ରାଜ୍ୟ ସଭାରେ ଉପସ୍ଥିତ ଲାଗି ବିଜେଡିର ହୁଇପ୍‌

ଭୁବନେଶ୍ୱର ୧୨। ୯(ବ୍ୟୁରୋ): ପାର୍ଲାମେଣ୍ଟ ଅଧିବେଶନ ଆସନ୍ତା ୧୪ ତାରିଖରୁ ଆରମ୍ଭ ହେବ। ସମସ୍ତ ରାଜ୍ୟ ସଭା ସଦସ୍ୟଙ୍କୁ ଗୃହରେ ଉପସ୍ଥିତ ରହିବା ଲାଗି ବିଜେଡି ପକ୍ଷରୁ ଗୁରୁବାର ହ୍ବିପ ଜାରି କରାଯାଇଛି। ଏନେଇ ବିଜେଡି ୩ ଧାଡିଆ ହ୍ବିପ ଜାରି କରିିଛି। ଅନ୍ୟପକ୍ଷରେ ୧୪ ତାରିଖରେ ରାଜ୍ୟ ସଭା ଉପାଧ୍ୟକ୍ଷ ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବାକୁ ଯାଉଛି। ଚଳିତ ଥର ଏନ୍‌ଡିଏ ତରଫରୁ ଜେଡି(ୟୁ) ଏମ୍‌ପି ହରିବଂଶ ନାରାୟଣ ସିଂହଙ୍କୁ ପ୍ରାର୍ଥୀ କରାଯାଇଛି। ଅନ୍ୟପଟେ ମିଳିତ ବିରୋଧୀଙ୍କ ପକ୍ଷରୁ ଆର୍‌ଜେଡି ଏମ୍‌ି ମନୋଜ ଝାଙ୍କୁ ପ୍ରାର୍ଥୀ କରାଯାଇଛି। ଗୁରୁବାର ବିହାର ମୁଖ୍ୟମନ୍ତ୍ରୀ ତଥା ଜେୟିୟୁ ସଭାପତି ନୀତିଶ କୁମାର ଟେଲିଫୋନ ଯୋାଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇ ହରିବଂଶଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ ଦେବାକୁ ଅନୁରୋଧ କରିଥିଲେ। ବିଜେଡି ରାଜ୍ୟ ସଭା ଏମ୍‌ପି ସସ୍ମିତ ପାତ୍ର କହିଛନ୍ତି ଯେ, ଦଳ ପକ୍ଷରୁ ୧୪ରେ ରାଜ୍ୟ ସଭାରେ ସମସ୍ତେ ଉପସ୍ଥିତ ରହିବାକୁ କୁହାଯାଇଛି। ସେଦିନ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆସିବାକୁ ଯାଉଥିବା କୁହାଯାଇଛି। ଅନ୍ୟପଟେ କେଉଁ ପ୍ରାର୍ଥୀଙ୍କୁ ସମର୍ଥନ ଦିଆଯିବ ସେନେଇ ଦଳର ସଭାପତି ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌କୁ ନୋବେଲ ବିଜେତାଙ୍କ ପ୍ରଶଂସା

ଭୁବନେଶ୍ୱର,୨୯।୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ‘ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌’କୁ ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ୨୦୧୯ ନୋବେଲ ବିଜେତା ମାଇକେଲ କ୍ରେମର ପ୍ରଶଂସା କରିଛନ୍ତି। ଓଡ଼ିଶାର ଏହି ଯୋଜନାରେ...

ବିଜୟ ମହାପାତ୍ରଙ୍କ ପୁଅଙ୍କୁ ନେଇ ପାଟକୁରା ରାଜନୀତି ସରଗରମ

ପାଟକୁରା,୨୩ା୨(ଡି.ଏନ୍‌.ଏ.): ବରିଷ୍ଠ ଭାଜପା ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ରଙ୍କୁ ନେଇ ପାଟକୁରା ରାଜନୀତି ସରଗରମ ରହିଛି। ନିଜର ଶତାଧିକ ସମର୍ଥକଙ୍କ ସହିତ ଶୋଭାଯାତ୍ରାରେ...

ବ୍ରହ୍ମପୁରରେ ୨ ନୂଆ କୋଭିଡ୍‌ ହସ୍ପିଟାଲ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧ା୮(ବ୍ୟୁରୋ)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ରହ୍ମପୁରରେ ଦୁଇଟି ନୂଆ କୋଭିଡ୍‌ ହସ୍ପିଟାଲକୁ ଶନିବାର ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି। ଏହି ଦୁଇଟି ସ୍ବତନ୍ତ୍ର କୋଭିଡ୍‌ ହସ୍ପିଟାଲରେ...

କମିଶନରେଟ ପୋଲିସ ସହ ବସ୍‌ ମାଲିକଙ୍କ ବୈଠକ: ଓଭରବ୍ରିଜ ଉପରେ ହିଁ ଯିବ ଦୂରଗାମୀ ବସ୍‌

ଭୁବନେଶ୍ୱର,୨୮।୯(ବ୍ୟୁରୋ): ରାଜଧାନୀରେ ଟ୍ରାଫିକ ସମସ୍ୟା ଦୂର କରିବାକୁ ଦୂରଗାମୀ ବସ୍‌କୁ ଓଭରବ୍ରିଜ୍‌ ତଳେ ନ ଯିବାକୁ ପୋଲିସ କମିଶନର ନିର୍ଦ୍ଦେଶ ରହିଥିଲା। ଯେଉଁମାନେ ନିୟମ ଭାଙ୍ଗି...

ତ୍ୟାଗ, ଆଦର୍ଶର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ଗୋପବନ୍ଧୁ

ଭୁବନେଶ୍ୱର, ୧୦ା୧୦(ବ୍ୟୁରୋ): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ନିଜ ଜୀବନ ଓ ପରିବାରକୁ ବାଜି ଲଗାଇ ଦୁଃଖୀଦରିଦ୍ରଙ୍କ ସେବା କରିବାକୁ ଆଗେଇ ଆସିଥିଲେ। ଓଡ଼ିଶାର ସ୍ବାର୍ଥ,...

କଂଗ୍ରେସର ବସିବ ଚିନ୍ତନ ଶିବିର,ଯୋଗ ଦେବେ ଚେଲ୍ଲା କୁମାର

ଭୁବନେଶର, ୩୦।୫(ବ୍ୟୁରୋ): ରାଜ୍ୟ କଂଗ୍ରେସର ଚିନ୍ତନ ଶିବିର ଆସନ୍ତା ଜୁନ୍‌ ୧ ଓ ୨ ତାରିଖରେ ବସିବ । ଶରତ ପଟ୍ଟନାୟକ ପିସିସି ସଭାପତି ହେବା...

ଆଜି ଯୁକ୍ତ୨ ବାଣିଜ୍ୟ ପରୀକ୍ଷାଫଳ

ଭୁବନେଶ୍ୱର,୧୯।୮(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ ବାଣିଜ୍ୟ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇବ। ପୂର୍ବାହ୍ନ ସାଢ଼େ ୧୧ଟାରେ ପରିଷଦର କାର୍ଯ୍ୟାଳୟରେ...

ଚିଠିକୁ ଅପେକ୍ଷା କରିଛି ଅବକାରୀ ବିଭାଗ

କଟକ ଅଫିସ,୫।୫: ମେ’ ୪ ଠାରୁ ମଦ ଦୋକାନ ଖୋଲିବ ବୋଲି ଘୋଷଣା ହେବା ସତ୍ତ୍ବେ କଟକ ଜିଲାରେ ଏହା ସମ୍ଭବ ହୋଇପାରିନାହିଁ। ବିଭିନ୍ନ ଠିପି...

Advertisement
Archives

Model This Week