ଦେହରେ ଲାଗିଲା ୧୭ ଗୁଳି: ତେବେ ବି ଏହି ଯବାନଙ୍କ ଯୋଗୁ ଟାଇଗର ହିଲ୍ରେ ଉଡ଼ିଲା ତ୍ରିରଙ୍ଗା
ନୂଆଦିଲ୍ଲୀ, ୫।୭: କାରଗିଲ୍ର ଟାଇଗର ହିଲ୍କୁ ୨୧ ବର୍ଷ ତଳେ ଭାରତ ନିଜ ଅଧିନକୁ ଆଣିଥିଲା। ୧୯୯୯ରେ ଜୁଲାଇ ୫ରେ ପରମବୀର ଚକ୍ର ବିଜେତା ସୁବେଦାର ଯୋଗେନ୍ଦ୍ର ସିଂଙ୍କ ଯୋଗୁ ଟାଇଗର ହିଲ୍ରେ ତ୍ରିରଙ୍ଗା ଉଡ଼ିଥିଲା। ତାଙ୍କ ସୂଚନା ଯୋଗୁ ଭାରତୀୟ…
ମହାପ୍ରଭୁଙ୍କୁ ନେଇ କାର୍ଟୁନ: ଶ୍ରଦ୍ଧାଳୁ, ସେବାୟତଙ୍କ ନାପସନ୍ଦ
ପୁରୀ ଅଫିସ,୫।୭: ମହାପ୍ରଭୁଙ୍କୁ ନେଇ ହୋଇଥିବା ଏକ କାର୍ଟୁନ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ନୀଳାଦ୍ରିବିଜେ କାହାଣୀକୁ ନେଇ ଏହି କାର୍ଟୁନ କରାଯାଇଛି। ଭାଇ, ଭଉଣୀକୁ ସାଥିରେ ନେଇ ମହାପ୍ରଭୁ ଶ୍ରୀଜଗନ୍ନାଥ ନବଦିନାତ୍ମକ ଯାତ୍ରା କରିଥିଲେ। ତେଣୁ ଅଭିମାନ କରିଥିଲେ…
କରୋନା ସଂକ୍ରମଣ ବଳୟରେ କଟକର ହସ୍ପିଟାଲ, ବସ୍ତି: ଆଚାର୍ଯ୍ୟ ହରିହରରୁ ମାଳିସାହିକୁ ଡେଇଁଲା
କଟକ ଅଫିସ୍,୫।୭: କଟକ ଜିଲାରେ ପ୍ରଥମେ ବିଭିନ୍ନ ହସ୍ପିଟାଲ ଓ ଏବେ ବସ୍ତିରେ କରୋନା ଭୂତାଣୁର ସଂକ୍ରମଣ ଅଣାୟତ୍ତ ସ୍ଥିତି ସୃଷ୍ଟି କରିଛି। ଏସ୍ସିବି ଆଇସୋଲେଶନ ଓ ଅନ୍ୟ ବିଭାଗ, ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନ ଓ ଚାଉଳିଆଗଞ୍ଜସ୍ଥିତ…
ଆଇଟି ରିଟର୍ନ ଫାଇଲିଂ ସୀମା ନଭେମ୍ବର ୩୦ ଯାଏ ବୃଦ୍ଧି
ନୂଆଦିଲ୍ଲୀ,୫।୭: ୨୦୧୯-୨୦ ଲାଗି ଆୟକର ରିଟର୍ନ (ଆଇଟିଆର୍) ଫାଇଲିଂ କରିବାର ଶେଷ ତାରିଖ ଚଳିତ ବର୍ଷ ନଭେମ୍ବର ୩୦ ଯାଏ ବୃଦ୍ଧି କରାଯାଇଛି। ବର୍ତ୍ତମାନ ବଜାରର ସ୍ଥିତି ଠିକ୍ ନ ଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ଟିକସଦାତା ଠିକ୍…
ଆଇପିଏସ୍ ଅଫିସରଙ୍କୁ ଠକିଦେଲେ ବିଲ୍ଡର: ଘର ଦେବାକୁ କହି ନେଇଗଲେ ୩ଲକ୍ଷ
ଭୁବନେଶ୍ୱର,୫ା୭ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଜମି ଓ ଘର କିଣାବିକାକୁ ନେଇ ବଡ଼ ବଡ଼ ଠକେଇ ହୋଇଛି। କମିଶନରେଟ ପୋଲିସର ବିଭିନ୍ନ ଥାନାରେ ଅଭିଯୋଗର ଲମ୍ବା ତାଲିକା ଗଡୁଛି। ଅଧିକାଂଶ ଥାନାର ପୋଲିସକୁ ହାତବାରିସ କରି ବିଲ୍ଡରମାନେ ସାଧାରଣ ଲୋକଙ୍କଠାରୁ କୋଟି…
ମଙ୍ଗଳୟାନ ଉଠାଇଲା ‘ଫାବୋସ୍’ ଫଟୋ
ବେଙ୍ଗାଲୁରୁ,୫ା୭ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ମଙ୍ଗଳୟାନ(ମାର୍ସ ଅର୍ବିଟର ମିଶନ)ରେ ଥିବା ମାର୍ସ କଲର କ୍ୟାମେରା (ଏମ୍ସିସି) ମଙ୍ଗଳ ଗ୍ରହର ବୃହତ୍ତମ ଚନ୍ଦ୍ର ‘ଫୋବୋସ୍’ର ଛବି ଉତ୍ତୋଳନ କରିଛି। ଏହି ଫଟୋ ଗତ ୧ ତାରିଖରେ ଉଠାଯାଇଥିଲା, ଯେତେବେଳେ…
ଚକ୍ରବୂ୍ୟହରେ ଚାଇନା
ନୂଆଦିଲ୍ଲୀ,୫ା୭: ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି)ଅତିକ୍ରମ କରି ଲଦାଖର କେତେକ ଅଞ୍ଚଳକୁ ଅକ୍ତିଆର କରିବା ପାଇଁ ଚାଇନା ଭାରତ ସହ ସୀମାବିବାଦ ବଢ଼ାଇଥିବାବେଳେ ସେପଟେ ଅନ୍ୟ ପଡୋଶୀ ଦେଶଗୁଡ଼ିକର ସୀମା ଅତିକ୍ରମ କରିବାକୁ ଉଦ୍ୟମ ଚଳାଇଛି। ଚାଇନାର ଏଭଳି ବିସ୍ତାରବାଦୀ ଚିନ୍ତାଧାରା…
ଓଲିଙ୍କ ଭାଗ୍ୟ ନିର୍ଦ୍ଧାରଣ ସୋମବାର
କାଠମାଣ୍ଡୁ,୫ା୭(ପି.ଟି.): ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ରାଜନୈତିକ ଭବିଷ୍ୟତ ସମ୍ପର୍କରେ ନିଷ୍ପତ୍ତି ନେବା ଲାଗି ଶାସକ ଦଳ ଏନ୍ସିପିର ଗୁରୁତ୍ୱପୂର୍ଣ୍ଣ ଷ୍ଟାଣ୍ଡିଂ କମିଟି ବୈଠକ ଶନିବାର ବସିବାର ଥିଲା। ତେବେ ମତଭେଦ ଦୂର କରିବା ନିମନ୍ତେ ନେତାମାନଙ୍କୁ ଅଧିକ ସମୟ…
ମାଟିରେ ମିଶିଲା ଗ୍ୟାଙ୍ଗ୍ଷ୍ଟର ବିକାଶଙ୍କ ଘର
ଲକ୍ଷ୍ନୌ,୫ା୭(ପି.ଟି./ଆଇଏଏନ୍ଏସ୍): ଉତ୍ତରପ୍ରଦେଶର କୁଖ୍ୟାତ୍ ଗ୍ୟାଙ୍ଗ୍ଷ୍ଟର ବିକାଶ ଦୁବେଙ୍କୁ ଧରିବା ପାଇଁ ପୋଲିସ ତନାଘନା ଆରମ୍ଭ କରିଛି। ଜେସିବି ଲଗାଇ ତାଙ୍କ ଘରକୁ ମାଟିରେ ମିଶାଇ ଦିଆଯାଇଛି। ଏହି ମାମଲାରେ ଚୌବେପୁର ଥାନାର ଷ୍ଟେଶନ ଅଫିସର ଏସ୍ଓ ବିନୟ ତିଓ୍ବାରୀଙ୍କୁ ନିଲମ୍ବନ କରାଯାଇଛି।…
ବିନା ଅନୁମତିରେ ୩୮ ଏସି ଲାଗିବା ଘଟଣା: ଏଡିଏମ୍ଙ୍କ ନେତୃତ୍ୱରେ ତଦନ୍ତ
ଅନୁଗୋଳ ଅଫିସ୍, ୫।୭: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜେନେରାଲ ଇଲେକ୍ଟ୍ରିକାଲ ଡିଭିଜନ (ଜିଇଡି)ର ବିନା ଅନୁମତିରେ ୩୮ଟି ଏସି ଲଗାଯାଇଥିବା ଘଟଣାର ପ୍ରଶାସନିକ ତଦନ୍ତ ଆରମ୍ଭ ହୋଇଛି। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲାପାଳ (ରାଜସ୍ବ) ସନ୍ତୋଷ ପ୍ରଧାନଙ୍କ ନେତୃତ୍ୱରେ ୩ ଜଣିଆ…
ନ୍ୟୁୟର୍କରେ ‘ବଏକଟ୍ ଚାଇନା’ ରାଲି
ନ୍ୟୁୟର୍କ,୫ା୭(ପି.ଟି.): ଆମେରିକାର ନ୍ୟୁୟର୍କ ସହରରେ ଥିବା ଟାଇମ୍ସ ସ୍କୋୟାରରେ ବହୁସଂଖ୍ୟାରେ ଭାରତୀୟ-ଆମେରିକୀୟ ଏକାଠି ହୋଇ ଚାଇନାକୁ ବିରୋଧ କରିବା ସହ ‘ଭାରତ ମାତା କୀ ଜୟ’ ସ୍ଳୋଗାନ ଦେଇଥିଲେ। ଏହି ‘ବଏକଟ୍ ଚାଇନା’ ରାଲିରେ ସେମାନେ ବେଜିଂ ଅର୍ଥନୀତିକୁ ବର୍ଜନ କରିବା…
‘ବୈଜ୍ଞାନିକ ଗବେଷଣା ନିର୍ଦ୍ଦେଶ ଅନୁସାରେ କରାଯିବା ଅନୁଚିତ’
ନୂଆଦିଲ୍ଲୀ,୫।୭: ମହାମାରୀ କରୋନା ଭୂତାଣୁକୁ ରୋକିବା ଲାଗି ପ୍ରସ୍ତୁତ କରାଯାଉଥିବା ଟିକାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ସିପିଏମ୍ ମହାସଚିବ ସୀତାରାମ ୟେଚୁରୀ କହିଛନ୍ତି, ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ(ଆଇସିଏମ୍ଆର୍) କରୋନା ଭାଇରସ୍ ଟିକା ପ୍ରସ୍ତୁତ କରିବା ଅଭିଯାନକୁ ଜୋର୍ଦାର କରିଛି।…
Archives


