Posted inଜାତୀୟ

୯ ଜଣଙ୍କ ହତ୍ୟାକାରୀଙ୍କୁ ମୃତ୍ୟୁଦଣ୍ଡାଦେଶ

ହାଇଦ୍ରାବାଦ,୨୯।୧୦: ନିଜର ପୂର୍ବ ଅପରାଧକୁ ଲୁଚାଇବା ପାଇଁ ୯ ଜଣ ଦାଦନ ଶ୍ରମିକଙ୍କୁ ହତ୍ୟା କରିଥିବା ବିହାର ବେଗୁସରାଇ ଜିଲାର ସଞ୍ଜୟ କୁମାର ଯାଦବଙ୍କୁ ତେଲଙ୍ଗାନାର ଓ୍ବାରାଙ୍ଗଲ କୋର୍ଟ ବୁଧବାର ମୃତ୍ୟୁଦଣ୍ଡାଦେଶ ଶୁଣାଇଛନ୍ତି। ଗତ ମେ’ ୨୦ରେ ସେ ଓ୍ବରାଙ୍ଗଲ ଗ୍ରାମାଞ୍ଚଳ ଜିଲାର ଗୋରେକୁଣ୍ଟା ଗ୍ରାମରେ ପଶ୍ଚିମବଙ୍ଗ ଓ ତ୍ରିପୁରାରୁ ଆସିଥିବା ୯ ଦାଦନଙ୍କୁ ହତ୍ୟା କରିଥିଲେ। ସେମାନଙ୍କ ମଧ୍ୟରୁ ଗୋଟିଏ ପରିବାରର ୬ ଜଣ ଥିଲେ। ସମସ୍ତଙ୍କ ମୃତଦେହ ଏକ ପରିତ୍ୟକ୍ତ କୂଅରୁ ଉଦ୍ଧାର ହୋଇଥିଲା। ଏତଲାର ୨୫ ଦିନ ପରେ ଓ୍ବାରାଙ୍ଗଲ ପୋଲିସ ସଞ୍ଜୟଙ୍କ ବିରୋଧରେ ଆଇପିସିର ଧାରା ୭ରେ ମାମଲା ରୁଜୁ କରିଥିଲା। ଶୁଣାଣି ବେଳେ ସଞ୍ଜୟ ନିଜର ଅପରାଧ ସମ୍ପର୍କରେ ସ୍ବୀକାର କରିଥିଲେ। ଅଦାଲତ ୬୮ ସାକ୍ଷୀଙ୍କ ସମେତ ୯୮ ଜଣଙ୍କଠାରୁ ବୟାନ ଶୁଣିବା ପରେ ରାୟ ପ୍ରଦାନ କରିଥିଲେ।
ସମସ୍ତ ଦାଦନ ଗିସୁଗୋଣ୍ଡାର ଏକ ଅଖା ତିଆରି କାରଖାନାରେ କାମ କରୁଥିଲେ। ମାର୍ଚ୍ଚରେ ଲକ୍‌ଡାଉନ ଘୋଷଣା ହେବାରୁ ସେମାନେ ଉକ୍ତ କମ୍ପାନୀ ପରିସରରେ ରହିଥିଲେ। ଆର୍ଥତ୍କ ସମସ୍ୟା ଓ ଅନ୍ୟ ପାରିବାରିକ କାରଣରୁ ସମସ୍ତେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୋଲିସ ପ୍ରଥମେ ସନ୍ଦେହ କରିଥିଲା। ତେବେ ସେମାନଙ୍କୁ ହତ୍ୟା କରାଯାଇଥିବା ତଦନ୍ତରୁ ସ୍ପଷ୍ଟ ହୋଇଥିଲା। ସଞ୍ଜୟ ମଧ୍ୟ ଜଣେ ଦାଦନ ଶ୍ରମିକ। ସେ ମାର୍ଚ୍ଚ ମାସରେ କରିଥିବା ଏକ ହତ୍ୟାକାଣ୍ଡକୁ ଲୁଚାଇବାକୁ ଯାଇ ୯ ଜଣ ଦାଦନଙ୍କୁ ହତ୍ୟା କରିଥିବା ତଦନ୍ତରୁ ଜଣାପଡ଼ିଥିଲା। ତଦନ୍ତ ଅନୁଯାୟୀ ସଞ୍ଜୟଙ୍କର ରଫିକା(୩୭) ନାମ୍ନୀ ମହିଳାଙ୍କ ସହ ଅବୈଧ ସମ୍ପର୍କ ଥିଲା। ମାର୍ଚ୍ଚ ୬ରେ ପଶ୍ଚିମବଙ୍ଗ ଯାଉଥିଲାବେଳେ ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲାର ନିଦୁବ୍ରେଲୁଠାରେ ସଞ୍ଜୟ ରଫିକାଙ୍କୁ ହତ୍ୟା କରି ଓ୍ବାରାଙ୍ଗଲ ଫେରିଆସିଥିଲେ। ଏହି ଘଟଣାର ଦୁଇମାସ ପରେ ଧରାପଡ଼ିଯିବା ଆଶଙ୍କାରେ ସେ ପାଖରେ ରହୁଥିବା ଅନ୍ୟ ଦାଦନମାନଙ୍କୁ ମାରିଦେବା ପାଇଁ ନିଷ୍ପତ୍ତି ନେଇଥଲେ। ସେ ଖାଦ୍ୟରେ ନିଶା ଔଷଧ ଦେବା ପରେ ସୁପ୍ତ ଅବସ୍ଥାରେ ସେମାନଙ୍କୁ ଅଖାରେ ବାନ୍ଧି କୂଅରେ ଫିଙ୍ଗିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟିଂର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହୋଇଯାଏ ପ୍ରଚାର, ଏହି ସାଇଲେନ୍ସ ପିରିୟଡରେ କ’ଣ କରନ୍ତି ପ୍ରାର୍ଥୀ ଜାଣନ୍ତୁ

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ୧୯ ଏପ୍ରିଲରୁ ଆରମ୍ଭ ହେବ। ଏହା ଅଧୀନରେ ଦେଶର ୨୧ ଟି ରାଜ୍ୟ...

ନିର୍ବାଚନ ପୂର୍ବରୁ ଏଏପିକୁ ଝଟକା, ଗିରଫ ହେଲେ ବିଧାୟକ ଅମାନତୁଲ୍ଲାହ ଖାନ

ନୂଆଦିଲ୍ଲୀ,୧୮।୪: ଆମ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲାହ ଖାନଙ୍କୁ ଗୁରୁବାର ଇଡି ଗିରଫ କରିଛି। ୱାକଫ ବୋର୍ଡ ନିଯୁକ୍ତି ସ୍କାମରେ ତାଙ୍କୁ ପିଏମଏଲଏ ଅଧୀନରେ ଗିରଫ...

ଇରାନ କବଜାରେ ଥିବା ଜାହାଜରୁ ଭାରତ ଫେରିଲେ ପ୍ରଥମ କ୍ରୁ ମେମ୍ବର

ନୂଆଦିଲ୍ଲୀ,୧୮।୪: କେରଳ ତ୍ରିଶୁରର ବାସିନ୍ଦା ମହିଳାକ୍ୟାଡେଟ ଆନ ଟେସା ଜୋସେଫ, କାର୍ଗୋ ଜାହାଜ MSC Aries ରେ ଥିବା ଭାରତୀୟ କ୍ରୁଙ୍କ ଅଂଶ ଭାବରେ ଗୁରୁବାର...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

କେଜରିଓ୍ବାଲଙ୍କୁ ଜେଲରେ ହତ୍ୟା ପାଇଁ କରାଯାଉଛି ଷଡଯନ୍ତ୍ର: ଆତିଶି

ନୂଆଦିଲ୍ଲୀ,୧୮।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘରେ ତିଆରି ଖାଦ୍ୟ ଖାଇ ତାଙ୍କ ସୁଗାର ଲେବଲକୁ ବଢାଉଥିବା ଇଡି ଅଭିଯୋକ କରିବା ପରେ ଏବେ ଆମ...

ପ୍ରଥମ ପର୍ଯ୍ୟାୟ ମତଦାନ: ୧୬.୬୩ କୋଟି ଭୋଟର, ୧୬୨୫ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧୮।୪: ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ ମତଦାନରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି। ପ୍ରଥମ...

ହ୍ୟାକ ହୋଇପାରିବନି ଇଭିଏମ, କରାଯାଇ ପାରିବନି ଟ୍ୟାମ୍ପରିଂ, ସୁପ୍ରିମକାର୍ଟରେ ନିର୍ବାଚନ କମିଶନଙ୍କ ସ୍ପଷ୍ଟ ଉତ୍ତର

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ୨୦୨୪ ରେ ଆରମ୍ଭ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ବର୍ତ୍ତମାନ ୨୪ଘଣ୍ଟାରୁ କମ ସମୟ ବାକି ଅଛି।...

‘ଦକ୍ଷିଣ ଭାରତରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ନୂଆଦିଲ୍ଲୀ,୧୮।୪: ୨୦୨୪ ଲୋକ ସଭା ନିର୍ବାଚନ ସମ୍ପର୍କରେ ଦଳ ତଥା ବିରୋଧୀ ଦଳ ପକ୍ଷରୁ ଅନେକ ଦାବି କରାଯାଉଛି। ଗୋଟିଏ ପଟେ ଏନଡିଏ ୪୦୦ଟି ସିଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri