କାମରେ ଲାଗୁନି ସରକାରୀ ଅର୍ଥ

ଯାଜପୁର ଅଫିସ,୨୯ା୧୦:ରାଜ୍ୟ ଗ୍ରାମ୍ୟ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀମାନଙ୍କ ପାଖରେ ଗତ ୧୯ ତାରିଖ ସୁଦ୍ଧା ୧୨ କୋଟି ୨ ଲକ୍ଷ ୪ ହଜାର ଟଙ୍କା ଖର୍ଚ୍ଚ ନ ହୋଇ ପଡ଼ିରହିଛି। ସ୍ବାସ୍ଥ୍ୟ ଓ ରାଜସ୍ବ ବିଭାଗର ବିଭିନ୍ନ ନିବାସ ଏବଂ କାର୍ଯ୍ୟାଳୟ କୋଠା ନିର୍ମାଣ କରିବାକୁ ଉକ୍ତ ଅର୍ଥ ଆବଣ୍ଟିତ ହୋଇଥିବା ସୂଚନା ମିଳିଛି। ଅର୍ଥ ବିନିଯୋଗ ନ ହେବା ନେଇ ବିଭାଗକୁ ଉପଯୁକ୍ତ କାରଣ ଦର୍ଶାଯାଇନାହିଁ। ବରଂ ଭୁଲ୍‌ ରିପୋର୍ଟ ଦିଆଯାଇଥିବା ବିଭାଗୀୟ ମୁଖ୍ୟ ଯନ୍ତ୍ରୀ(କୋଠା)ଙ୍କ ଚିଠିରୁ ଜଣାପଡ଼ିଛି। ଏଥିରୁ ନିର୍ବାହୀ ଯନ୍ତ୍ରୀମାନଙ୍କ ଅର୍ଥ ବିନିଯୋଗରେ ସ୍ବଚ୍ଛତା ଓ କାର୍ଯ୍ୟ କରିବାରେ ଆନ୍ତରିକତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଗ୍ରାମାଞ୍ଚଳର ବିକାଶରେ ଗ୍ରାମ୍ୟ ନିର୍ମାଣ ବିଭାଗର ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି ବିଭାଗ ଅଧୀନରେ ଅପହଞ୍ଚ ଅଞ୍ଚଳକୁ ଗମନାଗମନ ସୁବିଧା ସହ ସରକାରୀ ଗୃହ ନିର୍ମାଣ ହେଉଛି। ଗମନାଗମନ କେବଳ ସଭ୍ୟତାର ଆଧାର ନୁହେଁ, ଏକ ଅଞ୍ଚଳ ଓ ଜାତିର ପ୍ରଗତିର ପରିଚାୟକ ା ଯେଉଁ ଅଞ୍ଚଳକୁ ଯେତେ ଗମନାଗମନ ସୁବିଧା ରହିଛି ସେହି ଅଞ୍ଚଳ ସେତେ ବିକଶିତ ବୋଲି ଧରାଯାଏ ା ଏହି କ୍ରମରେ ଗ୍ରାମ୍ୟ ନିର୍ମାଣ ବିଭାଗକୁ ବାର୍ଷିକ ବିପୁଳ ପରିମାଣର ଅନୁଦାନ ଆବଣ୍ଟିତ ହେଉଛି। କିନ୍ତୁ ସ୍ବଭାବ ସୁଲଭ ଢଙ୍ଗରେ ସେହିସବୁ ଯୋଜନା ଓ କାର୍ଯ୍ୟକ୍ରମ ଦିଗହରା ହୋଇଛି। ଗ୍ରାମ୍ୟ ନିର୍ମାଣ ବିଭାଗ ଅଧୀନରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ)ରେ ବ୍ୟାପକ ଅନିୟମିତତା ହୋଇଥିବା କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି)ଙ୍କ ପକ୍ଷରୁ ନିକଟରେ ପର୍ଦ୍ଦାଫାଶ ହୋଇଛି। ସିଏଜି ରିପୋର୍ଟରେ ଦର୍ଶାଯାଇଛି ଯେ, ନିର୍ବାହୀ ଯନ୍ତ୍ରୀମାନେ ଠିକାଦାରଙ୍କଠାରୁ କାର୍ଯ୍ୟ ବିଳମ୍ବ ପାଇଁ ଜରିମାନା ଆଦାୟ ନ କରିବାରୁ ୯ କୋଟି ଟଙ୍କା ପଡ଼ିରହିଛି। ଏହି କ୍ରମରେ ବିଭିନ୍ନ କୋଠା ନିର୍ମାଣ ବାବଦକୁ ମଧ୍ୟ ଆବଣ୍ଟିତ ଅର୍ଥ ଖର୍ଚ୍ଚ ହୋଇ ନ ପାରି ପଡ଼ି ରହିଥିବା ଭଳି ଗୁରୁତର ତଥ୍ୟ ସାମ୍ନାକୁ ଆସିଛିି।
ଗତ ୧୯ ତାରିଖ ସୁଦ୍ଧା ହୋଇଥିବା ସରକାରୀ ହିସାବ ଅନୁଯାୟୀ, ସ୍ବାସ୍ଥ୍ୟ ବିଭାଗର ବିଭିନ୍ନ କାର୍ଯ୍ୟାଳୟ କୋଠା ନିର୍ମାଣ କରିବାକୁ ରାଜ୍ୟର ୪୩ ଡିିଭିଜନକୁ ୩୦ କୋଟି ୪୧ ଲକ୍ଷ ୯୮ ହଜାର ଟଙ୍କା ଆବଣ୍ଟିତ ହୋଇଛି। ସେଥିରୁ ୨୩ କୋଟି ୭୦ ଲକ୍ଷ ୬୨ ହଜାର ଟଙ୍କା ଖର୍ଚ୍ଚ (୭୭.୯୩%) ହୋଇଥିବାବେଳେ ୬ କୋଟି ୭୧ ଲକ୍ଷ ୩୬ ହଜାର ଟଙ୍କା ପଡ଼ିରହିଛି। ସେହିପରି ସ୍ବାସ୍ଥ୍ୟ ବିଭାଗର କେତେକ ନିବାସ ନିର୍ମାଣ ପାଇଁ ୨୯ ଡିଭିଜନକୁ ୫ କୋଟି ୯୭ ଲକ୍ଷ ୭୫ ହଜାର ଟଙ୍କା ଆବଣ୍ଟିତ ହୋଇଛି। ସେଥିରୁ ୩ କୋଟି ୯୬ ଲକ୍ଷ ୭ ହଜାର ଟଙ୍କା ଖର୍ଚ୍ଚ (୬୬.୨୬%) ହୋଇଥିବାବେଳେ ୨ କୋଟି ୧ ଲକ୍ଷ ୬୮ ହଜାର ଟଙ୍କା ପଡିରହିଛି। ରାଜସ୍ବ ବିଭାଗର କାର୍ଯ୍ୟାଳୟ କୋଠା ନିର୍ମାଣ ପାଇଁ ୩ଟି ପର୍ଯ୍ୟାୟରେ ଯଥାକ୍ରମେ ୪ କୋଟି ୮୬ ଲକ୍ଷ ୭୩ ହଜାର, ୧ କୋଟି ୨୮ ଲକ୍ଷ ଏବଂ ୭ କୋଟି ୯୪ ଲକ୍ଷ ୬୯ ହଜାର ଟଙ୍କା ଆବଣ୍ଟିତ ହୋଇଛି। ସେଥିରୁ ଖର୍ଚ୍ଚ ନ ହୋଇ ପଡ଼ିରହିଛି ଯଥାକ୍ରମେ ୧ କୋଟି ୨୨ ଲକ୍ଷ ୨୧ ହଜାର, ୬ ଲକ୍ଷ ୯୧ ହଜାର ଏବଂ ୧ କୋଟି ୭୭ ଲକ୍ଷ ୪୨ ହଜାର ଟଙ୍କା। ଏହାସହ ୭ ଡିଭିଜନ ଜରିଆରେ ରାଜସ୍ବ ବିଭାଗର କେତେକ ନିବାସ ନିର୍ମାଣ ବାବଦକୁ ୨ କୋଟି ୭୩ ଲକ୍ଷ ୬୩ ହଜାର ଟଙ୍କା ଆବଣ୍ଟିତ ହୋଇଥିବାବେଳେ ସେଥିରୁ ୨୨ ଲକ୍ଷ ୪୬ ହଜାର ଟଙ୍କା ପଡ଼ିରହିଛି। ତେବେ ଅର୍ଥ ବିନିଯୋଗରେ ଯାଜପୁର ଜିଲାର ୨ ଡିଭିଜନ ବହୁ ଆଗରେ ରହିଥିବା ରିପୋର୍ଟରୁ ଜଣାପଡିଛି। ଯାଜପୁର-୧ ଡିିିଭିଜନକୁ ସ୍ବାସ୍ଥ୍ୟ ବିଭାଗର କାର୍ଯ୍ୟାଳୟ କୋଠା ନିର୍ମାଣ ବାବଦକୁ ଆବଣ୍ଟିତ ହୋଇଥିବା ୮ ଲକ୍ଷ ୯ ହଜାର ମଧ୍ୟରୁ ୮ ଲକ୍ଷ ୮ ହଜାର ଟଙ୍କା ବିନିଯୋଗ(୯୯.୮୮%) ହୋଇଛି। ସେହିପରି ଯାଜପୁର-୨ ଡିଭିଜନକୁ ଆବଣ୍ଟିତ ୨୦ ଲକ୍ଷ ୪୭ ହଜାର ଟଙ୍କା ମଧ୍ୟରୁ ୨୦ ଲକ୍ଷ ୨୪ ହଜାର ଟଙ୍କା ବିନିଯୋଗ ହୋଇପାରିଛି। ଅର୍ଥ ବିନିଯୋଗ କ୍ଷେତ୍ରରେ ଅନ୍ୟ କେତେକ ଡିଭିଜନର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ସେଥିମଧ୍ୟରୁ ଭୁବନେଶ୍ୱର ଇଲେକ୍ଟ୍ରିକାଲ ଡିଭିଜନ ୨୨.୧୧% ଏବଂ ବାରିପଦା, ସୋନପୁର, ସମ୍ବଲପୁର, ରାୟଗଡ଼ା ଓ କୋରାପୁଟ ଡିଭିଜନ ଶୂନ ପ୍ରତିଶତ ଅର୍ଥ ବିନିଯୋଗ କରିପାରିଛନ୍ତି। ସେହିପରି ବ୍ରହ୍ମପୁର ଇଲେକ୍ଟ୍ରିକାଲ ଡିଭିଜନ ୫୨.୭୨%, ଭୁବନେଶ୍ୱର ପିଏଚ୍‌ ଡିଭିଜନ ୨୪.୫୮%, ଝାରସୁଗୁଡ଼ା ୬୦%, ଖରିଆର ୨୮.୬୮ %, ଗୁଣପୁର ୨୬.୨୯%, ବଲାଙ୍ଗୀର ୨୦%, ମୋହନା ୩୪.୮୬%, ନୟାଗଡ଼ ୪୨.୩୦%, ବାଲେଶ୍ୱର ୨୮.୭୮% ଏବଂ ବାଲିଗୁଡା ଡିଭିଜନ ୧୯% ଅର୍ଥ ବିନିଯୋଗ କରିପାରିଛନ୍ତି।
ସରକାରୀ ଅର୍ଥ ବିନିଯୋଗ ନ ହୋଇ ପଡ଼ିରହିବା ନେଇ ସିଏଜି ରିପୋର୍ଟରେ ଦର୍ଶାଯିବା ପରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଗ୍ରାମ୍ୟ ନିର୍ମାଣ ବିଭାଗ ମୁଖ୍ୟ ଯନ୍ତ୍ରୀ (କୋଠା) ଗତ ୨୦ ତାରିଖରେ ଉପରୋକ୍ତ ଖିଲାପି ନିର୍ବାହୀ ଯନ୍ତ୍ରୀମାନଙ୍କୁ ଜବାବ ତଲବ କରିଛନ୍ତି। ଆବଣ୍ଟିତ ଅର୍ଥ ଆସନ୍ତା ୩୧ ତାରିଖ ସୁଦ୍ଧା ବିନିଯୋଗ କରି ରିପୋର୍ଟ ପ୍ରଦାନ କରିବାକୁ ଖିଲାପି ନିର୍ବାହୀ ଯନ୍ତ୍ରୀମାନଙ୍କୁ ମୁଖ୍ୟ ଯନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହା କାର୍ଯ୍ୟକାରୀ କରା ନ ଗଲେ ଆସନ୍ତା ୧ ତାରିଖରେ ସମସ୍ତ ଅର୍ଥ ଫେରସ୍ତ କରି ନିଆଯିବ। ଏହାସହ ଭୁଲ୍‌ ସୂଚନା ଦିଆଯାଇଥିବା ସମ୍ପର୍କରେ ସରକାରଙ୍କୁ ଅବଗତ କରାଯିବ ବୋଲି ମୁଖ୍ୟ ଯନ୍ତ୍ରୀ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗେଷ୍ଟ ହାଉସରେ ବ୍ୟବସାୟୀ ରହସ୍ୟମୟ ମୃତଦେହ ଠାବ

ଭୁବନେଶ୍ୱର,୧୯।୪: ଗୁରୁବାର ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ତପନ ପ୍ରସାଦ...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri