୫୨ ବର୍ଷରେ ରାଜକୁମାରୀ ସ୍ବୀକୃତି

ବ୍ରସେଲ୍ସ,୨୯ା୧୦: ଝିଅ ହେଉ କି ପୁଅ ଭୂମିଷ୍ଠ ହେବା ମାତ୍ରେ ପ୍ରଥମେ ମା’ଙ୍କୁ ଚିହ୍ନେ ଓ ପରେ ବାପାଙ୍କୁ ଖୋଜେ। କିନ୍ତୁ ଶିଶୁଟି ପରବର୍ତ୍ତୀ ସମୟରେ ବାପାଙ୍କୁ ନ ପାଇଲେ ଅସହାୟ ହୋଇପଡ଼େ। ତା’ ମୁଣ୍ଡ ଉପରେ ପିତୃତ୍ୱର ଛାୟା ନାହିଁ କି ସାମାଜିକ ସ୍ବୀକୃତି ପାଇଁ ପରିଚୟ ନାହିଁ ବୋଲି ଜାଣିବା ପରେ ପିଲାଟିର ଜୀବନ ଦୁର୍ବିଷହ ହୋଇଯାଏ। ଦୀର୍ଘ ୫ ଦଶନ୍ଧି ଧରି ଏପରି ବିନା ପରିଚୟରେ ଲୋକଙ୍କ ଲାଞ୍ଛନା ଓ ତାଡ଼ନାକୁ ସହ୍ୟ କରି କାଳାତିପାତ କରିଛନ୍ତି ବେଲ୍‌ଜିୟମର ରାଜକୁମାରୀ ଡେଲଫିନ ବୋଏଲ୍‌। କୋର୍ଟ କଚେରି ଧାଇଁ ଧାଇଁ ଶେଷରେ କିଙ୍ଗ୍‌ ଆଲବର୍ଟ ଦ୍ୱିତୀୟଙ୍କ ଝିଅ ମାନ୍ୟତା ପାଇଛନ୍ତି। ଏହାସହ ସେ କଳାକାର ଡେଲ୍‌ଫିନ ବୋଏଲ୍‌ରୁ ବେଲ୍‌ଜିୟମ ପ୍ରିନ୍ସେସ ଡେଲ୍‌ଫିନ ସାକ୍ସ କୋବର୍ଗ ଭାବେ ପରିଚିତ ହୋଇଛନ୍ତି। ଏଥିପାଇଁ ତାଙ୍କୁ କମ୍‌ କଷ୍ଟ ସ୍ବୀକାର କରିବାକୁ ପଡ଼ିନି।
ଡେଲ୍‌ଫିନ କୋର୍ଟଙ୍କ ଦ୍ୱାରା ରାଜକୀୟ ଅଧିକାର ପ୍ରାପ୍ତ ହେବା ପରେ ରବିବାର କିଙ୍ଗ ଆଲବର୍ଟ ସେକେଣ୍ଡ ଓ କ୍ୱିନ୍‌ ପାଓଲା ତାଙ୍କୁ ଭେଟିଛନ୍ତି। ମଙ୍ଗଳବାର କିଙ୍ଗ ଆଲବର୍ଟ (୮୬), କ୍ୱିନ୍‌ ପାଓଲା (୮୩) ଓ ପ୍ରିନ୍ସେସ୍‌ ଡେଲ୍‌ଫିନ (୫୨) ରୟାଲ ପ୍ୟାଲେସ୍‌ରୁ ଏକ ମିଳିତ ବିବୃତି ଜାରି କରିଛନ୍ତି। ପୂର୍ବତନ ରାଜା, ତାଙ୍କ ସ୍ତ୍ରୀ ଓ ଝିଅ ବିବୃତିରେ କହିଛନ୍ତି, ଏତେ ଦିନର ଉତ୍ତେଜନା, କ୍ଷତ ଓ ଯନ୍ତ୍ରଣା ପରେ ଏବେ କ୍ଷମା ଏବଂ ଉପଶମର ସମୟ ଆସିଛି। ଆମ ଜୀବନରେ ଆବେଗ, ବୁଝାମଣା ଓ ଆଶାର ଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି। ଆମେ ଯେଉଁ କଠିନ ପଥ ବାଛିଛୁ ସେଥିଲାଗି ଧୈର୍ଯ୍ୟ ଜରୁରୀ ହୋଇଥାଏ। ତେବେ ଏଥିପାଇଁ ଆମେ ପ୍ରତିଶ୍ରୁତିବଦ୍ଧ।
ପ୍ରଥମ ପଦକ୍ଷେପ ଶାନ୍ତିପୂର୍ଣ୍ଣ ଜୀବନର ରାହା ଦେଖାଇଛି ବୋଲି ସେମାନେ କହିଛନ୍ତି। ଏହାସହ ପ୍ୟାଲେସ୍‌ ପକ୍ଷରୁ ଏକ ଫଟୋ ଜାରି କରାଯାଇଛି, ଯେଉଁଥିରେ ତିନିଜଣ ବସିଛନ୍ତି। ବାମରେ ରାଣୀ, ମଝିରେ ରାଜା ଓ ଡାହାଣରେ ରାଜକୁମାରୀ ବସି ଖୁସିଗପ କରୁଥିବା ଦେଖିବାକୁ ମିଳିଛି।
ରାଜ ପରିବାରର ‘ସିକ୍ରେଟ୍‌ ପ୍ରିନ୍ସେସ୍‌’ ଡେଲ୍‌ଫିନଙ୍କ ଜୀବନୀକୁ ନେଇ ସମ୍ପୂର୍ଣ୍ଣ ଘଟଣାକ୍ରମ ଏହିପରି। ୧୯୭୦ ଦଶକର ମଧ୍ୟଭାଗରେ ଗ୍ରୀସ୍‌ର ଏଥେନ୍ସ ସହରସ୍ଥିତ ଏକ ରିସର୍ଟରେ ସିବିଲେ ଡେ ସେଲିସ୍‌ଙ୍କ ସହ ପ୍ରଥମ ଥର ପାଇଁ ପ୍ରିନ୍ସ ଆଲବର୍ଟଙ୍କ ଦେଖାହୁଏ। ସିବିଲେଙ୍କ ବାପା ସେତେବେଳେ ଆମ୍ବାସାଡର ଥିବାବେଳେ ଆଲବର୍ଟ ଏଥେନ୍ସକୁ ଛୁଟି ମନାଇବାକୁ ଯାଇଥିଲେ। ପ୍ରଥମ ଦେଖାରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠେ। ପରେ ଏହି ସମ୍ପର୍କ ନିବିଡ଼ ହୁଏ ଏବଂ ସିବିଲେ ପାଲଟିଯାଆନ୍ତି ଆଲବର୍ଟଙ୍କ ମିଷ୍ଟ୍ରେସ୍‌ ବା ଉପପନତ୍ୀ। ସେ ଆଲବର୍ଟଙ୍କ ସହିତ ୧୯୬୬ରୁ ୧୯୮୪ ମସିହା ପର୍ଯ୍ୟନ୍ତ ରୁହନ୍ତି। ଏହି ୧୮ ବର୍ଷର ସମ୍ବନ୍ଧ ପ୍ରାରମ୍ଭରେ ଉଭୟଙ୍କ ଔରସରୁ ଏକ ଶିଶୁକନ୍ୟା ଜନ୍ମ ନିଅନ୍ତି, ଯାହାଙ୍କ ନାମ ହେଉଛି ଡେଲ୍‌ଫିନ ବୋଏଲ। ସେପଟେ ୧୯୯୩ରେ ବେଲ୍‌ଜିୟମର ଅପୁତ୍ରିକ ରାଜା କିଙ୍ଗ ବୋଉଦୋୟୁଇନ୍‌ (୬୨)ଙ୍କ ପରଲୋକ ହୁଏ। ଫଳରେ ଅପ୍ରତ୍ୟାଶିତ ଭାବେ ଆଲବର୍ଟ ଦ୍ୱିତୀୟଙ୍କ ରାଜାଭିଷେକ କରାଯାଏ। କିଙ୍ଗ ଆଲବର୍ଟ ରାଜକୀୟ ମର୍ଯ୍ୟାଦାକୁ ଦେଖି ଡେଲଫିନଙ୍କୁ ନିଜ ଝିଅ ବୋଲି ଅସ୍ବୀକାର କରନ୍ତି। ସିବିଲେ ଡେ ସେଲିସ୍‌ ନିରାଶ ହୋଇ ଶେଷରେ ଅନ୍ୟତ୍ର ଚାଲିଯାଆନ୍ତି।
ଡେଲଫିନଙ୍କୁ ଯେତେବେଳେ ୧୬ ବର୍ଷ ହୋଇଥାଏ, ସେ ମା’ଙ୍କୁ ପଚାରିଥିଲେ ବାପାଙ୍କ ପରିଚୟ। ସିବିଲେ ଝିଅକୁ କହିଥିଲେ କିଙ୍ଗ ଆଲବର୍ଟ ଦ୍ୱିତୀୟ ତୋ ଜୈବିକ ପିତା। ଏହି ବିଷୟ ଜାଣିବା ପରେ ଡେଲଫିନ ଖୁସିରେ ଆମତ୍ହରା ହୋଇଯାଇଥିଲେ ସିନା ବାପାଙ୍କ ସ୍ନେହରୁ ବଞ୍ଚତ୍ତ ହେବାର ଯନ୍ତ୍ରଣା ବି ଖୁବ୍‌ ବାଧିଥିଲା ତାଙ୍କୁ। ଇତିମଧ୍ୟରେ ଆଲବର୍ଟ ପାଓଲାଙ୍କୁ ବିବାହ କରିସାରିଥିଲେ। ୧୯୯୯ରେ ରାଣୀଙ୍କୁ ନେଇ ଏକ ବହି ପ୍ରକାଶିତ ହୋଇଥିଲା। ‘ଲା ଡୋଲ୍‌ସେ ଭିଟା ଟୁ କ୍ୱିନ୍‌’ ଶୀର୍ଷକ ଉକ୍ତ ଜୀବନୀ ପୁସ୍ତକରେ ରାଜାଙ୍କ ଜଣେ ରକ୍ଷିତା ଓ ଝିଅ ଥିବା ନେଇ ଉଲ୍ଲେଖ କରାଯାଇଥିଲା। ବେଲ୍‌ଜିୟମ ପ୍ୟାଲେସ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଥିଲା। ସେପଟେ ବୟସ ବଢ଼ିବା ପରେ ସମାଜରେ ନିଜ ପରିଚୟ ପାଇଁ ଡେଲଫିନ ଆଇନଗତ ଲଢ଼େଇ ଆରମ୍ଭ କରିଥିଲେ। ୨୦୦୫ରେ ସେ ଦାବି କରିଥିଲେ ଯେ, କିଙ୍ଗ ଆଲବର୍ଟ ତାଙ୍କର ଜନକ। ରାଜା ଏହାକୁ ଅସ୍ବୀକାର କରିବା ପରେ ଡେଲଫିନ ଅଦାଲତଙ୍କ ଆଶ୍ରୟ ନେଇଥିଲେ। କୋର୍ଟ ଆଲବର୍ଟଙ୍କୁ ଡିଏନ୍‌ଏ ପରୀକ୍ଷା କରାଇ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଆଲବର୍ଟ ରାଜା ହୋଇଥିବାରୁ ରାଜକୀୟ ମର୍ଯ୍ୟାଦାର ସୁଯୋଗ ନେଇ ଡିଏନ୍‌ଏ ଯାଞ୍ଚ ପାଇଁ ମନା କରିଦେଇଥିଲେ। ଏଥିପାଇଁ ରାଜାଙ୍କୁ ଦୈନିକ ୫,୯୦୦୦ ଡଲାର ଜରିମାନା ଦେବାକୁ ଅଦାଲତଙ୍କ ନିର୍ଦ୍ଦେଶ ରହିଥିଲା। କିଙ୍ଗ ଆଲବର୍ଟ ଦ୍ୱିତୀୟ ୨୦୧୩ରେ ରାଜପଦ ତ୍ୟାଗ କରିଥିଲେ ଓ ତାଙ୍କ ସ୍ଥାନରେ ପ୍ରିନ୍ସ ଫିଲିପ୍‌ ବେଲ୍‌ଜିୟମର ରାଜା ହୋଇଥିଲେ। ରାଜପଦ ଯିବା ପରେ ଗତ ଜାନୁୟାରୀରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆଲବର୍ଟ ଡିଏନ୍‌ଏ ପରୀକ୍ଷା କରାଇ ରିପୋର୍ଟ ଦାଖଲ କରିଥିଲେ। ସେଥିରୁ ସ୍ପଷ୍ଟ ହୋଇଥିଲା ଯେ, କିଙ୍ଗ ଆଲବର୍ଟ ହିଁ ଡେଲଫିନଙ୍କ ଜୈବିକ ପିତା। ଶେଷରେ ୨୦୨୦ ଅକ୍ଟୋବର ପହିଲାରେ ସେ ଡେଲଫିନଙ୍କୁ ନିଜ ଝିଅ ବୋଲି ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲେ।
କିଛି ଦିନ ତଳେ ଆଲବର୍ଟଙ୍କ ପୁଅ କିଙ୍ଗ ଫିଲିପ୍‌ ଡେଲଫିନଙ୍କୁ ସାକ୍ଷାତ କରିଥିବା ଜାଣି ଆଲବର୍ଟ ଖୁସି ବ୍ୟକ୍ତ କରିଥିଲେ। ବର୍ତ୍ତମାନର ରାଜା ଫିଲିପ୍‌ଙ୍କ ବ୍ୟତୀତ କ୍ୱିନ୍‌ ପାଓଲା ଏବଂ ଆଲବର୍ଟଙ୍କ ଅନ୍ୟ ଦୁଇଜଣ ଝିଅ ଓ ପୁଅ ଅଛନ୍ତି। ସେମାନେ ହେଲେ ପ୍ରିନ୍ସ ଲରେଣ୍ଟ ଓ ପ୍ରିନ୍ସେସ୍‌ ଆଷ୍ଟ୍ରିଡ୍‌। ଡେଲଫିନ ପ୍ରିନ୍ସେସ ମାନ୍ୟତା ପାଇଥିବାରୁ ଆଲବର୍ଟଙ୍କ ମୃତ୍ୟୁ ପରେ ସେ ତାଙ୍କ ୩ ସାବତ ଭଉଣୀଭାଇଙ୍କ ଭଳି ରାଜ ପରିବାର ସମ୍ପତ୍ତିରୁ ଉତ୍ତରାଧିକାରୀ ସୂତ୍ରରେ ଭାଗ ପାଇବେ। ଆର୍ଟିଷ୍ଟ ଡେଲଫିନଙ୍କ ଝିଅ ଓ ପୁଅ ମଧ୍ୟ ଅନୁରୂପ ଭାବେ ବେଲ୍‌ଜିୟମର ପ୍ରିନ୍ସେସ ଏବଂ ପ୍ରିନ୍ସ ଭାବେ ପରିଚିତ ହେବେ। ୫୨ ବର୍ଷ ବୟସରେ ବୟୋବୃଦ୍ଧ ବାପାଙ୍କୁ ପାଇ ଖୁସିରେ ଆମତ୍ହରା ହୋଇଯାଇଛନ୍ତି ଡେଲ୍‌ଫିନ। ପ୍ରିନ୍ସେସ୍‌ ଡେଲ୍‌ଫିନଙ୍କ ଏହି ସଂଗ୍ରାମର କାହାଣୀ ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ, ୧୦ରୁ ଅଧିକ ଯୁବକ….

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମର କାଳୁ ଗୌଡ଼ ନାମକ ଜଣେ ଯୁବକଙ୍କୁ ମରଣାନ୍ତର ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।…

ବଂଶଧାରାରେ ବିଦାୟ ନେଲେ ମା’ ଦୁର୍ଗା, ଆରବର୍ଷକୁ ଅପେକ୍ଷା…

ଗୁଡାରି,୨୫।୧୦(ପ୍ରମୋଦ କୁମାର ପତି): ଗୁଡାରି ଟାଉନ ଦୁର୍ଗା ପୂଜା କମିଟି ପକ୍ଷରୁ ଆୟୋଜିତ ଦୁର୍ଗା ପୂଜାର ରବିବାର ରାତିରେ ଭଷାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭସାଣି ଉତ୍ସବ…

ଖାର୍ଗେଙ୍କ ବିବାଦୀୟ ବୟାନକୁ ନେଇ ବର୍ଷିଲେ ଅମିତ ଶାହା, ସବୁ ମର୍ଯ୍ୟାଦା….

ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଏକ ବିବାଦୀୟ ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହାକୁ…

ଗଜଲକ୍ଷ୍ମୀ ପୂଜା ପାଇଁ ଭଞ୍ଜନଗର ଉତ୍ସବ ମୁଖର

ଭଞ୍ଜନଗର,୨୫।୧୦(ବାବୁଲା ପ୍ରଧାନ): ଗଜଲକ୍ଷ୍ମୀ ପୂଜା ପାଇଁ ଗଞ୍ଜାମ ଜିଲା ଭଞ୍ଜନଗର ସହର ଉତ୍ସବ ମୁଖର ହୋଇଉଠିଛି। ରବିବାର ଭଞ୍ଜନଗର ସହରର ବିଭିନ୍ନ ସ୍ଥାନ ସମେତ ସହରତଳି ଅଞ୍ଚଳ…

ଧାର ଟଙ୍କା ମାଗିବାରୁ ହତ୍ୟା ଉଦ୍ୟମ: ଜେଲ ଗଲେ ବାପ-ପୁଅ

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଏକ ହତ୍ୟା ଉଦ୍ୟମ ଘଟଣାରେ ପୋଲିସ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମର ଜି. ଆପ୍ପା ରାଓ ଏବଂ ତାଙ୍କ ପୁଅ…

ଡକାୟତି ଘଟଣାର ପର୍ଦ୍ଦାଫାସ କଲା ପାଟପୁର ପୋଲିସ, ଜେଲ୍ ଗଲେ ୪ ଅଭିଯୁକ୍ତ

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଏକ ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି । ଛିନତାଇ ଘଟଣାରେ ସମ୍ପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ରବିବାର…

ଗୋଟିଏ ଦିନରେ ୪୮ ଜୁଆ ଆଡ୍ଡାରେ ଚଢ଼ାଉ: ୨୮୭ ଜୁଆଡ଼ି ଗିରଫ, ୯ ଲକ୍ଷ ଟଙ୍କା ଜବତ

ଛତ୍ରପୁର,୨୫।୧୦(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ପାର୍ବଣ ଋତୁରେ ଗଞ୍ଜାମ ଜିଲାରେ ଜୁଆ ଖେଳ ଉପରେ ପୋଲିସର ଚଢ଼ାଉ ଅଭିଯାନ ଜାରି ହୋଇଛି। ଗତ ୫ ଦିନ ମଧ୍ୟରେ ଗଞ୍ଜାମ…

କାର୍ତ୍ତିକ ପୂର୍ଣ୍ଣିମା ପୂର୍ବରୁ ବଟେଶ୍ୱର ରାସ୍ତା ନିର୍ମାଣ ଦାବି ତେଜିଲା

ଗଞ୍ଜାମ,୨୫ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର କଣ୍ଟିଆଗଡ଼ ନିକଟ ବଟେଶ୍ୱର ପୀଠକୁ ହୁମାଠାରୁ ସଂଯୋଗ ରାସ୍ତା ଶୋଚନୀୟ ଅବସ୍ଥା ହୋଇପଡିଛି। କିଛି ଦିନ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?