶ କଲା STF

ଭୁବନେଶ୍ୱର,୨୮।୭: ଗଞ୍ଜେଇ ଚାଲାଣରେ ରାଜସ୍ଥାନ ସିଣ୍ଡିକେଟର ପର୍ଦ୍ଦାଫାଶ କରିଛି STF ଟିମ୍‌। ଟାର୍ଗେଟରେ ଥିବା ଗଞ୍ଜାମ ଜିଲାର ୩ଜଣ ଗଞ୍ଜେଇ ମାଫିଆ ଗିରଫ ହୋଇଛନ୍ତି। STF ଗିରଫ…

ଅନ୍ତରଙ୍ଗ ଦୃଶ୍ୟକୁ ନା… ନିହାରିକାଙ୍କ ମନର କଥା

କଣ୍ଟେଣ୍ଟ କ୍ରିଏଟର ଭାବରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ନିହାରିକା ଏନଏମ ଅଭିନେତା ରାଘବ ଜୁୟାଲଙ୍କ ସହ ‘ଭାଇ ତେରା ଷ୍ଟାର ହୈ’ ଜରିଆରେ…

ଭାରୋତ୍ତଳନ ପ୍ରତିଯୋଗିତାରେ ଚମକିଲେ ଭଞ୍ଜନଗରର ଶିବା: ଜିତିଲେ ସ୍ବର୍ଣ୍ଣ

ଭଞ୍ଜନଗର, ୨୮।୭ (ବାବୁଲା ପ୍ରଧାନ): ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଗତ ୨୪ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ୨ୟ ଓଡ଼ିଶା ଭାରୋତ୍ତଳନ ପ୍ରତିଯୋଗିତାରେ ଭଞ୍ଜନଗରର ଉଦୀୟମାନ…

ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ, କୁମିଆ ପାଲିରେ ଆରମ୍ଭ ହେଲା ସର୍ଭେ

ବଲାଙ୍ଗୀର,୨୮।୭ ( ସୁନିଲ କୁମାର ମହାନ୍ତି) : ଲଗାଣ ବର୍ଷା ଯୋଗୁ ଲୋୟର ସୁକତେଲ ଜଳଭଣ୍ଡାର ଭିତରେ ଥିବା ବଲାଙ୍ଗୀର ଜିଲା କୁମିଆପାଲି ଗାଁରେ ରବିବାର ସାଂଘାତିକ…

ବିଚ୍‌ ରାସ୍ତାରେ ଯୁବତୀଙ୍କୁ ଅସଦାଚରଣ ଘଟଣା: ଅଭିଯୁକ୍ତ ରୋଡ଼ ରୋମିଓଙ୍କୁ ବାନ୍ଧିଲା ପୋଲିସ

ବରଗଡ଼,୨୮।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ କଲେଜ ରୋଡ଼ ନାକାଛକ ନିକଟରେ ବିଚ ରାସ୍ତା ଉପରେ ଜଣେ ଯୁବତୀ(ଛାତ୍ରୀ)ଙ୍କୁ ଅସଦାଚରଣ ପ୍ରଦର୍ଶନ ଘଟଣାର ଅଭିଯୁକ୍ତ ପୋଲିସ ହାତରେ ଧରାପଡ଼ିଛନ୍ତି। ସେ…

ସନ୍ଧ୍ୟା ସୁଦ୍ଧା ସାଳନ୍ଦୀ, ଜଳକା , ବୈତରଣୀରେ ବଡ଼ ବନ୍ୟା: ପ୍ରଭାବିତ ହେବ ଏ ସବୁ ଅଞ୍ଚଳ, ସୂଚନା ଦେଲେ…

ଭୁବନେଶ୍ୱର, ୨୮।୭: ଉତ୍ତର ଓଡ଼ିଶାରେ ଗତ ୨୪ ଘଣ୍ଟାରେ ବାଦଲ ଫଟା ବର୍ଷା ହୋଇଛି। କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ରେକର୍ଡ ହୋଇଥିବା ବେଳେ ଜନଜୀବନ…

ସର୍ପ ଦଂଶନରେ ଚାଲିଗଲା ବର୍ଷୀୟାନ ସଂଗଠକଙ୍କ ଜୀବନ: ଅଞ୍ଚଳ ଜଣେ ମୂରବୀଙ୍କୁ ହରାଇଲା ବୋଲି କହିଲେ…

  ପାଟଣା ୨୮।୭(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷା ଖରି ପଂଚାୟତ ମଲ୍ଲି ପୋଷି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ରବୀନ୍ଦ୍ର ବେଜ (୮୫) ଙ୍କ…

ପରିବାର ନିୟୋଜନ ଅସ୍ତ୍ରୋପଚାର ବାଟବଣା: ଅସ୍ତ୍ରୋପଚାର ତ୍ରୁଟିରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ବରଗଡ଼,୨୮।୭(ପ୍ରେମାନନ୍ଦ ଖମାରୀ):ଛୋଟ ପରିବାର, ସୁଖୀ ପରିବାର। ଏହି ଶ୍ଲୋଗାନ ଦେଇ ପରିବାର ନିୟୋଜନ ଅସ୍ତ୍ରୋପଚାର ପାଇଁ ପ୍ରୋତ୍ସାହିତ କରାଯାଉଛି। ଏହି ଅସ୍ତ୍ରୋପଚାର କେବଳ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri