ଫିକା ପଡ଼ିବ ଗଣପର୍ବ ଗଜଲକ୍ଷ୍ମୀ ପୂଜା

କେନ୍ଦ୍ରାପଡ଼ା ଅଫିସ,୩୦।୧୦: କରୋନା ସଂକ୍ରମଣ ଭୟ ଚଳିତବର୍ଷ କେନ୍ଦ୍ରାପଡ଼ା ଜିଲାର ଗଣପର୍ବ ମା’ ଗଜଲକ୍ଷ୍ମୀଙ୍କ ପୂଜାକୁ ଫିକା ପକାଇବ। କୋଭିଡ୍‌ ୧୯ର ସମସ୍ତ ନିୟମ ପାଳନ ହେବ ବୋଲି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାରୁ ସ୍ଥାନୀୟ ବ୍ୟବସାୟୀ ଚିନ୍ତାରେ ଅଛନ୍ତି। ଏଥିପ୍ରତି ଲାଗିଥିବା ରୋକ୍‌କୁ ନେଇ ଶ୍ରଦ୍ଧାଳୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅପରପକ୍ଷେ ଆଉ ଦୁଇଦିନ ପରେ ମା’ଙ୍କ ପୂଜା ଆରମ୍ଭ ହେବାକୁ ଥିବାବେଳେ କୌଣସି ମଣ୍ଡପରେ ତୋରଣ ନାହିଁ।ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ୪ ଫୁଟ ଉଚ୍ଚତା ରଖିବା ସର୍ତ୍ତରେ ଜିଲା ପ୍ରଶାସନ ପକ୍ଷରୁ ଜିଲାରେ ମୋଟ ୨୧୧ ପୂଜା କମିଟିକୁ ଅନୁମତି ଦିଆଯାଇଛି।
ସହରର ଉପେନ୍ଦ୍ର ବେହେରା କୁହନ୍ତି, ମା’ଙ୍କ ଏହି ଗଣପୂଜାକୁ ଜିଲାବାସୀ ଚାତକ ପରି ଚାହିଁଥାନ୍ତି। ଜିଲାରେ ଅର୍ଥନୈତିକ ଭିତ୍ତିଭୂମି କୃଷିଭିତ୍ତିକ। ଏଠାରେ ଶିଳ୍ପ ନ ଥିବାରୁ ଯୁବବର୍ଗ ବାହାରକୁ ଯାଇ ପରିବାର ପ୍ରତିପୋଷଣ କରିଥାନ୍ତି। ତେବେ ମା’ଙ୍କ ପୂଜା ସମୟ ଆସିଲେ ସମସ୍ତେ ଘରକୁ ଫେରିଥାନ୍ତି। ପୂଜା ପରେ ପୁନର୍ବାର ବର୍ଷଟିଏ ପାଇଁ କର୍ମ ଅନ୍ବେଷଣରେ ବାହାରିଯାଆନ୍ତି। ତେବେ ଚଳିତବର୍ଷ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଗତ ମାର୍ଚ୍ଚରୁ କରୋନା ସଂକ୍ରମଣ ପାଇଁ ଜିଲାକୁ ଆସିଥିବା ବେଳେ ପରିବାର ପ୍ରତିପୋଷଣ ପାଇଁ ମାସକ ପୂର୍ବରୁ ଦେଶବିଦେଶକୁ ବାହାରି ଗଲେଣି। ପୂଜା କଟକଣା ଯୋଗୁ ଏଥର ବନ୍ଧୁବାନ୍ଧବ ଘରକୁ ଆସିବେ ନାହିଁ ବୋଲି ସେ କ୍ଷୋଭର ସହ କହିଛନ୍ତି। ଶିଳ୍ପୀ ବାସୁଦେବ ମହାରଣା କହନ୍ତି, କରୋନା ସଂକ୍ରମଣ ପୂଜା କଟକଣାର କାରଣ ସାଜିଛି। ଏହି କଟକଣା ମୂର୍ତ୍ତି କାରିଗରଙ୍କ ସମେତ ବାଜା, ରୋଶଣି, ତୋରଣ ବ୍ୟବସାୟୀଙ୍କ ରୋଜଗାର ବନ୍ଦ କରିଦେଇଛି। ଚଳିତବର୍ଷ ୪ ଫୁଟ ଉଚ୍ଚର ମୂର୍ତ୍ତି ନିର୍ମାଣ କରିବାକୁ ବରାଦ ଥିବାରୁ ପୂର୍ବପରି ଆକର୍ଷଣୀୟ ହେବ ନାହିଁ। ପୁରୁଣା ବସ୍‌ଷ୍ଟାଣ୍ଡର ବ୍ୟବସାୟୀ ସେକ ଜାକିରିଆ କୁହନ୍ତି, ମା’ଙ୍କ ଏହି ଗଣପର୍ବ ଭାଇଚାରର ଏକ ନମୁନା। ଏହି ସମୟରେ ବିଭିନ୍ନ ବ୍ୟବସାୟୀ ନିଜର ସାମଗ୍ରୀ ବିକ୍ରି ପାଇଁ ସୁଯୋଗ ପାଇଥାନ୍ତି। ଏପରି କି ସୁଦୂର ଜମ୍ମୁ କଶ୍ମୀର, ଉତ୍ତରପ୍ରଦେଶ, ମହାରାଷ୍ଟ୍ରରୁ ବ୍ୟବସାୟୀ ପସରା ମେଲାଇଥିବା ବେଳେ ଘରକରଣା ସାମଗ୍ରୀ ବିକ୍ରି ଅଧିକ ହୋଇଥାଏ। ସେହିପରି ରଙ୍ଗବେରଙ୍ଗ ତୋରଣ ଓ ମା’ଙ୍କ ସାଜସଜ୍ଜା ଦେଖିବା ପାଇଁ ଭିଡ଼ ଲାଗିଥାଏ। ମା’ଙ୍କ ଗଣପର୍ବ ମାତ୍ର ଦୁଇଦିନ ବାକି ଥିଲେ ମଧ୍ୟ ଚଳିତବର୍ଷ ଏ ନେଇ କୌଣସି ଚମକ ନ ଥିବାରୁ ବ୍ୟବସାୟ ମାନ୍ଦା ରହିଛି। ଏ ସମ୍ପର୍କରେ ଏଏସ୍‌ପି ବ୍ରହ୍ମାନନ୍ଦ ଗାଗାରିନ ମହାନ୍ତି କୁହନ୍ତି, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କୋଭିଡ୍‌ ନିୟମାବଳୀର ସମସ୍ତ ନିୟମ ମଧ୍ୟରେ ଚଳିତବର୍ଷ ଏହି ଗଣପର୍ବ ପାଳନ ହେବ। ମା’ଙ୍କ ମୃଣ୍ମୟୀ ମୂର୍ତ୍ତିର ଉଚ୍ଚତା ୪ ଫୁଟ ମଧ୍ୟରେ ରହିବା ସହିତ ମଣ୍ଡପର ୩ ପାର୍ଶ୍ୱ ବନ୍ଦ ରହିବ। ଚତୁର୍ଥ ପାର୍ଶ୍ୱରେ କର୍ମକର୍ତ୍ତାଙ୍କ ଯାତାୟାତ ହେବ। ପୂଜାକର୍ମରେ ୭ ଜଣ ସାମିଲ ହୋଇପାରିବେ ବୋଲି ନିୟମ ହୋଇଥିବା ବେଳେ ପୂଜା ପାଇଁ ଜିଲାପାଳଙ୍କ ଅନୁମତି ନେବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ଛେଉଁଡ୍‌ ଛୁଆକେ ଉଧାର କଲା ଚାଇଲ୍ଡ ଲାଇନ୍‌

ଲାଠୋର, ୧୧ା୬ (ଡି.ଏନ୍‌.ଏ) : ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ ଲାଠୋର ତଲିପଡ଼ାର ଗୁଟେ ଛେଉଁଡ୍‌ ଛୁଆର ବାବ୍‌ଦେ ଗଲା ୬ ତାରିଖ ଗୁରୁବାର...

ଚଇତି ପର୍ବ: ମା’ଙ୍କ ସୁନା ବେଶ ଦର୍ଶନ ପାଇଁ ଘଟଗାଁରେ ଭିଡ଼

କେନ୍ଦୁଝର,୧୪।୪(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଘଟଗାଁବାସିନୀ ମା’ ତାରିଣୀଙ୍କ ଆବିର୍ଭାବ ଚଇତି ପର୍ବ ନିନ ହୋଇଥିଲା। ତେଣୁ ୯ ତାରିଖରୁ ବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ମା’ଙ୍କ ଜନ୍ମ...

ପ୍ରବାସୀଙ୍କୁ ଓଡ଼ିଆଙ୍କୁ ନେଇ ବ୍ରହ୍ମପୁର ଫେରିଲା ୪ ଟ୍ରେନ

ବ୍ରହ୍ମପୁର ଅଫିସ,୨୪।୫-ବ୍ରହ୍ମପୁର ରେଳଷ୍ଟେସନ ୪ ନମ୍ବର ପ୍ଲାଟଫର୍ମରେ ରବିବାର ଅପରାହ୍ନ ସୁଦ୍ଧା ପହଞ୍ଚିଲା ୪ଟି ଟ୍ରେନ। ପ୍ରଥମ ଟ୍ରେନଟି ତାମିଲନାଡୁରୁ ୮୯୮ ଜଣ ପ୍ରବାସୀ ଓଡ଼ିଆଙ୍କୁ...

ଭୋଟ ବ୍ୟବଧାନ ବଜାୟ ରଖିବା ଲାଗି କସରତ

ଚଣ୍ଡିଖୋଲ,୧୧ା୨(ଡି.ଏନ.ଏ.): ବଡ଼ଚଣା ନିର୍ବାଚନମଣ୍ଡଳୀର ୧୮ ନଂ. ଜୋନ ଜିଲା ପରିଷଦ ଆସନ ଚଳିତ ଥର ମହିଳାଙ୍କ ନିମନ୍ତେ ସଂରକ୍ଷିତ ରଖାଯାଇଛି। ଚଳିତ ନିର୍ବାଚନରେ ଏଠାରେ ତ୍ରିମୁଖୀ...

୩ ବିଭାଗକୁ ରିପୋର୍ଟ ତଲବ

ଭୁବନେଶ୍ୱର,୨୨।୧(ବ୍ୟୁରୋ): ଶିଳ୍ପସଂସ୍ଥା ଏବଂ ସହରାଞ୍ଚଳରୁ ନିର୍ଗତ ବର୍ଜ୍ୟ ଜଳ ନଦୀ, ଜଳାଶୟକୁ ପ୍ରଦୂଷିତ କରୁଛି। ସ୍ପଞ୍ଜ୍‌ ଆଇରନ କାରଖାନା ଦ୍ୱାରା ବାୟୁ ପ୍ରଦୂଷଣ ବଢୁଛି। ଏହାକୁ...

ପରୀକ୍ଷା ନ କରି ରିପୋର୍ଟ ପଜିଟିଭ୍‌

ଭଞ୍ଜନଗର,୧୩।୫: କରୋନା ଆତଙ୍କ ଜାରି ରହିଥିବା ବେଳେ ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଅଞ୍ଚଳରେ କୋଭିଡ୍‌ ପରୀକ୍ଷା ନ କରି ଜଣେ ଶିଶୁଙ୍କ ରିପୋର୍ଟ ପଜିଟିଭ...

ପୁନରୁଦ୍ଧାର ଅପେକ୍ଷାରେ ଗୌରଚରଣଙ୍କ ସ୍ମୃତିପୀଠ

ବେଗୁନିଆ,୬ା୨(ଡି.ଏନ୍‌.ଏ.): ଭକ୍ତ କବି ଦ୍ୱିଜ ଗୌରଚରଣ ଅଧିକାରୀଙ୍କ ସ୍ମୃତି ପୀଠ ମାଟିରେ ଲୀନ ହେବାକୁ ବସିଛି। ଦୀର୍ଘବର୍ଷ ହେବ ଏହି ପୀଠ ଅଲୋଡ଼ା ହୋଇ ପଡିରହିଛି।...

କଣ୍ଟେନମେଣ୍ଟ ଜୋନ୍‌ରେ ୩ ପଞ୍ଚାୟତର ୯ଗାଁ

ରସୁଲପୁର, ୬।୫(ଡି.ଏନ୍‌.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ଅଧୀନ ନଠୁଆବର ପଞ୍ଚାୟତର ଜଣେ ୫୮ବର୍ଷୀୟ ବ୍ୟକ୍ତି କରୋନା ପଜିଟିଭ୍‌ (କ୍ରମିକ ନଂ.୧୭୬)ଙ୍କ ଚିହ୍ନଟ ହେବା ପରେ...

Advertisement
Archives

Model This Week