ଖରିଫ ଧାନ ସଂଗ୍ରହରେ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୯। ୧୦(ବ୍ୟୁରୋ): ରାଜ୍ୟରେ ଗତ ୨୦୧୯-୨୦ ଖରିଫ ବିପଣନ ଋତୁରେ ରେକର୍ଡ ପରିମାଣର ୭୦ ଲକ୍ଷ ୫୬ ହଜାର ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ ହୋଇଛି। କୋଭିଡ୍‌ ସ୍ଥିତିରେ ଚଳିତ ଖରିଫ ଋତୁରେ ଓଡ଼ିଶାର କୃଷକମାନେ ଅକ୍ଳାନ୍ତ ପରିଶ୍ରମ ସହ ଧାନ ଚାଷ କରି ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିପାରିଛନ୍ତି। ଅଧିକରୁ ଅଧିକ ଚାଷୀ ଯେପରି ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନ ବିକ୍ରି କରିପାରିବେ ସେଥିଲାଗି ଧାନ ସଂଗ୍ରହ କାର୍ଯ୍ୟକୁ ସୁଚାରୁ ରୂପେ କରିବା ପାଇଁ ଜିଲାପାଳ ଓ ବିଭାଗୀୟ କ୍ଷେତ୍ର ଅଧିକାରୀଙ୍କୁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ନିର୍ଦ୍ଦେଶ ଦେଇଛନ୍ତି। ବୁଧବାର ଖରିଫ ଧାନ ସଂଗ୍ରହକୁ ନେଇ ମନ୍ତ୍ରୀ ସ୍ବାଇଁ ଭିଡ଼ିଓ କନ୍‌ଫରେନ୍ସ ମାଧ୍ୟମରେ ସମୀକ୍ଷା କରିବାବେଳେ ଜିଲାପାଳମାନଙ୍କୁ ଏହା କହିଛନ୍ତି। ଚଳିତ ଖରିଫ୍‌ ଧାନ ସଂଗ୍ରହ ନିମନ୍ତେ ୧୪.୯୭ ଲକ୍ଷ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି। ଧାନସଂଗ୍ରହ କାର୍ଯ୍ୟକୁ ସ୍ବଚ୍ଛ ଓ ନିର୍ଭୁଲ କରିବା ଲାଗି ୫‘ଟି’ କାର୍ଯ୍ୟକ୍ରମ ଅନ୍ତର୍ଗତ ପି-ପାସ୍‌ ଓ ଚାଷୀଙ୍କୁ ଆଗୁଆ ଟୋକନ ପ୍ରଦାନ କରାଯାଇଛି। କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କଠାରୁ ଧାନ ସଂଗ୍ରହ କରି ସେମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରିବାକୁ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଏଥିସହିତ ଧାନସଂଗ୍ରହ କେନ୍ଦ୍ରରୁ ମିଲରମାନଙ୍କ ଦ୍ୱାରା ସେହିଦିନ ଧାନ ଉଠାଣ, ଧାନ କିଣିବାର ୨୪ରୁ ୪୮ ଘଣ୍ଟା ମଧ୍ୟରେ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପ୍ରାପ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଧାନସଂଗ୍ରହ କାର୍ଯ୍ୟରେ କୌଣସି ଖିଲାପ ଦୃଷ୍ଟିକୁ ଆସିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଥିଲେ।
ନଭେମ୍ବର ପହିଲାରୁ ଧାନସଂଗ୍ରହ କାର୍ଯ୍ୟ ଆରମ୍ଭ ହେବାକୁ ଥିବାରୁ ସମସ୍ତ ପୂର୍ବପ୍ରସ୍ତୁତି ସାରିବା ପାଇଁ ବିଭାଗୀୟ ସଚିବ ବୀର ବିକ୍ରମ ଯାଦବ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଯେଉଁ ଜିଲାଗୁଡ଼ିକରେ ଶୀଘ୍ର ଧାନ ଅମଳ ହେଉଛି ସେଠାରେ ନଭେମ୍ବର ୧ରୁ ୧୫ ମଧ୍ୟରେ ଧାନ ସଂଗ୍ରହ କାର୍ଯ୍ୟ ଆରମ୍ଭ ହେବ। ବିଳମ୍ବରେ ଅମଳ ହୋଇଥିବା ଜିଲାରେ ନଭେମ୍ବର ୧୬ରୁ ନଭେମ୍ବର ୩୦ ମଧ୍ୟରେ ଧାନସଂଗ୍ରହ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଧାନ ଅମଳର ପ୍ରକୃତ ସ୍ଥିତାବସ୍ଥାକୁ ଅନୁଧ୍ୟାନ କରି ସଂପୃକ୍ତ ଜିଲାର ଜିଲା ଧାନ ସଂଗ୍ରହ କମିଟି ଧାନ ସଂଗ୍ରହର ନିର୍ଦ୍ଦିଷ୍ଟ ତାରିଖ ସ୍ଥିର କରିବେ। ଧାନସଂଗ୍ରହ ନିମନ୍ତେ ଚାଷୀ ତାଲିକା ଚୂଡ଼ାନ୍ତ କରିବା, ନୂତନ କିମ୍ବା ପରିବର୍ତ୍ତନ କରିଥିବା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟ, ଅଣଭୂଲେଖ ଜମି ଏବଂ ଜଳସେଚିତ ଜମି ଆଦିର ତଥ୍ୟ ସମ୍ପର୍କରେ ନିର୍ଭୁଲ ଯାଞ୍ଚ ଉପରେ ଗୁରୁତ୍ୱ ଦେବା ସହ ଆଧାର ସଂଯୋଗୀକରଣ ଏବଂ ଇଣ୍ଟରନେଟ୍‌ ଆଦି ଅନ୍ୟାନ୍ୟ ଭିତ୍ତିଭୂମି କାର୍ଯ୍ୟ ଶେଷ କରିବା ପାଇଁ ସଚିବ ନିର୍ଦ୍ଦେଶ ଦେଇଥିଲେ। କୋଭିଡ୍‌-୧୯ର ସମସ୍ତ ମାର୍ଗଦର୍ଶିକା ପାଳନ ସହିତ ମଣ୍ଡିଗୁଡ଼ିକର ସାନିଟାଇଜେଶନ୍‌, ମାସ୍କ ପରିଧାନ ଏବଂ ସାମାଜିକ ଦୂରତ୍ୱ ଆଦିକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଥିଲା। ଚାଷୀଙ୍କ ଅବଗତି ନିମନ୍ତେ ଧାନସଂଗ୍ରହର ସମସ୍ତ ନିୟମାବଳୀ, ଧାନର ଏଫ୍‌ଏକ୍ୟୁ ମାନ ଏବଂ ଧାନସଂଗ୍ରହ କେନ୍ଦ୍ର ଓ ତାରିଖ ଆଦି ସମ୍ପର୍କରେ ବ୍ୟାପକ ପ୍ରଚାର ଓ ଜନସଚେତନତା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଧାନସଂଗ୍ରହ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ବିଭାଗୀୟ ଅଧିକାରୀମାନେ ନିୟମିତ ମଣ୍ଡି ପରିଦର୍ଶନ କରିବେ। ଏଥିସହିତ ଜିଲା ଓ ସବ୍‌ଡିଭିଜନ୍‌ ସ୍ତରରେ ଟାସ୍କ ଫୋର୍ସ ଗଠନ କରି ଉପୁଜୁଥିବା ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଆଣ୍ଟି ଟିବି ଔଷଧ ଅଭାବ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ): ଜାତୀୟ ଯକ୍ଷ୍ମା ବିଲୋପ କାର୍ଯ୍ୟକ୍ରମ(ଏନ୍‌ଟିଇପି) ହେଉଛି ଏକ ଫ୍ଲାଗ୍‌ଶିପ କାର୍ଯ୍ୟକ୍ରମ। ଏଥିରେ ଯକ୍ଷ୍ମା ବା ଟିବି ରୋଗର ଶୀଘ୍ର ଚିହ୍ନଟ, ଚିକିତ୍ସା...

ପଦପଦବୀ ଅପେକ୍ଷା ସମ୍ମାନ, ବିଶ୍ୱାସ ବଡ଼

ଖୋର୍ଦ୍ଧା,୨୪ା୪(ପ୍ରଭାତ ପାଣିଗ୍ରାହୀ): ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ବିଜେଡି ମନ୍ମଥ ରାଉତରାୟ, ଭାଜପା ଅପରାଜିତା ଷଡ଼ଙ୍ଗୀ ଏବଂ କଂଗ୍ରେସ...

ବିଜେଡିର ୩୪ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ୧୨ ବିଧାୟକଙ୍କ ସ୍ତ୍ରୀ

ଭୁବନେଶ୍ୱର,୨୪ା୪(ଅନିଲ ଦାସ):ବିଜୁ ଜନତା ଦଳ ସପ୍ତମ ପର୍ଯ୍ୟାୟ ସୁଦ୍ଧା ୧୪୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସେମାନଙ୍କ ମଧ୍ୟରେ ୩୪ ଜଣ ମହିଳାଙ୍କୁ ଦଳ...

ମିଶନ ଶକ୍ତିକୁ ବନ୍ଦ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୪ା୪(ଅନିଲ ଦାସ): ରାଜ୍ୟର ୭୦ ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ୬ ଲକ୍ଷ ମିଶନ ଶକ୍ତି ଏସ୍‌ଏଚ୍‌ଜି ସାରା ଓଡ଼ିଶାର ଅନେକ ଲକ୍ଷ...

ଏପର୍ଯ୍ୟନ୍ତ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିପାରୁନାହାନ୍ତି ରାଜ୍ୟର ୩ ପ୍ରମୁଖ ଦଳ:ଜାଣନ୍ତୁ କାହାର କେତେ ଆସନ ବାକି ଅଛି

ଭୁବନେଶ୍ୱର,୨୪।୪(ସୁନିତ୍‌ ମିଶ୍ର):ରାଜ୍ୟରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ବୁଧବାର ପ୍ରାର୍ଥତ୍ପତ୍ର ଦାଖଲର ଶେଷ ଦିନ ରହିଛି। ହେଲେ ଏପର୍ଯ୍ୟନ୍ତ ରାଜ୍ୟର ୩ ପ୍ରମୁଖ...

ଭାଜପା ଟି-ଶାର୍ଟରେ ନାହିଁ ମନମୋହନଙ୍କ ଫଟୋ

କାଏମା,୨୪ା୪(ଶିବପ୍ରସାଦ ମହାନ୍ତି):ଯାଜପୁର ଜିଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ମଙ୍ଗଳବାର ଆହୂତ ଏକ ବାଇକ୍‌ ଶୋଭାଯାତ୍ରାରେ କର୍ମୀମାନେ ପିନ୍ଧିଥିବା ଟି-ସାର୍ଟରେ ଭାଜପା ଉଚ୍ଚ ନେତୃବର୍ଗଙ୍କୁ ଉପେକ୍ଷା କରାଯାଇଥିବା...

ନବୀନଙ୍କ ଲୁଙ୍ଗିକୁ ନେଇ ରାଜନୀତିରେ ଝଡ଼, ଧର୍ମେନ୍ଦ୍ର କହିଲେ…

ଭୁବନେଶ୍ୱର,୨୩।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri