ଅନ୍‌ଲାଇନରେ ହେବ ବୋଟ୍‌ ବୁକିଂ

ପୁରୀ ଅଫିସ,୩୦ା୧୦: ଆସିଲାଣି ପର୍ଯ୍ୟଟନ ଋତୁ। ଚିଲିକାକୁ ଦେଶ, ବିଦେଶର ପର୍ଯ୍ୟଟକଙ୍କ ଆଗମନ ବଢିବ। ପର୍ଯ୍ୟଟକମାନେ ଯେପରି କୌଣସି ହଇରାଣ ନ ହୁଅନ୍ତି ତାହା ଉପରେ ପୁରୀ ଜିଲା ପ୍ରଶାସନ ଗୁରୁତ୍ୱ ଦେଇଛି। ବିଭିନ୍ନ ସମୟରେ ସାତପଡ଼ାରେ ବୋଟ୍‌ ବୁକିଂକୁ ନେଇ ହେଉ କିମ୍ବା ଅନ୍ୟ କୌଣସି କାରଣ ପାଇଁ ପର୍ଯ୍ୟଟକଙ୍କୁ ଶୋଷଣ ଏପରି କି ମାଡ଼ ମରାଯିବାର ନଜିର ରହିଛି। ଏହାକୁ ନଜରରେ ରଖି ଗୁରୁବାର ପୁରୀ ସର୍କିଟ ହାଉସ୍‌ରେ ଚିଲିକା ପର୍ଯ୍ୟଟନ ଶିଳ୍ପର ବିକାଶ ନିମନ୍ତେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ବଲୱନ୍ତ ସିଂ ଅଧ୍ୟକ୍ଷତା କରିଥିବାବେଳେ ବିଭିନ୍ନ ବୋଟ ସଂଘର ମାଲିକ ଯୋଗଦେଇଥିଲେ।
ବୈଠକରେ ପର୍ଯ୍ୟଟକଙ୍କ ସୁବିଧାକୁ ପ୍ରାଥମିକତା ଦିଆଯାଇ ସ୍ବତନ୍ତ୍ର ଗାଇଡ୍‌ଲାଇନ ଜାରି କରାଯାଇଛି। ପ୍ରତ୍ୟେକ ଡଙ୍ଗା ପଞ୍ଜୀକରଣ, ନବୀକରଣ ଓ ଯାଞ୍ଚ କରାଯିବାକୁ ଜିଲାପାଳ ପରାମର୍ଶ ଦେଇଛନ୍ତି। ପ୍ରତ୍ୟେକ ଡଙ୍ଗାରେ ଲାଇଫ୍‌ ଜ୍ୟାକେଟ ରହିବା ବାଧ୍ୟତାମୂଳକ। ଯଦି କୌଣସି ପର୍ଯ୍ୟଟକ ଲାଇଫ୍‌ ଜ୍ୟାକେଟ ପିନ୍ଧିବାକୁ ମନା କରିବେ ତାଙ୍କୁ ବୋଟକୁ ଚଢ଼ାଯିବ ନାହିଁ। ଡଙ୍ଗା ବୁକିଂ ଭଡ଼ାକୁ ନେଇ ପର୍ଯ୍ୟଟକଙ୍କୁ କାହା ସହ ଯୁକ୍ତିତର୍କ କରିବାକୁ ପଡ଼ିବ ନାହିଁ। ଅନ୍‌ଲାଇନ ମାଧ୍ୟମରେ ପର୍ଯ୍ୟଟକମାନେ ବୋଟ୍‌ ବୁକିଂ ଓ ଦେୟ ପଇଠ କରିବେ। ଏଥିପାଇଁ ଖୁବ୍‌ଶୀଘ୍ର ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଏକ ମୋବାଇଲ ଆପ୍‌ ପ୍ରଚଳନ କରିବେ। ସମ୍ପୃକ୍ତ ଡଙ୍ଗା ମାଲିକ ଏବଂ ଅଂଶୀଦାରଙ୍କ ମତାମତ ନିଆଯାଇ ମୋବାଇଲ ଆପ୍‌ ବିକଶିତ କରାଯିବ। ଏହାଦ୍ୱାରା ସବୁ ସଂଘକୁ ସମାନ ବୁକିଂ ସୁବିଧା ମିଳିବ। ଡଙ୍ଗାରେ ଚିଲିକାର ବିଭିନ୍ନ ସ୍ଥାନକୁ ବୁଲିବା ଲାଗି ଧାର୍ଯ୍ୟ ଦର ତାଲିକା ପ୍ରଦର୍ଶନ କରାଯିବ। ନକଲି ମୋତି କାରବାର କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆବଶ୍ୟକସ୍ଥଳେ ପ୍ରଶାସନ ନିଜଆଡୁ ମାମଲା ରୁଜୁ କରିବ। ଏଥିସହ ବୋଟ ଚଳାଇବା ଲାଗି ଯେଉଁମାନେ ଲାଇସେନ୍ସ ପାଇଛନ୍ତି ସେମାନଙ୍କୁ ସୁଯୋଗ ଦିଆଯିବ। ବିନା ଲାଇସେନ୍ସଧାରୀ ବୋଟ୍‌ ନେଇ ଚିଲିକା ଭିତରକୁ ଯାଇପାରିବେ ନାହିଁ। ଚିଲିକା ଭିତରକୁ ପର୍ଯ୍ୟଟକ କିମ୍ବା ବୋଟ୍‌ କର୍ମଚାରୀ ପ୍ଲାଷ୍ଟିକ ସାମଗ୍ରୀ ପକାଇ ପାରିବେ ନାହିଁ। ପ୍ରତି ବୋଟ୍‌ରେ ଡଷ୍ଟବିନ ରହିବ। ପର୍ଯ୍ୟଟକଙ୍କୁ ଉତ୍ତମ ସେବା ଯୋଗାଇଦେଲେ ପର୍ଯ୍ୟଟନ ଶିଳ୍ପର ବିକାଶ ଘଟିବ ବୋଲି ଜିଲାପାଳ ସିଂ କହିଛନ୍ତି। ବୈଠକରେ ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ଶଶାଙ୍କ ଶେଖର ରଥ, ଜିଲା ଜରୁରିକାଳୀନ ଅଧିକାରୀ ଇତିଶ୍ରୀ ନାୟକ, ସଦର ଏସ୍‌ଡିପିଓ କିଶୋର ଚନ୍ଦ୍ର ମୁଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri