ହୀରାକୁଦ ଡ୍ୟାମ୍ର ଗୋଟିଏ ଗେଟ୍ ଖୋଲା
ସମ୍ବଲପୁର,୬।୭ (ବ୍ୟୁରୋ): ହୀରାକୁଦ ଡ୍ୟାମ୍ର ଜଳସ୍ତର ରବିବାର ରାତି ୯ଟା ସୁଦ୍ଧା ୫୯୯.୯୩ ଫୁଟ୍ ରହିଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୨୭,୬୯୦ କ୍ୟୁସେକ ଜଳ ପ୍ରବେଶ କରୁଛି। ଡାହାଣ ପାର୍ଶ୍ୱରେ ଗୋଟିଏ ସ୍ଲୁଇସ୍ ଗେଟ୍, ବିଭିନ୍ନ କେନାଲ ଓ ପାୱାର…
‘ପାକିସ୍ତାନୀ ହିନ୍ଦୁ ଶରଣାର୍ଥୀଙ୍କୁ ମିଳିବ ଭାରତର ନାଗରିକତ୍ୱ’
ନୂଆଦିଲ୍ଲୀ,୬ା୭(ଆଇଏଏନ୍ଏସ୍): ରାଜଧାନୀ ଦିଲ୍ଲୀରେ ରହିଥିବା ପାକିସ୍ତାନୀ ହିନ୍ଦୁ ଶରଣାର୍ଥୀମାନଙ୍କୁ ଦୀର୍ଘମିଆଦୀ ଭିଜା ଯୋଗାଇ ଦିଆଯିବା ସହ ସେମାନଙ୍କୁ ଦେଶର ବିଭିନ୍ନ ସ୍ଥାନରେ ସ୍ଥାୟୀ ଭାବେ ରହିବାର ସୁଯୋଗ ପ୍ରଦାନ କରାଯିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ପ୍ରତିଶ୍ରୁତି ଦେଇଛନ୍ତି। ଆଇନର…
୭୦% ଷ୍ଟାର୍ଟଅପ୍ ପ୍ରଭାବିତ, ୧୨%ରେ ତାଲା
ନୂଆଦିଲ୍ଲୀ/ଭୁବନେଶ୍ୱର(ବ୍ୟୁରୋ),୬।୭:କରୋନା ମହାମାରୀ ଭାରତୀୟ ବ୍ୟବସାୟ କ୍ଷେତ୍ରରେ ଗୁରୁତର ପ୍ରଭାବ ପକାଇଛି। ବିଶେଷକରି ଲଘୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ(ଏମ୍ଏସ୍ଏମ୍ଇ) ଏବଂ ଷ୍ଟାଟ୍ଅପ କ୍ଷେତ୍ରରେ ଏହାର ପ୍ରଭାବ ଅଧିକ ମାତ୍ରାରେ ଦେଖିବାକୁ ମିଳିଛି। ଲକ୍ଡାଉନ ସମୟରେ ଦେଶର ପ୍ରାୟ ୭୦% ଷ୍ଟାର୍ଟଅପ୍ ପ୍ରଭାବିତ ହୋଇଥିବାବେଳେ…
ଗୋଷ୍ଠୀ ସଂକ୍ରମଣ ମୁହାଁ ଭୁବନେଶ୍ୱର: ଶଟ୍ଡାଉନ ଅସ୍ତ୍ର ଆପଣାଇପାରେ ବିଏମ୍ସି
ଭୁବନେଶ୍ୱର,୬।୭(ବୁରୋ): ଆଉ ନିୟନ୍ତ୍ରଣରେ ନାହିଁ ଭୁବନେଶ୍ୱରର ସଂକ୍ରମଣ। ହୁହୁ ହୋଇ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବିଶେଷକରି ଲକ୍ଡାଉଡ଼୍ ହଟିବା ଓ କଟକଣାକୁ କୋହଳ କରାଯିବାଠାରୁ ଏ ପରିସ୍ଥିତି ସୃଷ୍ଟି ହୋଇଛି। ଏବେ କିଛିଦିନ ହେବ ଲଗାତାର ଭାବେ ସହରରୁ ୧୫ରୁ…
ପୋଲିସ ବର୍ବରତା ଥମୁନାହିଁ
ନୂଆଦିଲ୍ଲୀ/ଭୁବନେଶ୍ୱର(ବ୍ୟୁରୋ), ୬ା୭ : ଏକ ସଭ୍ୟ ସମାଜର ପରିଚୟ ହେଉଛି ଏହାର ପ୍ରଭାବୀ ବିଚାର ଓ ପୋଲିସ ବ୍ୟବସ୍ଥା। ଯେତେବେଳେ ଦେଶରେ ଜଙ୍ଗଲରାଜ ଚାଲିଛି ବୋଲି କୁହାଯିବ ସେତେବେଳେ ବୁଝିବାକୁ ପଡ଼ିବ ଯେ ପୋଲିସର ନିଷ୍କ୍ରିୟତା ଓ କଚେରୀର ଅପାରଗତା ରହିଛି।…
ନୂଆ ଜୀବନ ପାଇଲେ ମାମୁନି
ଭୁବନେଶ୍ୱର,୬ା୭(ବ୍ୟୁରୋ): ଅଭିନେତା ସବ୍ୟସାଚୀଙ୍କ ପାଇଁ ନୂଆ ଜୀବନ ପାଇଛନ୍ତି ଜଗତ୍ସିଂହପୁରର ମାମୁନି। ବୟସ ମାତ୍ର ୧୯ବର୍ଷ। ହେଲେ ଏତେ କମ୍ ବୟସରେ ତାଙ୍କ କାନ୍ଧରେ ଏବେ ପରିବାର ବୋଝ। ପୂର୍ବରୁ ବାପା ପରିବା ବିକି ଯାହା ରୋଜଗାର ହେଉଥିଲା କଷ୍ଟେମଷ୍ଟେ ପରିବାର…
ଆଜି ଶ୍ରାବଣର ପ୍ରଥମ ସୋମବାର: ଘାଟ, ପୀଠ କେଉଁଠି ନାହାନ୍ତି କାଉଡ଼ିଆ
କଟକ ଅଫିସ,୬ା୭: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଏହିଦିନ ସହ ଏହାର ପୂର୍ବଦିନ କାଉଡିଆଙ୍କ ଭିଡ଼ ଓ ବୋଲବମ୍ ଧ୍ୱନିରେ କମ୍ପୁଥାନ୍ତା ଗଡ଼ଗଡ଼ିଆ ଘାଟ। କିନ୍ତୁ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ବୋଲ୍ବମ୍ ଯାତ୍ରାକୁ ରାଜ୍ୟ ସରକାର ବନ୍ଦ କରିବା…
ଆବର୍ଜନାମୟ ଭୁବନେଶ୍ୱର
ଭୁବନେଶ୍ୱର,୬ା୭(ବ୍ୟୁରୋ): କରୋନାକୁ ନେଇ ଏବେ ଅଧିକାରୀଙ୍କଠାରୁ କର୍ମଚାରୀ ପର୍ଯ୍ୟନ୍ତ ସମସ୍ତେ ଦେଖାଉଛନ୍ତି ବାହାନା। ଫଳରେ ରାଜଧାନୀର କଲୋନୀଠାରୁ ବଜାରଘାଟ ସବୁଠି ପଡ଼ି ରହୁଛି କୁଢ଼କୁଢ଼ ଅଳିଆ। ଘରୋଇ ସଂସ୍ଥା ହାତରେ ଅଧିକାଂଶ ଓ୍ବାର୍ଡ ଟେକିଦେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଅଚିନ୍ତାରେ…
ଦିବ୍ୟାଙ୍ଗ ଅଙ୍ଗନଓ୍ବାଡି କର୍ମୀଙ୍କୁ ଘର ନିକଟ କେନ୍ଦ୍ରରେ ନିଯୁକ୍ତି ଦେବାକୁ ଓଏଚ୍ଆର୍ସିଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର,୬ା୭(ବ୍ୟୁରୋ): ଦିବ୍ୟାଙ୍ଗ ଅଙ୍ଗନଓ୍ବାଡି କର୍ମୀଙ୍କୁ ଘର ନିକଟ କେନ୍ଦ୍ରରେ ତୁରନ୍ତ ନିଯୁକ୍ତି ଦେବାକୁ ଓଡ଼ିଶା ମାନବିକ ଅଧିକାର କମିଶନ (ଓଏଚ୍ଆର୍ସି) ବଲାଙ୍ଗୀର ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଦିବ୍ୟାଙ୍ଗଙ୍କୁ କାହିଁକି ତାଙ୍କ ଘର ଅଙ୍ଗନଓ୍ବାଡିରେ ନିଯୁକ୍ତି ଦିଆଯାଇ ନ ଥିଲା ସେନେଇ…
ଆଜିଠୁ ତିନିଦିନିଆ ଶଟ୍ଡାଉନ୍
କଟକ ଅଫିସ,୬ା୭: କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିଚାଲିଛି। ସଂକ୍ରମଣର ପ୍ରସାରକୁ ରୋକିବା ପାଇଁ ସପ୍ତାହାନ୍ତ ଶଟ୍ଡାଉନ୍ ପରେ ସୋମବାରଠାରୁ ବୁଧବାର ରାତି ପର୍ଯ୍ୟନ୍ତ ପୁଣି ଥରେ ଶଟ୍ଡାଉନ୍ ଜାରି କରାଯାଇଛି। ଏହାର ସଠିକ୍ ପାଳନ ପାଇଁ…
ମହଙ୍ଗା ହୋଇପାରେ ଫୋନ୍ କଲ୍, ଇଣ୍ଟରନେଟ
ନୂଆଦିଲ୍ଲୀ,୬।୭ : ଆଗାମୀ ବର୍ଷେରୁ ଦେଢ଼ ବର୍ଷ ମଧ୍ୟରେ ଫୋନ୍ କଲ୍ ଏବଂ ଇଣ୍ଟରନେଟ ସମେତ ଏ ସଂକ୍ରାନ୍ତ ସମସ୍ତ ସେବାର ଦେୟ ବଢ଼ିପାରେ। ଏଥରେ ଦର ପ୍ରାୟ ୨ ଥର ବଢାଯାଇପାରେ। ଫଳରେ ଆଗାମୀ ଦିନରେ ଫୋନ୍ କଲ ଏବଂ…
୪ ହସ୍ପିଟାଲ ପାଇଁ ଗାଇଡ୍ଲାଇନ୍
କଟକ ଅଫିସ୍,୬ା୭: କଟକ ସହରର ହସ୍ପିଟାଲଗୁଡ଼ିକରେ କରୋନା କାୟା ବିସ୍ତାର କରି ଚାଲିଛି। ବିଶେଷ କରି ଏସ୍ସିବି ଓ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନରେ ସ୍ଥିତି ଅଣାୟତ୍ତ ହେବା ପରେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ତତ୍ପର…
Archives


