ସମ୍ବଲପୁରରେ ଶିଶୁ ବିକ୍ରି:ମାସକର ଝିଅକୁ ଉଦ୍ଧାର କଲା ଶିଶୁ କଲ୍ୟାଣ ସମିତି

ସମ୍ବଲପୁର/ରେଢ଼ାଖୋଲ,୨୯ା୧୦(ବ୍ୟୁରୋ/ଡି.ଏନ୍‌.ଏ.):ସମ୍ବଲପୁର ଜିଲା ରେଢାଖୋଲ ଉପଖଣ୍ଡ ଚାରମାଲ ଥାନା ଅଞ୍ଚଳରେ ଏକ ମାସର ଶିଶୁକନ୍ୟାକୁ ୧୫ହଜାର ଟଙ୍କାରେ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ହେଲେ ବିକ୍ରି ନୁହେଁ, ଆର୍ଥତ୍କ ଅନଟନ ଯୋଗୁ ଖାଇବାକୁ ଦେଇ ନ ପାରି ସେ ନିଜର ଶିଶୁକନ୍ୟାକୁ ଅନ୍ୟଜଣେ ମହିଳାଙ୍କୁ ଦାନ କରିଦେଇଥିବା ଶିଶୁଟିର ମା’ କହିଛନ୍ତି। ଏ ସଂକ୍ରାନ୍ତରେ ଚାଇଲ୍ଡ ଲାଇନ ପାଖରେ ଖବର ପହଞ୍ଚିବା ପରେ ଚାରମାଲ ଥାନାରେ ଅଭିଯୋଗ ହୋଇଥିଲା। ମଙ୍ଗଳବାର ବିଳମ୍ବିତ ରାତିରେ ପୋଲିସ ଶିଶୁକନ୍ୟାକୁ ଉଦ୍ଧାର କରିଛି। ବୁଧବାର ଶିଶୁ କଲ୍ୟାଣ ସମିତିରେ ଶିଶୁକନ୍ୟାକୁ ହାଜର କରାଯାଇଥିଲା। ଶିଶୁ କନ୍ୟାର ମା’ ଓ ତାକୁ ଗ୍ରହଣ ଥିବା ଦମ୍ପତି ଉପସ୍ଥିତ ଥିଲେ। ଶିଶୁ କନ୍ୟା ବିକ୍ରି ହୋଇ ନ ଥିବା ମା’ ବୟାନ ଦେଇଛନ୍ତି। ଅନ୍ୟପଟେ ସେ ଶିଶୁକନ୍ୟାକୁ ସାଙ୍ଗରେ ନେଇ ଯିବାକୁ ଅନୁରୋଧ କରିଥିଲେ। ହେଲେ ଶିଶୁଟିକୁ ଦେବାକୁ ଶିଶୁ କଲ୍ୟାଣ ସମିତି କର୍ତ୍ତୃପକ୍ଷ ମନା କରିଦେଇଛନ୍ତି। ଏଥିପାଇଁ ଆଇନଗତ ପ୍ରକ୍ରିୟା ରହିଛି। ତାହା ପାଳନ କରାଯିବ। ମହିଳା ଜଣକ ଶିଶୁକନ୍ୟାର ମା’ ବୋଲି ପ୍ରମାଣ ଦେଲେ ତାଙ୍କୁ ପ୍ରଦାନ କରାଯିବ ବୋଲି ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷ ବ୍ରଜେନ୍ଦ୍ର ପଣ୍ଡା କହିଛନ୍ତି। ଶିଶୁକନ୍ୟାକୁ ବରଗଁାସ୍ଥିତ ଆଶା ହୋମରେ ରଖାଯାଇ ଲାଳନପାଳନ କରାଯାଉଛି ବୋଲି ସେ କହିଛନ୍ତି।
ଅନ୍ୟପଟେ ଶିଶୁକନ୍ୟା ଦାନ କରିଥିବା ମହିଳା ଜଣଙ୍କ ସମସ୍ତ ସରକାରୀ ସୁବିଧାରୁ ବଞ୍ଚତ୍ତ ହୋଇଛନ୍ତି। ଆଧାର କାର୍ଡ, ଖାଦ୍ୟ ସୁରକ୍ଷା ଯୋଜନା ଓ ଆବାସ ଯୋଜନା ଭଳି ସୁବିଧା ସେ ପାଇ ନ ଥିବା କହିଛନ୍ତି। ସେହିପରି ଶିଶୁକନ୍ୟାକୁ ନେଇଥିବା ଦମ୍ପତି କହିଛନ୍ତି, ଉଭୟ ପରିବାର ମଧ୍ୟରେ ପୂର୍ବରୁ ସମ୍ପର୍କ ରହିଥିଲା। ତେଣୁ ରେଢାଖୋଲ ନୋଟାରୀ ପାଖରେ ସତ୍ୟପାଠ କରି ଶିଶୁକନ୍ୟାକୁ ନେଇଥିଲେ। ଶିଶୁକନ୍ୟାକୁ ଗ୍ରହଣ କରିଥିବା ଦମ୍ପତିଙ୍କ ପୂର୍ବରୁ କୌଣସି ସନ୍ତାନ ନ ଥିବା ଜଣାପଡିଛି।
ସୂଚନାଯୋଗ୍ୟ, ଚାରମାଳ ଥାନା ଅଞ୍ଚଳରେ ସ୍ବାମୀ ପରିତ୍ୟକ୍ତା ସମ୍ପୃକ୍ତା ମହିଳା ଜଣଙ୍କ ଚାରମାଲ ଡାକ୍ତରଖାନାରେ ସେପ୍ଟେମ୍ବର ୧୯ରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। କିଛି ଦିନ ଘରେ ରହିଥିଲେ। ହେଲେ ଦିନ ମଜୁରି କରି ପେଟ ପୋଷୁ ଥିବା ମହିଳା ଜଣକୁ ଏଥପାଇଁ ସମସ୍ୟା ହୋଇଥିଲା। ପୂର୍ବରୁ ପରିଚିତ ଥିବା ରେଢାଖୋଲ ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ସେ ନିଜ ଶିଶୁ କନ୍ୟାକୁ ଦାନ କରିଥିଲେ। ଘଟଣା ସମ୍ପର୍କରେ ଚାଇଲ୍ଡ ଲାଇନ ନମ୍ବରେ ଅଭିଯୋଗ ଆସିଥିଲା। ଚାଇଲ୍ଡ ଲାଇନ ପକ୍ଷରୁ ଚାରମାଲ ଥାନାରେ ୧୫ ହଜାର ଟଙ୍କାରେ ଶିଶୁ ବିକ୍ରି କରାଯାଇଥିବା ଭଳି ସାଂଘାତିକ ଅଭିଯୋଗ ହୋଇଥିଲା। ପୋଲିସ,ଚାଇଲ୍ଡ ଲାଇନ ସଦସ୍ୟ,ସ୍ଥାନୀୟ ଜନ ପ୍ରତିନିଧି ପହଞ୍ଚି ଶିଶୁକନ୍ୟାକୁ ଉଦ୍ଧାର କରିଥିଲେ। ଏହି ଘଟଣା ଜିଲାରେ ଆଲୋଡନ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ଚାଞ୍ଚଲ୍ୟ: ୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଉଦ୍ୟମ, ଅଭିଯୁକ୍ତ ବାପାଙ୍କୁ ମାଂସ ପାଇଁ ପଠାଇ ଝିଅକୁ…

ଭଞ୍ଜନଗର,୧୩ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ଏକ ଘୃଣ୍ୟ ଘଟଣା ଘଟିଛି। ଜଣେ ୪୦ ବର୍ଷର ବିବାହିତ ଯୁବକ ତାଙ୍କ ସାଙ୍ଗର ୪ ବର୍ଷର…

କୋଇଡାରେ ଭୟଙ୍କର ଜଳପ୍ରଳୟ: କେର୍କେଟା ସାହିରେ ୫୦ରୁ ଉର୍ଦ୍ଧ୍ୱ ପରିବାର ଜଳବନ୍ଦୀ

ଟେନସା,୧୩ା୮(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ଓ୍ବାର୍ନିଂ (Red Warning) ଜାରି କରିଛି ପାଣିପାଗ ବିଭାଗ । ତେବେ…

‘ମୁଁ ବି RSSକୁ ସୁରକ୍ଷା ଦେବି…’, ରାହୁଲ ଗାନ୍ଧୀଙ୍କ ଏମିତି ବୟାନକୁ ନେଇ ଉଠିଲାଣି ରାଜନୈତିକ ଝଡ଼!

ନୂଆଦିଲ୍ଲୀ,୧୩।୮: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ସମ୍ପର୍କରେ ଦିଆଯାଇଥିବା ଏକ ବିବୃତ୍ତି ଏକ ନୂତନ ରାଜନୈତିକ…

ଅଟୋ ଦୁର୍ଘଟଣାରେ ରବୀନ୍ଦ୍ରଙ୍କ ମୃତ୍ୟୁ, ସହାୟତାର ହାତ ବଢ଼ାଇଲେ ଉପଜିଲାପାଳ

ଗୁଣପୁର,୧୩ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ରାମନାଗୁଡ଼ା ନିକଟସ୍ଥ ପରୀକ୍ଷିତି ଠାରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅପରାହ୍ନ ସମୟରେ ଏକ ଦ୍ରୁତ ଗତିରେ…

କାହିଁକି ଭାଜପାରେ ସାମିଲ ହେଲେ ହରଭଜନ? ନିଜେ କହିଲେ ଏହା ପଛ ବଡ଼ କାରଣ

ନୂଆଦିଲ୍ଲୀ,୧୩।୮: ହରଭଜନ ସିଂହ ଅଭିଯୋଗ କରିଛନ୍ତି ଯେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାରେ କୌଣସି ଆଗ୍ରହ ଦେଖାଇ ନଥିଲେ ଏବଂ ତାଙ୍କୁ କେବେ ନିଯୁକ୍ତି ମଧ୍ୟ…

ଖାର୍ଗେଙ୍କ ମଞ୍ଚର ‘ଶୁଦ୍ଧିକରଣ’କୁ ନେଇ ଗର୍ଜିଲେ ପ୍ରିୟଙ୍କା ଗାନ୍ଧୀ, ଦେଶବ୍ୟାପୀ ସତ୍ୟାଗ୍ରହ କରିବ କଂଗ୍ରେସ

ନୂଆଦିଲ୍ଲୀ,୧୩।୮: ଉତ୍ତରାଖଣ୍ଡର ହଲଦ୍ୱାନୀରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ‘ବିଜୟ ଶଙ୍ଖନାଦ’ ରାଲିରେ ଯେଉଁ ମଞ୍ଚରେ ଭାଷଣ ଦେଇଥିଲେ, ସେହି ମଞ୍ଚର ‘ଶୁଦ୍ଧିକରଣ’କୁ ନେଇ ବିବାଦ…

ହରସିମରତ କୌର ବାଦଲଙ୍କୁ ଫୋନ କଲେ ମୋଦି, ପଚାରି ବୁଝିଲେ…

ନୂଆଦିଲ୍ଲୀ,୧୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିରୋମଣି ଅକାଳୀ ଦଳ (SAD) ମୁଖ୍ୟ ସୁଖବୀର ସିଂହ ବାଦଲଙ୍କ ଉପରେ ଆକ୍ରମଣ ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ସୂତ୍ର…

ଚିଲିକା ହତ୍ୟା ମାମଲାର ପର୍ଦ୍ଦାଫାଶ କଲା ପୋଲିସ, ଜାଣନ୍ତୁ ହତ୍ୟା ପଛର ବଡ଼ ରହସ୍ୟ…

କୃଷ୍ଣପ୍ରସାଦ,୧୩।୮(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ କୁମାରପୁର ଚିଲିକା ହ୍ରଦରେ ଗତ ୧୧ ତାରିଖରେ ଘଟିଥିବା ନାବାଳକ ହତ୍ୟା ଘଟଣାରେ ପୁରୀ ପୋଲିକୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri