ସମ୍ବଲପୁରରେ ଶିଶୁ ବିକ୍ରି:ମାସକର ଝିଅକୁ ଉଦ୍ଧାର କଲା ଶିଶୁ କଲ୍ୟାଣ ସମିତି

ସମ୍ବଲପୁର/ରେଢ଼ାଖୋଲ,୨୯ା୧୦(ବ୍ୟୁରୋ/ଡି.ଏନ୍‌.ଏ.):ସମ୍ବଲପୁର ଜିଲା ରେଢାଖୋଲ ଉପଖଣ୍ଡ ଚାରମାଲ ଥାନା ଅଞ୍ଚଳରେ ଏକ ମାସର ଶିଶୁକନ୍ୟାକୁ ୧୫ହଜାର ଟଙ୍କାରେ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ହେଲେ ବିକ୍ରି ନୁହେଁ, ଆର୍ଥତ୍କ ଅନଟନ ଯୋଗୁ ଖାଇବାକୁ ଦେଇ ନ ପାରି ସେ ନିଜର ଶିଶୁକନ୍ୟାକୁ ଅନ୍ୟଜଣେ ମହିଳାଙ୍କୁ ଦାନ କରିଦେଇଥିବା ଶିଶୁଟିର ମା’ କହିଛନ୍ତି। ଏ ସଂକ୍ରାନ୍ତରେ ଚାଇଲ୍ଡ ଲାଇନ ପାଖରେ ଖବର ପହଞ୍ଚିବା ପରେ ଚାରମାଲ ଥାନାରେ ଅଭିଯୋଗ ହୋଇଥିଲା। ମଙ୍ଗଳବାର ବିଳମ୍ବିତ ରାତିରେ ପୋଲିସ ଶିଶୁକନ୍ୟାକୁ ଉଦ୍ଧାର କରିଛି। ବୁଧବାର ଶିଶୁ କଲ୍ୟାଣ ସମିତିରେ ଶିଶୁକନ୍ୟାକୁ ହାଜର କରାଯାଇଥିଲା। ଶିଶୁ କନ୍ୟାର ମା’ ଓ ତାକୁ ଗ୍ରହଣ ଥିବା ଦମ୍ପତି ଉପସ୍ଥିତ ଥିଲେ। ଶିଶୁ କନ୍ୟା ବିକ୍ରି ହୋଇ ନ ଥିବା ମା’ ବୟାନ ଦେଇଛନ୍ତି। ଅନ୍ୟପଟେ ସେ ଶିଶୁକନ୍ୟାକୁ ସାଙ୍ଗରେ ନେଇ ଯିବାକୁ ଅନୁରୋଧ କରିଥିଲେ। ହେଲେ ଶିଶୁଟିକୁ ଦେବାକୁ ଶିଶୁ କଲ୍ୟାଣ ସମିତି କର୍ତ୍ତୃପକ୍ଷ ମନା କରିଦେଇଛନ୍ତି। ଏଥିପାଇଁ ଆଇନଗତ ପ୍ରକ୍ରିୟା ରହିଛି। ତାହା ପାଳନ କରାଯିବ। ମହିଳା ଜଣକ ଶିଶୁକନ୍ୟାର ମା’ ବୋଲି ପ୍ରମାଣ ଦେଲେ ତାଙ୍କୁ ପ୍ରଦାନ କରାଯିବ ବୋଲି ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷ ବ୍ରଜେନ୍ଦ୍ର ପଣ୍ଡା କହିଛନ୍ତି। ଶିଶୁକନ୍ୟାକୁ ବରଗଁାସ୍ଥିତ ଆଶା ହୋମରେ ରଖାଯାଇ ଲାଳନପାଳନ କରାଯାଉଛି ବୋଲି ସେ କହିଛନ୍ତି।
ଅନ୍ୟପଟେ ଶିଶୁକନ୍ୟା ଦାନ କରିଥିବା ମହିଳା ଜଣଙ୍କ ସମସ୍ତ ସରକାରୀ ସୁବିଧାରୁ ବଞ୍ଚତ୍ତ ହୋଇଛନ୍ତି। ଆଧାର କାର୍ଡ, ଖାଦ୍ୟ ସୁରକ୍ଷା ଯୋଜନା ଓ ଆବାସ ଯୋଜନା ଭଳି ସୁବିଧା ସେ ପାଇ ନ ଥିବା କହିଛନ୍ତି। ସେହିପରି ଶିଶୁକନ୍ୟାକୁ ନେଇଥିବା ଦମ୍ପତି କହିଛନ୍ତି, ଉଭୟ ପରିବାର ମଧ୍ୟରେ ପୂର୍ବରୁ ସମ୍ପର୍କ ରହିଥିଲା। ତେଣୁ ରେଢାଖୋଲ ନୋଟାରୀ ପାଖରେ ସତ୍ୟପାଠ କରି ଶିଶୁକନ୍ୟାକୁ ନେଇଥିଲେ। ଶିଶୁକନ୍ୟାକୁ ଗ୍ରହଣ କରିଥିବା ଦମ୍ପତିଙ୍କ ପୂର୍ବରୁ କୌଣସି ସନ୍ତାନ ନ ଥିବା ଜଣାପଡିଛି।
ସୂଚନାଯୋଗ୍ୟ, ଚାରମାଳ ଥାନା ଅଞ୍ଚଳରେ ସ୍ବାମୀ ପରିତ୍ୟକ୍ତା ସମ୍ପୃକ୍ତା ମହିଳା ଜଣଙ୍କ ଚାରମାଲ ଡାକ୍ତରଖାନାରେ ସେପ୍ଟେମ୍ବର ୧୯ରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। କିଛି ଦିନ ଘରେ ରହିଥିଲେ। ହେଲେ ଦିନ ମଜୁରି କରି ପେଟ ପୋଷୁ ଥିବା ମହିଳା ଜଣକୁ ଏଥପାଇଁ ସମସ୍ୟା ହୋଇଥିଲା। ପୂର୍ବରୁ ପରିଚିତ ଥିବା ରେଢାଖୋଲ ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ସେ ନିଜ ଶିଶୁ କନ୍ୟାକୁ ଦାନ କରିଥିଲେ। ଘଟଣା ସମ୍ପର୍କରେ ଚାଇଲ୍ଡ ଲାଇନ ନମ୍ବରେ ଅଭିଯୋଗ ଆସିଥିଲା। ଚାଇଲ୍ଡ ଲାଇନ ପକ୍ଷରୁ ଚାରମାଲ ଥାନାରେ ୧୫ ହଜାର ଟଙ୍କାରେ ଶିଶୁ ବିକ୍ରି କରାଯାଇଥିବା ଭଳି ସାଂଘାତିକ ଅଭିଯୋଗ ହୋଇଥିଲା। ପୋଲିସ,ଚାଇଲ୍ଡ ଲାଇନ ସଦସ୍ୟ,ସ୍ଥାନୀୟ ଜନ ପ୍ରତିନିଧି ପହଞ୍ଚି ଶିଶୁକନ୍ୟାକୁ ଉଦ୍ଧାର କରିଥିଲେ। ଏହି ଘଟଣା ଜିଲାରେ ଆଲୋଡନ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଲୁ ଆକ୍ରମଣରେ ୧୦ ଆହତ

କେନ୍ଦୁଝର,୨୫ା୧(ସ୍ବ.ପ୍ର.): ଚମ୍ପୁଆ ରେଞ୍ଜ ବାଲବନ୍ଧ ସେକ୍ସନ ନହବେଡା, ତୁଳସୀପୁର ଅଞ୍ଚଳରେ ବୁଧବାର ସନ୍ଧ୍ୟାରେ ପଳାଶପଙ୍ଗା ସେକ୍ସନରୁ ବାଲିବନ୍ଧ ସେକ୍ସନକୁ ଯାଉଥିବାବେଳେ ଅତର୍କିତ ବାଟରେ ଯାହାକୁ ପାରିଲା...

ପୁଅ କଟୁରି ଚୋଟରେ ମା’ ଗୁରୁତର: ଅଭିଯୁକ୍ତ ଗିରଫ

ଡେଲାଙ୍ଗ,୧୩ା୯(ଡି.ଏନ୍‌.ଏ.): ଡେଲାଙ୍ଗ ଥାନା ଅନ୍ତର୍ଗତ ପଟଣପୁର ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ପୁଅର କଟୁରି ଚୋଟରେ ମା’ ଗୁରୁତର ହୋଇଛନ୍ତି। ଚିକିତ୍ସା ପାଇଁ...

ସୋରଡ଼ାରେ କାର୍ଯ୍ୟଭାର ଗ୍ରହଣ କଲେ ନୂଆ ବିଡିଓ

ସୋରଡ଼ା,୫ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକ କାର୍ଯ୍ୟାଳୟରେ ସୋମବାର ଭାରତୀୟ ପ୍ରଶାସନିକ ସେବାର ଓଡ଼ିଶା କ୍ୟାଡର ୨୦୨୧ ବ୍ୟାଚ୍‌ର ମହିଳା ଆଇଏଏସ୍‌ ତଥା ଶିକ୍ଷାନବୀଶ ଦିନାହ...

ବିଶ୍ୱର ସବୁଠୁ କ୍ଷୁଦ୍ର ରଥ :ନ୍ୟାଶନାଲ ବୁକ ଅଫ ରେକର୍ଡରେ ସ୍ଥାନିତ ,ଗିନିଜ ବୁକ ଅଫ ରେକର୍ଡ ଦେବ ସ୍ବତନ୍ତ୍ର ମାନ୍ୟତା

ବ୍ରହ୍ମପୁର ଅଫିସ,୪ା୭-ପୁଣି ଏକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି ବ୍ରହ୍ମପୁରର ଶିଳ୍ପୀ ସତ୍ୟ ମହାରଣା । ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ କାଠରେ ସେ ବିଶ୍ୱର ସବୁଠୁ...

ମଦ ବୋତଲ ଭାଙ୍ଗି ମଦ ଦୋକାନ ମ୍ୟାନେଜରଙ୍କୁ ଆକ୍ରମଣ ଓ ଟଙ୍କା ଲୁଟ : ୨ଗିରଫ

ଦେବଗଡ଼,୩।୧୨(ଡି.ଏନ.ଏ)- ମଦ ଦେବାରେ ବିଳମ୍ବ ହେବାରୁ ଦେବଗଡ଼ ଜିଲା ବାରକୋଟ ବ୍ଲକ ସଦର ମହକୁମାରେ ଥିବା ବିଦେଶୀ ମଦ ଦୋକାନରେ ମଦ ବୋତଲ ଭାଙ୍ଗି ମ୍ୟାନେଜରଙ୍କୁ...

ଆଜି ୧୪ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୫।୫(ବ୍ୟୁରୋ): ରାଜ୍ୟରେ ରବିବାର ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ପିଲା ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୮ ଜଣ...

ବହୁଭାଷୀ ଶିକ୍ଷକଙ୍କ ଦରମା ବୃଦ୍ଧି

ଭୁବନେଶ୍ୱର, ୪।୧୧(ବ୍ୟୁରୋ): ରାଜ୍ୟ ସରକାର ବହୁଭାଷୀ ଶିକ୍ଷକଙ୍କୁ ଉତ୍ସାହିତ କରିବା ପାଇଁ ସେମାନଙ୍କ ମାସିକ ପାରିଶ୍ରମିକ ବୃଦ୍ଧି କରିଛନ୍ତି। ପୂର୍ବରୁ ବହୁଭାଷୀ ଶିକ୍ଷକଙ୍କ ଦରମା ୩,୨୦୦...

ସରକାରୀ ସହାୟତାରୁ ବଞ୍ଚିତ ଦିବ୍ୟାଙ୍ଗ ଛାତ୍ରୀ

ବନ୍ତ, ୨୭।୧୦(ଡି.ଏନ୍‌.ଏ.)-ଭିନ୍ନକ୍ଷମ ପ୍ରମାଣପତ୍ରରେ ତଥ୍ୟଗତ ତ୍ରୁଟି ରହିବା ଯୋଗୁ ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ଗ୍ରାମର ସୁରେଶ ଚନ୍ଦ୍ର ଦ୍ୱିବେଦୀଙ୍କ ଝିଅ ବର୍ଷାରାଣୀ(୧୩) ସରକାରୀ...

Advertisement
Archives

Model This Week